ସିବିଆଇର ରିମାଣ୍ଡ ଆବେଦନ ଖାରଜ

ଭୁବନେଶ୍ୱର,୨୮।୮(ବ୍ୟୁରୋ): ପାରାଦୀପ ପୋର୍ଟ କନ୍‌ଭେୟର ବେଲ୍ଟ ଲାଞ୍ଚ କାରବାର ମାମଲାରେ ଗିରଫ ହୋଇଥିବା ଚର୍ଚ୍ଚିତ ମିଶ୍ରଙ୍କ ସମେତ ୬ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନକୁ ଶନିବାର ଭୁବନେଶ୍ୱର ସ୍ବତନ୍ତ୍ର ସିବିଆଇ କୋର୍ଟ ଖାରଜ କରିଛନ୍ତି। ଚର୍ଚ୍ଚିତ ଓ ଅନ୍ୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ସେମାନଙ୍କ ଭଏସ୍‌ ଟେଷ୍ଟ କରିବା ଲାଗି ସିବିଆଇ ଚାହୁଁଥିବା ନେଇ କୋର୍ଟରେ ଶୁଣାଣି ସମୟରେ କହିଥିଲା। ହେଲେ ଚର୍ଚ୍ଚିତଙ୍କ ଓକିଲ ଏହାକୁ ବିରୋଧ କରିଥିଲେ। ଭଏସ୍‌ ଟେଷ୍ଟ ପାଇଁ ଯାହା ସବୁ ଆବଶ୍ୟକ ତାକୁ ସିବିଆଇ କୋର୍ଟରେ ଦାଖଲ କରି ନ ଥିବାରୁ ରିମାଣ୍ଡ ଆବେଦନକୁ ଖାରଜ କରିବାକୁ ଯୁକ୍ତି ବାଢ଼ିଥିଲେ। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ସ୍ବତନ୍ତ୍ର ଅଦାଲତ ଏଥିପାଇଁ ଅନୁମତି ଦେଇ ନ ଥିଲେ। ଏପରି କି ସିବିଆଇର ୨ ଦିନିଆ ରିମାଣ୍ଡ ଆବେଦନକୁ ମଧ୍ୟ ଖାରଜ କରି ଦେଇଛନ୍ତି। ଫଳରେ ଦ୍ୱିତୀୟ ଥର ପାଇଁ ସିବିଆଇର ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଛନ୍ତି। ସୂଚନାଯୋଗ୍ୟ କଟକର ଏକ ଘରୋଇ ସଂସ୍ଥା ପୋର୍ଟରେ କାର୍ଗୋ ଅନ୍‌ଲୋଡ ସମୟରେ କନ୍‌ଭେୟର ବେଲ୍ଟ କ୍ଷତିଗ୍ରସ୍ତ ହୋଇଥିଲା। ଏଥିପାଇଁ କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚ ହେବାକୁ ଥିବାରୁ ପୋର୍ଟର ଚିଫ୍‌ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ ଲାଞ୍ଚ କାରବାର କରିଥିଲେ। ଲାଞ୍ଚ କାରବାର କଥା ସିବିଆଇ ଜାଣିବା ପରେ ଗତ ୪ତାରିଖ ରାତିରେ ୬ଟି ଟିମ୍‌ ପାରାଦୀପ ପୋର୍ଟ ସମେତ କଟକ, ଭୁବନେଶ୍ୱର ଆଦି ସ୍ଥାନରେ ଚଢାଉ କରି ୮୪ ଲକ୍ଷ ଟଙ୍କା ଜବତ କରିବା ସହ ଘଟଣାରେ ୭ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ମହିମା ମିଶ୍ରଙ୍କ ସାନ ପୁଅ ତଥା ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌(ଓଏସ୍‌ଏଲ୍‌) ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ର, ଏହାର ଡିଜିଏମ୍‌(ଅପରେଶନ) ସୂର୍ଯ୍ୟନାରାୟଣ ସାହୁ, କେ.ସି.ଟି ଗ୍ରୁପ ମ୍ୟାନେଜର ଶଙ୍ଖ ଶୁଭ୍ର ମିତ୍ର, ଦେବପ୍ରିୟ ମହାନ୍ତି, ବିଲଡର ଶିଶିର ଦାସ, ପାରାଦୀପ ପୋର୍ଟ ସିଏମ୍‌ଇ ସରୋଜ ଦାସ ଏବଂ ମଧ୍ୟସ୍ଥ ସୁମନ୍ତ ରାଉତ ରହିଛନ୍ତି। ଏହାପରେ ୫ ତାରିଖରେ ଅଭିଯୁକ୍ତଙ୍କୁ ୪ଦିନିଆ ରିମାଣ୍ଡରେ ଦିଲ୍ଲୀସ୍ଥିତ କାର୍ଯ୍ୟାଳୟକୁ ନେଇଥିଲା। ସେଠାରେ ଜେରା ପରେ ଅଭିଯୁକ୍ତଙ୍କୁ ୧୦ ତାରିଖ ଭୁବନେଶ୍ୱର ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ତେବେ ବିଲ୍ଡର ଶିଶିର ଦାସଙ୍କୁ ଜାମିନ ମିଳିଥିବାବେଳେ ଅନ୍ୟମାନଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ। ତେବେ ତଦନ୍ତ ସମୟରେ ଅଭିଯୁକ୍ତଙ୍କ ଏକ ଭଏସ୍‌ ରେକର୍ଡିଂ ସିବିଆଇ ହାତରେ ଲାଗିଥିବାରୁ ଏନେଇ ସ୍ପଷ୍ଟ ହେବା ଲାଗି ଫୋରେନ୍‌ସିକ ଯାଞ୍ଚ କରିବାକୁ ଅନୁମତି ଦେବାକୁ କୋର୍ଟରେ ଆବେଦନ ହୋଇଥିଲା। ହେଲେ ଆଇନତଃ ଯଦି କାହାର ଭଏସ୍‌ କଲ୍‌ ରେକର୍ଡ ଯାଞ୍ଚ କରିବାକୁ ସିବିଆଇ ଚାହିଁବ, ସେଥିପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅନୁମତି ଆବଶ୍ୟକ। ଏଥିସହ ରିଭ୍ୟୁ କମିଟିର ଅନୁମତି ଆବଶ୍ୟକ। ଏପରି କି ଯେଉଁ ଭଏସ୍‌କୁ ଟ୍ୟାପିଂ କରିବ, ତା’ର ପ୍ରମାଣ ରହିବା ମଧ୍ୟ ଆବଶ୍ୟକ। ହେଲେ ସିବିଆଇ ଏନେଇ କୌଣସି ଦସ୍ତାବିଜ୍‌ ଦାଖଲ କରିପାରି ନାହିଁ। ତେଣୁ କୋର୍ଟ ସିବିଆଇର ଆବେଦନକୁ ଖାରଜ କରିଦେଇଛି। ପୂର୍ବରୁ ମଧ୍ୟ ସିବିଆଇର ଆବଦେନକୁ କୋର୍ଟ ଖାରଜ କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ଗାଇଡ୍‌ଲାଇନ୍‌; କଟକଣାରେ ପାଳିତ ହେବ ଖ୍ରୀଷ୍ଟମାସ-ନୂଆବର୍ଷ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚଛି। ଏହାକୁ ନେଇ ଚିନ୍ତା ବଢ଼ିଥିବା ବେଳେ ପର୍ବପର୍ବାଣୀ ପାଳନ ଓ ଲୋକ ଗହଳି ଉପରେ ବିଏମ୍‌ସିି...

ବଡ଼ଦିନରେ ଭିତରକନିକାରେ ୧୬୭୦ ପର୍ଯ୍ୟଟକ

ରାଜନଗର,୨୬ା୧୨(ଡି.ଏନ.ଏ.): ବଡ଼ଦିନରେ ଭିତରକନିକାରେ ପର୍ଯ୍ୟଟକଙ୍କ ଭିଡ଼ ଦିନତମାମ ଲାଗି ରହିଥିଲା। ୧୬୭୦ ପର୍ଯ୍ୟଟକ ଭିତରକନିକାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ୧୨୦୦ ପର୍ଯ୍ୟଟକ ଜଳପଥ ଅର୍ଥାତ୍‌ ୧୧୦ଟି...

ବିକ୍ରି ହେଲାନି ଧାନ, ମଣ୍ଡିରେ ବିଷ ପିଇଲେ ଚାଷୀ

ଭଦ୍ରକ ଅଫିସ,୨୭।୨: ମଣ୍ଡିରେ ଧାନ ବିକ୍ରି ନ ହେବାରୁ ଚାଷୀ ଜଣକ ନିରାଶ ହୋଇ ବିଷ ପିଇ ଦେଇଥିଲେ। ଏହି ଘଟଣା ଘଟିଛି ଭଦ୍ରକ ଜିଲାରେ।...

ସର୍ଭିସ୍‌ ଓ ଫିଡ୍‌ବ୍ୟାକ୍‌ ପରିପୂରକ: ‘ସ୍କୁଲ ବ୍ୟାଗ୍‌ ନେଇଥିବା ପିଲା ବାହାଘର ବେଳେ ପୁଣି କିଣାକିଣି କରିବାକୁ ଆସନ୍ତି।’

ସମୟ ଗଡ଼ିଯାଏ ଜୁଆର ଫେରିଯାଏ, ରହିଯାଏ ଅଲିଭା ସନ୍ତକ। ୧୯୭୬ରେ ଭୁବନେଶ୍ୱର ପୁରୁଣା ବସ୍‌ଷ୍ଟାଣ୍ଡରେ ଗଢ଼ିଉଠିଥିବା ‘ପଣ୍ଡା ଏଣ୍ଟରପ୍ରାଇଜେସ୍‌’ର ପରିବର୍ତ୍ତିତ ସଂସ୍କରଣ ‘ପଣ୍ଡା ଟ୍ରାଭେଲ ମାର୍ଟ’...

ଓଡ଼ିଶାରେ ୫-ଜି ସେବା ଆରମ୍ଭ

ଭୁବନେଶ୍ୱର,୫ା୧(ବ୍ୟୁରୋ): ଆଜିଠୁ ଓଡ଼ିଶାରେ ୫-ଜି ସେବା ଆରମ୍ଭ ହୋଇଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଏହାର ଶୁଭାରମ୍ଭ କରିଛନ୍ତି। ଏଥିପାଇଁ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍‌କୁ...

ଯାଇଥିଲେ ଭୋଜି କରିବାକୁ, ମିଳିଲା ମୃତଦେହ

ସୋନପୁର,୧୦।୧(ନି.ପ୍ର.): ସୋନପୁର ସହର ଯାତ୍ରୀ ନିବାସ ସମ୍ମୁଖ ମହାନଦୀ ପାଚେରୀ ଘାଟରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତକ ହେଲେ ବଡବଜାର ଘାସିପଡାର...

ମୁଖ୍ୟମନ୍ତ୍ରୀ ଘରୁ ବାହାରନ୍ତୁ: ସୁର

ଭୁବନେଶ୍ୱର, ୧ା୧୦ (ବ୍ୟୁରୋ):ରାଜ୍ୟରେ କରୋନା ପରିସ୍ଥିତି ମେ’ ପର୍ଯ୍ୟନ୍ତ ଠିକ୍‌ଠାକ୍‌ ଚାଲିଥିଲା। ହେଲେ ରାଜ୍ୟ ସରକାର ପ୍ରବାସୀ ଓଡ଼ିଆଙ୍କୁ ଆଣି ଭୁଲ୍‌ କଲେ। ବିଭିନ୍ନ ଷ୍ଟେଶନରେ...

୧୦ ଜିଲାରେ ଆରମ୍ଭ ହେଲା ଭର୍ଚୁଆଲ ହାଇକୋର୍ଟ

କଟକ ଅଫିସ,୪ା୨: ରାଜ୍ୟର ୧୦ ଜିଲାରେ ଶୁକ୍ରବାରଠାରୁ ଭର୍ଚୁଆଲ ହାଇକୋର୍ଟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବାଲେଶ୍ୱର, ସମ୍ବଲପୁର, ଗଞ୍ଜାମର ବ୍ରହ୍ମପୁର, ଭଦ୍ରକ, କଳାହାଣ୍ଡିର ଭବାନୀପାଟଣା,...

Advertisement
Archives

Model This Week