ତେଲେଙ୍ଗାନାରେ ଓଡ଼ିଆ ଯବାନ ସହିଦ, ଗାଁରେ ପହଞ୍ଚିଲା ମରଶରୀର

ପାରଳାଖେମୁଣ୍ଡି,୨୫ା୪(ଡି.ଏନ୍‌.ଏ.): ତେଲେଙ୍ଗାନାରେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି। ବିଏସ୍‌ଏଫ୍‌ରେ କାର୍ଯ୍ୟରତ ଯବାନ ଏମ୍‌ ରାମରାଜୁଙ୍କ ସିକନ୍ଦରାବାଦର ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆଜି ତାଙ୍କ ମରଶରୀର ନିଜ ଗ୍ରାମ ଖରଶଣ୍ଡାରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଗୁରାଣ୍ଡି ଥାନା ଖରଶଣ୍ଡା ଗ୍ରାମର ଏମ୍‌ ରାମରାଜୁ ରାୟଗଡା ବିଏସ୍‌ଏଫ୍‌ କ୍ୟାମ୍ପରେ କାର୍ଯ୍ୟରତ ଥାଇ ଗତ ୨୦୧୭ ମସିହାରୁ ସିକନ୍ଦରାବାଦର ଏକ ଗବେଷଣା କେନ୍ଦ୍ରରେ ଡେପୁଟେଶନରେ ନିୟୋଜିତ ହୋଇଥିଲେ। ଗତ ୨୩ ତାରିଖରେ କାର୍ଯ୍ୟରୁ ଫେରିବା ସମୟରେ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡ଼ି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ।

ତେଲେଙ୍ଗାନା ପୋଲିସ ଏନେଇ ତଦନ୍ତ ଜାରି ରଖିଛି । ତାଙ୍କ ମର ଶରୀର ଗାଁ ନିକଟରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ପରିକ୍ରମା କରି ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ସେହି ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି। ଦେଶର କୋଣ ଅନୁକୋଣରେ ବିଭିନ୍ନ ବିଭାଗରେ ଗାଁର ୬୦ରୁ ଅଧିକ ଯୁବକ ଯବାନ ଭାବରେ କାର୍ଯ୍ୟ କରୁଥିବା ବେଳେ ଏଭଳି ଦୁଃଖଦ ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସାଙ୍ଗକୁ କାନ୍ଦ ବୋବାଳିରେ ଫାଟି ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଙ୍କଡ଼ା ପଥର ଚୋରାଚାଲାଣ

ଖୋର୍ଦ୍ଧା ଅଫିସ,୨୧ା୩: ଖୋର୍ଦ୍ଧାରେ ବେଆଇନ ଲଘୁ ଖଣିଜ ଚୋରାଚାଲାଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଧରପଗଡ ଜୋରଦାର କରାଯାଇଛି। ପ୍ରଶାସନ ଏବଂ ପୋଲିସ ପକ୍ଷରୁ ଗଠିତ...

ଦୁର୍ଘଟଣା ପରେ ଦୁନିଆ ଅନ୍ଧାର

ପରଜଙ୍ଗ, ୩୧।୧(ଡି.ଏନ୍‌.ଏ.) ସ୍ବଳ୍ପ ରୋଜଗାରରେ ବେଶି ବଳକା ନ ହେଲେ ବି ସୁରୁଖୁରୁରେ ଚଳିଯାଉଥିଲା ପରିବାର। ହେଲେ ଦୁର୍ଘଟଣାରେ ଘରର ରୋଜଗାରିଆ ପୁଅର ୨ ଗୋଡ଼...

ଭୋଟ ଦେଲେ କଂଗ୍ରେସ ପ୍ରାର୍ଥୀ ଦିଲୀପ

ବରଗଡ଼ ଅଫିସ/ବିଜେପୁର,୨୧।୧୦(ଡି.ଏନ୍‌.ଏ.) : ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ଏଥର ଦିଲୀପ କୁମାର ପଣ୍ଡା ପ୍ରଥମଥର ପାଇଁ ବିଧାନସଭା ନିିର୍ବାଚନକୁ ଓହ୍ଲାଇଛନ୍ତି।...

କେନ୍ଦୁଝରରେ ଜଣେ ସୁସ୍ଥ ହୋଇ ଫେରିଲେ

କେନ୍ଦୁଝର,୧୪।୫(ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରଥମ ପଜିଟିଭ ଚିହ୍ନଟ ରୋଗୀ ସୁସ୍ଥ ହୋଇ ଗୁରୁବାର ଘରକୁ ଫେରିଛନ୍ତି। ଫଳରେ ଜିଲାରେ ଦେଖାଦେଇଥିବା...

ସିମୁଳିଆରେ ଜମୁଛି ପୂଜା

ସିମୁଳିଆ, ୭।୧୦ (ଡି.ଏନ.ଏ.)- ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ୫ଟି ମଣ୍ଡପରେ ଶାରଦୀୟ ଦୁର୍ଗା ପୂଜା ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହେଉଛି। ବିଭିନ୍ନ ସ୍ଥାନରେ...

ଦେବାଳିଆ ହେଉଛି ଗ୍ରୀଡ୍‌କୋ

ଭୁବନେଶ୍ୱର, ୬।୧୨ (ବ୍ୟୁରୋ):ରାଜ୍ୟର ବିଦ୍ୟୁତ୍‌ ଭିତ୍ତିଭୂମି ଅତ୍ୟନ୍ତ ଦୟନୀୟ ଅବସ୍ଥା ଦେଇ ଗତି କରୁଛି। ଋଣଭାର ସାଙ୍ଗକୁ ବିଦ୍ୟୁତ୍‌ ସଙ୍କଟ ସମଗ୍ର ବ୍ୟବସ୍ଥାକୁ ଦୋହଲାଇ ଦେଲାଣି।...

ସାମୁଦ୍ରିକ ଝଡ଼ ସତର୍କତା: ଜିଲାର ୬୪ ଗ୍ରାମର ଅଧିବାସୀ ସ୍ଥାନାନ୍ତର ହେବେ

କେନ୍ଦ୍ରାପଡ଼ା ଅଫିସ, ୧୮ା୫: ସାମୁଦ୍ରିକ ଝଡ ଅମ୍ଫନ୍‌କୁ ନେଇ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ତତ୍ପର ହୋଇଉଠିଛି। ଜିଲାର ୬୪ଟି ସୁନାମି ପ୍ରବଣ ଗ୍ରାମର ଅଧିବାସୀଙ୍କୁ ସ୍ଥାନାନ୍ତର...

ଡାକ୍ତରଖାନାରେ ପିସିସି ସଭାପତି

ଭୁବନେଶ୍ୱର, ୮ା୩(ବ୍ୟୁରୋ): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଙ୍ଗଳବାର ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ତାଙ୍କ...

Advertisement
Archives

Model This Week