Posted inଜାତୀୟ

ପଞ୍ଜାବ ସରକାରଙ୍କୁ ଝଟ୍‌କା

ଚଣ୍ଡିଗଡ,୨୧।୯: ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଇବା ନିଷ୍ପତ୍ତି ପ୍ରତ୍ୟାହାର କରିଛନ୍ତି। ଫଳରେ ପଞ୍ଜାବର ଭଗଓ୍ବନ୍ତ ମାନ ସରକାରଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ପଞ୍ଜାବ ରାଜ୍ୟପାଳ ଏକ ବିବୃତ୍ତି ଜାରି କରି କହିଛନ୍ତି, ସରକାର ନିଜ ପକ୍ଷରୁ ବିଧାନସଭାରେ ଏହିପରି ବିଶ୍ୱାସ ପ୍ରସ୍ତାବ ଆଣିପାରିବ ନାହିଁ। ଏହା କରିବା ପାଇଁ ସମ୍ଭିଧାନରେ ନିୟମ ନାହିଁ। ପଞ୍ଜାବ ସରକାର ବିଧାନସଭାର ସୱତନ୍ତ୍ର ଅଧିବେଶନର ଆଦେଶ ପ୍ରତ୍ୟାହାର କରି ନେଇଛନ୍ତି।
ପଞ୍ଜାବର ରାଜ୍ୟପାଳଙ୍କ ଏହି ଆଦେଶ ଉପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିିୱାଲ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ ଟୁଇଟ କରି କହିଛନ୍ତି, କ୍ୟାବିନେଟ ଡକାଯାଇଥିବା ଅଧିବେଶନକୁ ରାଜ୍ୟପାଳ କିପରି ପ୍ରତ୍ୟାଖ୍ୟାନ କରିପାରିବେ? ଗଣତନ୍ତ୍ର ସମାପ୍ତ ହୋଇଛି। ଦୁଇ ଦିନ ପୂର୍ବେ ରାଜ୍ୟପାଳ ଅଧିବେଶନକୁ ଅନୁମତି ଦେଇଥିଲେ। ଯେତେବେଳେ ଅପରେସନ ଲୋଟସ ବିଫଳ ହେବା ଆରମ୍ଭ ହୋଇଥିଲା ଏବଂ ସଂଖ୍ୟା ସମାପ୍ତ ହୋଇ ନ ଥିଲା, ଉପରୁ କଲ ଆସିଥିଲା। ଅନୁମତି ଫେରସ୍ତ। ଆଜି ଦେଶର ଗୋଟିଏ ପଟେ ସମ୍ବିଧାନ ଏବଂ ଅନ୍ୟ ପଟେ ଅପରେସନ ଲୋଟସ ଅଛି।
ବିଶ୍ୱାସ ପ୍ରସ୍ତାବ ଆଣିବା ପାଇଁ ସେପ୍ଟେମ୍ବର ୨୨ରେ ବିଧାନସଭାର ଏକ ଦିନିକିଆ ସ୍ବତନ୍ତ୍ର ଅଧିବେଶନ ଡାକରାକୁ ପଞ୍ଜାବ କ୍ୟାବିନେଟ ଅନୁମୋଦନ ଦେଇଥିଲା। ସରକାରକୁ ହଟାଇବା ପାଇଁ ଦଳର ୧୦ ଜଣ ବିଧାୟକଙ୍କୁ ୨୫ କୋଟି ଟଙ୍କା ଅଫର ଦେଇ ଭାଜପା କିଣିବାକୁ ଚାହୁଁଥିଲା। ୧୧୭ ସଦସ୍ୟ ବିଶିଷ୍ଟ ପଞ୍ଜାବ ବିଧାନସଭାରେ ୯୨ ବିଧାୟକଙ୍କ ସହ ଏଏପିର ବହୁମତ ରହିଛି। କଂଗ୍ରେସର ୧୮ ଜଣ ବିଧାୟକ ଅଛନ୍ତି। ଶିରୋମଣି ଅକାଳୀ ଦଳ ତିନୋଟି, ଭାଜପା ଦୁଇଟି ଏବଂ ବହୁଜନ ସମାଜ ପାର୍ଟି (ବିଏସପି) ଗୋଟିଏ ଅଛି। ଜଣେ ସ୍ବାଧୀନ ସଦସ୍ୟ ମଧ୍ୟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ଦିବସରେ କ୍ୟାଣ୍ଡଲ ଶୋଭାଯାତ୍ରା

ଛତ୍ରପୁର,୧୪ା୮ (ଦିଲ୍ଲୀପି ସାମଲ): ବିଭାଜନ ବିଭୀଷିକା ସ୍ମୃତି ଦିବସରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri