ପେଟ୍ରୋଲ ଢାଳିଦେଲେ ଡାକ୍ତର, ଆଙ୍ଗୁଠି ହରାଇଲେ ଯୁବକ

ଦେବଗଡ,୨୦।୮(ଡି.ଏନ.ଏ.): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଧୀନ ଉଟୁଣିଆ ଗ୍ରାମର ତ୍ରିପୁରାରୀ ପ୍ରଧାନଙ୍କ ପୁଅ ସନ୍ଦୀପ ପ୍ରଧାନ (୧୮) ଡାହାଣ ପାଦର ବୃଦ୍ଧାଙ୍ଗୁଳି ହରାଇଛନ୍ତି। ଡାକ୍ତର ଓ ଫାର୍ମାସିଷ୍ଟଙ୍କ ଭୁଲ୍‌ ଚିକିତ୍ସାରୁ ତାଙ୍କୁ ଏହି ପରିଣାମ ଭୋଗିବାକୁ ପଡିଛି। ଏ ନେଇ ତାଙ୍କ ଘର ଲୋକେ କୁଣ୍ଢେଇଗୋଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଛି। ତେବେ ୧ଲକ୍ଷ ଟଙ୍କା ଦେଇ ମାମଲା ସମାଧାନ କରିବାକୁ ଚାପ ପ୍ରୟୋଗ କରାଯାଉଛି। ଏ ନେଇ ତାଙ୍କ ପରିବାର ଲୋକେ ଦେବଗଡ ଏସ୍‌ପିଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି।
ଜୁନ୍‌ ୧୭ ତାରିଖ ସନ୍ଦୀପ ପଳସମା କ୍ଷେତ୍ରୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଡାକ୍ତର ଚିତ୍ତରଞ୍ଜନ ସାହୁଙ୍କୁ ଦେଖାଇଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ଫର୍ମାସିଷ୍ଟ ପଦ୍ମନାଭ ସାହୁ ଉକ୍ତ ସ୍ଥାନରେ ପେଟ୍ରୋଲ ଢାଳି ଚିକିତ୍ସା କରିଥିଲେ। ଫଳରେ ଘା’ ଠିକ ହେବା ପରିବର୍ତ୍ତେ ବୃଦ୍ଧି ପାଇବା ସହ ଯନ୍ତ୍ରଣା ମଧ୍ୟ ବଢିଥିଲା। ପରିବାର ଲୋକେ ଅଧିକ ଚିକିତ୍ସା ପାଇଁ ଛେଣ୍ଡିପଦା ଓ ଅନୁଗୋଳ ଡାକ୍ତରଖାନା ନେଇଥିଲେ ମଧ୍ୟ କାୈଣସି ସୁଫଳ ମିଳି ନ ଥିଲା। ଶେଷର ସେମାନେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ସନ୍ଦୀପଙ୍କୁ ଭର୍ତ୍ତି କରିଥିଲେ। ଭୁଲ୍‌ ଚିକିତ୍ସା ଲାଗି ସଂକ୍ରମଣ ହେତୁ ଡାକ୍ତର ଶେଷରେ ଏହି ଆଙ୍ଗୁଠି କାଟିବାକୁ ବାଧ୍ୟ ହୋଇଛନ୍ତି। ତେବେ ଏ ନେଇ ପଳସମା କ୍ଷେତ୍ରୀୟ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସାହୁ କହିଛନ୍ତି ଯେ, ମେଡିକାଲ ସାଇନ୍ସ ଅନୁଯାୟୀ ଚିକିତ୍ସା କରାଯାଇଥିଲା। ପେଟ୍ରୋଲ ଦ୍ୱାରା ଚିକିତ୍ସା କରାଯାଇଥିବା ଅଭିଯୋଗ ମିଛ ଓ ଉଦ୍ଦେଶ୍ୟମୂଳକ। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟ କହିଛନ୍ତି ଯେ, ଅଭିଯୋଗ ପାଇଲେ ଘଟଣାର ତଦନ୍ତ କରି ପଦକ୍ଷେପ ନେବେ। ୧ ଲକ୍ଷ ଟଙ୍କା ନେଇ ମାମଲା ଉଠାଇ ନେବାକୁ ଚାପ ପ୍ରୟୋଗ କରିବା ସମ୍ପର୍କରେ କୁଣ୍ଢେଇଗୋଳା ଥାନା ଅଧିକାରୀଣୀ ନିରୂପମା ଜେନାଙ୍କୁ ପଚାରିବାରୁ ସେ ଏହି ଅଭିଯୋଗ ମିଛ ବୋଲି ଉତ୍ତର ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଶ ଚକିଆ ଟ୍ରକ୍‌ରୁ ମିଳିଲା ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ

କେନ୍ଦୁଝର,୧୬।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦରଥାନା ଅନ୍ତର୍ଗତ ଠାକୁରଡ଼ିହି ଛକ ନିକଟରୁ ଏକ ଦଶ ଚକିଆ ଟ୍ରକରୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ...

ଶରଣକୁଳ କଲେଜରେ ଛାତ୍ରୀଛାତ୍ରଙ୍କୁ ନିର୍ଯାତନା

ନୟାଗଡ଼ ଅଫିସ,୨୦।୪: ନୟାଗଡ଼ ଜିଲା ଶରଣକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୦୨୨-୨୪ ବ୍ୟାଚ୍‌ ବିଜ୍ଞାନ ବିଭାଗର ପ୍ରଥମ ବର୍ଷର ୨୪ ଛାତ୍ରୀଛାତ୍ରଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ...

କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ରେ ଅମାନିଆଙ୍କ ଉପରେ ନଜର ରଖିଛି ଡ୍ରୋନ୍‌ କ୍ୟାମେରା

ଭଦ୍ରକ ଅଫିସ,୨୯ା୪ : ଭଦ୍ରକ ଜିଲାରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ବୁଧବାର ସୁଦ୍ଧା ଜିଲାରେ ପଜିଟିଭ୍‌ଙ୍କ ସଂଖ୍ୟା ୧୯...

ବ୍ରିଜ୍‌ ତଳୁ ମିଳିଲା ଭିମ୍‌ସାର ଛାତ୍ରଙ୍କ ମୃତଦେହ

ସମ୍ବଲପୁର,୨୨ା୩(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ପିସି ବ୍ରିଜ୍‌ ତଳୁ ସୋମବାର ଭିମ୍‌ସାରର ଡିଏମ୍‌ଆର୍‌ଟି (ଡିପ୍ଲୋମା ଇନ୍‌ ରେଡିଓଥେରାପି) ଛାତ୍ର ବିଶ୍ୱରଞ୍ଜନ ଷଡଙ୍ଗୀ (୨୧)ଙ୍କ ମୃତଦେହ...

ସାଧନା ଓ ଆତ୍ମବିଶ୍ୱାସ ଆଣିଦିଏ ସଫଳତା

ବନ୍ତ,୧୧।୯ (ସ୍ବ.ପ୍ର.)-ପିଲାଦିନୁ ଅଭିନୟ କଳା ପ୍ରତି ଥିବା ରୁଚି ତାଙ୍କୁ ଲକ୍ଷ୍ୟପଥରେ ଆଗେଇ ନେଇ ଚାଲିଛି। ପ୍ରଥମେ ରଙ୍ଗମଞ୍ଚରେ ଅଭିନୟ ଓ ନୃତ୍ୟ ପରିବେଷଣ କରି...

କଂଗ୍ରେସକୁ ହରାଇ ୨ୟ ଥର ବିଧାୟକ ହେଲେ ଭାଗୀରଥି

ହାଟଡିହୀ, ୨୪।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ଚଳିତ ବର୍ଷ ବିଧାୟକ ପଦ ପାଇଁ ହୋଇଥିଲା ଜୋରଦାର ଟକ୍କର। ବିଜେଡିର ଭାଗୀରଥି ସେଠୀ, କଂଗ୍ରେସର ଜୟଦେବ...

ବିପଦ ସଙ୍କୁଳ ତେଲ ନଦୀ ପୋଲ

ମନମୁଣ୍ଡା, ୨୯।୬ (ଡି.ଏନ.ଏ):ଦ୍ୱୈତ ସହର ମନମୁଣ୍ଡା-ସୋନପୁର ମଝିରେ ଥିବା ତେଲ ନଦୀ ପୋଲ ପଶ୍ଚିମ ଏବଂ ପୂର୍ବଦକ୍ଷିଣ ଓଡିଶାକୁ ଯୋଗ କରୁଥିବାବେଳେ ବର୍ତ୍ତମାନ ତାହା ବିପଦଶଙ୍କୁଳ...

ଜଳୁଛି ରାଣୀଭୂଇଁ ଜଙ୍ଗଲ

ବଇଣ୍ଡା,୧୪।୪(ଡି.ଏନ.ଏ.): କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ୍‌ ରାଣୀଭୂଇଁ ଜଙ୍ଗଲ କିଛିଦିନ ହେବ ଜଳୁଛି। ବନ ବିଭାଗ ପକ୍ଷରୁ ନିଆଁ ଲିଭାଯାଉ ନ ଥିବା ଯୋଗୁ ଆଖପାଖ ଗ୍ରାମବାସୀ...

Advertisement
Archives

Model This Week