ରାହୁଲଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଥିଲେ ମନମୋହନ ସିଂ !
ନୂଆଦିଲ୍ଲୀ, ୨୦।୮: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଥିଲେ। ଏନେଇ କଂଗ୍ରେସ ପ୍ରବକ୍ତା ଶକ୍ତି ସିଂ ଗୋହିଲ ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ଦ୍ୱିତୀୟ କାର୍ଯ୍ୟକାଳ ସମୟରେ ମନମୋହନ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି…
ବସ୍ ଅପହରଣକାରୀଙ୍କୁ ଏନ୍କାଉଣ୍ଟର
ନୂଆଦିଲ୍ଲୀ, ୨୦।୮: ଉତ୍ତରପ୍ରଦେଶ ଆଗ୍ରାର ମଲପୁରା ଅଞ୍ଚଳର ନ୍ୟୁ ଦକ୍ଷିଣୀ ବାଇପାସ୍ ନିକଟସ୍ଥ ରାୟଭା ଟୋଲ୍ ପ୍ଲାଜାଠାରୁ ଅପହରଣ କରାଯାଇଥିବା ଏକ ଯାତ୍ରୀବାହୀ ବସ୍ ଘଟଣାରେ ନୂଆ ମୋଡ଼ ଆସିଛି। ଗୁରୁବାର ପୋଲିସ ଏବଂ ଅପହରଣକାରୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି।…
କରୋନା କଲା ରେକର୍ଡ: ୨୮ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ, ୨୦।୮: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ ଲକ୍ଷ ୩୬ ହଜାର ୯୫୨ଛୁଇଁଛିି। ସେହିପରି ମୃତକଙ୍କ ସଂଖ୍ୟା ୫୩…
ପିଏମ୍ କେୟାର୍ସକୁ ୨୧୦୫ କୋଟି ଦାନ କରିଛନ୍ତିି ୩୮ ପିଏସ୍ୟୁ
ନୂଆଦିଲ୍ଲୀ,୨୦ା୮: ପ୍ରାଇମ୍ ମିନିଷ୍ଟର୍ସ ସିଟିଜେନ୍ ଆସିଷ୍ଟାନ୍ସ ଆଣ୍ଡ ରିଲିଫ୍ ଇନ୍ ଏମର୍ଜେନ୍ସି ସିଚ୍ୟୁଏଶନ୍ସ (ପିଏମ୍ କେୟାର୍ସ) ଫଣ୍ଡ୍କୁ ବେଳକୁ ବେଳ ସହାୟତାର ସୁଅ ଛୁଟିବାରେ ଲାଗିଛି। କୋଭିଡ୍ ମୁକାବିଲା ବେଳେ ନାଗରିକ ସହାୟତା ପ୍ରଦାନ ଉଦେଶ୍ୟରେ ମାର୍ଚ୍ଚ ୨୮ରେ ଗଠିତ ଏହି…
ପେଟ୍ରୋଲ ଢାଳିଦେଲେ ଡାକ୍ତର, ଆଙ୍ଗୁଠି ହରାଇଲେ ଯୁବକ
ଦେବଗଡ,୨୦।୮(ଡି.ଏନ.ଏ.): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଧୀନ ଉଟୁଣିଆ ଗ୍ରାମର ତ୍ରିପୁରାରୀ ପ୍ରଧାନଙ୍କ ପୁଅ ସନ୍ଦୀପ ପ୍ରଧାନ (୧୮) ଡାହାଣ ପାଦର ବୃଦ୍ଧାଙ୍ଗୁଳି ହରାଇଛନ୍ତି। ଡାକ୍ତର ଓ ଫାର୍ମାସିଷ୍ଟଙ୍କ ଭୁଲ୍ ଚିକିତ୍ସାରୁ ତାଙ୍କୁ ଏହି ପରିଣାମ ଭୋଗିବାକୁ ପଡିଛି। ଏ ନେଇ…
କରୋନା ବଦଳାଇ ଦେଲା ଜୀବିକା: ପାନ ବିକୁଛନ୍ତି ଯାତ୍ରା କମେଡିଆନ୍
ଭଣ୍ଡାରିପୋଖରୀ, ୨୦ା୮(ଦେବେନ୍ଦ୍ର ଆନ୍ଦିଆ)- କରୋନା ଛଡ଼ାଇ ନେଇଛି ଜୀବନ ଜୀବିକା। କାଲି ଯିଏ ମଞ୍ଚରେ ହସାଇ ଦର୍ଶକଙ୍କୁ ବେଦମ କରୁଥିଲେ, ସେ ଆଜି ରାଜପଥ ପାର୍ଶ୍ୱରେ ଚା’ ପାନ ବିକ୍ରି କରି ପରିବାର ଚଳାଉଛନ୍ତି। ଏମିତି ଜଣେ ପ୍ରତିଷ୍ଠିତ ଯାତ୍ରା ହାସ୍ୟଭିନେତା…
ପିପିପିରେ ଚାଲିବ ଆଉ ୩ ବିମାନ ବନ୍ଦର
ନୂଆଦିଲ୍ଲୀ,୨୦।୮: ଦେଶର ଆଉ ୩ ବିମାନ ବନ୍ଦର ପବ୍ଲିକ ପ୍ରାଇଭେଟ୍ ପାର୍ଟନରଶିପ(ପିପିପି) ବା ସରକାରୀ ଘରୋଇ ସହଭାଗିତାରେ ପରିଚାଳିତ ହେବ। ଏହି ବିମାନ ବନ୍ଦରଗୁଡିକ ମଧ୍ୟରେ ଗୁଆହାଟୀ, ଜୟପୁର ଏବଂ ଥିରୁଭାନନ୍ତପୁରମ ରହିଛି। କେନ୍ଦ୍ର କ୍ୟାବିନେଟ ପକ୍ଷରୁ ଏହି ପ୍ରସ୍ତାବକୁ ମଞ୍ଜୁରୀ…
ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୨୧ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୯।୮(ବ୍ୟୁରୋ)-ରାଜ୍ୟରେ ବୁଧବାର ପୁଣି ୧୬୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲାରୁ ସର୍ବାଧିକ ୩୨୪ ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୨୬୫, ଗଜପତିରୁ ୧୨୭, କଟକରୁ ୧୧୦, ପୁରୀରୁ ୮୫, କୋରାପୁଟରୁ ୬୯, ନୂଆପଡାରୁ ୬୮, ବାଲେଶ୍ୱରରୁ ୬୬, ନୟାଗଡରୁ…
ରାଜଧାନୀରେ ମାଡି ଚାଲିଛି କରୋନା: ଆଜି ୩୭୦ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୧୯।୮(ବ୍ୟୁରୋ)-ରାଜଧାନୀରେ ମାଡି ଚାଲିଛି କରୋନା। ବୁଧବାର ଭୁବନେଶ୍ୱରରେ ୩୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୭୦ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୨୦୪ ଚିହ୍ନଟ ହୋଇଥିବାବେଳେ ୧୬୬ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ବାଣୀବିହାର ପଥର ବନ୍ଧରୁ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।…
୨୩ରେ ଆଉ ଏକ ଲଘୁଚାପ
ଭୁବନେଶ୍ୱର,୧୯।୮(ବ୍ୟୁରୋ):ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ତେବେ ଏହା ଶେଷ ନ ହେଉଣୁ ୨୩ରେ ଆଉ ଏକ ଲଘୁଚାପ ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ମିଳିଥିବା ସୂଚନାନୁସାରେ, ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ପୁଣି…
ସବୁ ଜିଲାପାଳମାନଙ୍କୁ ଆଲର୍ଟ କଲେ ସ୍ବତନ୍ତ୍ର ରିଲିଫ କମିଶନର
ଭୁବନେଶ୍ୱର,୧୯।୮(ବ୍ୟୁରୋ)-ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ବୁଧବାର ୧୦ ଜିଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ଏ ନେଇ ପଦକ୍ଷେପ ନେବାକୁ ସମସ୍ତ ଜିଲାପାଳମାନଙ୍କୁ ଆଲର୍ଟ କରାଯାଇଛି। ଆକସ୍ମିକ ବନ୍ୟା, ପାଣି ଜମିବା, ଭୂସ୍ଖଳନ ନେଇ ଆଲର୍ଟ କଲେ ସ୍ବତନ୍ତ୍ର ରିଲିଫ କମିଶନର…
ସୁଶାନ୍ତ ସିଂ ଆତ୍ମହତ୍ୟାର ଯାଞ୍ଚ୍ କରିବେ ଏସବୁ ୪ ଅଧିକାରୀ…
ନୂଆଦିଲ୍ଲୀ, ୧୯।୮: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚ ଏବେ ସିବିଆଇ କରିବ। ଏନେଇ ସୁପ୍ରିମ୍କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ମାମଲାର ଯାଞ୍ଚ୍ର ନେତୃତ୍ୱ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ମନୋଜ ଶଶିଧର ନେବେ। ସେ…
Archives


