ହାଇଦ୍ରାବାଦ ହାଉସରେ ଆଜି ମୋଦିଙ୍କୁ ଭେଟିବେ ସୌଦି ଅରବ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ/ରିୟାଦ,୧୧।୯: ଭାରତରେ ଆୟୋଜିତ ଜି -୨୦ ଶିଖର ସମ୍ମିଳନୀରେ ସୌଦି ଆରବର ପ୍ରଧାନମନ୍ତ୍ରୀ ତଥା କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଅଲ ସୌଦ ଯୋଗ ଦେଇଥିଲେ, କିନ୍ତୁ ସେ ଏପର୍ଯ୍ୟନ୍ତ ସ୍ବଦେଶ ଫେରି ନାହାଁନ୍ତି। ସେ ସୋମବାର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ପାରନ୍ତି ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ସୌଦି ଆରବର କ୍ରାଉନ ପ୍ରିନ୍ସ ୩ ଦିନିଆ ବିଦେଶ ଗସ୍ତରେ ଭାରତ ଆସିଛନ୍ତି। ସୋମବାର ତାଙ୍କ ଯାତ୍ରାର ତୃତୀୟ ଦିନ।

ନୂଆଦିଲ୍ଲୀରେ ୯ ଓ ୧୦ ସେପ୍ଟେମ୍ବରରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଅନେକ ଦେଶର ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଆମେରିକା ସହିତ ଦ୍ୱିପାକ୍ଷିକ କଥାବାର୍ତ୍ତା ସମୟରେ ପ୍ରତିରକ୍ଷା ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସମେତ ଅନେକ କ୍ଷେତ୍ରରେ ଚୁକ୍ତିନାମା ହୋଇଥିଲା। ସୋମବାର ଭାରତ ଏବଂ ସୌଦି ଆରବ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ସମ୍ଭବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ସୌଦି ଆରବର କ୍ରାଉନ ପ୍ରିନ୍ସ ୧୧ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ରାଜକୀୟ ଗସ୍ତ ପାଇଁ ଭାରତରେ ରହିବେ। ତେବେ ସେପ୍ଟେମ୍ବର ୧୧ରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ ବୋଲି ସୂଚନା ଦିଆଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Women Reservation Act 2023: ମହିଳା ସଂରକ୍ଷଣ ଆଇନ ସାରା ଦେଶରେ କାର୍ଯ୍ୟକାରୀ: ବିଜ୍ଞପ୍ତି ଜାରି କଲେ ସରକାର, କେବେ କାର୍ଯ୍ୟକାରୀ ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୪: କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ମହିଳା ସଂରକ୍ଷଣ ଆଇନ, 2023, ଗୁରୁବାର (ଏପ୍ରିଲ ୧୬) ଠାରୁ କାର୍ଯ୍ୟକାରୀ ହୋଇଛି, ଏବଂ…

ଜ୍ୱାଇଁଙ୍କୁ ଛୁରି ଭୁସି ହତ୍ୟା: ଶଳା-ଶଳା ଭାଉଜଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୧୭।୪ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରେଡିକା ସାହିରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଛୁରାମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।…

ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୮ମୃତ

ଜାକର୍ତ୍ତା,୧୭।୪: ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନ ପ୍ରଦେଶରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିରେ ଥିବା ସମସ୍ତ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ବର୍ତ୍ତମାନ…

ପ୍ରେମିକଙ୍କ ସହ OYOରେ ଥିଲେ ଝିଅ, ପୋଲିସକୁ ନେଇ ହଠାତ୍‌ ପହଞ୍ଚିଗଲେ ମାଆ, ତା’ପରେ… ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୧୭।୪: ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖିଥିବେ। ଏଥର ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ଯୁବତୀଙ୍କୁ ତାଙ୍କ ମାଆ ତାଙ୍କ…

ପତ୍ନୀଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର, ଚାଲିଥିଲା ଛାଡପତ୍ର ମାମଲା

ରିଚମଣ୍ଡ,୧୭।୪: ପୂର୍ବତନ ଭର୍ଜିନିଆ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଜଷ୍ଟିନ ଫେୟାରଫ୍ୟାକ୍ସଙ୍କ ସହ ଜଡିତ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ପୋଲିସ ଏବଂ କୋର୍ଟ ରେକର୍ଡ ଅନୁଯାୟୀ, ଫେୟାରଫ୍ୟାକ୍ସ…

ଖୁସିରେ ଗଦଗଦ ପାକିସ୍ତାନ! ଟ୍ରମ୍ପଙ୍କ ପରେ ଏହି ଦେଶ କଲା ଖୁବ ପ୍ରଶଂସା

ଇସଲାମାବାଦ,୧୭।୪: ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ପାକିସ୍ତାନକୁ ପ୍ରଶଂସା କରି କହିଛନ୍ତି ଯେ ଏହା ସଂଘର୍ଷ ରୋକିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସେ ମନ୍ତବ୍ୟ…

ପୁଣି ଉଛୁଳିଲା ଟ୍ରମ୍ପଙ୍କ ପାକିସ୍ତାନ ପ୍ରେମ, ଜାଣନ୍ତୁ ଏଥର କ’ଣ କହିଲେ

ଓ୍ବାଶିଂଟନ,୧୭।୪: ଗତ ଦେଢ଼ ମାସ ଧରି ମଧ୍ୟପ୍ରାଚ୍ୟରେ ଚାଲିଥିବା ବିସ୍ଫୋରକ ସଂଘର୍ଷ ମଧ୍ୟରେ, କୂଟନୈତିକ ଟେବୁଲରୁ ଗୁରୁତ୍ୱପୂର୍ଣ୍ଣ ଖବର ଏବେ ଛାଣି ହୋଇ ଆସୁଛି। ଆମେରିକା ରାଷ୍ଟ୍ରପତି…

ମୁଁ ୧୦୦ ପ୍ରତିଶତ ଫିଟ୍‌ ନାହିଁ: ଚାଞ୍ଚଲ୍ୟକର ଖୁଲାସା କଲେ କୋହଲି

ନୂଆଦିଲ୍ଲୀ,୧୭।୪: ୨୦୨୬ ଆଇପିଏଲ ସିଜିନରେ ବିରାଟ କୋହଲିଙ୍କ ବ୍ୟାଟିଂ ସଫଳ ହୋଇଛି। ତାଙ୍କ ବ୍ୟାଟିଂକୁ ବହୁତ ପ୍ରଶଂସା ମିଳୁଥିଲେ ମଧ୍ୟ ତାଙ୍କ ଫିଟନେସକୁ ମଧ୍ୟ ସମାନ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri