Posted inଜାତୀୟ

ଭାରତରେ ଅଧିକ ବେରୋଜଗାରି, ପଡ଼ୋଶୀ ଦେଶଗୁଡ଼ିକ ତୁଳନାରେ ସର୍ବାଧିକ

ନୂଆଦିଲ୍ଲୀ,୨୬।୨: ୨୦୨୨ରେ ଭାରତର ଯୁବ ବେରୋଜଗାରି ହାର ୨୩.୨୨% ଥିଲା, ଯାହାକି ଅନ୍ୟ ପଡ଼ୋଶୀ ଦେଶଗୁଡ଼ିକ ତୁଳନାରେ ସର୍ବାଧିକ। ଯୁବ ବେରୋଜଗାରି ହାର ପାକିସ୍ତାନରେ ୧୧.୩% ଥିବାବେଳେ ବାଂଲାଦେଶରେ ୧୨.୯% ଓ ଭୁଟାନରେ ୧୪.୪% ଥିଲା। ସେହି ବର୍ଷ ଚାଇନାରେ ବେକାରି ହାର ୧୩.୨ ପ୍ରତିଶତ ରହିଥିବା ବିଶ୍ୱବ୍ୟାଙ୍କ ରିପୋର୍ଟରୁ ଜଣାପଡ଼ିଛି।

ଶ୍ରମ ସଙ୍ଗଠନ (ଆଇଏଲ୍‌ଓ)ର ଆକଳନ ଆଧାରରେ ପ୍ରସ୍ତୁତ ଉକ୍ତ ରିପୋର୍ଟ ଅନୁସାରେ ସିରିଆରେ ୨୨.୧%, ଇଣ୍ଡୋନେସିଆ ୧୩%, ମାଲେସିଆ ୧୧.୭%, ଭିଏଟ୍‌ନାମ ୭.୪%, ଦକ୍ଷିଣ କୋରିଆ ୬.୯% ଓ ସିଙ୍ଗାପୁରରେ ଯୁବ ବେରୋଜଗାରି ହାର ୬.୧% ରହିଥିଲା। ଯୁବ ବେରୋଜଗାରି କହିଲେ ଶ୍ରମଶକ୍ତିର ୧୫ରୁ ୨୪ ବର୍ଷ ବୟସ୍କ ବ୍ୟକ୍ତିକୁ ବୁଝାଏ, ଯାହାଙ୍କ ହାତରେ ନିଯୁକ୍ତି ନ ଥାଏ। ସେମାନେ ସ୍କୁଲ, କଲେଜରେ ସଦ୍ୟ ପାଠପଢ଼ା ସାରି ତତ୍ପରତା ସହ ଚାକିରି ଖୋଜୁଥାଆନ୍ତି। ୧୫-୩୪ ବର୍ଷ ବୟସ୍କ ପ୍ରାୟ ୩୬% ଭାରତୀୟ ଦେଶରେ ବେରୋଜଗାରିକୁ ସବୁଠୁ ବଡ଼ ସମସ୍ୟା ବୋଲି ମନେକରନ୍ତି। କ୍ୟାରିୟର ଅଭିଳାଷା, ନିଯୁକ୍ତି ପସନ୍ଦ ଓ ଭାରତୀୟ ଯୁବପିଢ଼ିଙ୍କ ଆକାଂକ୍ଷାକୁ ବିଶ୍ଲେଷଣ କରିବା ପାଇଁ ଲୋକନୀତି-ସିଏସ୍‌ଡିଏସ୍‌ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣରୁ ଏହି ବିଷୟ ଜଣାପଡ଼ିଛି। ଏଥିରେ ଆହୁରି କୁହାଯାଇଛି ଯେ, ଗତ ୧ ଦଶନ୍ଧି ମଧ୍ୟରେ ଭାରତର ଯୁବ ବେରୋଜଗାରି ହାର ପ୍ରାୟ ୨୨% ରହିଆସିଥିଲା।

‘ବେକାର’ ରୂପେ ପଞ୍ଜୀକୃତ ହେବା ପାଇଁ ଜଣେ ବ୍ୟକ୍ତି ନିଶ୍ଚିତ ଭାବେ କାର୍ଯ୍ୟକ୍ଷମ ଓ ବେରୋଜଗାର ହୋଇଥିବା ଦରକାର। ଏଥିସହ ସେ ଚାକିରି ମଧ୍ୟ ଖୋଜୁଥିବା ଆବଶ୍ୟକ। ସାଧାରଣତଃ ଯୁବ ବେରୋଜଗାରି ହାର ବୟସ୍କ ବେରୋଜଗାରି ହାରଠାରୁ ଅଧିକ ରହିଥାଏ। କାରଣ ଅନେକ ସ୍ନାତକ ଡିଗ୍ରୀ ହାସଲକାରୀ ବ୍ୟକ୍ତି ନିଜ ଶିକ୍ଷା ଶେଷ କରିବା ପରେ ଚାକିରି ପାଇ ନ ଥାନ୍ତି। ଭାରତରେ ମଧ୍ୟ ଏହି ସ୍ଥିତି ଦେଖିବାକୁ ମିଳିଥାଏ। ଜାତୀୟ ବେରୋଜଗାରି ହାରଠାରୁ ଯୁବ ବେରୋଜଗାରି ଅଧିକ ରହିଆସିଛି। ୨୦୨୦ରେ କୋଭିଡ୍‌-୧୯ ମହାମାରୀଜନିତ ଲକ୍‌ଡାଉନ୍‌ ବେଳେ ଦେଶରେ ବେରୋଜଗାରି ହାର ସର୍ବାଧିକ ୩୦.୯୦% ଥିବାବେଳେ ୨୦୨୧ରେ ଏହା ସାମାନ୍ୟ ହ୍ରାସ ପାଇ ୨୩.୮୯% ଥିଲା। ୨୦୨୨ରେ ଭାରତୀୟ ଯୁବ ବେରୋଜଗାରିଙ୍କ ହାର ୨୩.୨୨% ରହିଥିଲା। ତେବେ ଏସିଆ-ପ୍ରଶାନ୍ତ ମହାସାଗରିୟ କ୍ଷେତ୍ରର ରାଷ୍ଟ୍ରଗୁଡ଼ିକୁ ଦେଖିଲେ ଭାରତରେ ବେକାରି ସମସ୍ୟା ମଧ୍ୟମ ସ୍ଥିତିରେ ରହିଛି। କାମ୍ବୋଡିଆରେ ସର୍ବନିମ୍ନ ୧%ରୁ କମ୍‌ ବେରୋଜଗାରି ଥିବାବେଳେ ଆଫଗାନିସ୍ତାନରେ ଏହା ସର୍ବାଧିକ ୮.୮% ରହିଛି। ବିଗତ ୨ ଦଶନ୍ଧିର ସ୍ଥିତିକୁ ଅନୁଧ୍ୟାନ କଲେ ପୂର୍ବ ଏସିଆ ଓ ପାସିଫିକ୍‌ ତୁଳନାରେ ଆରବ ଜଗତରେ ବିଶ୍ୱର ସର୍ବାଧିକ ବେରୋଜଗାରି ରହିଥିବା ଜଣାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

ହାଫିଜ ସୟିଦଙ୍କୁ ସମନ ଜାରି କରିବ NIA

ଜମ୍ମୁ-କଶ୍ମୀର,୨୨।୮: ୨୦୨୫ ପହଲଗାମ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ପକ୍ଷରୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ସମନ ଜାରି କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପାକିସ୍ତାନକୁ…

୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ…

ଏହି ୫୨ ନେତା ପିନ୍ଧିବେ ୧୦ ଲକ୍ଷ ଟଙ୍କାର ଜ୍ୟାକେଟ୍‌: ପଛରେ ରହିଛି ଏମିତି କାରଣ

ଲକ୍ଷ୍ନୌ,୨୨।୮: ଉତ୍ତର ପ୍ରଦେଶରେ ରାଜନୈତିକ ନେତାଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ରାଜ୍ୟର ୫୨ ନେତାଙ୍କୁ ବୁଲେଟପ୍ରୁଫ ଜ୍ୟାକେଟ ଯୋଗାଇ ଦିଆଯାଇଛି। ଏହି ସୁରକ୍ଷା…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

ଏକକାଳୀନ ଫାଟିଲା ଅନେକ ସ୍ମାର୍ଟ ମିଟର, ଦୁଇ ଶିଶୁଙ୍କ ସହ ଜଳିଗଲେ ୪ ଜଣ

ସୁଲତାନପୁର,୨୨।୮: ଉତ୍ତର ପ୍ରଦେଶ ସୁଲତାନପୁରର ଆବାସ ବିକାଶ କଲୋନୀର ପାଣି ଟାଙ୍କି ନିକଟରେ, ସାତଟି ପୃଥକ ଘରେ ସ୍ଥାପିତ ସ୍ମାର୍ଟ ମିଟର, ଏକାସଙ୍ଗେ ବିସ୍ଫୋରଣ ହେବାରୁ ଗୋଟିଏ…

ବିଜୟ ସରକାର ଏହି ପିଲାମାନଙ୍କୁ ଦେବେ ବଡ଼ ଉପହାର; ଅଳଙ୍କାର ବ୍ୟବସାୟୀମାନଙ୍କୁ ଦିଆଯାଇଛି ଅର୍ଡର

ଚେନ୍ନାଇ,୨୨।୮: ମୁଖ୍ୟମନ୍ତ୍ରୀ ବିଜୟ ତାମିଲନାଡୁ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ସେ ନବଜାତ ଶିଶୁଙ୍କ ପାଇଁ ‘ଥାଇମାମାନ ସୁନା ମୁଦି ଯୋଜନା’ ଆରମ୍ଭ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri