Home Left

ଗୋବରୀକୂଳ ପଡ଼ାର ଦୁଃଖ ପାଲଟିଛି ଗୋବରୀ ନାଳ

ନାଉଗାଁ,୧୦ା୫(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକ ଦେଇ ପ୍ରବାହିତ ଗୋବରୀ ନାଳ ପାର୍ଶ୍ୱବର୍ତ୍ତୀ ଗୋବରୀପଡାବାସୀଙ୍କ ଦୁଃଖର କାରଣ ସାଜିଛି। ନାଳ ଖନନ, ବନ୍ଧ ଓ ପୋଲି ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏଥିଯୋଗୁ ପଡାକୁ ଯାଇଥିବା ରାସ୍ତାରୁ ମାଟି ଅତଡା ଧସିବାରେ…

ବାତ୍ୟା: କ୍ଷୟକ୍ଷତି ଆଶଙ୍କାରେ ଚାଷୀ

ପଟ୍ଟାମୁଣ୍ଡାଇ,୧୧।୫(ସ୍ବ.ପ୍ର.): ସମ୍ଭାବ୍ୟ ବାତ୍ୟା ‘ଅସାନି’ ପ୍ରଭାବରେ ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ସତର୍କ କରାଇଛି। ବାତ୍ୟା ବିପଦ ଟଳିଥିଲେ ମଧ୍ୟ ଏବେ ପଟ୍ଟାମୁଣ୍ଡାଇ ଅଞ୍ଚଳର ଲୋକେ ଆଶଙ୍କା ମଧ୍ୟରେ ଅଛନ୍ତି। ସବୁଠୁ ଅଧିକ ଚିନ୍ତାରେ…

ବନ୍ୟା, ବାତ୍ୟା ବେଳେ ସ୍ଥାନାନ୍ତର ମନେପଡ଼େ

କେନ୍ଦ୍ରାପଡ଼ା ଅଫିସ, ୧୧।୫: କେନ୍ଦ୍ରାପଡ଼ା ଜିଲାରେ ବନ୍ୟା, ବାତ୍ୟା, ସୁନାମି ଭୟ ପ୍ରତିବର୍ଷ ଲାଗି ରହିଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନଜୀବନ ସୁରକ୍ଷା ପାଇଁ ସ୍ଥାନାନ୍ତର ସାଧାରଣ କଥା ହୋଇଛି। ସମୁଦ୍ର ତଟକ୍ଷୟ ପାଇଁ ସାତଭାୟାର ୫୭୧ପରିବାର ୮କି.ମି. ଦୂର…

ବ୍ରଜରାଜନଗର ଉପନିର୍ବାଚନ: ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ

ଝାରସୁଗୁଡା ଅଫିସ,୧୧।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି। ତେବେ ବୁଧବାର ନାମାଙ୍କନପତ୍ର ଦାଖଲର ଶେଷ ଦିନ ରହିଛି। ଭାଜପା, ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିବେ। ତିନି ଦଳ ଝାରସୁଗୁଡାରେ ନିଜ ନିଜର…

୭୪ ଶିଳ୍ପାନୁଷ୍ଠାନରୁ ୯ ମୁଖ୍ୟ ଦୁର୍ଘଟଣାପ୍ରବଣ

ଜଗତ୍‌ସିଂହପୁର ଅଫିସ,୧୧।୫: ଜଗତ୍‌ସିଂହପୁରରେ ଥିବା ମୋଟ ୭୪ ଶିଳ୍ପାନୁଷ୍ଠାନ ମଧ୍ୟରୁ ୯ ମୁଖ୍ୟ ଦୁର୍ଘଟଣା ପ୍ରବଣ ଓ ୬ଟି ବିପଦପୂର୍ଣ୍ଣ ଶିଳ୍ପାନୁଷ୍ଠାନ ରହିଛି। ସେଠାରେ ଆମୋନିଆ ଓ କ୍ଲୋରିନ୍‌ ଗ୍ୟାସ ଲିକ୍‌ ହେବାର ସମ୍ଭାବନା ରହୁଛି। ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇବା ପାଇଁ…

ଡେରାବିଶରେ ପହଞ୍ଚିଲା ଏନ୍‌ଡିଆର୍‌ଏଫ୍‌ ଟିମ୍‌

ଡେରାବିଶ,୧୧।୫(ସ୍ବ.ପ୍ର.): ବାତ୍ୟା ‘ଅସାନି’ ପ୍ରଭାବରେ ଉପକୂଳ କେନ୍ଦ୍ରାପଡ଼ା ଜିଲାରେ ବର୍ଷାର ପ୍ରଭାବ ରହିଛି। ଏଥିପାଇଁ ଜିଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶକ୍ରମେ ଡେରାବିଶ ବ୍ଲକ ପ୍ରଶାସନ ପକ୍ଷରୁ ୨୬ଟି ପଞ୍ଚାୟତରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ବିଡିଓ ଗୋପବନ୍ଧୁ ଭୋସାଗର ସୂଚନା ଦେଇଛନ୍ତି।…

କୁମ୍ଭୀରଭରା ନଦୀରେ ପେଟ ପାଇଁ ଜୀବନ ବିପଦ

ମହାକାଳପଡ଼ା,୧୧।୫ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀଗୁଡିକରୁ ବାଗଦା ଚିଙ୍ଗୁଡ଼ି ଯାଅଁାଳ (ପିନ୍‌ ସଦୃଶ)କୁ ମହିଳାମାନେ ସଂଗ୍ରହ କରିଥାନ୍ତି। ସମୁଦ୍ର ଜଳ ନଦୀରେ ଭଟ୍ଟା ବା ଛାଡ଼ ପାଣିରେ ସରୁ ଗାଞ୍ଜ ଜାଲ ଦ୍ୱାରା ନଦୀ ମଧ୍ୟରେ…

ପରଲୋକରେ ପୂର୍ବତନ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ

ନୂଆଦିଲ୍ଲୀ,୧୧।୫: ପୂର୍ବତନ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ପଣ୍ଡିତ ସୁଖ ରାମଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ବର୍ଷ ହୋଇଥିଲା। ମଙ୍ଗଳବାର ରାତିରେ ବ୍ରେନ୍‌ ଷ୍ଟ୍ରୋକ୍‌ ହେବାରୁ ତାଙ୍କର ନିଧନ ଘଟିଛି। ଏନେଇ ସୁଖ ରାମଙ୍କ ନାତି ମଙ୍ଗଳବାର ରାତିରେ ଟୁଇଟ…

ଦେଶଦ୍ରୋହ ଆଇନ ସମୀକ୍ଷାକୁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ,୧୧।୫: ଦେଶଦ୍ରୋହ ଆଇନର ସମୀକ୍ଷା ଲାଗି ମଙ୍ଗଳବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଅନୁମତି ଦେଇଛନ୍ତି। ତେବେ ସମୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ଏହି ଉପନିବେଶୀୟ ଆଇନରେ ଦାଏର ହେଉଥିବା ନୂଆ ମାମଲାଗୁଡ଼ିକର ବିଚାର ସ୍ଥଗିତ ରଖାଯିବ କି ନାହିଁ, ତାହା ଉପରେ…

ମହାରାଣୀଙ୍କ ଅଭିଭାଷଣ ପଢ଼ିଲେ ପ୍ରିନ୍ସ ଚାର୍ଲସ

ଲଣ୍ଡନ, ୧୧ା୫: ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟ (୯୬) ଚାଲିବାରେ ଅସୁବିଧା ଯୋଗୁ ମଙ୍ଗଳବାର ଆରମ୍ଭ ହୋଇଥିବା ବ୍ରିଟିଶ ପାର୍ଲାମେଣ୍ଟ ଅଧିବେଶନରେ ଉପସ୍ଥିତ ହୋଇପାରିନାହାନ୍ତି। ପରମ୍ପରା ଅନୁସାରେ ମହାରାଣୀ ପ୍ରଥମେ ଅଭିଭାଷଣ ଦେବା କଥା। କିନ୍ତୁ ତାଙ୍କ ଅନୁପସ୍ଥିତିରେ ପ୍ରଥମ ଥର…

ଫିଲିପାଇନ୍ସକୁ ଫେରିଲା ମାର୍କୋସ ଶାସନ

ମାନିଲା, ୧୧ା୫: ଫିଲିପାଇନ୍ସକୁ ପୁଣି ଫେରିଛି ମାର୍କୋସ୍‌ ଶାସନ। ଏକଚ୍ଛତ୍ରବାଦୀ ଶାସକ ସ୍ବର୍ଗତଃ ଫର୍ଡିନାଣ୍ଡ ଇମାନ୍ବେଲ ଇଡ୍ରାଲିନ୍‌ ମାର୍କୋସ୍‌ଙ୍କ ପୁଅ ଫଡିର୍ନାଣ୍ଡ ମାର୍କୋସ୍‌ ଜୁନିୟର ଦେଶର ନୂଆ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। କଡ଼ା ଟକ୍କର ଦେଇଥିବା ଲେନି ରୋବ୍ରୋଡୋଙ୍କୁ ସେ ପରାଜିତ…

କୁତବ୍‌ମିନାର ନାଁ ବିଷ୍ଣୁ ସ୍ତମ୍ଭ ରଖିବା ଦାବିରେ ବିକ୍ଷୋଭ

ନୂଆଦିଲ୍ଲୀ,୧୧।୫: ଦିଲ୍ଲୀର କୁତବ୍‌ମିନାର ନାଁ ବଦଳାଇ ବିଷ୍ଣୁ ସ୍ତମ୍ଭ ରଖିବା ଦାବିରେ ମଙ୍ଗଳବାର ହିନ୍ଦୁ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛି। ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳ ଭାବେ ସ୍ବୀକୃତି ପାଇଥିବା କୁତବ ମିନାରରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଏହା ସତ୍ତ୍ୱେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri