Posted inଜାତୀୟ

ଦେଶରେ ପ୍ରଥମଥର ଭଙ୍ଗାଯିବ ଏତେ ବଡ ବିଲଡିଂ, ସୁରକ୍ଷାର ସମସ୍ତ ବ୍ୟବସ୍ଥା, ଏନଜିଓ ଦ୍ୱାରା ଉଦ୍ଧାର ହେଲେଣି ୩୦-୩୫ କୁକୁର

ନୋଏଡା,୨୮ ।୮: ସେକ୍ଟର-୯୩ଏ ସୁପରଟେକ ଏମରଲାଣ୍ଡ କୋର୍ଟ ଟ୍ୱିନ ଟାୱାରର ଉଚ୍ଚତା ୧୦୦ ମିଟର ହୋଇଥିବା ବେଳେ ସିୟାନର ଉଚ୍ଚତା ୯୭ ମିଟର । ଦେଶରେ ପ୍ରଥମଥର ପାଇଁ ଏତେବଡ ବିଲଡିଂ ଧ୍ୱଂସ ହେବାକୁ ଯାଉଛି । ମାତ୍ର ୧୨ ସେକେଣ୍ଡରେ ଏହା ମାଟିରେ ମିଶିଯିବାର ବ୍ୟବସ୍ଥା କରାଯାଇଛି । ରବିବାର ଦିନ ୨ଟା ୩୦ ମିନିଟରେ ବିସ୍ଫୋରକ ଜରିଆରେ ଏହି ଅବୈଧ ବିଲଡିଂକୁ ଭଙ୍ଗାଯିବ । ଏହାକୁ ସୁରକ୍ଷିତ ଭାବେ ଭାଙ୍ଗିବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ୩୭୦୦ କିଲୋ ବିସ୍ଫୋରକ ଜରିଆରେ ଏହାକୁ ଭଙ୍ଗାଯିବ । ଆଉ ୭୦ ମିଟର ଦୂରରୁ ବଟନ ଦବାଇ ଧ୍ୱସଂ କରାଯିବ ଟ୍ୱିନ ଟାୱାର । ଏହାପରେ ଏହା ଇତିହାସ ହୋଇଯିବ । ତେବେ ଟ୍ୱିନ ଟାୱାର ଭଙ୍ଗାଯିବା ଘଟଣା ଯେତିକି ଆଲୋଚନା ହେଉଛି ଏହିସମୟରେ ସୁରକ୍ଷା କଥା ଯେତିକି ଚିନ୍ତା କରାଯାଇଛି ତା’ରି ଭିତରେ ବି କିଛି ଏନଜିଓ ସେଠାରେ ଥିବା ଗାଈଗୋରୁ ବୁଲା କୁକୁରଙ୍କ କଥା ବି ଚିନ୍ତା କରିଛନ୍ତି । ଟାୱାରଟି ଭାଙ୍ଗିବା ସମୟରେ ଯେମିତି ଏମାନଙ୍କୁ ସୁରକ୍ଷା ଦିଆଯାଇ ପାରିବ ସେଥିପାଇଁ  ଏନଜିଓ ଦ୍ୱାରା ଏବେ ସୁଦ୍ଧା ଟ୍ୱିନ ଟାୱାର ନିକଟରୁ ୩୦-୩୫ କୁକୁରଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri