Posted inଖେଳ

ମହିଳା ଟି୨୦ କ୍ରିକେଟ: ଇଂଲଣ୍ଡଠାରୁ ୩୮ ରନରେ ହାରିଲା ଭାରତ

ମୁମ୍ବାଇ, ୬।୧୨: ଶେଫାଳି ବର୍ମାଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଭାରତ ବୁଧବାର ଏଠାରେ ଅନୁଷ୍ଠିତ ପ୍ରଥମ ମହିଳା ଟି୨୦ କ୍ରିକେଟ ମ୍ୟାଚରେ ଇଂଲଣ୍ଡଠାରୁ ୩୮ ରନରେ ହାରି ଯାଇଛି। ଇଂଲଣ୍ଡ ୨୦ ଓଭରରେ ୬ ଉଇକେଟ ହରାଇ ୧୯୭ ରନ କରିଥିବାବେଳେ ଭାରତ ୨୦ ଓଭରରେ ୬ ଉଇକେଟ ହରାଇ ୧୫୯ ରନ କରିବାକୁ ସକ୍ଷମ ହୋଇଥିଲା।

ଭାରତ ପକ୍ଷରୁ ଶେଫାଳି ସର୍ବାଧିକ ୫୨ ଓ ଅଧିନାୟିକା ହରମନପ୍ରୀତ କୌର ୨୬ ରନ କରିଥିଲେ। ଇଂଲଣ୍ଡ ବୋଲରଙ୍କ ମଧ୍ୟରେ ସୋଫି ଏକଲେଷ୍ଟୋନ ୩ଟି ଏବଂ ନାଟ୍‌ ସ୍କିଭର-ବ୍ରଣ୍ଟ, ଫ୍ରେୟା କେମ୍ପ ଓ ସାରା ଗ୍ଲେନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ବିଜୟ ଫଳରେ ଇଂଲଣ୍ଡ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀଲାଭ କରିଛି।

ଟସ୍‌ ଜିତି ଇଂଲଣ୍ଡ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଭାରତର ରେଣୁକା ସିଂ ଚମତ୍କାର ବୋଲିଂ କରି ଇନିଂସର ପ୍ରଥମ ଓଭରରେ ଇଂଲଣ୍ଡକୁ ଡବଲ ଝଟ୍‌କା ଦେଇଥିଲେ। ତେବେ ଡାନି ଓ୍ବାଟ୍ଟ ଓ ନାଟ୍‌ ସ୍କିଭର-ବ୍ରଣ୍ଟ ଦ୍ରୁତ ହାରରେ ରନ ସଂଗ୍ରହ କରି ତୃତୀୟ ଉଇକେଟରେ ୮୭ ବଲ୍‌ରୁ ୧୩୮ ରନର ଭାଗୀଦାରି ଗଢ଼ିବାରୁ ଇଂଲଣ୍ଡ ବଡ଼ ସ୍କୋର ଆଡ଼କୁ ମୁହାଁଇଥିଲା। ଓ୍ବାଟ୍ଟ ୪୭ ବଲ୍‌ରୁ ୭୫ (୮ ଚୌକା, ୨ ଛକା) ଓ ବ୍ରଣ୍ଟ ୫୩ ବଲ୍‌ରୁ ୭୭ (୧୩ ଚୌକା) ରନ କରି ଇଂଲଣ୍ଡ ଇନିଂସ ଗଢ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

ଶେଷ ଭାଗରେ ଆମି ଜୋନ୍ସ ୯ ବଲ୍‌ରୁ ୨୩ (୩ ଚୌକା, ୧ ଛକା) ରନର ମୂଲ୍ୟବାନ ଇନିଂସ ଖେଳିଥିଲେ। ଭାରତ ପକ୍ଷରୁ ରେଣୁକା ସିଂ ୩ଟି, ଶ୍ରେୟଙ୍କା ପାଟିଲ ୨ଟି ଓ ସାଇକା ଇଶାକ ଗୋଟିଏ ଉଇକେଟ ନେଇଥିଲେ। ଏହି ମ୍ୟାଚରେ ଭାରତର ସାଇକା ଇଶାକ ଓ ଶ୍ରେୟଙ୍କା ପାଟିଲ ଟି୨୦ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ଉଭୟ ଖେଳାଳି ଡେବ୍ୟୁ ମ୍ୟାଚରେ ଉଇକେଟ ନେବାରେ ସକ୍ଷମ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?