Posted inଖେଳ

ଗଫ୍‌ଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ

ନ୍ୟୁୟର୍କ,୧୧ା୯(ପି.ଟି.): ବର୍ଷର ଶେଷ ଗ୍ରାଣ୍ଡସ୍ଲାମ ୟୁଏସ୍‌ ଓପନ୍‌ ଟେନିସ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ଟ୍ରଫି ହାସଲ କରିଛନ୍ତି ଆମେରିକୀୟ କୋକୋ ଗଫ୍‌। ଦ୍ୱିତୀୟ ଥର ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଥିବା ଗଫ୍‌ ୨-୬, ୬-୩ ଓ ୬-୨ ସେଟ୍‌ରେ ବେଲାରୁଷର ଆରିନା ସାବାଲେଙ୍କାଙ୍କୁ ପରାସ୍ତ କରିଛନ୍ତି। ସୋମବାର ମହିଳା ସିଙ୍ଗଲ୍ସରେ ଏକ ନମ୍ବର ସ୍ଥାନ ହାସଲ କରିବାକୁ ଯାଉଥିବା ସାବାଲେଙ୍କା ପ୍ରଥମ ସେଟ୍‌ ବିଜୟୀ ହେବା ସହିତ ଚମତ୍କାର ଆରମ୍ଭ କରିଥିଲେ। ତେବେ ଗଫ୍‌ ପରବର୍ତ୍ତୀ ଦୁଇ ସେଟ୍‌ ଜିତିବା ସହିତ ୧୯ ବର୍ଷ ବୟସରେ ୟୁଏସ୍‌ ଓପନ ବିଜୟୀ ହେବାର ରେକର୍ଡ ନିଜ ନାମରେ କରିଛନ୍ତି। ଏହା ସହିତ ସେରେନା ଓ୍ବିଲିୟମ୍ସଙ୍କ ପରେ ସର୍ବକନିଷ୍ଠ ଆମେରିକୀୟ ଖେଳାଳିଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ଏହା ସହିତ ବିଶ୍ୱର ଦଶମ ସର୍ବକନିଷ୍ଠ ଖେଳାଳି ଭାବରେ ଗଫ୍‌ ୟୁଏସ୍‌ ଓପନ ବିଜୟୀ ହେବାର ରେକର୍ଡ କରିଛନ୍ତି। ଆର୍ଥର ଆଶେ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ଦର୍ଶକ ଆରମ୍ଭରୁ ଶେଷ ଯାଏ ଗଫ୍‌ଙ୍କୁ ସମର୍ଥନ କରିଥିଲେ। ଏହା ସହ ନିଜର ଆଦର୍ଶ ସେରେନା ଓ୍ବିଲିୟମ୍ସ ଓ ଭେନସ୍‌ ଓ୍ବିଲିୟମ୍ସଙ୍କ ଲିଗ୍‌ରେ ସାମିଲ ହୋଇଛନ୍ତି କୋକୋ ଗଫ୍‌। ୧୯୯୯ରେ ଶେଷ ଥର ପାଇଁ ସେରେନା ଓ୍ବିଲିୟମ୍ସ ୟୁଏସ୍‌ ଓପନ ଜିତିଥିବା ବେଳେ ଏହା ପରଠାରୁ କୌଣସି ଆମେରିକୀୟ ଖେଳାଳି ଏହି ସଫଳତା ହାସଲ କରି ପାରି ନ ଥିଲେ। ୨୪ ବର୍ଷ ପରେ ଏହି ଟାଇଟଲ ଜିତି ଇତିହାସ ରଚିଛନ୍ତି ଗଫ୍‌।

ମାତ୍ର ୧୫ ବର୍ଷ ବୟସରେ ଓ୍ବିମ୍ବେଲଡନ ଇତିହାସର ସର୍ବକନିଷ୍ଠ ଖେଳାଳି ଭାବରେ ଯୋଗ୍ୟତା ପର୍ଯ୍ୟାୟରୁ ମୁଖ୍ୟ ରାଉଣ୍ଡରେ ସାମିଲ ହୋଇଥିଲେ। ଗ୍ରାଣ୍ଡସ୍ଲାମ ପଦାର୍ପଣରେ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଥିବା ଗଫ୍‌ ୨୦୨୨ ଫ୍ରେଞ୍ଚ ଓପନ ଫାଇନାଲରେ ପ୍ରବେଶ କରିଥିବା ବେଳେ ରନରଅପ୍‌ ରହିଥିଲେ। ବିଶ୍ୱ ମାନ୍ୟତାର ଷଷ୍ଠ ସ୍ଥାନରେ ଥିବା ଗଫ୍‌ ୟୁଏସ୍‌ ଓପନ ବିଜୟୀ ହେବା ସହିତ କ୍ରମାଗତ ୧୨ ମ୍ୟାଚ୍‌ରେ ବିଜୟୀ ହେବାର ରେକର୍ଡ ରଖିଛନ୍ତି। ପ୍ରଥମ ଦୁଇ ସେଟ୍‌ ପରେ ୧-୧ ସ୍ଥିତିରେ ରହିଥିବା ବେଳେ ଗଫ୍‌ ତୃତୀୟ ସେଟ୍‌ରେ ୪-୦ରେ ଆଗୁଆ ରହିଥିଲେ। ଚଳିତ ବର୍ଷ ଅଷ୍ଟ୍ରେଲିଆ ଓପନ ବିଜେତା ସାବାଲେଙ୍କାଙ୍କ ଗ୍ରାଣ୍ଡସ୍ଲାମ ବିଜୟ ରେକର୍ଡ ୨୩-୨ ରହିଥିଲା। ଟୁର୍ନାମେଣ୍ଟ ପରେ ପ୍ରକାଶିତ ର଼୍ୟାଙ୍କିଙ୍ଗ ତାଲିକାରେ ସାବାଲେଙ୍କା ୧ ନମ୍ବର ସ୍ଥାନକୁ ଉନ୍ନୀତ ହେବାକୁ ଯାଉଥିବା ବେଳେ ଗଫ୍‌ ୩ ନମ୍ବର ସ୍ଥାନକୁ ଫେରିବେ। ସେହିପରି ସେ ଡବଲ୍ସରେ ୧ ନମ୍ବର ସ୍ଥାନକୁ ଉନ୍ନୀତ ହେବେ।

ସର୍ବକନିଷ୍ଠ ମହିଳା ବିଜେତା
୧.ଟ୍ରେସି ଅଷ୍ଟିନ୍‌-୧୯୭୯, ୧୬ ବର୍ଷ ୮ ମାସ ୨୮ ଦିନ।
୨.ମାର୍ଟିନା ହିଙ୍ଗିସ୍‌- ୧୯୯୭, ୧୬ ବର୍ଷ ୧୧ ମାସ ୮ ଦିନ।
୩. ମୋନିକା ସେଲେସ୍‌-୧୯୯୧, ୧୭ ବର୍ଷ ୯ ମାସ ୫ ଦିନ।
୪. ସେରେନା ଓ୍ବିଲିୟମ୍ସ-୧୯୯୯, ୧୭ ବର୍ଷ ୧୧ ମାସ ୧୫ ଦିନ।
୫. ଏମା ରାଡୁକାନୁ-୨୦୨୧, ୧୮ ବର୍ଷ ୯ ମାସ ୨୯ ଦିନ।
୬. ଷ୍ଟେଫି ଗ୍ରାଫ୍‌-୧୯୮୮, ୧୯ ବର୍ଷ ୨ ମାସ ୨୬ ଦିନ।
୭. ସ୍ବେତଲାନା କୁଜ୍ନେତ୍ସୋଭା-୨୦୦୪, ୧୯ ବର୍ଷ ୩ ମାସ ୪ ଦିନ।
୮. ବିଆନ୍ସା ଆଣ୍ଡ୍ରିସ୍କ୍ୟୁ-୨୦୧୯, ୧୯ ବର୍ଷ ୨ ମାସ ୨୨ ଦିନ।
୯. ମାରିଆ ସାରାପୋଭା-୨୦୦୬, ୧୯ ବର୍ଷ ୪ ମାସ ୨୪ ଦିନ।
୧୦. କୋକୋ ଗଫ୍‌- ୨୦୨୩, ୧୯ ବର୍ଷ ୫ ମାସ ୨୭ ଦିନ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri