Home Middle

ପ୍ରଧାନମନ୍ତ୍ରୀ ପଦ ପାଇଁ ମୋଦିଙ୍କୁ ଟକ୍କର ଦେଉଛନ୍ତି ରାହୁଲ: ମୋଦି ୪୩ ପ୍ରତିଶତଙ୍କ ପସନ୍ଦ, ରାହୁଲଙ୍କୁ ୩୪ ପ୍ରତିଶତ…

ନୂଆଦିଲ୍ଲୀ,୨୪।୫ : ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ପ୍ରାୟ ୧୯ ଟି ରାଜ୍ୟରେ ପ୍ରଧାନମନ୍ତ୍ରୀ ପଦବୀ ନେଇ ଏକ ସର୍ଭେ କରାଯାଇଥିଲା। ଏହି ସର୍ଭେ ଉଭୟ ଭାଜପା ଏବଂ କଂଗ୍ରେସ ପାଇଁ ଏକ ଖୁସି ଖବର। ବାସ୍ତବରେ ଏହି ସର୍ଭେରେ ପ୍ରଧାନମନ୍ତ୍ରୀ…

ବାଇଡେନଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ ଏହି ଭାରତୀୟ ବଂଶୋଭବ

ଓ୍ବାଶିଂଟନ,୨୪ା୫: ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତିଙ୍କୁ ହତ୍ୟା କରିବା ପାଇଁ ଏକ ଷଡ଼ଯନ୍ତ୍ର କରାଯାଇଥିଲା। ଜଣେ ଭାରତୀୟ ବଂଶୋଭବ ହ୍ବାଇଟ୍‌ ହାଉସ୍‌ ଭିତରକୁ ଯାଇ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। କ୍ଷମତାକୁ ନେବା…

ପାକିସ୍ତାନର ପର୍ଦ୍ଦାଫାଶ କଲା ଆରଟିଆଇ: ଦଣ୍ଡାଦେଶ ଶେଷ ପରେ ୫୦୦ ଭାରତୀୟ ପାକିସ୍ତାନ ଜେଲରେ ବନ୍ଦୀ…

ନୂଆଦିଲ୍ଲୀ,୨୪।୫ : ପାକିସ୍ତାନୀ ସାମୁଦ୍ରିକ ସୀମାରେ ବେଆଇନ ମାଛ ଧରିବା ଅଭିଯୋଗରେ କରାଚିର ଏକ ଜେଲରେ ଥିବା ୧୯୮ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କ ଏକ ଦଳ ମେ ୧୩ରେ ୱାଘା ସୀମାରେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା। ପ୍ରକାଶ ଥାଉକି, ସୂଚନା…

ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ନୁହେଁ ଲୋକସଭା ବାଚସ୍ପତି କରନ୍ତୁ ସଂସଦ ଭବନର ଉଦଘାଟନ: ଓୱାଇସି…

ନୂଆଦିଲ୍ଲୀ,୨୪।୫ : ନୂତନ ସଂସଦ ଭବନର ଉଦଘାଟନକୁ ନେଇ ରାଜନୈତିକ ଉତ୍ତେଜନା ମଧ୍ୟରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଏକ ନୂଆ ପରାମର୍ଶ ଦେଇଛନ୍ତି। ଓୱାଇସି କହିଛନ୍ତି ଉଭୟ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ନୂତନ ସଂସଦ ଗୃହର ଉଦଘାଟନ କରିବା ଉଚିତ…

ସଂସଦ ଅହଂକାରର ଇଟାରେ ନୁହେଁ, ସାମ୍ବିଧାନିକ ମୂଲ୍ୟବୋଧରେ ନିର୍ମିତ ହେବା ଜରୁରୀ,ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପ୍ରତି ଅପମାନ: ରାହୁଲ…

ନୂଆଦିଲ୍ଲୀ,୨୪।୫ : ୨୮ ମେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନୂତନ ସଂସଦ ଭବନର ଉଦଘାଟନ ନେଇ ବିରୋଧୀ ଦଳଙ୍କ ପକ୍ଷରୁ ଲଗାତାର ସମାଲୋଚନା ଜାରି ରହିଛି। କଂଗ୍ରେସ, ଟିଏମସି, ଏଏପି ସମେତ ୧୯ଟି ବିରୋଧୀ ଦଳ ବୁଧବାର ଉଦଘାଟନ ଉତ୍ସବକୁ…

ଆଜମ ଖାନ ଦୋଷମୁକ୍ତ…

ରାମପୁର,୨୪।୫ : ସମାଜବାଦି ପାର୍ଟିର ନେତା ତଥା ପୂର୍ବତନ ବିଧାୟକ ଆଜମ ଖାନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ବୁଧବାର ନିମ୍ନ ଅଦାଲତ ଘୃଣା ଭାଷଣ ମାମଲାରେ ତାଙ୍କ ଉପରେ ହୋଇଥିବା ଦଣ୍ଡାଦେଶ ଆଦେଶକୁ ଖାରଜ କରିଛନ୍ତି। ଘୃଣା ଭାଷଣ ମାମଲା,…

ରାଷ୍ଟ୍ରପତି ସଂସଦର ଅବିଚ୍ଛେଦ୍ୟ ଅଙ୍ଗ, ତାଙ୍କ ପ୍ରତି ଅପମାନ ଗଣତନ୍ତ୍ର ଉପରେ ପ୍ରତ୍ୟକ୍ଷ ଆକ୍ରମଣ: ବିରୋଧୀ…

ନୂଆଦିଲ୍ଲୀ,୨୪।୫ : ଦେଶର ନୂତନ ସଂସଦ ଭବନକୁ ଚଳିତ ମାସ ୨୮ ତାରିଖ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ। କିନ୍ତୁ ଏହାପୂର୍ବରୁ ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଛି। ବୁଧବାର ୧୯ ଟି ବିରୋଧୀ ଦଳ ମିଳିତ ବିବୃତ୍ତି ଜାରି…

ଶିନ୍ଦେଙ୍କ କ୍ୟାବିନେଟର ସମ୍ପ୍ରସାରଣ ନେଇ ଚର୍ଚ୍ଚା: ଆଶାୟୀଙ୍କ ସଂଖ୍ୟା ବଢ଼ିଚାଲିଛି…

ମୁମ୍ବାଇ,୨୪।୫ : ସୁପ୍ରିମକୋର୍ଟଙ୍କ ରାୟ ପରେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ସରକାରଙ୍କ କ୍ୟାବିନେଟର ସମ୍ପ୍ରସାରଣ ନେଇ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ପଟେ ଶିନ୍ଦେ ପୂର୍ବପରି ସମ୍ପ୍ରସାରଣ ଖବରକୁ ନିଶ୍ଚିତ କରିଛନ୍ତି। ଅନ୍ୟପକ୍ଷରେ, ଆଶାୟୀମାନେ…

ଋଣ ପରିଶୋଧ ନ କରିଥିବା ଯାନବାହନ ଜବତ କରିବା ଭୁଲ: ପାଟନା ହାଇକୋର୍ଟଙ୍କ ବଡ ନିଷ୍ପତ୍ତି …

ପାଟନା,୨୪।୫ : ପାଟନା ହାଇକୋର୍ଟ କହିଛନ୍ତି ଋଣ ଡିଫଲ୍ଟ ମାଲିକଙ୍କଠାରୁ ଯାନବାହନ ଜବତ କରିବା ଭୁଲ ଅଟେ। ଏହା ସମ୍ବିଧାନ ଦ୍ୱାରା ନିଶ୍ଚିତ ଜୀବନ ଏବଂ ଜୀବିକା ପାଇଁ ମୌଳିକ ଅଧିକାରର ଚରମ ଉଲ୍ଲଂଘନ । ଏଭଳି ଧମକପୂର୍ଣ୍ଣ କାର୍ଯ୍ୟ ବିରୋଧରେ…

୪ ମାସରେ ସଡ଼କ ଦୁର୍ଘଟଣାରେ ୫ ହଜାରଙ୍କ ମୃତ୍ୟୁ: ମହାରାଷ୍ଟ୍ର ପୋଲିସ…

ନୂଆଦିଲ୍ଲୀ,୨୪।୫ : ସଡ଼କ ଦୁର୍ଘଟଣା ସମ୍ପର୍କିତ ପରିସଂଖ୍ୟାନ ରିପୋର୍ଟକୁ ମହାରାଷ୍ଟ୍ର ପୋଲିସ ଶେୟାର କରିଛି। ଏହି ରିପୋର୍ଟରେ ସଡକ ଦୁର୍ଘଟଣାର ମୃତ୍ୟୁ ଏବଂ ଆହତଙ୍କ ସୂଚନା ରହିଛି। ମହାରାଷ୍ଟ୍ର ପୋଲିସ କହିଛି ୨୦୨୨ ମସିହାରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ୧୫ ହଜାରରୁ…

ନୂଆ ସଂସଦ ଭବନ ମୋଦିଙ୍କ ଦୂରଦର୍ଶିତାର ପ୍ରମାଣ: ଅମିତ ଶାହା

ନୂଆଦିଲ୍ଲୀ,୨୪।୫: ନୂଆ ସଂସଦ ଭବନ ଉଦଘାଟନକୁ ନେଇ ଏବେ ସମସ୍ତ ବିରୋଧୀ ଦଳ ଏକାଠି ହୋଇଥିବା ଦେଖାଯାଇଛି। ଏବେ ଏହାକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ପ୍ରେସ କନଫରେନ୍ସରେ କହିଛନ୍ତି, ନୂଆ ସଂସଦ ଭବନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ତମାଖୁ-ଗୁଟଖା ଉପରେ ପ୍ରତିବନ୍ଧକ: ତାମିଲନାଡୁରେ ବର୍ଷେ ବଢ଼ିଲା ସମୟ ସୀମା…

ଚେନ୍ନାଇ,୨୪।୫ : ତାମିଲନାଡୁର ତମାଖୁ-ଗୁଟଖା ବ୍ୟବହାରକାରୀମାନଙ୍କୁ ପୁଣି ଥରେ ଝଟକା ଲାଗିଛି। ଉତ୍ପାଦନ ଏବଂ ପରିବହନ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ଖାଦ୍ୟ ସୁରକ୍ଷା କମିଶନର ଏହି ସୂଚନା ଦେଇଛନ୍ତି। ଖାଦ୍ୟ ସୁରକ୍ଷା କମିଶନର ସୂଚନା ଦେଇଛନ୍ତି ଗୁଟଖା ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri