ସଂଘର୍ଷ କରି ହାରିଲା ଚେନ୍ନାଇ

ମୁମ୍ବାଇ,୨୫।୪: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ସୋମବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୩୮ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସଂଘର୍ଷ କରି ୧୧ରନ୍‌ରେ ପରାସ୍ତ ହୋଇଛି। ଶେଷ ବଲ୍‌ରେ ୧୩ ରନ୍‌ ଆବଶ୍ୟକ ଥିବା ବେଳେ ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ରବୀନ୍ଦ୍ର ଜାଡେଜା ୨ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ପଞ୍ଜାବ ୨୦ ଓଭରରେ ୪ ଉଇକେଟ ହରାଇ ୧୮୭ ରନ କରିଥିବା ବେଳେ ଚେନ୍ନାଇ ୨୦ ଓଭରରେ ୭ ଉଇକେଟ ହରାଇ ୧୭୬ ରନ କରି ପାରିଥିଲା। ଚେନ୍ନାଇ ପକ୍ଷରୁ ଅମ୍ବାତି ରାୟୁଡ଼ୁ ଏକାକୀ ଲଢ଼ି ୩୯ ବଲ୍‌ରୁ ୭୮ (୭ ଚୌକା, ୬ ଛକା) ରନ କରିଥିଲେ ହେଁ ଅନ୍ୟ ଖେଳାଳିଙ୍କ ବିଫଳତା ଦଳପାଇଁ ମହଙ୍ଗା ପଡ଼ିଲା। ଋତୁରାଜ ଗାଏକ୍ୱାର୍ଡ ୩୦ ରନ କରିଥିଲେ। ପଞ୍ଜାବ କିଙ୍ଗ୍ସ ୮ ମ୍ୟାଚରୁ ୪ର୍ଥ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ଚେନ୍ନାଇ ୮ ମ୍ୟାଚରୁ ୬ଷ୍ଠ ପରାଜୟ ବରଣ କରିଛି।
ଚଳିତ ସିଜନରେ ଚାଲି ଆସିଥିବା ଟ୍ରେଣ୍ଡକୁ ବଜାୟ ରଖି ଚେନ୍ନାଇ ଅଧିନାୟକ ରବୀନ୍ଦ୍ର ଜାଡେଜା ଟସ୍‌ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ପଞ୍ଜାବ ଭଲ ଆରମ୍ଭ କରିଥିଲେ ହେଁ ଅଧିନାୟକ ମୟଙ୍କ ଅଗ୍ରଓ୍ବାଲ ମାତ୍ର ୧୮ ରନକରି ପ୍ୟାଭିଲିୟନ ଫେରିବାରୁ ଦଳ ୩୭ ରନରେ ପ୍ରଥମ ଉଇକେଟ ହରାଇଥିଲା। ତେବେ ଶିଖର ଧାଓ୍ବନ ଓ ଭାନୁକା ରାଜପାକ୍ସା ଦ୍ୱିତୀୟ ଉଇକେଟରେ ଶତକୀୟ ଭାଗୀଦାରି ଗଢ଼ି ଦଳକୁ ବଡ଼ ସ୍କୋର ଦିଗରେ ଅଗ୍ରସର କରାଇଥିଲେ। ଦ୍ୱିତୀୟ ଉଇକେଟ ଯୋଡ଼ିରେ ୭୧ ବଲ୍‌ରୁ ୧୧୦ ରନ ଯୋଗ ହେବାପରେ ପାର୍ଟନରଶିପ୍‌ ଭାଙ୍ଗିଥିଲା। ରାଜପାକ୍ସା ୩୨ ବଲ୍‌ରୁ ୨ଟି ଲେଖାଏ ଚୌକା ଓ ଛକା ସହାୟତାରେ ୪୨ ରନକରି ଆଉଟ ହୋଇଥିଲେ। ଧାଓ୍ବନ ୮୮ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ୫୯ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଧାଓ୍ବନ ନିଜ ଇନିଂସ ମଧ୍ୟରେ ୯ ଚୌକା ଓ ୨ ଛକା ମାରିଥିଲେ।
ସଂକ୍ଷିପ୍ତ ସ୍କୋର
ପଞ୍ଜାବ କିଙ୍ଗ୍ସ ୨୦ ଓଭରରେ ୧୮୭/୪ (ଶିଖର ଧାଓ୍ବନ-୮୮*, ଭାନୁକା ରାଜପାକ୍ସା-୪୨, ଡ୍ବେନ ବ୍ରାଭୋ-୨/୪୨, ମହେଶ ଥିକସାନା-୧/୩୨)। ଚେନ୍ନାଇ ସୁପର କିଙ୍ଗ୍ସ ୨୦ ଓଭରରେ ୧୭୬/୬ (ଅମ୍ବାତି ରାୟୁଡ଼ୁ-୭୮, ଋତୁରାଜ ଗାଏକ୍ୱାଡ-୩୦, କାଗିଶୋ ରାବାଡ଼ା-୨/୨୩, ରିଷି ଧାଓ୍ବନ-୨/୩୯, ଅର୍ଶଦୀପ ସିଂ-୧/୨୩, ସନ୍ଦିପ ଶର୍ମା-୧/୪୦)।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମହଙ୍ଗା ବୋଲରଙ୍କୁ ଘାରିଛି କୋହଲି ଭୟ: ଆଇପିଏଲ ଇତିହାସରେ ପ୍ରଥମଥର ହେବ ସାମ୍ନା

ବେଙ୍ଗାଲୁରୁ,୨୯।୩: ଆଇପିଏଲ ୨୦୨୪ର ଦଶମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ। ଆରସିବି ଚଳିତ ସିଜନରେ ଏପର୍ଯ୍ୟନ୍ତ ଦୁଇଟି...

ରାଗିଯାଇ କାନ୍ଥରେ ବ୍ୟାଟ୍‌ ପିଟିଦେଲେ ରିଷଭ ପନ୍ତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୯।୩; ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ପରାସ୍ତ କରିଛି। ଏହିପରି...

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

ଲାଟିନ୍‌ ଆମେରିକା ଲିଗ୍‌ରେ ବିଜୟ ପ୍ରଥମ ଭାରତୀୟ

ଚେନ୍ନାଇ,୨୮ା୩(ପି.ଟି.):ଡିଫେଣ୍ଡର ବିଜୟ ଛେତ୍ରୀ ପ୍ରଥମ ଭାରତୀୟ ଖେଳାଳି ଭାବରେ ଏକ ଲାଟିନ୍‌ ଆମେରିକୀୟ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଉରୁଗୁଏର କ୍ଲବ କଲୋନା ଏଫ୍‌ସି ସହିତ...

ଭାରତୀୟ ହକି ଦଳକୁ ଓସ୍‌ଜାର ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’

ଭୁବନେଶ୍ବର, ୨୯ା୩ (ବିଜୟ ରଣା):ଭାରତୀୟ ପୁରୁଷ ହକି ଦଳକୁ ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓ ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା)। ଗୁରୁବାର ସଂଧ୍ୟାରେ...

ଏହି କ୍ରିକେଟର୍‌ଙ୍କୁ ଚପଲରେ ପିଟିବାକୁ ଚାହୁଁଛନ୍ତି ଯୁବରାଜ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୯।୩: ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ବିସ୍ଫୋରକ ଇନିଂସ ଜରିଆରେ ଅଭିଷେକ ଶର୍ମା ଚର୍ଚ୍ଚାକୁ ଆସିଛନ୍ତି। ସେ ମାତ୍ର ୧୬...

୩ ଦିନ ହେବ ପେନ୍‌କିଲର ନେଉଥିବା ଖେଳାଳି ପଡିଆରେ ସାଜିଲେ ବିଜୟର ହିରୋ

ନୂଆଦିଲ୍ଲୀ,୨୯।୩: ଚଳିତ ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପଟାଲ୍ସକୁ ପରାସ୍ତ କରିଛି। ସଞ୍ଜୁ ସାମସନଙ୍କ ଦଳର ବିଜୟର ରିୟାନ ପରାଗ ଥିଲେ। ସେ...

ଆଇପିଏଲ୍‌ ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୨୯।୩: ଦିଲ୍ଲୀ କ୍ୟାପଟାଲ୍ସ ବିପକ୍ଷରେ ରିୟାନ ପରାଗ ଏକ ଚମତ୍କାର ଇନିଂସ ଖେଳିଥିଲେ। ରିୟାନ ପାରାଗ ୪୫ ବଲରେ ୮୪ ରନ ସଂଗ୍ରହ କରିଥିଲେ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri