Posted inଖେଳ

ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପ୍ରାକ୍ଟିସ ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ରାଉରକେଲା ଅଫିସ, ୮।୯: ଆଗାମୀ ୨୦୨୩ ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଓ ହକି ଇଣ୍ଡିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବୁଧବାର ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଷ୍ଟାଡିୟମ ପରିଦର୍ଶନ କରିଛନ୍ତି।

ଏହି ପ୍ରତିନିଧି ଦଳରେ ଏଫ୍‌ଆଇଏଚ୍‌ର କାର୍ଯ୍ୟକାରୀ ସଭାପତି ସୈଫ୍‌ ଅହମଦ, ମୁଖ୍ୟ କାର୍ଯ୍ୟନିର୍ବାହୀ ଥିଏରୀ ଓ୍ବିଲ, ହକି ଇଣ୍ଡିଆ କମିଟି ଅଫ୍‌ ଆଡ୍‌ମିନିଷ୍ଟ୍ରେଟର୍ସ (ସିଓଏ) ପ୍ରତିନିଧି ଏସ୍‌. ଓ୍ବାଇ କୁରେଶି ଓ ଜାଫର ଇକ୍‌ବାଲ ସାମିଲ ଥିଲେ। ଆଗାମୀ ହକି ବିଶ୍ୱକପ୍‌ ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜନ ହେବ। ହକିର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ସମର୍ଥନ ଏବଂ ବିର୍ସା ମୁଣ୍ଡା ଷ୍ଟାଡିୟମ ନିର୍ମାଣ ଅଗ୍ରଗତି ନେଇ ଉକ୍ତ ପ୍ରତିନିଧି ଦଳ ସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ ସହ ଇଡ୍‌କୋ ଚେୟାରମ୍ୟାନ ହେମନ୍ତ ଶର୍ମା, ରାଜ୍ୟ କ୍ରୀଡ଼ା ବିଭାଗ ସଚିବ ଆର. ଭିନିଲ କ୍ରିଷ୍ଣା, ଇଡ୍‌କୋ ଏମ୍‌ଡି ଭୂପିନ୍ଦର ପୁନିଆ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପରିଦର୍ଶନ ଅବସରରେ ପ୍ରତିନିଧି ଦଳ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପରିସରରେ ଥିବା ପ୍ରାକ୍ଟିସ ସେଣ୍ଟରକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟ ଷ୍ଟାଡିୟମର କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି ଏବଂ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ ହେବ ବୋଲି ପ୍ରକାଶ କରାଯାଇଛି।

”ଭବ୍ୟ ସ୍ବାଗତ ପାଇଁ ଓଡ଼ିଶା ସରକାଙ୍କୁ ଧନ୍ୟବାଦ। କାର୍ଯ୍ୟ ଯେପରି ଆଗେଇ ଚାଲିଛି ରାଉରକେଲା ଓ ଭୁବନେଶ୍ୱରରେ ଆଗାମୀ ବିଶ୍ୱକପ୍‌ ସ୍ମରଣୀୟ ହେବ। ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ ପାଇଁ ଓଡ଼ିଶାର ଆଗ୍ରହ ଆମ ଆତ୍ମବିଶ୍ୱାସ ବଢ଼ାଇଛି“ ବୋଲି ସୈଫ ଅହମଦ ପ୍ରକାଶ କରିଛନ୍ତି। ସିଓଏ ପ୍ରତିନିଧି ଏସ୍‌.ଓ୍ବାଇ. କୁରେଶି କହିଲେ ଯେ, ଆମେ ରାଉରକେଲା ଆସି ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଦେଖି ବହୁତ ଖୁସି। ଏହାକୁ ବଢ଼ିଆଭାବେ ନିର୍ମାଣ କରାଯାଉଛି ଏବଂ ଆମ ସହ ଆୟୋଜକ ଏଫ୍‌ଆଇଏଚ୍‌ ସନ୍ତୁଷ୍ଟ ଅଛି। ଓଡ଼ିଶାରେ ଯେ କୌଣସି ଇଭେଣ୍ଟ ଅତି ସଫଳତାର ସହ ଆୟୋଜନ ହୋଇଥାଏ। ରାଜନୈତିକ ନେତୃବୃନ୍ଦଙ୍କ ସମ୍ପୃକ୍ତି ଥିବାରୁ ଇତିହାସ ସୃଷ୍ଟି ହେବାକୁ ଯାଉଛି। ସେହିପରି ଜାଫର ଇକ୍‌ବାଲଙ୍କ ମତରେ ଭାରତ ୪ର୍ଥ ଥର ପାଇଁ ହକି ବିଶ୍ୱକପ୍‌ ଆୟୋଜନ କରିବାକୁ ଯାଉଛି। ଅନ୍ୟ କୌଣସି ଦେଶ ଏତେଥର ଆୟୋଜନ କରିପାରି ନାହାନ୍ତି। ଏହା ବିରଳ।

ଏଫ୍‌ଆଇଏଚ୍‌ ଓଡ଼ିଶାକୁ ସୁଯୋଗ ଦେଇଛି ଏବଂ ଆମେ ଏଥିରେ ଅତ୍ୟନ୍ତ ଆନନ୍ଦିତ। ବିଶ୍ୱକପ୍‌କୁ ସ୍ମରଣୀୟ କରିବା ପାଇଁ ଓଡ଼ିଶା ସରକାର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରିଛନ୍ତି। ହକି ପ୍ରତି ସମର୍ଥନ ଅବ୍ୟାହତ ରଖିଥିବାରୁ ଥିଏରୀ ଓ୍ବିଲ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ଭାରତର ସର୍ବବୃହତ୍‌ ଏବଂ ବିଶ୍ୱର ଅନ୍ୟତମ ବୃହତ୍‌ ହକି ଷ୍ଟାଡିୟମ। ଏଠାରେ ପ୍ରତିଯୋଗିତା ଆୟୋଜନକୁ ଆମେ ବ୍ୟଗ୍ରତାର ସହ ଅପେକ୍ଷା କରିଛୁ। ଆସନ୍ତା ଜାନୁୟାରୀରେ ପ୍ରଶଂସକ ଏବଂ ଗଣମାଧ୍ୟମଗୁଡ଼ିକ ରାଉରକେଲା ଆସି ପ୍ରତିଯୋଗିତାକୁ ସାଫଲ୍ୟମଣ୍ଡିତ କରିବେ ବୋଲି ଆମେ ଆଶା ରଖିଛୁ। କ୍ରୀଡ଼ା ସଚିବ ଆର. ଭିନିଲ କ୍ରିଷ୍ଣା ଷ୍ଟାଡିୟମ ପ୍ରକଳ୍ପର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri