Home Middle

ବିଶ୍ୱକପରୁ ପାକିସ୍ତାନ ବାହାର, ସେମିଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ…

ନୂଆଦିଲ୍ଲୀ,୧୧।୧୧ : ବିଶ୍ୱକପ ୨୦୨୩ରୁ ପାକିସ୍ତାନ ବାହାର ହୋଇଯାଇଛି। ଇଂଲଣ୍ଡ ବିପକ୍ଷ ମ୍ୟାଚ ଶେଷ ହେବା ପୂର୍ବରୁ ଏହା ଜଣାପଡ଼ିଛି। ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିବାକୁ ପାକିସ୍ତାନ ଦଳ ସଂଘର୍ଷ କରୁଥିଲା। ଏହି ସମୟରେ, ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡର ବଡ ବିଜୟ…

ପାକିସ୍ତାନ ଫେରିବା ପରେ ବଢୁଛି ନଓ୍ବାଜ ସରିଫ୍‌ଙ୍କ ଅଡୁଆ

ଇସ୍‌ଲାମାବାଦ,୧୧ା୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ସମ୍ପତ୍ତି ଜବତ ପାଇଁ ପାକିସ୍ତାନର ଏକ ଉତ୍ତରଦାୟିତ୍ୱ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଇସ୍‌ଲାମାବାଦ ଆକାଉଣ୍ଟବିଲିଟି କୋର୍ଟର ବିଚାରପତି ମହମ୍ମଦ ବଶିର ଶୁକ୍ରବାର ୭୩ ବର୍ଷୀୟ ପାକିସ୍ତାନୀ ମୁସ୍‌ଲିମ୍‌ ଲିଗ୍‌-ନଓ୍ବାଜ (ପିଏମ୍‌ଏଲ୍‌-ଏନ୍‌) ସୁପ୍ରିମୋଙ୍କ ବିରୋଧରେ…

ଉତ୍ତରାଖଣ୍ଡ ସରକାରଙ୍କ ବଡ ଘୋଷଣା, ଆସନ୍ତା ସପ୍ତାହରେ ଲାଗୁ ହେବ ୟୁସିସି!

ଡେରାଡୁନ,୧୧।୧୧: ଉତ୍ତରାଖଣ୍ଡରେ ଖୁବ୍‌ ଶୀଘ୍ର ଲାଗୁ ହେବ ୟୁନିଫର୍ମ ସିଭିଲ କୋଡ(ୟୁସିସି)। ସମାନ ନାଗରିକ ସଂହିତା ଲାଗୁ କରିବା ନେଇ ଉତ୍ତରାଖଣ୍ଡ ହେବ ଦେଶର ପ୍ରଥମ ରାଜ୍ୟ। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ୟୁସିସ ଲାଗୁ ହେବା ନେଇ ସମସ୍ତ ପ୍ରସ୍ତୁତି…

ଖଣ୍ଡେ ରୁଟି ପାଇଁ ଡହଳବିକଳ, ଭୋକରେ ଗାଜାର ଶିଶୁ

ଗାଜା,୧୧।୧୧: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଗାଜା ଅଧିବାସୀଙ୍କ ଜୀବନ ଦୁର୍ବିସହ ହୋଇ ପଡିଛି। ଗାଜା ନାଗରିକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜରୁରୀକାଳୀନ ସେବା ଯୋଗାଇଲେ ମଧ୍ୟ ଲଗାତାର ଆକ୍ରମଣର ଫଳସ୍ବରପ ଲୋକ ଖ।ଇବାକୁ ମୁଠେ ପାଉ ନାହାନ୍ତି।…

୨୮ହଜାର ଲୋକରେ ଅଛନ୍ତି ଜଣେ ଡାକ୍ତର, ଦୁର୍ବିସହ ଅବସ୍ଥାରେ ବିହାରର ସ୍ବାସ୍ଥ୍ୟବିଭାଗ

ପାଟନା,୧୧।୧୧: ବିହାରରେ ସ୍ବାସ୍ଥ୍ୟବିଭାଗ ଭୁଷୁଡି ପଡିଛି କହିଲେ ଅତ୍ୟୁକ୍ତି ହେବନାହିଁ। ବିହାର ବିଧାନସଭାର ଶୀତକାଳୀନ ଅଧିବେଶନରେ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସୂଚନାରୁ ଜଣାପଡିଛି କି, ଡାକ୍ତର ଓ ରୋଗୀଙ୍କ ଅନୁପାତ ହିସାବ କଲେ ବିହାରରେ ଜଣେ ଡାକ୍ତରଙ୍କ ଉପରେ ୨୮ହଜାର ଲୋକଙ୍କ…

୫ଶହ ବର୍ଷ ପରେ ସୃଷ୍ଟି ହେବାକୁ ଯାଉଛି ଏମିତି ଜ୍ୱାଳାମୁଖୀ, ଯାଇପାରେ ଲକ୍ଷାଧିକ ଲୋକଙ୍କ ଜୀବନ

ରୋମ,୧୧।୧୧: ଇଟାଲୀର ସବୁଠାରୁ ସକ୍ରିୟ ଆଗ୍ନେୟଗିରି ହେଉଛି ମାଉଣ୍ଟ ଭେସୁଭିୟସ, ଯାହା ୭୯ ଖ୍ରୀଷ୍ଟାବ୍ଦରେ ପୋମ୍ପି ସହରକୁ ଧ୍ୱଂସ କରିଥିଲା। କିନ୍ତୁ ବର୍ତ୍ତମାନ ଏହାଠାରୁ ବିପଜ୍ଜନକ ଆଗ୍ନେୟଗିରି ସକ୍ରିୟ ହେବାକୁ ଯାଉଛି। ଏହାର ନାମ କ୍ୟାମ୍ପି ଫ୍ଲେଗ୍ରିରି ବା ଅଧିକ ଫ୍ଲେଗ୍ରିନ…

ଦିନିକିଆ କ୍ରିକେଟରୁ ସନ୍ୟାସ ନେଲେ ଏହି ଆଫଗାନିସ୍ତାନର ଦ୍ରୁତ ବୋଲର

କାବୁଲ,୧୧।୧୧: ଆଫଗାନିସ୍ତାନ ଦ୍ରୁତ ବୋଲର ନବୀନ ଉଲ ହକ ଦିନିକିଆ କ୍ରିକେଟରୁ ଅବସର ନେଇଛନ୍ତି। ୨୦୨୩ ବିଶ୍ୱକପରେ ଆଫଗାନିସ୍ତାନର ଯାତ୍ରା ଶେଷ ହେବା ମାତ୍ରେ ସେ ଏହି ସୂଚନା ଦେଇଛନ୍ତି। ଉଲ୍ଲେଖଥାଉ କି, ସେ ବିଶ୍ୱକପ ପୂର୍ବରୁ ଏହା ଘୋଷଣା କରିସାରିଥିଲେ।…

ରାଜସ୍ଥାନ ନିର୍ବାଚନ ପ୍ରଚାରରୁ ଦୂରେଇ ରହୁଛନ୍ତି ରାହୁଲ, ଘରୋଇ କନ୍ଦଳ ହେବ କି କାଳ

ଜୟପୁର,୧୧।୧୧: ୫ରାଜ୍ୟର ନିର୍ବାଚନ ନେଇ ଅକ୍ଟୋବର ୯ରୁ ବାଜି ସାରିଛି ନିର୍ବାଚନୀ ବିଗୁଲ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହି ୫ରାଜ୍ୟର ବିଧାନସଭା ନିର୍ବାଚନକୁ ସେମିଫାଇନାଲ ଭାବରେ ଦେଖାଯାଇଛି। ସେମିଫାଇନାଲର ପ୍ରଥମ ରାଉଣ୍ଡରେ ମିଜୋରାମରେ ମତଦାନ ସରିଥିବାବେଳେ ଛତିଶଗଡରେ ଦ୍ୱିତୀୟ ପର୍ଯ୍ୟାୟର…

‘ପୁଟିନ ଜଣେ ଭଲ ନେତା ଥିଲେ…’ ପୁଣି ବ୍ୟାପିଲା ରୁଷିଆ ରାଷ୍ଟ୍ରପତିଙ୍କ ମୃତ୍ୟୁ ଖବର

ମସ୍କୋ,୧୧।୧୧: ରୁଷିଆର ରାଷ୍ଟ୍ରପତି ପୁଟିନଙ୍କ ମୃତ୍ୟୁ ବିଷୟରେ ଗୁଜବ ପୁଣି ବ୍ୟାପିଗଲା ଯେତେବେଳେ ତାଙ୍କ ବରିଷ୍ଠ ସୁରକ୍ଷା ସହାୟକ ଏକ ଭାଷଣ ସମୟରେ ପୁଟିନଙ୍କ ବିଷୟରେ ଏପରି କହିଥିଲେ ଯେ ପୁଟିନଙ୍କ ମୃତ୍ୟୁ ହୋଇଛି। ଏହାପୂର୍ବରୁ ପୁଟିନଙ୍କ ମୃତ୍ୟୁ ଖବର ପ୍ରଚାରିତ…

ଗ୍ରାମୀ ଆଓ୍ବାର୍ଡ ୨୦୨୪ ପାଇଁ ମନୋନୀତ ହେଲା ମୋଦିଙ୍କ ଗୀତ

ନୂଆଦିଲ୍ଲୀ,୧୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୀତ ‘ଏବୁଡାନ୍ସ ଇନ ମିଲେଟ୍ସ’ ଗ୍ରାମୀ ପୁରସ୍କାର ୨୦୨୪ ପାଇଁ ମନୋନୀତ ହୋଇଛି। ଏହି ଗୀତକୁ ଭାରତୀୟ-ଆମେରିକୀୟ ଗ୍ରାମି ବିଜେତା ଗାୟକ ଫାଲଗୁନି ଶାହା ଗାଇଛନ୍ତି। ଏହି ଗୀତଟି ଜୁନ ୧୬ରେ ମୁକ୍ତିଲାଭ କରିଥିଲା, ଯେଉଁଥିରେ…

ଗାଜା ଆକ୍ରମଣକୁ ନେଇ ଇସ୍ରାଏଲ ଉପରେ ବର୍ଷିଲେ ମସ୍କ

ଜେରୁଜେଲମ,୧୧।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ବିବାଦ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପକ୍ଷରୁ ଯୁଦ୍ଧରେ ୧୦ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହି ସମୟରେ, ଇସ୍ରାଏଲ-ହମାସ ବିବାଦକୁ ନେଇ ବିଶ୍ୱର ସବୁଠାରୁ…

ଫାଇଲ୍‌ ଚାପିଛନ୍ତି ରାଜ୍ୟପାଳ

ନୂଆଦିଲ୍ଲୀ,୧୧ା୧୧: ପଞ୍ଜାବ ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତ ୨୦୨୩ ଜୁନ୍‌ ୧୯ ଓ ୨୦ରେ ଅନୁଷ୍ଠିତ ବିଧାନସଭା ଅଧିବେଶନକୁ ଅସାମ୍ବିଧାନିକ ଦର୍ଶାଇଥିଲେ। ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ଙ୍କ ନେତୃତ୍ୱାଧୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସରକାର ରାଜ୍ୟପାଳଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ରାଜ୍ୟପାଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri