ଶାଶୁଘର ଆଗରେ ବୋହୂଙ୍କ ଧାରଣା

ଗଞ୍ଜାମ,୨୭।୮(ଡି.ଏନ୍‌.ଏ.): ଶାଶୁଘର ଆଗରେ ଧାରଣା ଦେଲେ ବୋହୂ। ଗଞ୍ଜାମ ଥାନା ଅନ୍ତର୍ଗତ ୱାର୍ଡ ନଂ ୩ ମଧ୍ୟଖଣ୍ଡ ସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏଠାରେ ରହୁଥିବା ନାରାୟଣ ପଣ୍ଡା ଓ ତାଙ୍କ ପରିବାରଲୋକେ ବୋହୂଙ୍କୁ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗରେ ଶନିବାର ବୋହୁ ତନ୍ମୟୀ ପଣ୍ଡା ଶାଶୁଘର ଆଗରେ ଧାରଣା ଦେଇଛନ୍ତି। ଧାରଣାରେ ତନ୍ମୟୀଙ୍କ ଆଈ ସୁବାସିନୀ ମହାପାତ୍ର ବସିଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ତାଙ୍କ ଶାଶୁ, ନଣନ୍ଦ ବାରମ୍ବାର ତାଙ୍କୁ ନିର୍ଯାତନା ଦେଇ ଆସୁଥିବା ନେଇ ସେ ବ୍ରହ୍ମପୁର ମହିଳା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ।

ତନ୍ମୟୀଙ୍କ କହିବା ମୁତାବକ, ତାଙ୍କ ନିଜ ଘର ରଣଝାଲି ଅଞ୍ଚଳରେ। ତାଙ୍କ ମାଆ ନ ଥିବା ବେଳେ ବାପା ଜଣେ ମାନସିକ ରୋଗୀ l ଏଥିପାଇଁ ମାମୁଘର ଲୋକେ ୨୦୨୦ ରେ ହିନ୍ଦୁ ରୀତିନୀତି ଅନୁସାରେ ଗଞ୍ଜାମ ସହର ମଧ୍ୟଖଣ୍ଡ ସାହିର ନାରାୟଣ ପଣ୍ଡାଙ୍କ ପୁଅ ସୁଜିତ କୁମାର ପଣ୍ଡାଙ୍କ ସହ ତାଙ୍କର ବିବାହ କରିଥିଲେ l ସୁଜିତ ଦମକଳ ବାହିନୀରେ କାର୍ଯ୍ୟ କରୁଥିବା ବେଳେ ବିବାହର ଦୁଇ ମାସ ପରେ ଉଭୟ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। ତାଙ୍କ ସ୍ବାମୀ ଭଉଣୀ ଓ ମା’ଙ୍କ କଥାରେ ତାଙ୍କୁ ବିଭିନ୍ନ ସମୟରେ ମାରପିଟ୍‌ ମଧ୍ୟ କରିଥିଲେ। ଏହାକୁ ସହ୍ୟ କରି ନ ପାରି ସେ ତାଙ୍କ ମାମୁ ଘର ବ୍ରହ୍ମପୁର ରାମହରି ନଗର ସେକେଣ୍ଡ ଲାଇନକୁ ଚାଲିଯାଇଥିଲେ। ଘଟଣାର ଏକ ମାସ ପରେ ସ୍ବାମୀ ସୁଜିତ ତାଙ୍କ ମାମୁ ଘରକୁ ଯାଇ ସ୍ତ୍ରୀଙ୍କୁ ବୁଝାସୁଝା କରି ଅଲଗା ଘରଭଡ଼ା ନେଇ ଗୋପାଳପୁରରେ ରହିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ନିଜ ପରିବାରଲୋକଙ୍କ କଥାରେ ପଡ଼ି ପୁଣି ଝଗଡା କରିଥିଲେ। ବର୍ତ୍ତମାନ ଯଦି ତାଙ୍କୁ ଶାଶୁଘର ଲୋକେ ଗ୍ରହଣ ନ କରନ୍ତି ତାହେଲେ ସେ ଯୌତୁକ ବାବଦରେ ନେଇଥିବା ୨୦ ଭରି ସୁନା ଓ ନଗଦ ୨ ଲକ୍ଷ କୋଡିଏ ହଜାର ଟଙ୍କା ଫେରସ୍ତ କରନ୍ତୁ ବୋଲି ତନ୍ମୟୀ ଅଡ଼ି ବସିଛନ୍ତି। ଉକ୍ତ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିବା ସହ ପରିସ୍ଥିତି ଉତ୍ତେଜନାମୂଳକ ରହିଛି। ମଧ୍ୟାହ୍ନରେ ଗଞ୍ଜାମ ଥାନାରେ ନିଜ ଆଇ ସହ ପହଞ୍ଚିବା ପରେ ପୋଲିସ ଶ୍ୱଶୁର ଓ ସ୍ବାମୀଙ୍କୁ ଡାକିଥିଲେ। ସେଠାରେ କୌଣସି ସୁଫଳ ନ ମିଳିବାରୁ ସାରେ ସେ ଧାରଣା ଦେଇଛନ୍ତି। ଏନେଇ ତନ୍ମୟୀଙ୍କ ଶ୍ୱଶୁର କିମ୍ବା ସ୍ବାମୀଙ୍କ ମତାମତ ମିଳି ପାରିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri