Posted inଫୁରସତ

ଶିକ୍ଷା କରେ ସାମୂହିକ ବିକାଶ

ଶିକ୍ଷା ଦ୍ୱାରା ସାମୂହିକ ବିକାଶ ସମ୍ଭବ ହୋଇପାରିଥାଏ। ଶିକ୍ଷାଦ୍ୱାରା ଜଣେ ସାକ୍ଷର ହୋଇଥାଏ। ଜଣେ ସାକ୍ଷର ବିଭିନ୍ନ ସରକାରୀ ଯୋଜନାର ଲାଭ ସହଜରେ ଗ୍ରହଣ କରି ପାରିଥାଏ। ତେଣୁ ସାକ୍ଷରତା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ କରାଯାଇଥାଏ। ଏହା ହେଉଛି ଏକ ଅନ୍ତର୍ଜାତୀୟ ଉତ୍ସବ। ପ୍ରତିବର୍ଷ ୮ ସେପ୍ଟେମ୍ବରରେ ପାଳନ କରାଯାଏ। ୨୬ ଅକ୍ଟୋବର ୧୯୬୬ରେ ୟୁନେସ୍କୋର ସାଧାରଣ ସମ୍ମିଳନୀର ୧୪ ତମ ଅଧିବେଶନରେ ଏହି ଦିବସ ପାଳନ ପାଇଁ ଘୋଷିତ ହୋଇଥିଲା। ୧୯୬୭ ମସିହାରେ ଏହା ପ୍ରଥମ ଥର ପାଇଁ ପାଳନ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ବ୍ୟକ୍ତି, ସମ୍ପ୍ରଦାୟ ଏବଂ ସମାଜ ପାଇଁ ସାକ୍ଷରତାର ମହତ୍ତ୍ୱକୁ ଉପଲବ୍ଧି କରିବା। ପୃଥିବୀରେ ପ୍ରାୟ ୭୭୫ ନିୟୁତ ଲୋକଙ୍କଠାରେ ସର୍ବନିମ୍ନ ସାକ୍ଷରତା ଦକ୍ଷତା ଅଭାବ ରହିଛି। ୫ଜଣ ବୟସ୍କଙ୍କ ମଧ୍ୟରୁ ଜଣେ ଏପର୍ଯ୍ୟନ୍ତ ସାକ୍ଷର ହୋଇ ନାହାନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ମହିଳା ଅଛନ୍ତି। ୟୁନେସ୍କୋର ଶିକ୍ଷା ପାଇଁ ବିଶ୍ୱସ୍ତରୀୟ ମନିଟରିଂ ରିପୋର୍ଟ ୨୦୦୬ ଅନୁଯାୟୀ, ଦକ୍ଷିଣ ଏସିଆରେ ସର୍ବନିମ୍ନ ଆଞ୍ଚଳିକ ବୟସ୍କ ସାକ୍ଷରତା ହାର ୫୮.୬ % ରହିଛି। ଏହା ପଛକୁ ସବ୍‌ ସାହାରା ଆଫ୍ରିକାର ସାହାରାରେ ଏହା ୫୯.୭ %ରହିଛି। ବିଶ୍ୱରେ ସର୍ବନିମ୍ନ ସାକ୍ଷରତା ହାର ଥିବା ଦେଶଗୁଡ଼ିକ ହେଉଛି ବୁର୍କିନା ଫାସୋ (୧୨.୮ %), ନାଇଜର (୧୪.୪ %) ଏବଂ ମାଲି (୧୯ %)। ଏହି ରିପୋର୍ଟରେ ନିରକ୍ଷରତା ଏବଂ ଭୟଙ୍କର ଦାରିଦ୍ର୍ୟ ମଧ୍ୟରେ ଥିବା ଦେଶଗୁଡ଼ିକ ମଧ୍ୟରେ ଅନ୍ୟତମ। ଏହି ଦିବସ ପାଳନ ଅବସରରେ ସାକ୍ଷରତା ଦ୍ୱାରା ସମାଜରେ କିଭଳି ପରିବର୍ତ୍ତନ ଅଣାଯାଇ ପାରିଥାଏ ସେ ସମ୍ପର୍କରେ ବିଶ୍ୱବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣକୁ ନେଇ ଆନନ୍ଦପୁରରେ କଡ଼ା ସୁରକ୍ଷା: ନାକା ଡ୍ୟୁଟିରେ ପୋଲିସଙ୍କ ସହ ସାମିଲ ହେଲେ ଉପଜିଲାପାଳ

ବଞ୍ଚୋ, ୩/୧୦ (ପ୍ରଦୋଷ ବିଶ୍ୱାଳ): ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ଆନନ୍ଦପୁର ଅଞ୍ଚଳରେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା…

‘ମାତୃଭୂମି’କୁ ମିଳିଲା ଗ୍ରୀନ ସିଗ୍‌ନାଲ: ଏବେ ସଲମାନ…

ମୁମ୍ବାଇ,୩।୧୦: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ୱାର୍‌-ଡ୍ରାମା ଫିଲ୍ମ ନେଇ ଆସିଛି ଖୁସି ଖବର। ଦୀର୍ଘଦିନ ଧରି ରିଲିଜକୁ ନେଇ ଚାଲିଥିବା ଅନିଶ୍ଚିତତା ମଧ୍ୟରେ ଫିଲ୍ମକୁ…

ଦୁର୍ଘଟଣାରେ ମୃତ ଅନିଲଙ୍କ ପରିବାରକୁ ମିଳିଲା ୪ ଲକ୍ଷ ଟଙ୍କାର ସହାୟତା

ଗଞ୍ଜାମ, ୩/୧୦ (ଅନାଥ ତରାଇ): ଦୁର୍ଘଟଣାରେ ଅକାଳରେ ପ୍ରାଣ ହରାଇଥିବା ଗଞ୍ଜାମ ଏନ୍‌ଏସି ସାମନ୍ତରା ସାହିର ଅନିଲ ମହାପାତ୍ରଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୪ ଲକ୍ଷ…

ଅଭିଷେକ କିମ୍ବା ତିଲକ ନୁହଁନ୍ତି, ଏହି ଦୁଇ ବୋଲର୍‌ ଟିମ ଇଣ୍ଡିଆକୁ ଦେଲେ ସ୍ବର୍ଣ୍ଣ ପଦକ, ନାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩।୧୦: ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନକୁ ୧୯ ରନରେ ପରାସ୍ତ କରିଛି।…

AAP କୁ ଶକ୍ତ ଝଟକା, ଦଳ ଛାଡିବାର ଅସଲ କାରଣ କହି ହାତ ଧରିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୩।୧୦: ଆମ ଆଦମୀ ପାର୍ଟି (AAP)ର ଜାତୀୟ ମୁଖ୍ୟ ମୁଖପାତ୍ର ପ୍ରିୟଙ୍କା କକ୍କର କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। କକ୍କର ଦୀର୍ଘ ଦିନ ଧରି AAP ସହିତ…

ହର୍ମୁଜରେ କୁୱେତ ଟ୍ୟାଙ୍କର ଉପରେ ଆକ୍ରମଣ; ୫ ଭାରତୀୟ ନାବିକ ଉଦ୍ଧାର

ତେହରାନ,୩।୧୦: ହର୍ମୁଜ ପ୍ରଣାଳୀ (Strait of Hormuz) ରେ କୁୱେତୀ ପତାକାବାହୀ ଏକ ଅଶୋଧିତ ତୈଳ ଟ୍ୟାଙ୍କର ଉପରେ ଏକ ପ୍ରକ୍ଷେପାସ୍ତ୍ର (projectile) ମାଡ଼ ହେବା ପରେ,…

କନ୍ଧମାଳ ଏମ୍‌ପିଙ୍କ ନୂଆ ପ୍ରତିନିଧି ନିଯୁକ୍ତି: ଜାଣନ୍ତୁ କାହାକୁ କେଉଁ ଦାୟିତ୍ବ …

ଦାରିଙ୍ଗବାଡ଼ି, ୩/୧୦ (ଅରୁଣ ସାହୁ): କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ତାଙ୍କ ପ୍ରତିନିଧି ମଣ୍ଡଳ ପାଇଁ ଜିଲା ପ୍ରଶାସନକୁ ନାମ ତାଲିକା ପଠାଇଥିବା ଜଣାପଡ଼ିଛି। ସେ…

ସ୍କୁଲ ଛାତ୍ରଙ୍କ ମଧ୍ୟରେ ହିଂସା: ଅଣଛାତ୍ରଙ୍କ ସହାୟତାରେ ଦୁଇ ଛାତ୍ରଙ୍କୁ ମାଡ଼, ଲହୁଲୁହାଣ

ବ୍ରହ୍ମପୁର, ୩।୧୦ (ସୁବାସ ଚନ୍ଦ୍ର ପାଢ଼ୀ): ଭଲ ପାଠ ପଢ଼ି ଭବିଷ୍ୟତ ଗଢ଼ିବାକୁ ସ୍ୱପ୍ନ ଦେଖିବା ବଦଳରେ ଏବେ ସ୍କୁଲରେ ହିଂସା ଭଳି ଘଟଣା ଦେଖିବାକୁ ମିଳୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?