ଦୁର୍ଲଭ ପ୍ରଜାତିର ୬,୮୫୦ଜୀବନ୍ତ କଇଁଛ ଜବତ,୨ଗିରଫ
ଚେନ୍ନାଇ,୨୪।୬:ତାମିଲନାଡୁର ତିରୁଚି ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଲଭ ପ୍ରଜାତିର କଇଁଛ ନେଇଯାଉଥିବାବେଳେ ଦୁଇ ଜଣଙ୍କୁ ଗିରଫ କରି ପୋଲିସ। କଷ୍ଟମ ଏୟାର ଇଣ୍ଟେଲିଜେନ୍ସ ୟୁନିଟର ଅଧିକାରୀମାନେ ୬,୮୫୦ ଜୀବନ୍ତ ରେଡ୍ ଇୟର ସ୍ଲାଇଡର୍ ନାମକ ପ୍ରଜାତିର କଇଁଛକୁ ଅଭିଯୁକ୍ତଙ୍କ ଠାରୁ ଜବତ କରିଛନ୍ତି।…
ଆସମରେ ଭୟଙ୍କର ବନ୍ୟା: ପାଣି ଘେରରେ ୫ଲକ୍ଷ ଲୋକ
ଦିସପୁର,୨୪।୬: ଆସାମରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ନେଇଛି। ଅବିଶ୍ରାନ୍ତ ବର୍ଷ ଯୋଗୁ ଚାରିଆଡ ଜଳମଗ୍ନ ହୋଇ ରହିଛି। ବନ୍ୟା ଯୋଗୁ ୫ଲକ୍ଷ ଲୋକ ପାଣି ଘେରରେ ଅଛନ୍ତି। ତେବେ ଏପରି ସଙ୍ଗୀନ ପରିସ୍ଥତିରେ ଆସାମର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା…
ଏଣିକି ସରକାରୀ କାର୍ଯ୍ୟଳୟରେ ବାୟୋମେଟ୍ରିକ ବାଧ୍ୟତାମୂଳକ
ନୂଆଦିଲ୍ଲୀ,୨୪।୬:ଏବେ ସରକାରୀ କାର୍ଯ୍ୟଳୟରେ ବାୟୋମେଟ୍ରିକ ହେବ ବାଧ୍ୟତାମୂଳକ। ଏନେଇ ସବୁ ସରକାରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଉପସ୍ଥିତିରେ ଅବହେଳା ଅଭିଯୋଗ ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ସମ୍ପ୍ରତି ସମୀକ୍ଷା ବୈଠକରେ ଜଣାପଡିଛି ଯେ, ଯେଉଁ…
ତାଇଓ୍ବାନ ଅଞ୍ଚଳରେ ଚାଇନା ଯୁଦ୍ଧବିମାନର ଅନୁପ୍ରବେଶ
ତାଇପେଇ,୨୪।୬: ଚାଇନା ତା’ର ବିସ୍ତାରବାଦୀ ଏବଂ ଏକଛତ୍ରବାଦୀ ନୀତିକୁ ଛାଡି ପାରୁନାହିଁ। ଏବେ ପୁଣି ଥରେ ଚାଇନାର ଯୁଦ୍ଧ ବିମାନ ତାଇୱାନ ଷ୍ଟ୍ରାଇଟର ରେଖା ଅତିକ୍ରମ କରିଛି। ଦ୍ୱୀପର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ, ଶନିବାର ଆଠଟି ଚାଇନା ଯୁଦ୍ଧ…
ବିସିସିଆଇର ବଡ଼ ନିଷ୍ପତ୍ତି: ଏଥର ଉଭୟ ପୁରୁଷ-ମହିଳା ଦଳ ଏସିଆନ ଗେମ୍ସରେ ହେବେ ସାମିଲ
ନୂଆଦିଲ୍ଲୀ,୨୪।୬: ଚଳିତ ବର୍ଷ ଶେଷରେ ଚାଇନାର ହାଙ୍ଗଜୋରେ ଏସିଆନ ଗେମ୍ସ ୨୦୨୩ ଆୟୋଜିତ ହେବ। ବର୍ତ୍ତମାନ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ଏ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି। ବିସିସିଆଇ ଏଥର ଉଭୟ ପୁରୁଷ ଏବଂ ମହିଳା ଦଳ…
ରୁଷିଆରେ ଗୃହ ଯୁଦ୍ଧ ଆଶଙ୍କା
ମସ୍କୋ,୨୪।୬: ୟୁକ୍ରେନ ଯୁଦ୍ଧରେ ଫସି ରହିଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଅସୁବିଧା ଆହୁରି ବଢିବାରେ ଲାଗିଛି। ରୁଷିଆର ୱାଗନର୍ ଗ୍ରୁପର ମୁଖ୍ୟ ୟେଭେଗେନି ପ୍ରିଗୋଜିନ ପ୍ରତିରକ୍ଷା ମନ୍ତ୍ରଣାଳୟ ବିରୁଦ୍ଧରେ ବିଦ୍ରୋହ କରିଛନ୍ତି। ଏଥି ସହିତ, ପ୍ରିଗୋଜିନଙ୍କ ବିଦ୍ରୋହ ପରେ ରୁଷିଆର…
ଶାହାଙ୍କ ଅଧ୍ୟକ୍ଷତାରେ ଆଜି ବସିବ ସର୍ବଦଳୀୟ ବୈଠକ, ମଣିପୁର ସ୍ଥିତି ଉପରେ ହେବ ଚର୍ଚ୍ଚା
ନୂଆଦିଲ୍ଲୀ,୨୪।୬: ଗତ ଦେଢ ମାସ ହେବ ମଣିପୁରରେ ହିଂସା ଏବଂ ଉତ୍ତେଜନା ଲାଗିରହିଛି। ତେବେ ଏହି ପରିସ୍ଥିତି ଉପରେ ଆଲୋଚନା ପାଇଁ ଶନିବାର ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ବୈଠକ ଡକାଯାଇଛି। ଦୀର୍ଘ…
ଚାରି ଦିବସୀୟ ଆମେରିକା ଗସ୍ତ ସାରି ମିଶ୍ର ବାହାରିଲେ ମୋଦି
ଓ୍ବାଶିଂଟନ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଚାରି ଦିନିଆ ଆମେରିକା ଗସ୍ତ ଶେଷ ହୋଇଛି। ଶନିବାର ପ୍ରଧାନମନ୍ତ୍ରୀ ଆମେରିକାରୁ ଇଜିପ୍ଟର ରାଜଧାନୀ କାଇରୋ ଅଭିମୁଖେ ଯାତ୍ରା କରିଛନ୍ତି। ଆସନ୍ତା ଦୁଇ ଦିନ ପାଇଁ ପ୍ରଧାନମନ୍ତ୍ରୀ ଇଜିପ୍ଟ ଗସ୍ତରେ ରହିବେ।
ଆମେରିକାରେ ରିନ୍ୟୁ ହୋଇଯିବ ଏଚଓ୍ବାନବି ଭିଜା: ମୋଦି
ଓ୍ବାଶିଂଟନ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୱାଶିଂଟନର ରେଗାନ ସେଣ୍ଟରରେ ପ୍ରବାସି ଭାରତୀୟଙ୍କୁ ସମ୍ବୋଧିତ କରିବାବେଳେ ଭାରତର ସଫଳତାକୁ ଗଣନା କରିଥିଲେ। ସେ କହିଛନ୍ତି ଯେ ନିଷ୍ପତ୍ତି ନିଆଯାଇଛି ଯେ ଆପଣଙ୍କୁ H-1B ଭିଜା ରିନ୍ୟୁ କରିବାକୁ ଆମେରିକା ବାହାରକୁ ଯିବାକୁ ପଡିବ…
ମୋଦିଙ୍କ ଡିଜିଟାଲ ଇଣ୍ଡିଆର ପ୍ରଶଂସା କଲେ ସୁନ୍ଦର ପିଚାଇ
ଓ୍ବାଶିଂଟନ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ରୁ ୨୩ ଜୁନ ମଧ୍ୟରେ ଆମେରିକାକୁ ତିନି ଦିନିଆ ରାଜକୀୟ ଗସ୍ତରେ ଯାଇଥିଲେ। ଏହି ସମୟରେ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଉପରାଷ୍ଟ୍ରପତି କମଲା ହାରିସ ଏବଂ ଅନ୍ୟାନ୍ୟ ବିଶିଷ୍ଟ ନେତା ତଥା…
ଆତଙ୍କବାଦ ବିରୋଧୀ ଲଢ଼େଇରେ ‘ଯଦି, କିନ୍ତୁ’ର ସ୍ଥାନ ନାହିଁ
ଓ୍ବାଶିଂଟନ, ୨୪ା୬: ଆତଙ୍କବାଦ ମାନବଜାତିର ଶତ୍ରୁ। ଆତଙ୍କବାଦ ବିରୋଧୀ ଲଢ଼େଇରେ ଯଦି ଏବଂ କିନ୍ତୁ ରହିପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରି କହିିଛନ୍ତି। ୯/୧୧ ଆକ୍ରମଣକୁ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ…
ସ୍ଥିତି ସୁଧାରିବାକୁ ପ୍ରୟାସ କରୁଛି ବିଏମ୍ସି
ଭୁବନେଶ୍ୱର, ୨୪।୬ (ବନ୍ଦନା ସେଠୀ): ରାଜଧାନୀରେ ଗୁରୁବାର ହୋଇଥିବା ବର୍ଷାରେ ସହରର ଅଧିକାଂଶ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେବା ପରେ ବିଏମ୍ସିର ଚେତା ପଶିଛି। ବାହାଘରବେଳେ ବାଇଗଣ ରୋଇବା ଭଳି ମୌସୁମୀ ଆସିବା ପରେ ଶୁକ୍ରବାର ସ୍ବତନ୍ତ୍ର ବୈଠକ ଡକାଯାଇ ସ୍ଥିତି…
Archives


