ଟୁଇଟର୍‌ର ମାଲିକ ହେଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି

ଓ୍ବାଶିଂଟନ୍‌,୨୬।୪: ଅନେକ ଦିନର ଚର୍ଚ୍ଚା ପରେ ଶେଷରେ ଟୁଇଟର୍‌ ଦୁନିଆର ମାଲିକାନା ହାସଲ କରିଛନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ। ଟୁଇଟର ଇଙ୍କ୍‌ ୪୪ ବିଲିୟନ ଡ଼ଲାରରେ ଟୁଇଟର୍‌କୁ ବିକ୍ରି କରିଛି। ଏ ବାବଦରେ କମ୍ପାନୀ ବୋର୍ଡ ଅନୁମୋଦନ ଦେଇଛି। ସେହି ଅନୁଯାୟୀ, ମସ୍କଙ୍କୁ ଟୁଇଟର୍‌ର ଶେୟାର ପିଛା ୫୪.୨୦ ଡଲାର ମୂଲ୍ୟ ଦେବାକୁ ପଡିବ। ଟୁଇଟର୍‌ର ସ୍ବାଧୀନ ବୋର୍ଡର ଚେୟାରମ୍ୟାନ ବ୍ରେଟ ଟେଲର ସୋମବାର ରାତି ୧୨ଟା ପରେ ଏକ ପ୍ରେସ ବିଜ୍ଞପ୍ତିରେ ମସ୍କ ସହିତ ହୋଇଥିବା ଡିଲ ବିଷୟରେ ସୂଚନା ଦେଇଛନ୍ତି। ଏହି ଡିଲ ୨୧୭ ନିୟୁତ ୟୁଜର୍ସ ସହିତ ଟେସଲା କମ୍ପାନୀର ସିଇଓ ମସ୍କଙ୍କୁ ମାଲିକାନା ପ୍ରଦାନ କରିଛି।
ଏହି ଡିଲ ଘୋଷଣା କରି ଏଲନ ମସ୍କ କହିଛନ୍ତି, ସ୍ବାଧୀନତା ହେଉଛି କାର୍ଯ୍ୟ କରୁଥିବା ଗଣତନ୍ତ୍ରର ମୂଳଦୁଆ। ଟୁଇଟର୍‌ ହେଉଛି ଡିଜିଟାଲ ଟାଉନ ସ୍କୋୟାର, ଯେଉଁଠାରେ ମାନବିକତାର ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଷୟ ବିତର୍କ ହେଉଛି। ମୁଁ ଉତ୍ପାଦରେ ନୂତନ ବୈଶିଷ୍ଟ୍ୟ ଯୋଗ କରି ଟୁଇଟରକୁ ପୂର୍ବାପେକ୍ଷା ଉନ୍ନତ କରିବାକୁ ଚାହୁଁଛି। ଟୁଇଟର୍‌ରେ ବହୁ ସମ୍ଭାବନା ରହିଛି। ମୁଁ କମ୍ପାନୀ ଏବଂ ଏହାର ୟୁଜର୍ସ ସମୁଦାୟ ସହିତ କାମ କରିବାକୁ ଉତ୍ସୁକତାର ସହ ଅପେକ୍ଷା କରିଛି।
ନିଜ ଉଦ୍ୟମରେ ଟୁଇଟର୍‌କୁ କିଣିବା ଲାଗି କିଛି ଦିନ ହେଲାଣି ମସ୍କ ଜୋରଦାର ଉଦ୍ୟମ କରୁଥିଲେ। ପୂର୍ବରୁ ମଧ୍ୟ ସେ କମ୍ପାନୀର ଦ୍ୱିତୀୟ ବଡ଼ ଅଂଶଧନକାରୀ ଥିଲେ। ଚଳିତ ମାସ ୧୪ ତାରିଖରେ ଟୁଇଟର୍‌ କିଣିବା ପାଇଁ ପ୍ରଥମ ପ୍ରସ୍ତାବ ଦେଇଥିଲେ। ସେ କମ୍ପାନୀର କିଛି ଅଂଶଧନକାରୀଙ୍କୁ ଭେଟି ଆଲୋଚନା ମଧ୍ୟ କରିଥିଲେ। ଶେଷରେ ସେ ଏଥିରେ ସଫଳ ହୋଇଛନ୍ତି। ମସ୍କ ହେଉଛନ୍ତି ଟୁଇଟର୍‌ର ଜଣେ ଅତ୍ୟନ୍ତ ସକ୍ରିୟ ୟୁଜର୍ସ। ବିଭିନ୍ନ ପ୍ରସଙ୍ଗରେ ସେ ଟୁଇଟ କରି ମତ ଦିଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅତି ଜରୁରୀ ନ ଥିଲେ ଯାତ୍ରା କରନ୍ତୁ ନାହିଁ

ଆବୁଧାବି,୨୦।୪: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ରେ ଭୟଙ୍କର ବନ୍ୟା ମଧ୍ୟରେ ଫସିରହିଥିବା ଭାରତୀୟଙ୍କ ପାଇଁ ନୂଆ ଆଡ୍‌ଭାଇଜରି ଜାରି ହୋଇଛି। ଦୁବାଇରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ...

ଇରାନରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ଦୁବାଇ,୨୦ା୪: ଇରାନ୍‌ ଉପରେ ଇସ୍ରାଏଲୀ ସେନା ଶୁକ୍ରବାର ମିଶାଇଲ୍‌ ଆକ୍ରମଣ କରିଥିବା ଆମେରିକାର ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି। ଇରାକ୍‌ ଓ ସିରିଆରେ...

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri