Home Left

ରାଜଧାନୀରେ ଖଣ୍ଡା ବୁଲାଇ ଆତଙ୍କ

ଭୁବନେଶ୍ୱର,୨୪।୫(ବ୍ୟୁରୋ):ହାତରେ ଧରିଥିଲେ ଖଣ୍ଡା ଓ ଷ୍ଟିଲ୍‌ ପାଇପ। ହାବୁଡ଼ରେ ଯାହା ପଡୁଥିଲା ହାଣୁଥିଲେ, ଭାଙ୍ଗୁ ଥିଲେ। ସ୍ଥାନୀୟ ଲୋକ ଓ କମିଶନରେଟ ପୋଲିସକୁ ଇଙ୍ଗିତ କରି ଧମକ ବି ଦେଉଥିଲେ। ଫଳରେ ଭୟରେ ପ୍ରାଣ ବିକଳରେ ବ୍ୟବସାୟୀ ଓ ଲୋକେ ଦୌଡିଥିଲେ।…

ନିର୍ବାଚିତ ହେଲେ ବିଏମ୍‌ସି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ

ଭୁବନେଶ୍ୱର, ୨୪।୫: (ବ୍ୟୁରୋ):ଭୁବନେଶ୍ୱର ମହାନଗର ନିଗମ (ବିଏ୍‌ମ୍‌ସି)ର ଷ୍ଟାଣ୍ଡିଂ କମିଟି ଗଠନ ହେବାର ୨୦ଦିନ ପରେ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ସୋମବାର ବିଏମ୍‌ସି କନ୍‌ଫରେନ୍ସ ହଲ୍‌ରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୧୦ କମିଟି ମଧ୍ୟରୁ ନିୟମ ଅନୁଯାୟୀ କଣ୍ଟ୍ରାକ୍ଟସ୍‌ କମିଟିର…

ବର୍ଷାଙ୍କ ଅଭିଯୋଗର ତର୍ଜମା ଚାଲିଛି: ଡିସିପି

କଟକ ଅଫିସ, ୨୪ା୫:ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ୟୁଟ୍ୟୁବ୍‌ରେ ପୋଷ୍ଟ କରିଥିବା ୨ଟି ଭିଡିଓକୁ ନେଇ ରବିବାର ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ଭିଡିଓରେ ତାଙ୍କର ଚରିତ୍ର ସଂହାର ହୋଇଥିବା…

ପ୍ରେମ ବିବାହରେ ଜାତି ବାଧକ: ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା

ମାଲକାନଗିରି, ୨୪ା୫(ଡି.ଏନ.ଏ.):ପଞ୍ଚାୟତ ବୈଠକରେ ସ୍ତ୍ରୀଙ୍କୁ ଫେରି ପାଇବାର ଆଶା ହରାଇବା ପରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ସ୍ବାମୀ। ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲା ଏମଭି-୯ ଗ୍ରାମରେ। ମୃତକ ହେଲେ ସଞ୍ଜିତ ହାଲଦାର। ସଞ୍ଜିତ୍‌ ନିକଟସ୍ଥ ବୋଇଲାପାରି ଗ୍ରାମର ଗାୟତ୍ରୀ…

ଲଡ଼ୁବାବାଙ୍କ ଚାପ ଡଙ୍ଗା ଓଲଟିଲା

ନୟାଗଡ଼ ଅଫିସ,୨୪ା୫”ନୟାଗଡ଼ ଜିଲା ଶରଣକୂଳର ଆରାଧ୍ୟ ଦେବ ଲଡୁବାବାଙ୍କ ଚାପ ଡଙ୍ଗା ସୋମବାର ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଚନ୍ଦନ ପୁଷ୍କରିଣୀରେ ଓଲଟି ପଡିବାରୁ ଠାକୁରଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କ ସହ ମା’ ପାର୍ବତୀ, ଲକ୍ଷ୍ମୀନାରାୟଣ, ହରିହରପୁରର ଦଧିବାମନ ଜୀଉ…

ସର୍ବସାଧାରଣରେ ରହିବ ସଡ଼କ ଦୁର୍ଘଟଣା ତଥ୍ୟ

ଭୁବନେଶ୍ୱର,୨୪ା୫(ବ୍ୟୁରୋ):ସଡ଼କ ସୁରକ୍ଷା ଦିଗରେ ରାଜ୍ୟ ସରକାର ତପତ୍ରତା ପ୍ରକାଶ କରିଛନ୍ତି। ଏଣିକି ସାଧାରଣ ସ୍ଥାନରେ ସଡ଼କ ଦୁର୍ଘଟଣାର ସବୁ ତଥ୍ୟ ଲଗାଯିବ। ଜିଲାସ୍ତରରେ ମାସକ ଭିତରେ କେତେ ଦୁର୍ଘଟଣା ଘଟୁଛି, ତାହା ସବୁଠି ଲୋକଙ୍କ ଲାଗି ଉପଲବ୍ଧ ହେବ। ଜିଲା ୱେବ୍‌ସାଇଟ୍‌,…

ପଲିଟେକ୍‌ନିକ ଶିକ୍ଷାନୁଷ୍ଠାନରେ ଦିଆଯିବ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ପାଠ୍ୟକ୍ରମ ତାଲିମ

ଭୁବନେଶ୍ୱର, ୨୪।୫(ବ୍ୟୁରୋ):ଆସନ୍ତା ଜୁନ୍‌ରୁ ଓଡ଼ିଶାର ସମସ୍ତ ପଲିଟେକ୍‌ନିକ ଶିକ୍ଷାନୁଷ୍ଠାନରେ ଷ୍ଟେନଲେସ୍‌ ଷ୍ଟିଲ୍‌ ପାଠ୍ୟକ୍ରମ ତାଲିମ ପ୍ରଦାନ କରାଯିବ। ଏନେଇ ସୋମବାର ରାଜ୍ୟ ବୈଷୟିକ ଶିକ୍ଷା ଏବଂ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦ(ଏସ୍‌ସିଟିଇଭିଟି) ଏବଂ ଜିନ୍ଦଲ ଷ୍ଟେନ୍‌ ଲେସ୍‌ (ଜେଏସ୍‌ଏଲ୍‌) ମଧ୍ୟରେ ଏକ ବୁଝାମଣାପତ୍ର…

ଜଗନ୍ନାଥଙ୍କ ଭଜନ ଗାଇଲେ ହ୍ୟୁମାନ ସାଗର

ନିଶ୍ଚିନ୍ତକୋଇଲି, ୨୪ା୫(ସ୍ବ.ପ୍ର): ବିବାଦ ପରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ରବିବାର ରାତିରେ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁରସ୍ଥିତ ବ୍ରହ୍ମକ୍ଷେତ୍ର ପୀଠରେ ଚାଲିଥିବା ମାହାଙ୍ଗା ମହୋତ୍ସବରେ ପ୍ରଥମ ଜଗନ୍ନାଥ ଭଜନ ଗାଇଛନ୍ତି। ଏହି ଅବସରରେ ସେ ‘ଦଣ୍ଡବତ ହେଲି ତୋରି ପାଦରେ’…

ଏମ୍‌ସରେ କର୍କଟ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଡେ’ କେୟାର

ଭୁବନେଶ୍ୱର, ୨୪।୫(ବ୍ୟୁରୋ):ଭୁବନେଶ୍ୱର ଏମ୍‌ସରେ ସ୍ବତନ୍ତ୍ର ମେଡିକାଲ୍‌ ଅନ୍‌କୋଲୋଜି ୟୁନିଟ୍‌ ସୋମବାର ଖୋଲିଛି। ଏଥିରେ ମେଡିକାଲ ଅନ୍‌କୋଲୋଜି/ହେମାଟୋଲୋଜି ବିଭାଗର ମେଡିକାଲ ଅନ୍‌କୋଲୋଜି ଡିଭିଜନ ପକ୍ଷରୁ ଏକ ଉତ୍ସର୍ଗୀକୃତ ଡେ’ କେୟାର୍‌ ଏବଂ ଓପିଡି ସେବା ଆରମ୍ଭ ହୋଇଛି। ଏମ୍‌ସର ନିର୍ଦ୍ଦେଶକ ଡା. ମୁକେଶ…

ମାତୃଭାଷା ପ୍ରତି ଆନ୍ତରିକତା କମୁଛି

ଭୁବନେଶ୍ୱର,୨୪ା୫(ବ୍ୟୁରୋ):ମାତୃଭୂମି ମାତୃଭାଷାର ମମତା ଯା’ ହୃଦେ ଜନମି ନାହିଁ, ତାକୁୁ ଯେବେ ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ। ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଲିଖିତ କବିତାର ଏହି ପଂକ୍ତି ଓଡ଼ିଆ ଭାଷା ପ୍ରତି ମୁହଁ ମୋଡ଼ୁଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ…

ବରଗଛ ମୂଳେ ବ୍ୟାଙ୍କ ସେବା, ଗ୍ରାମାଞ୍ଚଳରେ ନେଟ୍‌ଓ୍ବର୍କ ସମସ୍ୟା

ପଟ୍ଟାଙ୍ଗୀ୨୩ା୫(ଡି.ଏନ.ଏ.): ବର୍ତ୍ତମାନ ଅନେକ ସରକାରୀ ଓ ବେସରକାରୀ କାର୍ଯ୍ୟ ଅନ୍‌ଲାଇନ ମାଧ୍ୟମରେ ହେଉଛି। ଟେଲି ନେଟୱାର୍କ ସୁବିଧା ଥିବା ଅଞ୍ଚଳରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହେଉଛି। କିନ୍ତୁ ନେଟୱର୍କ ନ ଥିବା କିମ୍ବା ସମସ୍ୟା ଉପୁଜୁଥିବା ଅଞ୍ଚଳରେ ଲୋକଙ୍କୁ ନାହିଁ ନ…

ଜାତିଭିତ୍ତିକ ଜନଗଣନା ଲାଗି ୨୭ରେ ହୋଇପାରେ ସର୍ବଦଳୀୟ ବୈଠକ

ପାଟନା,୨୩।୫: ରାଜ୍ୟଓ୍ବାରି ଜାତିଭିତ୍ତିକ ଜନଗଣନା ଲାଗି ବହୁପ୍ରତୀକ୍ଷିତ ସର୍ବଦଳୀୟ ବୈଠକ ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହୋଇପାରେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନେଇ ସୋମବାର ସୂଚନା ଦେଇଛନ୍ତି। ଅଧିକାଂଶ ଦଳ ତାରିଖକୁ ନେଇ ସହମତ ଅଛନ୍ତି। ତେବେ ନିର୍ଦ୍ଦିଷ୍ଟ ତାରିଖକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri