ସ୍ଥିତି ଅଣାୟତ୍ତ, ଦୈନିକ ମୃତ୍ୟୁ ସଂଖ୍ୟା ହଜାରେ ଟପିଲା…
ନୂଆଦିଲ୍ଲୀ, ୨୬।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ହଜାର ୪୮୩ ରେ ପହଞ୍ଚିଛି। ସେହିପରି…
ସାଙ୍ଘାଇରେ ହାହାକାର, ବେଜିଂରେ ୨ କୋଟିରୁ ଅଧିକଙ୍କ ନମୁନା ଟେଷ୍ଟ୍ ଅଭିଯାନ …
ବେଜିଂ, ୨୬।୪ : ସାଂଘାଇରେ କରୋନାର ଓମିକ୍ରନ୍ ଲହର ବେକାବୁ ହେବା ପରେ ଏବେ ଚାଇନାର ରାଚଧାନୀ ବେଜିଂରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ବେଜିଂରେ ସଂକ୍ରମଣର ଯେପରି ପୁନରାବୃତ୍ତି ନହୁଏ ସେଥିଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ…
ମେ’୨ ଯାଏ ବନ୍ଦ ରହିବ କଲେଜ, ୟୁନିଭର୍ସିଟି
ଭୁବନେଶ୍ୱର,୨୬।୪(ବ୍ୟୁରୋ): ରାଜ୍ୟରେ ବଢି ଚାଲିଛି ତାତିର ପ୍ରକୋପ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୟୁଜି ଏବଂ ପିଜି କ୍ଲାସ୍ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ବୁଧବାରଠାରୁ ମେ’୨ ଯାଏ ସମସ୍ତ କଲେଜ୍ ଏବଂ ୟୁନିଭରସିଟି ବନ୍ଦ ରହିବ। ଏ ନେଇ…
୬ରୁ ୧୨ ବର୍ଷ ପିଲାଙ୍କୁ ମିଳିବ କୋଭିଡ଼ ଟିକା
ନୂଆଦିଲ୍ଲୀ,୨୬।୪: ଦେଶରେ ଏବେ ଦୈନିକ ସଂକ୍ରମଣ ବଢିବାରେ ଲାଗିଛି। ଏଭଳି ସ୍ଥିତିରେ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ୬ରୁ ୧୨ ବର୍ଷ ପିଲାଙ୍କୁ କୋଭିଡ଼ ଟିକା ମିଳିବ। ତେବେ ପିଲାଙ୍କୁ ଭାରତ ବାୟୋଟିକ୍ ଦ୍ୱାରା ପ୍ରସ୍ତୁତ ‘କୋଭାକ୍ସିନ’ ଟିକା ଦେବାକୁ ଡିସିଜିଆଇ…
ଟୁଇଟର୍ର ମାଲିକ ହେଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି
ଓ୍ବାଶିଂଟନ୍,୨୬।୪: ଅନେକ ଦିନର ଚର୍ଚ୍ଚା ପରେ ଶେଷରେ ଟୁଇଟର୍ ଦୁନିଆର ମାଲିକାନା ହାସଲ କରିଛନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ। ଟୁଇଟର ଇଙ୍କ୍ ୪୪ ବିଲିୟନ ଡ଼ଲାରରେ ଟୁଇଟର୍କୁ ବିକ୍ରି କରିଛି। ଏ ବାବଦରେ କମ୍ପାନୀ ବୋର୍ଡ ଅନୁମୋଦନ…
ଜୈବିକ ସାର ଉତ୍ପାଦନରେ ରେକର୍ଡ ହ୍ରାସ
ନୂଆଦିଲ୍ଲୀ,୨୬।୪ ଭାରତ ୨୦୧୭-୧୮ ବର୍ଷରେ ୩୩୮.୭୨ ନିୟୁତ ଟନ୍ ଜୈବିକ ସାର ଉତ୍ପାଦନ କରିଥିବାବେଳେ ୨୦୨୦-୨୧ରେ ମାତ୍ର ୩.୮୮ ନିୟୁତ ଟନ୍ ଉତ୍ପାଦନ କରିଛି। ଜୈବିକ ତଥା ପ୍ରାକୃତିକ କୃଷିକୁ ପ୍ରାଧାନ୍ୟ ଦେଇ ଆଗେଇବାକୁ ହେଲେ ଦେଶବ୍ୟାପୀ ଏକ ଲକ୍ଷ୍ୟଭିତ୍ତିକ ମହତ୍ତ୍ୱାକାଂକ୍ଷୀ…
ସଂଘର୍ଷ କରି ହାରିଲା ଚେନ୍ନାଇ
ମୁମ୍ବାଇ,୨୫।୪: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍ରେ ସୋମବାର ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ୩୮ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସଂଘର୍ଷ କରି ୧୧ରନ୍ରେ ପରାସ୍ତ ହୋଇଛି। ଶେଷ ବଲ୍ରେ ୧୩ ରନ୍ ଆବଶ୍ୟକ ଥିବା ବେଳେ ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ରବୀନ୍ଦ୍ର ଜାଡେଜା…
୨୬ରୁ ୫ ଦିନ ସ୍କୁଲ୍ ଛୁଟି
ଭୁବନେଶ୍ୱର,୨୫।୪(ବ୍ୟୁରୋ): ରାଜ୍ୟର ସମସ୍ତ ସ୍କୁଲ୍ ମଙ୍ଗଳବାରଠାରୁ ୫ ଦିନ ଛୁଟି। ଏ ନେଇ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ କାଲିଠାରୁ ଆସନ୍ତା ୩୦ ପର୍ଯ୍ୟନ୍ତ ଛୁଟି ରହିବ। ପ୍ରବଳ ଗ୍ରୀଷ୍ମ…
ନିଷ୍ଠାର ସହ କାମ କରିବାକୁ ମେୟର, ପୌରାଧ୍ୟକ୍ଷଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୫ା୪(ବ୍ୟୁରୋ): ଲୋକସେବା ଭବନରେ ସୋମବାର ନବନିର୍ବାଚିତ ମେୟର ଏବଂ ପୌରାଧ୍ୟକ୍ଷମାନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ପୌର ଶାସନ ପ୍ରଣାଳୀ ଓ ଉନ୍ନୟନ ପଦ୍ଧତି’ ଶୀର୍ଷକ କର୍ମଶାଳାକୁ ଉଦଘାଟନ କରି ନିଜ ନିଜ ସହରରେ ନିଷ୍ଠାର ସହ କାମ କରିବାକୁ ମେୟର…
ଯୁଦ୍ଧର ହୃଦୟ ବିଦାରକ ତଥ୍ୟ, ୫୧ ଲକ୍ଷରୁ ଅଧିକ ଶରଣାର୍ଥୀ, ସୈନ୍ୟ-ସାଧାରଣ ଲୋକଙ୍କ ରକ୍ତରେ ଭିଜିଛି ମାଟି…
କ୍ୱିଭ୍/ମସ୍କୋ, ୨୫।୪ : ରୁଷିଆ ୟୁକ୍ରେନ୍ ଯୁଦ୍ଧ ଶେଷ ହେବାର ନା ଧରୁନି। ଯୁଦ୍ଧ ଯୋଗୁ ୟୁକ୍ରେନ୍ର ଲକ୍ଷ ଲକ୍ଷ ଲୋକ ଭିଟାମାଟି ଛାଡ଼ି ପଡୋଶୀ ଦେଶରେ ଶରଣାର୍ଥୀ ପାଲଟିଛନ୍ତି। ସେହିପରି ଉଭୟ ପକ୍ଷର ବହୁ କ୍ଷୟକ୍ଷତି ହୋଇଛି। ଉଭୟପକ୍ଷ ସୈନ୍ୟ…
ବିଦ୍ୟୁତ୍ କାଟ୍ ନ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର,୨୫ା୪(ବ୍ୟୁରୋ): ପ୍ରବଳ ତାତି ଓ ପିଲାଙ୍କ ପରୀକ୍ଷାକୁ ଦୃଷ୍ଟିରେ ରଖି ବିଜୁଳି ବିତରଣ କମ୍ପାନୀଗୁଡ଼ିକ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ବିଦ୍ୟୁତ୍ କାଟ୍ ସମସ୍ୟା ଦେଖାଦେଇଥିବା ବେଳେ…
ତେଲେଙ୍ଗାନାରେ ଓଡ଼ିଆ ଯବାନ ସହିଦ, ଗାଁରେ ପହଞ୍ଚିଲା ମରଶରୀର
ପାରଳାଖେମୁଣ୍ଡି,୨୫ା୪(ଡି.ଏନ୍.ଏ.): ତେଲେଙ୍ଗାନାରେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି। ବିଏସ୍ଏଫ୍ରେ କାର୍ଯ୍ୟରତ ଯବାନ ଏମ୍ ରାମରାଜୁଙ୍କ ସିକନ୍ଦରାବାଦର ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆଜି ତାଙ୍କ ମରଶରୀର ନିଜ ଗ୍ରାମ ଖରଶଣ୍ଡାରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।…
Archives


