ଏପଟେ ୩୨୫ କରୋନା ପଜିଟିଭ୍ ଚିହ୍ନଟ, ସେପଟେ ୩ ଜଣଙ୍କ ଜୀବନ ଗଲା
ଭୁବନେଶ୍ୱର,୨୫ା୧୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ୩୨୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୭,୮୬୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୮୭ ଜଣ ଚିହ୍ନଟ…
ରାଉରକେଲାରେ ହେବ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ
ଭୁବନେଶ୍ୱର,୨୪।୧୨(ବ୍ୟୁରୋ)-୨୦୨୩ରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପକୁ ଓଡ଼ିଶା ସରକାର ଆୟୋଜନ କରିବେ। ଏ ନେଇ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯାଉଛି। ବିଶ୍ୱକପକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଉରକେଲାର ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଦେଶର ବୃହତମ ବିଶ୍ୱସ୍ତରୀୟ…
ଓଡ଼ିଶାକୁ ବ୍ରିଟେନରୁ ଫେରିଛନ୍ତି ୪୩
ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ବ୍ରିଟେନ ଫେରନ୍ତାଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର। ଗତ ୧୪ ଦିନ ମଧ୍ୟରେ ବ୍ରିଟେନରୁ ଫେରିଥିବା ୪୩ ଜଣଙ୍କ ତଥ୍ୟ ରାଜ୍ୟ ସରକାର ପ୍ରଦାନ କରିଛନ୍ତି। ଏହା ପରେ ଏସିଏସ୍ଆଇଙ୍କ ପକ୍ଷରୁ ସବୁ ଜିଲାପାଳ ଏବଂ ସିଡିଏମ୍ଓମାନଙ୍କୁ ତାଲିକା…
୨୦୨୨ରୁ ଆଇପିଏଲରେ ଖେଳିବେ ୧୦ ଦଳ
ଅହମ୍ମଦାବାଦ,୨୪।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ୨୦୨୨ ସଂସ୍କରଣରେ ଦୁଇଟି ନୂଆ ଦଳ ସହ ମୋଟ ୧୦ ଟିମ୍ ଅଂଶଗ୍ରହଣ କରିବେ। ଏ ନେଇ ଗୁରୁବାର ବସିଥିବା ବିସିସିଆଇର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍)ରେ ନିଷ୍ପତ୍ତି ନିଆଯାଇଛି। ୨୦୨୨ ଆଇପିଏଲରେ ଦୁଇଟି…
ମୁଁ ତା ବିଷୟରେ ଯେତିକି ଜାଣିଥିଲି, ତା’ଠାରୁ ବେଶି ସେ ମୋ ବିଷୟରେ ଜାଣିଥିଲା: ବୋଥ୍ରା
ନୟାଗଡ଼ ଅଫିସ,୨୪।୧୨: ଶିଶୁକନ୍ୟା ପରୀ ଅପହରଣ ଓ ହତ୍ୟା ଘଟଣାରେ ଗୁରୁବାର ଅଭିଯୁକ୍ତ ସରୋଜ ସେଠୀଙ୍କୁ ପୋଖରୀ କୂଳକୁ ନେଇ ହତ୍ୟାକାଣ୍ଡର ଡେମୋ କରାଇଛି ଏସ୍ଆଇଟି। ଏହି ସମୟରେ ପ୍ରତିକ୍ରିୟା ରଖି ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି, ସରୋଜଙ୍କ ପରିବାରର…
ପୋଖରୀ କୂଳରେ ହତ୍ୟାକାଣ୍ଡର ଡେମୋ ଦେଖାଇଲେ ଅଭିଯୁକ୍ତ ସରୋଜ
ନୟାଗଡ଼ ଅଫିସ,୨୪।୧୨: ପରୀ ଅପହରଣ ଓ ହତ୍ୟା ଘଟଣାରେ ଗୁରୁବାର ଅଭିଯୁକ୍ତ ସରୋଜ ସେଠୀଙ୍କୁ ଯଦୁପୁର ଆଣି ସିନ୍ ରିକ୍ରିଏସନ କରିଛି ଏସ୍ଆଇଟି। ପରୀର ମୃତଦେହ ଜବତ କରାଯାଇଥିବା ପୋଖରୀ କୂଳରେ ହତ୍ୟାକାଣ୍ଡର ଡେମୋ ଦେଖାଇଛନ୍ତି ଅଭିଯୁକ୍ତ । ସେଠାରେ ତାକୁ…
ପରୀର କୌଣସି ହାଡ଼ ନିଖୋଜ ନାହିଁ, ସରୋଜର ଗାମୁଛା ବଡ଼ ପ୍ରମାଣ ଦେବ: ବୋଥ୍ରା
ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ନୟାଗଡ଼ ଜିଲା ସଦର ଥାନା ଅଧୀନ ଯଦୁପୁର ଗାଁର ପରୀ ଅପହରଣ ଓ ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି। ଏହି ମାମଲାରେ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଗୁରୁବାର ବଡ଼ ସୂଚନା ଦେଇଛନ୍ତି। ଗଣମାଧ୍ୟମର…
ପୋଲିସ ହେପାଜତରେ ପ୍ରିୟଙ୍କା: ରାଷ୍ଟ୍ରପତିଙ୍କୁ ଭେଟିଲେ ରାହୁଲଙ୍କ ସମେତ ୩ ନେତା
ନୂଆଦିଲ୍ଲୀ,୨୪।୧୨: କୃଷି ଆଇନ ନେଇ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଲଗାତାର ଘେରିବା ଉଦ୍ୟମ ଜାରି ରହିଛି। ଅନ୍ନଦାତାଙ୍କୁ ସମର୍ଥନ କରି କଂଗ୍ରେସ ପକ୍ଷରୁ ଗୁରୁବାର ରାଲିର ଆୟୋଜନ କରାଯାଇଥିଲା। ତେବେ ଦିଲ୍ଲୀ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ…
ମିଶନ ଯୁବଶକ୍ତି: ୩ ମାସରେ ୬ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୋଦି
ନୂଆଦିଲ୍ଲୀ,୨୪।୧୨: ଭାରତରେ ଯୁବବର୍ଗଙ୍କ ସଂଖ୍ୟା ଅଧିକ ରହିଛି। ଦେଶର ବିକାଶ ସମେତ ରାଜନୈତିକ କ୍ଷମତା ଦଖଲ ପାଇଁ ଦେଶର ଯୁବବର୍ଗଙ୍କୁ ହାତେଇଲେ ସୁଫଳ ସହଜରେ ମିଳିପାରିବ ବୋଲି ଭାଜପା ଜାଣିପାରିଛି। ସମ୍ପ୍ରତି ଦେଶରେ ୬୫ ପ୍ରତିଶତ ଜନସଂଖ୍ୟା ହେଉଛନ୍ତି ଯୁବବର୍ଗ। ଯୁବବର୍ଗଙ୍କୁ…
ପଶ୍ଚିମବଙ୍ଗ ରାଜନୀତିରେ ମୋଦିଙ୍କ ପ୍ରବେଶ: ବିଶ୍ୱଭାରତୀର ଶତାବ୍ଦୀ କାର୍ଯ୍ୟକ୍ରମରେ ଯୋଗଦେଲେ
କୋଲକାତା,୨୪।୧୨: ଆଗକୁ ୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ଯୋଜନାବଦ୍ଧ ଭାବେ ମିଶନ ପଶ୍ଚିମବଙ୍ଗ ଆରମ୍ଭ କରାଯାଇଛି। ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରାଜ୍ୟ…
ବାରମୁଳାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ
ଶ୍ରୀନଗର,୨୪।୧୨: ଜମ୍ମୁ-କଶ୍ମୀରରେ ଆତଙ୍କ ସୃଷ୍ଟି କରିବା ଲାଗି ଆତଙ୍କବାଦୀ ସଂଗଠନ ପକ୍ଷରୁ ଲଗାତାର ଉଦ୍ୟମ ଜାରି ରହିଛି। ବାରମୁଳାରେ ଗୁରୁବାର ମିଳିତ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ବାରମୁଳା ସେକ୍ଟରରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ନେଇ ଗୋଇନ୍ଦା ବିଭାଗ…
କାନ୍ଦାହାର ବିମାନ ଅପହରଣ ଘଟଣାକୁ ୨୧ ବର୍ଷ: ମାସୁଦ -ଓମର-ଅହମ୍ମଦ ଏବେ ବି ଅପହଞ୍ଚ
ନୂଆଦିଲ୍ଲୀ,୨୪।୧୨: କାନ୍ଦାହାର ବିମାନ ଅପହରଣ ଘଟଣାକୁ ଇତିମଧ୍ୟରେ ୨୧ ବର୍ଷ ପୂରଣ ହୋଇଛି। ୧୯୯୯ ଡିସେମ୍ବର ୨୪ରେ କାଠମାଣ୍ଡୁରୁ ଦିଲ୍ଲୀ ଉଡ଼ାଣ କରୁଥିବା ଇଣ୍ଡିଆନ୍ ଏୟାରଲାଇନ୍ସ୍ର ଆଇସି-୮୧୪ ବିମାନକୁ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ। ବିମାନକୁ ଅମୃତସର, ଲାହୋର, ଦୁବାଇ ବାଟ ଦେଇ…

