ସ୍ଥିତି ଅଣାୟତ୍ତ, ଦୈନିକ ମୃତ୍ୟୁ ସଂଖ୍ୟା ହଜାରେ ଟପିଲା…

ନୂଆଦିଲ୍ଲୀ, ୨୬।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ହଜାର ୪୮୩ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ହଜାରେ ଟପିଛି। ଏହା ୧,୩୯୯ ରହିଛି। ଅପରପକ୍ଷରେ ସକ୍ରିୟ ମାମଲା କମିଛି। ଏହି ସମୟରେ ସକ୍ରିୟ ମାମଲା ୧୫ ହଜାର ଟପିଛି। ଏହା ୧୫ ହଜାର ୬୩୬ ରହିଛି। ସେହିପରି ୨୪ ଘଣ୍ଟାରେ ୧ ହଜାର ୯୭୦ ଜଣ ସୁସ୍ଥ ହୋଇଛନ୍ତି।

ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୩ ହଜାର ୬୨୨ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୦ ଲକ୍ଷ ୬୨ ହଜାର ୫୬୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୫ ଲକ୍ଷ ୨୩ ହଜାର ୩୧୧ ଜଣ ସୁସ୍ଥ ହୋଇ ସାରିଛନ୍ତି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ସର୍ବାଧିକ ୧,୦୧୧ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ସେହିପରି ହରିୟାଣାରେ ୪୭୦ ଜଣ, କେରଳରେ ୨୯୦ ଜଣ, ଉତ୍ତରପ୍ରଦେଶରେ ୨୧୦ ଜଣ ଏବଂ ମିଜୋରାମ୍‌ରେ ୧୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୮୮ କୋଟିରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୪୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୦ କୋଟି ୮୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଗଣା କରୋନା ଟେଷ୍ଟ କରିବାକୁ ନେଇ ଆସୁଛି କି ମେସେଜ୍‌.. ହୋଇଯାଆନ୍ତୁ ସାବଧାନ..

ନୂଆଦିଲ୍ଲୀ,୪।୮: ମହାମାରୀ କରୋନା ସଙ୍କଟ ସମୟରେ ବ୍ୟାଙ୍କ ଠକେଇର ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସମୟରେ ଠକମାନେ ଏକ ନୂଆ ଉପାୟ...

କେଜ୍‌ରିଓ୍ବାଲ୍‌ଙ୍କ ସଭାରେ ମୋଦି ମୋଦି ନାରା: ରାଗିକି ମୁଖ୍ୟମନ୍ତ୍ରୀ କହିଲେ…

ଅହମ୍ମଦାବାଦ,୨୧।୧୧: ଗୁଜରାଟ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ପ୍ରଚାର ଅଭିଯାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆମ ଆଦମୀ ପାର୍ଟିର ନିର୍ବାଚନ ପ୍ରଚାର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

ଅଭିନେତା ଜଗଦୀପଙ୍କ ପରଲୋକ

ମୁମ୍ବାଇ,୯।୭: ବଲିଉଡ୍‌ର ଜଣାଶୁଣା ଅଭିନେତା ଜଗଦୀପଙ୍କ ମୁମ୍ବାଇରେ ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ପୂର୍ବରୁ ସେ କର୍କଟ ରୋଗରେ ପୀଡ଼ିତ ଥିଲେ।...

ମୂର୍ତ୍ତିକାର କନୟି କୁହ୍ନିରମଣ ପ୍ରତ୍ୟାଖ୍ୟାନ କଲେ ରାଜ୍ୟ ସରକାରଙ୍କ ସବୋର୍ଚ୍ଚ ସମ୍ମାନ…

ଥିରୁଭାନନ୍ତପୁରମ୍‌,୧।୧୧ : ମୂର୍ତ୍ତିକାର କନୟି କୁହ୍ନିରମଣ କେରଳ ସରକାରଙ୍କ ସର୍ବୋଚ୍ଚ ସମ୍ମାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପଦ୍ମ ପୁରସ୍କାରରେ ସମ୍ମାନୀତ କୁହ୍ନିରମଣଙ୍କୁ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସରକାରଙ୍କ...

ପୂର୍ବତନ ଇସି କ୍ରିଷ୍ଣମୂର୍ତ୍ତିଙ୍କ ପରଲୋକ

ନୂଆଦିଲ୍ଲୀ, ୧୫।୪: ପୂର୍ବତନ ନିର୍ବାଚନ କମିଶନର (ଇସି) ଜି.ଭି.ଜି. କ୍ରିଷ୍ଣମୂର୍ତ୍ତିଙ୍କର ବୁଧବାର ପୂର୍ବାହ୍ନରେ ପରଲୋକ ହୋଇଯାଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ...

ଏଥର ପଶ୍ଚିମବଙ୍ଗରେ ନୁହେଁ, ଦିଲ୍ଲୀରେ ହେବ ପରିବର୍ତ୍ତନ: ମମତା

ସିଲିଗୁଡି,୭।୩: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ‘ପଦଯାତ୍ରା’ ଆୟୋଜନ କରି ଇନ୍ଧନ ମୂଲ୍ୟ ବୃଦ୍ଧିକୁ ବିରୋଧ କରିଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ବନିହାଲରେ ଅଟକିଲା ଭାରତ ଯୋଡୋ ଯାତ୍ରା

ଶ୍ରୀନଗର,୨୭।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ଜମ୍ମୁ-କଶ୍ମୀରର ବନିହାଲରେ ପହଞ୍ଚିିଛି। ସେଠାରେ ପହଞ୍ଚିବା ପରେ ଏହି ଯାତ୍ରାକୁ ଅଟକାଇ ଦିଆଯାଇଛି।...

ହିଜାବ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୬ା୭: ଇସ୍‌ଲାମରେ ହିଜାବ ପରିଧାନ ଜରୁରୀ ନୁହେଁ ବୋଲି କର୍ନାଟକ ହାଇକୋର୍ଟ ରାୟକୁ ଚ୍ୟାଲେଞ୍ଜ କରି ହୋଇଥିବା କେତେକ ଛାତ୍ରୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ...

Advertisement
Archives

Model This Week