ବିଶ୍ୱ ପାଞ୍ଚ ଦେଶଠାରୁ ବହୁତ ବଡ, ଆମେ ଗର୍ବ କରିବୁ ଯଦି ଭାରତ ୟୁଏନଏସସିର ସ୍ଥାୟୀ ସଦସ୍ୟ ହେବ’, ତୁର୍କୀ ରାଷ୍ଟ୍ରପତି

ଅଙ୍କାରା,୧୧।୯: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ଭାରତର ସ୍ଥାୟୀ ସଦସ୍ୟତା ଉପରେ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଦଗାନ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି ଯେ ଯଦି ଭାରତକୁ ୟୁଏନଏସସିର ସ୍ଥାୟୀ ସଦସ୍ୟ କରାଯାଏ ତେବେ ତାଙ୍କ ଦେଶ ଗର୍ବି ଅନୁଭବ କରିବ। ଏଥିସହ ସେ କହିଛନ୍ତି ଯେ ସମସ୍ତ ସ୍ଥାୟୀ ସଦସ୍ୟଙ୍କୁ ପର୍ଯ୍ୟାୟ କ୍ରମେ ସୁରକ୍ଷା ପରିଷଦର ସଦସ୍ୟ ହେବାର ସୁଯୋଗ ଦିଆଯିବା ଉଚିତ। ମିଡିଆ ବ୍ୟକ୍ତିବିଶେଷଙ୍କ ପ୍ରଶ୍ନର ଉତ୍ତର ଦେବାବେଳେ ସେ ଏହି କଥା କହିଥିଲେ।
ବର୍ତ୍ତମାନ ସୁରକ୍ଷା ପରିଷଦର ପାଞ୍ଚଜଣ ସ୍ଥାୟୀ ସଦସ୍ୟ ଅଛନ୍ତି, ଯେଉଁଥିରେ ଚାଇନା, ଫ୍ରାନ୍ସ, ରୁଷିଆ, ବ୍ରିଟେନ ଏବଂ ଆମେରିକା ଅନ୍ତର୍ଭୁକ୍ତ। ଏହି ପାଞ୍ଚଟି ଦେଶ ବିଷୟରେ ଉଲ୍ଲେଖ କରି ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ ଏହି ପାଞ୍ଚଟି ଦେଶ ଅପେକ୍ଷା ବିଶ୍ୱ ବହୁତ ବଡ। ତୁର୍କୀ ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ ଯଦି ଭାରତ ଭଳି ଦେଶକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ କରାଗଲେ ଆମେ ଗର୍ବ ଅନୁଭବ କରିବୁ। କାଶ୍ମୀର ଭଳି ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରୁଥିବା ଏରଦଗନଙ୍କ ମୁହଁରୁ ଏହି କଥା ଶୁଣି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସାର୍ବଜନୀନ ସେବା ହେଉଛି ସୁଶାସନର ମାପକାଠି’- ଦୀର୍ଘତମ କାର୍ଯ୍ୟକାଳ ପାଇଁ ରେକର୍ଡ ସ୍ଥାପନ କରିବା ପରେ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟ

ନୂଆଦିଲ୍ଲୀ,୧୦।୬: ବୁଧବାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ରେକର୍ଡକୁ…

ସୁଧୁରୁନି ପାକିସ୍ତାନ: ଆଫଗାନିସ୍ତାନ ଉପରେ କଲା ବଡ଼ ଆକ୍ରମଣ

ଇସଲାମାବାଦ୍‌,୧୦।୬: ପାକିସ୍ତାନ ପୁଣି ଥରେ ଆଫଗାନିସ୍ତାନରେ ବିମାନ ଆକ୍ରମଣ କରିଛି। ଫଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୪ ଜଣ ଆହତ ହୋଇଛନ୍ତି। ତାଲିବାନର ମୁଖ୍ୟ…

ସରକାରଙ୍କ ବଡ଼ ପଦକ୍ଷେପ, ଶେଷ ହେବ ‘ଦୁଇ ସନ୍ତାନ’ ନିୟମ

ଇନ୍ଦୋର,୧୦।୬: ମଧ୍ୟପ୍ରଦେଶ ସରକାର ଚାକିରି ଆଶାୟୀ ଏବଂ ବର୍ତ୍ତମାନର ସରକାରୀ କର୍ମଚାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ମୋହନ ଯାଦବ ପ୍ରଶାସନ ୨୩ ବର୍ଷ ପୁରୁଣା ‘ଦୁଇ…

ଟିମ ଇଣ୍ଡିଆରେ ସ୍ଥାନ ପାଇବା ପରେ ପ୍ରଥମଥର ଏମିତି କାରନାମା କଲେ ବୈଭବ ସୂର୍ଯ୍ୟବଂଶୀ: ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୦।୬: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତ ଏ ଦଳ ସହିତ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ସେଠାରେ ଏକ ଦିନିକିଆ ସିରିଜ ଚାଲିଛି। ଏଥିରେ ଭାରତ ଏ, ଶ୍ରୀଲଙ୍କା…

ଆମେରିକା-ଇରାନ ଡିଲ୍‌ ଫାଇଲ କ୍ଲୋଜ? ଆମେରିକାର ବିମାନ ଆକ୍ରମଣରେ ୮ ସହର ଧୂଆଁରେ ଆଚ୍ଛାଦିତ

ତେହରାନ,୧୦।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଆଲୋଚନା ସ୍ଥଗିତ ଥିବା ପରି ମନେ ହେଉଛି। ଏକ ଆମେରିକୀୟ ଆପାଚେ ହେଲିକପ୍ଟରକୁ ଖସାଇ ଦେବା…

ନେହେରୁଙ୍କୁ ଟପିଲେ ମୋଦି: ଦେଶର ରାଜନୀତିରେ ନୂତନ ଅଧ୍ୟାୟ

ନୂଆଦିଲ୍ଲୀ,୧୦।୬: ଜୁନ ୧୦ ଅର୍ଥାତ୍‌ ଆଜି ଦେଶର ରାଜନୀତିରେ ଏକ ନୂତନ ଅଧ୍ୟାୟ ଲେଖାହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ…

ହର୍ମୁଜରେ ଜାହାଜ ଚଳାଚଳ ବନ୍ଦ, ଇରାନ ଉପରେ ଜୋରଦାର ଆକ୍ରମଣ କଲା ଆମେରିକା

ତେହରାନ,୧୦।୬: ଓମାନ ଉପକୂଳରେ ଆମେରିକୀୟ ସେନାର ଏକ ଆପାଚି ହେଲିକପ୍ଟରକୁ ଖସାଇ ଦେବା ପରେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି।…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନକୁ ୧୦ ବର୍ଷ ପୂର୍ତ୍ତି: ଗର୍ଭବତୀ ମହିଳାଙ୍କୁ ମାଗଣାରେ ଚିକିତ୍ସା

କେସିଙ୍ଗା,୧୦।୬( ତୁମେଶ୍ୱର ସାହୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦାରା ଗର୍ଭବତୀ ମହିଳା ଙ୍କନିରାପଦ ମାତୃତ୍ୱ ପ୍ରୋତ୍ସାହିତ ପାଇଁ ଗତ ୨୦୧୬ରେ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri