Home Middle

ଆଜିଠାରୁ ଭକ୍ତଙ୍କ ପାଇଁ ବନ୍ଦ ରହିବ ରାମ ମନ୍ଦିର, ଏହି ଦିନଠୁ କରିପାରିବେ ଦର୍ଶନ

ଲକ୍ଷ୍ନୌ,୧୯।୧: ଆଜିଠାରୁ ଭକ୍ତମାନଙ୍କ ପାଇଁ ରାମ ମନ୍ଦିର ବନ୍ଦ ରହିବ। ଶୁକ୍ରବାର ସା ୭ଟାରୁ ଅସ୍ଥାୟୀ ରାମ ମନ୍ଦିରରେ ଦର୍ଶନ ହୋଇପାରିବନାହିଁ। ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପ୍ରସ୍ତୁତିକୁ ନେଇ ଏହି ନିଷ୍ପତ୍ତି ନିଆଯାଇଛି। ଜାନୁଆରୀ ୨୩ରୁ ଭକ୍ତମାନେ ରାମଲାଲାଙ୍କ ଦର୍ଶନ କରିପାରିବେ।…

‘ଭଗବାନ ରାମଙ୍କ ଆଦର୍ଶରେ ଆମେ ଚାଲୁଛୁ’, ମହାରାଷ୍ଟ୍ରରେ ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ,୧୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମହାରାଷ୍ଟ୍ରର ସୋଲାପୁରରେ ପହଞ୍ଚିଛନ୍ତି। ଏଠାରେ ସେ ୨ ହଜାର କୋଟି ଟଙ୍କା ମୂଲ୍ୟର ଯୋଜନାର ଶିଳାନ୍ୟାସ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ସୋଲାପୁରରେ ପ୍ରଧାନମନ୍ତ୍ରୀ…

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଭାଜପାର ମେଗା ପ୍ଲାନ, ମୋଦି କରିବେ ୧୪୦ ରାଲି

ନୂଆଦିଲ୍ଲୀ,୧୯।୧: ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପରେ ଭାରତୀୟ ଜନତା ପାର୍ଟି(ଭାଜପା) ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଯାଉଛି। ଏଥିପାଇଁ ଦଳ ଏକ ମେଗା ଯୋଜନା ପ୍ରସ୍ତୁତ କରିଛି। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ସଫଳ ହେଲାନି ମହୁଆଙ୍କ ଚେଷ୍ଟା, ଶେଷରେ ଖାଲି କଲେ ସରକାରୀ ବଙ୍ଗଳା

ନୂଆଦିଲ୍ଲୀ,୧୯।୧: ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଲୋକ ସଭାରୁ ବହିଷ୍କୃତ ହୋଇଥିବା ଏମ୍‌ପି ମହୁଆ ମୋଇତ୍ରାଙ୍କୁ ଶେଷରେ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିଛି। ଦୁଇ ଦିନ ପୂର୍ବେ ବଙ୍ଗଳା ଖାଲି କରିବାକୁ ପୁଣି ଥରେ ମହୁଆକୁ ନୋଟିସ ପଠାଯାଇଥିଲା।…

ଆଶାକର୍ମୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ଅନୁଗୋଳ,୧୯ା୧(ଅମିତ କୁମାର ସାମଲ): ଗର୍ଭବତୀ ମହିଳାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଫେରୁଥିବା ବେଳେ ଦୁର୍ଘଟଣାରେ ଶୁକ୍ରବାର ଜଣେ ଆଶାକର୍ମୀଙ୍କର ମୃତ୍ୟୁ ହାଇଛି। ସ୍କୁଟିରେ ଥିବା ଆଶାକର୍ମୀଙ୍କୁ ଟ୍ରକ୍‌ ଚାପି ଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନାନୁସାରେ, ଅନୁଗୋଳ…

ଶଙ୍କରାଚାର୍ଯ୍ୟଙ୍କ ସହ ମୋଦିଙ୍କୁ ତୁଳନା କଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୧୯।୧: ରାମ ମନ୍ଦିରର ଉଦ୍‌ଘାଟନ ଏବଂ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଜାନୁଆରୀ ୨୨ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବ। ଏହାକୁ ନେଇ ରାଜନୀତି ଥମିବାର ନାଁ ଧରୁନି। ଝାଡଖଣ୍ଡର ଗୋଡ୍ଡାର ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶଙ୍କରାଚାର୍ଯ୍ୟଙ୍କ ସହ…

୧୪୭ ବର୍ଷ ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମଥର ଘଟିଲା ଏମିତି: ଅଷ୍ଟ୍ରେଲିଆ କଲା ନୂଆ କାରନାମା

ଆଡିଲେଡ,୧୯।୧: ଆଡିଲେଡରେ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ମ୍ୟାଚ ସମୟରେ ଅଷ୍ଟ୍ରେଲିଆ ଦଳ ଏକ ସଫଳତା ହାସଲ କରିଛି। ୧୪୭ ବର୍ଷ ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମଥର ଅଷ୍ଟ୍ରେଲିଆ ପ୍ରଥମ ଦଳ ହୋଇପାରିଛି ଯାହାର ପେଇଙ୍ଗ-୧୧ର ଚାରି ବୋଲର ଟେଷ୍ଟ ମ୍ୟାଚରେ ୨୫୦+…

ବାଇକ୍‌-ସ୍କୁଟି ମୁହାଁମୁହିଁ: ଚାଲିଗଲା ୫ ଜୀବନ, ଜଣେ ଗୁରୁତର

ଗଞ୍ଜାମ,୧୯ା୧: ଗଞ୍ଜାମ ଜିଲା ସୋରଡ଼ା ଥାନା ନିକଟ କେଶରୀପାଟଣା ଗାଁ ଡ୍ରାପ୍‌ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍‌ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ…

ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସାମ୍ନାକୁ ଆସିଲା ରାମଲାଲାଙ୍କ ମୂର୍ତ୍ତିର ପ୍ରଥମ ଫଟୋ

ନୂଆଦିଲ୍ଲୀ, ୧୮।୧: ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭଗବାନ ରାମଙ୍କ ମୂର୍ତ୍ତିର ପ୍ରଥମ ଝଲକ ଏବେ ସାମ୍ନାକୁ ଆସିଛି। ଗୁରୁବାର ରାତିରେ ରାମଲାଲା ମୂର୍ତ୍ତିର ପ୍ରଥମ…

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଲାଗି ଅଧା ଦିନ ବନ୍ଦ ରହିବ ଓଡ଼ିଶା ସରକାରୀ କାର୍ଯ୍ୟାଳୟ

ଭୁବନେଶ୍ୱର,୧୮।୧: ରାମ ମନ୍ଦିରର ଉଦ୍‌ଘାଟନ ଦିନ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ ଅଧା ଦିନ ଛୁଟି ଘୋଷଣା ପରେ ଓଡ଼ିଶା ସରକାର ମଧ୍ୟ ସମାନ ନିଷ୍ପତ୍ତି ନେଇଛନ୍ତି। ଜାନୁଆରୀ ୨୨ ରେ ରାଜ୍ୟ ସରକାରୀ କାର୍ଯ୍ୟାଳୟ ଅଧା ଦିନ ବନ୍ଦ ରହିବ। ଅଯୋଧ୍ୟାରେ…

ଆସିଲେ ରାମ, ‘ଜୟ ସିୟାରାମ’ରେ ଗୁଞ୍ଜରିତ ହେଲା ଗର୍ଭଗୃହ

ଅଯୋଧ୍ୟା,୧୮।୧: କେବଳ ପ୍ରଭୁ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା ସହର ନୁହେଁ, ସମଗ୍ର ଦେଶ ଏବେ ରାମମୟ ପାଲଟିଛି। ସମସ୍ତେ ୨୨ଜାନୁଆରୀକୁ ଅପେକ୍ଷା କରିଛନ୍ତି। ଯେତେବେଳେ ରାମଲାଲା ମହାନ ରାମ ମନ୍ଦିରରେ ବସିବେ। ଉତ୍ସର୍ଗୀକୃତ ରୀତିନୀତି ମଙ୍ଗଳବାର ଅର୍ଥାତ୍‌ ଜାନୁଆରୀ ୧୬ରୁ ଆରମ୍ଭ…

ଚଟାଣରେ ଶୋଉଛନ୍ତି, କେବଳ ପଇଡ଼ ପାଣି ପିଉଛନ୍ତି; ରାମ ମନ୍ଦିର କାର୍ଯ୍ୟକ୍ରମ ପାଇଁ ଉପାସରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮ା୧: ଅଯୋଧ୍ୟା ରାମ ମନ୍ଦିରରେ ‘ରାମ ଲାଲା’ଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସ୍ୱତନ୍ତ୍ର ରୀତିନୀତିରେ ରହୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପ୍ରଧାନମନ୍ତ୍ରୀ ଏବେ ଚଟାଣରେ ଶୋଉଛନ୍ତି ଏବଂ ୧୧ ଦିନିଆ ‘ଉପବାସ’ (ବିଶେଷ ରୀତିନୀତି) କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri