Posted inଜାତୀୟ

ସୁଶାନ୍ତ ସିଂ ଆତ୍ମହତ୍ୟାର ଯାଞ୍ଚ୍‌ କରିବେ ଏସବୁ ୪ ଅଧିକାରୀ…

ନୂଆଦିଲ୍ଲୀ, ୧୯।୮: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚ ଏବେ ସିବିଆଇ କରିବ। ଏନେଇ ସୁପ୍ରିମ୍‌କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ମାମଲାର ଯାଞ୍ଚ୍‌ର ନେତୃତ୍ୱ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ମନୋଜ ଶଶିଧର ନେବେ। ସେ ହେଉଛନ୍ତି ୧୯୯୪ ବ୍ୟାଚ୍‌ର ଗୁଜରାଟ କ୍ୟାଡର ଆଇପିଏସ୍‌ ଅଫିସର। ଜାନୁୟାରୀରେ ତାଙ୍କୁ ଏହି ପଦରେ ନିଯୁକ୍ତି କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଥିଲା। ସେ ବର୍ତ୍ତମାନ ସୁଦ୍ଧା ଯେଉଁ ଯାଞ୍ଚ୍‌ କରିଛନ୍ତି ତାହା ସଫଳ ରହିଛି। ସେହିପରି ଅନ୍ୟମାନଙ୍କ ମଧ୍ୟରେ ସିବିଆଇ ଯାଞ୍ଚ୍‌ ଟିମ୍‌ରେ ସିବିଆଇ ଡିଆଇଜି ଗଗନଦୀପ୍‌ ଗମ୍ଭୀର, ସିବିଆଇ ଏସ୍‌ପି ନୂପୁର ପ୍ରସାଦ ଏବଂ ସିବିଆଇ ଡିଏସ୍‌ପି ଅନୀଲ କୁମାର ଯାଦବ ରହିଛନ୍ତି। ଗଗନଦୀପ୍‌ ୨୦୦୪ ବ୍ୟାଚ୍‌ ଗୁଜରାଟ କ୍ୟାଡରର ମହିଳା ଆଇପିଏସ୍‌ ଅଫିସର। ତାଙ୍କୁ ଦୁର୍ନୀତି ମାମଲା ଯାଞ୍ଚ୍‌ର ମହାରଥି କୁହାଯାଇଥାଏ। ନୂପୁର ୨୦୦୭ ବ୍ୟାଚ୍‌ ଏଜିଏମ୍‌ୟୁଟି କ୍ୟାଡର ଆଇପିଏସ୍‌ ଅଫିସର। ସିବିଆଇର ଜଣେ ଦକ୍ଷ ମହିଳା ଅଧିକାରୀ ଭାବେ ସେ ବେଶ୍‌ ଜଣାଶୁଣା। ଅନୀଲ କୁମାର ମଧ୍ୟପ୍ରଦେଶ ବାସିନ୍ଦା। ହତ୍ୟା ମାମଲାର ସିବିଆଇ ଯାଞ୍ଚ୍‌ରେ ତାଙ୍କର ଦକ୍ଷତା ରହିଛି। ଆତ୍ମହତ୍ୟାର ସିନ୍‌ ରିକ୍ରିଏଟ୍‌ କରାଯାଇ ମାମଲାର ଯାଞ୍ଚ୍‌ କରାଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସବୁଦିନ ସକାଳେ ବାଜୁଥିବା ପେଁକାଳି ଏବେ  ବନ୍ଦ, ସଞ୍ଜୟଙ୍କୁ ଶିନ୍ଦେଙ୍କ କଟାକ୍ଷ…

ମୁମ୍ବାଇ,୧।୮ : ଶିବସେଦା ଏମ୍‌ପି ସଞ୍ଜୟ ରାଉତଙ୍କ ଗିରଫଦାରୀ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କଟାକ୍ଷ କରିଛନ୍ତି। ତାଙ୍କୁ ଶିନ୍ଦେ ପେଁକାଳି ବୋଲି କହିଛନ୍ତି। ଶିନ୍ଦେ...

ଏବେ ଦିନକୁ ଥରେ ଖାଉଛନ୍ତି ମୋଦି: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୯।୮: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ ଟୋକିଓ ଅଲିମ୍ପିକ୍ସର ଭାଗ ନେଇଥିବା ଖେଳାଳିଙ୍କ ସହିତ ଏକ ଜଳଖିଆ ପାର୍ଟି କରିଥିଲେ। ପ୍ରଧାନମନ୍ତ୍ରୀ ସରକାରୀ...

ଲାଲୁଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି ସରକାର: ଆରଜେଡି

ନୂଆଦିଲ୍ଲୀ,୨୩।୩: କେନ୍ଦ୍ର ଓ ବିହାର ସରକାର ମିଳିତ ଭାବେ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି ବୋଲି ଆରଜେଡି ମୁଖପାତ୍ର ତଥା ବିଧାୟକ...

ଅଯୋଧ୍ୟାରେ କବରସ୍ତାନ ଲାଗି ଜମି ଦାନକଲେ ହିନ୍ଦୁ

ଲକ୍ଷ୍ନୌ,୨୭ା୬: ଅଯୋଧ୍ୟାରେ ରାମ ଜନ୍ମଭୂମି ଜମିକୁ ନେଇ ଦୀର୍ଘ ଦଶନ୍ଧି ଧରି ହିନ୍ଦୁ ଓ ମୁସଲମାନ ସଂଗଠନ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ବୁଧବାର ଦୁଇ...

ଦଶହରାରେ ରାଫାଲ୍‌ ସହିତ ଶସ୍ତ୍ର ପୂଜନ କରିବେ ରାଜନାଥ

ନୂଆଦିଲ୍ଲୀ,୬।୧୦: ଅକ୍ଟୋବର ୮ରେ ଦଶହରା ଏବଂ ବାୟୁସେନା ଦିବସ ଗୋଟିଏ ଦିନରେ ପଡୁଛି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୋର୍ଡିଅକ୍ସ୍‌ ନିକଟରେ ମେରିନିକ୍‌ଠାରେ...

ପଦ୍ମ ପାଇଲେ ୧୧ ଓଡ଼ିଆ

ନୂଆଦିଲ୍ଲୀ, ୯ା୧୧: ୨୦୨୦ ଓ ୨୦୨୧ ବର୍ଷ ପାଇଁ ଭାରତର ୧୪୫ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ମିଳିଛି। ସୋମବାର ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର...

ମହାରାଷ୍ଟ୍ରରେ ୩ ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ମୁମ୍ବାଇ,୧୬।୪: ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୫ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ପୂର୍ବଦିନ ଅପେକ୍ଷା ଏହା ସାମନ୍ୟ କମ ବୋଲି କୁହାଯାଉଛି।...

‘ ମମତାଙ୍କ ହାତରେ ଲାଗିସାରିଛି ରକ୍ତ ’

କୋଲକାତା, ୫ା୫ – ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହାତରେ ଲାଗିସାରିଛି ରକ୍ତ। ଗତ ବର୍ଷ ଅମ୍ଫାନ, ଏଥର ପଶ୍ଚିମବଙ୍ଗବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ମମତା...

Advertisement
Archives

Model This Week