Home Middle

ବ୍ରିକ୍ସ ଶିଖର ସମ୍ମିଳନୀ: ବସୁଧୈବ କୁଟୁମ୍ବକମ ଆମ ଜୀବନଶୈଳୀର ଆଧାର, ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କଲେ ମୋଦି

ଜୋହାନସବର୍ଗ,୨୪।୮: ବ୍ରିକ୍ସ-ଆଫ୍ରିକା ଆଉଟରିଚ ଏବଂ ବ୍ରିକ୍ସ ପ୍ଲସ ଡାଏଲଗକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ମୋର ବିଶ୍ୱାସ ଯେ ବ୍ରିକ୍ସ ଦେଶ ଏବଂ ଏଠାରେ ଉପସ୍ଥିତ ବନ୍ଧୁତ୍ୱପୂର୍ଣ୍ଣ ଦେଶମାନେ ବହୁମୁଖୀ ବିଶ୍ୱକୁ ମଜବୁତ କରିବାରେ ସହଯୋଗ କରିପାରିବେ।…

ବ୍ରିକ୍ସ ଶିଖର ସମ୍ମିଳନୀ: ମୋଦିଙ୍କ ସହ ହାତ ମିଳାଇଲେ ସି ଜିନପିଙ୍ଗ

ଜୋହନସବର୍ଗ,୨୪।୮: ଦକ୍ଷିଣ ଆଫ୍ରିକାର ଜୋହନସବର୍ଗରେ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟରେ ସାକ୍ଷାତକାର ହୋଇଛି। ଉଭୟ ନେତା ପରସ୍ପରକୁ ଅଭିବାଦନ ଜଣାଇଲେ। ନ୍ୟୁଜ ଏଜେନ୍ସି ଏଏନଆଇ ଦ୍ୱାରା ସେୟାର ହୋଇଥିବା ଏକ…

ବ୍ରିକ୍ସ ସମ୍ମଳନୀରେ ନିଆଗଲା ବହୁ ବଡ ନିଷ୍ପତ୍ତି, ଆଫ୍ରିକା ରାଷ୍ଟ୍ରପତି କହିଲେ କେବେ ଆରମ୍ଭ ହେବ ନୂଆ ସଦସ୍ୟଙ୍କ କାର୍ଯ୍ୟକାଳ

ଜୋହାସନବର୍ଗ,୨୪।୮: ବ୍ରିକ୍ସ ଶିଖର ସମ୍ମିଳନୀରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ଶିଖର ସମ୍ମିଳନୀରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ସୂଚନା ଦେଇଥିଲେ। ଏହି ସମୟରେ ସିରିଲ ରାମାଫୋସା କହିଛନ୍ତି ଯେ ‘ଆମେ ଏକ ଚୁକ୍ତି କରିଛୁ, ଯାହା ଅଧୀନରେ ଆର୍ଜେଣ୍ଟିନା,…

ଖୁବ୍‌ଶୀଘ୍ର ମହାକାଶକୁ ଯିବ ମାନବ ଯାନ: ଇସ୍ରୋ ମୁଖ୍ୟ

ନୂଆଦିଲ୍ଲୀ,୨୪ା୮: ଚନ୍ଦ୍ରୟାନ-୩ର ସଫଳତା ପରେ ଇସ୍ରୋ ମୁଖ୍ୟ ଏସ. ସୋମନାଥ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଏହାକୁ କିପରି ବର୍ଣ୍ଣନା କରିବି ମୋ’ ପାଖରେ ଶବ୍ଦ ନାହିଁ। ଏହା ସହିତ ସେ ସ୍ପେସ୍‌ ଏଜେନ୍ସିର ପରବର୍ତ୍ତୀ ମିଶନ ବିଷୟରେ କହିଥିଲେ।…

କାବେରୀ ଜଳ ବିବାଦ ମାମଲାରେ ସୁପ୍ରିମକୋର୍ଟରେ ଆଫିଡେଭିଟ ଦାଖଲ କଲେ କର୍ନାଟକ ସରକାର

ନୂଆଦିଲ୍ଲୀ,୨୪।୮: କାବେରୀ ଜଳ ବିବାଦ ମାମଲାରେ କର୍ନାଟକ ସରକାର ଗୁରୁବାର ସୁପ୍ରିମକୋର୍ଟରେ ଆଫିଡେଭିଟ ଦାଖଲ କରିଛନ୍ତି। କର୍ନାଟକ ସରକାର କହିଛି ଯେ ରାଜ୍ୟ ଜଳଭଣ୍ଡାରରୁ ଦୈନିକ ୨୪ ହଜାର କ୍ୟୁସେକ ଜଳ ମୁକ୍ତ କରିବାକୁ ତାମିଲନାଡୁର ଆବେଦନ ଚଳିତ ବର୍ଷ ସାଧାରଣ…

ହଲିଉଡ ଫିଲ୍ମ ‘ଇଣ୍ଟରଷ୍ଟେଲାର’ ଠାରୁ କମ୍‌ ଚନ୍ଦ୍ରାୟାନ ୩ର ବଜେଟ୍‌, ପ୍ରତିକ୍ରିୟା ଦେଲେ ମସ୍କ

ନୂଆଦିଲ୍ଲୀ,୨୪।୮:ଚନ୍ଦ୍ରପୃଷ୍ଠରେ ଚହଳ ପକାଇଛି ଚନ୍ଦ୍ରାୟାନ ୩। ଏନେଇ ୧୪୦କୋଟି ଭାରତୀୟ ଗର୍ବିତ। ବିଶ୍ୱରେ ଭାରତର ଚନ୍ଦ୍ରୟାନ ୩ ଇତିହାସ ରଚିଛି। ବିଶ୍ୱରେ ପ୍ରଥମ ଦେଶ ଭାବେ ଦକ୍ଷିଣ ମେରୁରେ ବିକ୍ରମକୁ ଲ୍ୟାଣ୍ଡ କରି ଆମେ ଚନ୍ଦ୍ରରେ ନିଜ ନାଁ ଲେଖିଛୁ। ତେବେ…

ଦକ୍ଷିଣ ଆଫ୍ରିକା ଖବରକାଗଜରେ ମୋଦିଙ୍କ ଗୁଣଗାନ, ଫଟୋ ଶେୟାର କଲେ ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ/ଜୋହାନ୍ସବର୍ଗ,୨୪ା୮: ଭାରତର ଚନ୍ଦ୍ରୟାନ-୩ ମିଶନର ସଫଳତା ସାରା ବିଶ୍ୱରେ ଚର୍ଚ୍ଚା ହେଉଛି। ଏହି ସଫଳତା ପାଇଁ ବିଶ୍ୱର ସମସ୍ତ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆଇଏସ୍‌ଆର୍‌ଓଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆମେରିକୀୟ ସ୍ପେସ୍‌ ଏଜେନ୍ସି ନାସା, ରୁଷିଆର ସ୍ପେସ୍‌ ଏଜେନ୍ସି ରସ୍କୋସମୋସ,…

ବଢିବ ଚିନି ଦର

ନୂଆଦିଲ୍ଲୀ,୨୪।୮: ସାତ ବର୍ଷରେ ପ୍ରଥମ ଥର ପାଇଁ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ଭାରତ ସରକାର। ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ଚିନି ଋତୁରେ ଏହି ନିଷ୍ପତ୍ତି ନିଆଯାଇପାରେ। ଚଳିତ ବର୍ଷ କମ ବର୍ଷା ହେତୁ ଆଖୁ ଫସଲ ହ୍ରାସ…

କିମ୍‌ଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିପାରେ ଦକ୍ଷିଣ କୋରିଆ

ସିଓଲ,୨୪ା୮: ଦକ୍ଷିଣ କୋରିଆର ବୈଦେଶିକ ମନ୍ତ୍ରୀ ପାର୍କ ଜିନ୍‌, ଆମେରିକା ଏବଂ ଜାପାନ ଗୁରୁବାର ଉତ୍ତର କୋରିଆ କ୍ଷେପଣାସ୍ତ୍ର ପରୀକ୍ଷଣକୁ ଦୃଢ଼ ନିନ୍ଦା କରିଛନ୍ତି। କିମ୍‌ ଜୋଙ୍ଗ ଉନ୍‌ଙ୍କ ପର୍ଯ୍ୟାୟକ୍ରମେ କ୍ଷେପଣାସ୍ତ୍ର ପରୀକ୍ଷଣରେ ପାର୍କ ଏହାକୁ ଏକ ଉତ୍ତେଜନାମୂଳକ କାର୍ଯ୍ୟ ବୋଲି…

ବ୍ରିକ୍ସରେ ସାଉଦି ଆରବ ସମେତ ୬ ଦେଶକୁ ମିଳିଲା ଏଣ୍ଟ୍ରି, ମୋଦି-ଜିନପିଙ୍ଗ୍‌ଙ୍କ ଉପସ୍ଥିତିରେ ହେଲା ଘୋଷଣା

ଜୋହାନ୍ସବର୍ଗ,୨୪।୮: ବ୍ରିକ୍ସରେ ୬ଟି ନୂତନ ଦେଶ ଯୋଗଦେବେ। ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ନୂତନ ସଦସ୍ୟଙ୍କ ଯୋଗଦାନ ବିଷୟରେ ଘୋଷଣା କରିଛନ୍ତି। ଯେଉଁ ସଦସ୍ୟମାନେ ଯୋଗଦେବେ ସେମାନଙ୍କ ମଧ୍ୟରେ ମିଶର, ସାଉଦି ଆରବ, ୟୁଏଇ, ଇଥିଓପିଆ, ଆର୍ଜେଣ୍ଟିନା ଏବଂ ଇରାନ।…

ଚନ୍ଦ୍ରୟାନ-୩ର ସଫଳତାରେ ଖୁସି ନୁହନ୍ତି ଚାଇନା ଆଉ ପାକିସ୍ତାନ

ନୂଆଦିଲ୍ଲୀ,୨୪ା୮: ବୁଧବାର ସନ୍ଧ୍ୟାରେ ଯେତେବେଳେ ଚନ୍ଦ୍ରୟାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କଲା, ସେତେବେଳେ ପ୍ରତ୍ୟେକ ଭାରତୀୟଙ୍କ ଛାତି ଗର୍ବର ସହିତ ପ୍ରଶସ୍ତ ହୋଇଗଲା। ଏ କ୍ଷେତ୍ରରେ ଭାରତ ପୃଥିବୀର ପ୍ରଥମ ଦେଶ ହୋଇପାରିଛି। ବ୍ରିକ୍ସ ସଦସ୍ୟ ଦେଶମାନେ ମଧ୍ୟ ଦକ୍ଷିଣ ଆଫ୍ରିକାରେ ଉପସ୍ଥିତ…

ଭାରତୀୟ କୁସ୍ତି ସଂଘର ସଦସ୍ୟତା ରଦ୍ଦ

ନୂଆଦିଲ୍ଲୀ,୨୪।୮: ବିଶ୍ୱ କୁସ୍ତି ସଂଘ (ୟୁନାଇଟେଡ ୱାଲର୍‌ଡ ରେସଲିଂ) ଭାରତୀୟ କୁସ୍ତି ସଂଘର ସଦସ୍ୟତାକୁ ରଦ୍ଦ କରିଦେଇଛି। ଭାରତୀୟ କୁସ୍ତି ସଂଘରେ ନିବର୍ରଚନ ନ ହେବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କୁସ୍ତି ସଂଘର ସଦସ୍ୟତା ରଦ୍ଦ ହେତୁ ଆଗାମୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri