ଝିଅ ଭାମିକାଙ୍କୁ ନେଇ ଏମିତି ପ୍ରତିଜ୍ଞା କଲେ ଅନୁଷ୍କା
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲି ଆଜିକାଲି ମାଲଦ୍ୱୀପରେ ଛୁଟି କାଟୁଛନ୍ତି। ଉଭୟ ସୋସିଆଲ୍ ମିଡିଆରେ ପ୍ରଶଂସକଙ୍କ ସହ ଫଟୋ ଶେୟାର କରିବାକୁ ଆଦୌ ଭୁଲିନାହାନ୍ତି। ନିକଟରେ ଅନୁଷ୍କା ଝିଅ ଭାମିକାଙ୍କୁ ନେଇ ଏକ ପ୍ରତିଜ୍ଞା କରିଛନ୍ତି।…
ଶେଷ ରଜରେ ଖୋର୍ଦ୍ଧା ଜିଲା ଛୁଟି
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ରଜ ଉପଲକ୍ଷେ ରାଜ୍ୟ ସରକାର ଜୁନ୍ ୧୪ ଓ ୧୫ ତାରିଖକୁ ସରକାରୀ ଛୁଟି ଦିବସ ଭାବେ ଘୋଷଣା କରିଛନ୍ତି। ତେବେ ଶେଷ ରଜ ଜୁନ୍ ୧୬ ତାରିଖକୁ ଖୋର୍ଦ୍ଧା ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ପାଇଁ ସ୍ଥାନୀୟ ଛୁଟି…
ଆଜି ଦାୟିତ୍ୱ ଗ୍ରହଣ କରିବେ ଶରତ
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ ଶୁକ୍ରବାର କଂଗ୍ରେସ ଭବନଠାରେ ପହଞ୍ଚି ତାଙ୍କ ଦାୟିତ୍ୱ ଗ୍ରହଣ କରିବେ। ଏନେଇ ଦଳ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। କଂଗ୍ରେସ ଭବନକୁ ମଧ୍ୟ ନୂଆ କରି ରଙ୍ଗ କରାଯାଇଛି।…
୪୫ ଆପ୍ ହଟାଇବାକୁ ଗୁଗଲ୍କୁ ଚିଠି ଲେଖିଲା ଇଓଡବ୍ଲ୍ୟୁ
ଭୁବନେଶ୍ୱର,୧୦।୬(ବ୍ୟୁରୋ): ଗ୍ରାହକଙ୍କୁ ବିଭିନ୍ନ ଆପ୍ ଦ୍ୱାରା ଲୋନ୍ ଦେଇ ପରବର୍ତ୍ତୀ ସମୟରେ ମାନସିକ ନିର୍ଯାତନା ଦେବା ସହ ଅଧିକ ଟଙ୍କା ଠକି ନିଆଯାଉଛି। ନିକଟରେ କୋକୋ ଓ ଜୋଜୋ ଲୋନ ଆପ୍ ଠକେଇ ମାମଲାରେ ମହାଗ୍ରାମ ପେମେଣ୍ଟ୍ସ ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳନା…
୨୦୮୨ କୋଟିର ୧୧ ପ୍ରକଳ୍ପକୁ ସିିଙ୍ଗଲଓ୍ବିଣ୍ଡୋର ଅନୁମୋଦନ
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ପର୍ଯ୍ୟଟନ, ଡାଉନ୍ଷ୍ଟ୍ରିମ ଷ୍ଟିଲ୍ ଇତ୍ୟାଦି କ୍ଷେତ୍ରରେ ହେବାକୁ ଥିବା ୨୦୮୨.୧୭ କୋଟି ଟଙ୍କାର ୧୧ ପ୍ରକଳ୍ପକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଏହି ଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୩୬୧୨ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ଗୁରୁବାର ଲୋକସେବା…
ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲାରେ ରହିବ ମେଘୁଆ ପାଗ
ଭୁବନେଶ୍ୱର,୧୦।୬(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଅସହ୍ୟ ଗୁଳିଗୁଳିରେ ଲୋକେ ଆଉଟୁପାଉଟୁ ହେଉଛନ୍ତି। ଏହାରି ଭିତରେ ଶୁକ୍ରବାର ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲାଗୁଡିକରେ ଆକାଶ ମେଘାଚ୍ଛନ୍ନ ରହିବା ସମ୍ଭାବନା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ,…
‘ଦେଶ ସହ ବିଶ୍ୱାସଘାତକତା କରୁଛନ୍ତି ସରକାର’
ନୂଆଦିଲ୍ଲୀ,୧୦।୬: ଲଦାଖ ସୀମାରେ ଚାଇନାର ସେତୁ ନିର୍ମାଣକୁ ନେଇ କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧୀ ଟୁଇଟ୍ କରି ଲେଖିଛନ୍ତି- ଚାଇନା ଭବିଷ୍ୟତର କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରୁଛି। ଏହାକୁ…
ହାଇକୋର୍ଟର ୨ ବିଚାରପତିଙ୍କ ଶପଥ ଗ୍ରହଣ
କଟକ ଅଫିସ,୧୦।୬: ଓଡିଶା ହାଇକୋର୍ଟର ଦୁଇ ଜଣ ନବ ନିଯୁକ୍ତ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଆଇନଜୀବୀ ସଞ୍ଜୟ କୁମାର ମିଶ୍ର ଆଜି ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଉଭୟଙ୍କ ଶପଥ ପାଠ…
‘ମୁଁ ବିଧାୟକଙ୍କ ଝିଅ, ମୋତେ ଛାଡିଦିଅ’
ବେଙ୍ଗାଲୁରୁ,୧୦।୬: କର୍ନାଟକରେ ଭାଜପା ବିଧାୟକ ଅରବିନ୍ଦ ନିମ୍ବାୱାଲୀଙ୍କ ଝିଅ ଟ୍ରାଫିକ୍ ପୋଲିସଙ୍କ ଝଗଡା କରିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ପୋଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଛି। ସୂଚନାନୁସାରେ, ଭାଜପା ବିଧାୟକ ଅରବିନ୍ଦ ନିମ୍ବାୱାଲୀଙ୍କ…
ଜୀବନ ନେବା ପରେ ବି ପଶୁନି ଚେତା
ଭୁବନେଶ୍ୱର,୧୦।୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ କାୟା ବିସ୍ତାର ଆରମ୍ଭ କଲାଣି। ସରକାରୀ ଭାବେ ସହରରୁ ମାତ୍ର ୫/୬ଜଣ ରୋଗୀ ଚିହ୍ନଟ ହୋଇଥିବା କୁହାଯାଉଥିବାବେଳେ ବେସରକାରୀ ସଂଖ୍ୟା ଶତକ ପାର୍ କରିଥିବା ଜଣାପଡିଛି। ବିଶେଷକରି ବସ୍ତି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଛି।…
କରଣ ଜୋହରଙ୍କ ଫିଲ୍ମରେ ନଜର ଆସିବେ ଏହି ସବୁ ଅଭିନେତ୍ରୀ
କରଣ ଜୋହରଙ୍କ ଆଗାମୀ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ଙ୍କୁ ଦର୍ଶକ ଅପେକ୍ଷା କରି ରହିଛନ୍ତି। ଏହି ଫିଲ୍ମରେ ରଣଭୀର ସିଂ ଏବଂ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏହି ସମୟରେ ଅଭିନେତ୍ରୀ ସାରା ଅଲ୍ଲୀ…
ପୁଣି ଅନୁଭବଙ୍କ ନାଁରେ ଏକ ମାମଲା ରୁଜୁ କଲେ ବର୍ଷା
କଟକ ଅଫିସ,୧୦ା୬: ଥମୁନି ବର୍ଷା-ଅନୁଭବଙ୍କ ବିବାଦ। ଅନୁଭବଙ୍କ ନାଁରେ ପୁଣି ଏକ ମାମଲା ରୁଜୁ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ। କଟକ ଏସ୍ଡିଜେଏମ୍ କୋର୍ଟରେ ସେ ଏହି ମାମଲା ରୁଜୁ କରିଛନ୍ତି। ସୋସିଆଲ ମିଡିଆରେ ଅନୁଭବ ବିଭିନ୍ନ ପୋଷ୍ଟ ଜରିଆରେ ତାଙ୍କ ସମ୍ମାନ…
Archives


