ଭାଇରାଲ ହେଲା ଗଣିତ ପ୍ରଶ୍ନପତ୍ର: ଛାତ୍ରୀଛାତ୍ର କହିଲେ- ‘ହଁ ଏହି ପ୍ରଶ୍ନ ପଡିଥିଲା’, ଖଣ୍ଡନ କଲା ବୋର୍ଡ

ଭୁବନେଶ୍ୱର,୨୬।୨: ଦଶମ ପରୀକ୍ଷାରେ ପୁଣି ସାମ୍ନାକୁ ଆସିଲା ଅନିୟମିତତା। ସୋମବାର ଗଣିତ ପରୀକ୍ଷା ଥିଲା ବେଳେ ପରୀକ୍ଷା ସରିବାର ଯଥେଷ୍ଠ ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଉତ୍ତର ସହିତ ଘୂରିବୁଲୁଥିବାରୁ କେଉଁ ଅଞ୍ଚଳରୁ ପ୍ରଶ୍ନପତ୍ର ଲିକ୍ ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ।

ତେବେ ପରୀକ୍ଷା ସରିବା ପରେ ଛାତ୍ରୀଛାତ୍ରମାନେ କହିଛନ୍ତି ଯେ, ”ଭାଇରାଲ ହୋଇଥିବା ସମାନ ପ୍ରଶ୍ନପତ୍ର ପରୀକ୍ଷାରେ ପଡିଥିଲା।” C ଓ D ସେଟ୍‌ର ଭାଇରାଲ ପ୍ରଶ୍ନ ଆଜିର ପ୍ରଶ୍ନ ସହ ମିଶୁଥିବା ସେମାନେ କହିଥିଲେ। ପରୀକ୍ଷା ହଲ୍‌ରୁ ବାହାରିବା ପରେ ପ୍ରଶ୍ନପତ୍ର ଲିକ୍ ଖବର ଶୁଣି ଚିନ୍ତା ପ୍ରକଟ କରିଛନ୍ତି ପରୀକ୍ଷାର୍ଥୀ। ଏହାକୁ ନେଇ ସେମାନେ କହିଛନ୍ତି ଯେ, ଏହା ଚାପ ପକାଉଛି ଯେଉଁଠି ହୋଇଛି ସେଠି କାର୍ଯ୍ୟାନୁଷ୍ଠାନ ହେଉ।

ତେବେ ଗଣିତ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗକୁ ବୋର୍ଡର ଖଣ୍ଡନ କରିଛି। ବୋର୍ଡ ସଭାପତି ଓ ଉପସଭାପତି ଏହି ଖବରକୁ ଖଣ୍ଡନ କରି କହିଛନ୍ତି ୧୧ଟା ୪୫ରେ ପରୀକ୍ଷା ସରିବା ପରେ ପ୍ରଶ୍ନପତ୍ର ବାହାରକୁ ଆସିଛି। ଏହା ପୂର୍ବରୁ ଆମ ପାଖକୁ କୌଣସି ଅଭିଯୋଗ ଆସିନାହିଁ। ତେଣୁ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇ ନାହିଁ ବୋଲି କହିଛନ୍ତି ବୋର୍ଡ ଉପସଭାପତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂଙ୍କୁ ବଳାତ୍କାର ଉଦ୍ୟମ, ଦେଢ଼ଶୂର ଗିରଫ

ପାଣିକୋଇଲି,୧୭ା୫(ବିକାଶ ମଲ୍ଲିକ): ଯାଜପୁର ଜିଲା ପାଣିକୋଇଲି ଥାନା ଅଞ୍ଚଳରେ ଭାଇବୋହୂଙ୍କୁ ଦେଢ଼ଶୂର ବଳାତ୍କାର ଉଦ୍ୟମ କରିଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ଶନିବାର ଅଭିଯୁକ୍ତଙ୍କୁ...

ଲକ୍ଷ୍ମୀ ବସ୍‌- କାର ମୁହାଁମୁହିଁ ଧକ୍କା: କାର ଚାଳକ ମୃତ, ୧୫ ଗୁରୁତର

ଖଲ୍ଲିକୋଟ,୧୭।୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କନ୍ଦିଗାଁ କାକୁଡ଼ିଆ ବନ୍ଧ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ...

କରୋନାକୁ ନେଇ କୌଣସି ଭୟଭୀତ ହେବାର କାରଣ ନାହିଁ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୧୭।୫: ଏସିଆ ମହାଦେଶର ଥାଇଲାଣ୍ଡ, ହଂକଂ ଏବଂ ସିଙ୍ଗାପୁରରେ ପୁଣି ଥରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏହି ସ୍ଥାନଗୁଡିକରେ ନୂତନ କରୋନା ରୋଗୀ ଚିହ୍ନଟ...

ଆସିଲା କଂଗ୍ରେସ ପଦାଧିକାରୀଙ୍କ ତାଲିକା: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ…

ଭୁବନେଶ୍ୱର,୧୭।୫: ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି ପକ୍ଷରୁ ଶନିବାର ରାଜ୍ୟର ବିଭିନ୍ନ ପଦାଧିକାରୀଙ୍କ ତାଲିକା ଜାରି କରାଯାଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କୋଷାଧ୍ୟକ୍ଷ ଭାବେ...

ଜଣେ ନୁହେଁ ଦୁଇଦୁଇ ଜଣ ସରକାରୀ ଅଧିକାରିଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ଭୁବନେଶ୍ୱର/ବାସୁଦେବପୁର,୧୭।୫(କାଳିପଦ ରାୟ): ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ୨ ସରକାରୀ ଅଧିକାରୀ ଗିରଫ। ବାସୁଦେବପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଅଶୋକ ଦାସ ୧୦,୦୦୦ ଟଙ୍କା ଲାଞ୍ଚ...

ବିଜେଡି ଓପରେ ଫିଡିକିଲେ ଶଶି: କେବଳ ଏହି ଗୋଟିଏ କାରଣ ପାଇଁ, ଯିଏ ନିର୍ବାଚନ ପରିଚାଳନା କରୁଥିଲେ…

ଭୁବନେଶ୍ୱର,୧୭।୫: ବିଜେଡିକୁ ନେଇ ପୁଣି ବଡ଼ ବୟାନ ଦେଲେ ପୂର୍ବତନ ବିଜେଡି ବିଧାୟକ ଶଶିଭୂଷଣ ବେହେରା। ଦଳରେ ବରିଷ୍ଠଙ୍କୁ ଅଣଦେଖା କରାଯାଉଥିବା କହିଲେ ଶଶିଭୂଷଣ। ଦଳରେ...

ଭତ୍ତାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ: ବିଡିଓଙ୍କୁ ଘେରିଲେ…

ପୁରୁଷତ୍ତମପୁର,୧୭ା୫(ସିମାଞ୍ଚଳ ମିଶ୍ର): ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ବହୁ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି। ଗରିବ, ବୟସାଧିକ ହିତାଧିକାରୀମାନେ ଭତ୍ତା ପାଉ ନ...

ଚାଞ୍ଚଲ୍ୟକର ବୟାନ ଦେଲେ ଲବ ହାଁସଦାଙ୍କ ଭାଇ, କହିଲେ ସେ ପୂର୍ବରୁ ବିବାହିତ…

ଭୁବନେଶ୍ୱର,୧୭ା୫: ବିବାଦରେ ବହୁ ଚର୍ଚ୍ଚିତ ୟୁଟ୍ୟୁବର ଲବ ହାଁସଦା । ତାଙ୍କ ନାଁରେ ରୁଜୁ ହୋଇଛି ସାଂଘାତିକ ମାମଲା। ପ୍ରେମିକାଙ୍କ ଆତ୍ମହତ୍ୟା ଘଟଣାରେ ଗୁରୁତର ଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri