ଗାଜଲବାଡ଼ି ଘାଟିରେ ଭୂ-ସ୍ଖଳନ

ଦାରିଙ୍ଗବାଡ଼ି,୨୧ା୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାରେ ତିନୋଟି ଅର୍ଥାତ ୩ ନଂ ଘାଟି ବୁଲାଣି ରାସ୍ତା ସମେତ ୪ ନଂ ଏବଂ ୫ ନଂ ବୁଲାଣି ରାସ୍ତାରେ ଭୂ-ସ୍ଖଳନ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥରେ ଗାଡ଼ି ଚଳାଚଳରେ ବାଧାପ୍ରାପ୍ତ ହୋଇଛି। ଦାରିଙ୍ଗବାଡ଼ି ବ୍ୟବସାୟ ହେଉକି ବ୍ରହ୍ମପୁର ବଡ଼ ମେଡିକାଲକୁ ରୋଗୀ ନେବା ବନ୍ଦ ହୋଇଯାଇଛି। ବାଲିଗୁଡ଼ାଠାରୁ ଦାରିଙ୍ଗବାଡ଼ି, ଗଞ୍ଜାମ ଜିଲା ସୋରଡ଼ା ଦେଇ ଗାଡ଼ିମୋଟର ବନ୍ଦ ରହିଛି। ଦାରିଙ୍ଗବାଡ଼ି ଏବଂ ସୋରଡ଼ା ପୋଲିସ ପକ୍ଷରୁ ଉକ୍ତ ରାସ୍ତାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତାକୁ ଦୁଇପଟୁ ବ୍ଲକିଂ କରାଯାଇଛି। ଏକମାତ୍ର ସୋରଡ଼ାକୁ ସଂଯୋଗ କରୁଥିବା ରାସ୍ତା ବନ୍ଦ ଯୋଗୁ ଲୋକେ ହଇରାଣ ଭୋଗୁଛନ୍ତି। ଏହି ରାସ୍ତା ଦେଇ ଦାରିଙ୍ଗବାଡ଼ିକୁ ଦୈନିକ ଏକାଧିକ ବସ ଚଳାଚଳ କରୁଥିବା ବେଳେ ଭୂ-ସ୍ଖଳନ ପାଇଁ ଏବେ ଚିନ୍ତା ପଡ଼ିଛି। ବିଶେଷକରି ଦୈନିକ ରାଶନ ସାମଗ୍ରୀ ପାଇଁ ବ୍ରହ୍ମପୁର ଉପରେ ନିର୍ଭର କରାଯାଉଥିବା ବେଳେ ପନିପରିବା ପାଇଁ ଏବେ ଆସିକା, ସୋରଡ଼ା ଏବଂ କାଟୁ ଉପରେ ଦାରିଙ୍ଗବାଡ଼ି ଅଞ୍ଚଳ ନିର୍ଭର କରୁଥିଲା ଯାହାକି ବଡ଼ ସମସ୍ୟା ଦେଖାଦେଇଛି। ସେହିପରି ଦାରିଙ୍ଗବାଡ଼ିରୁ ଗୁରୁତର ରୋଗୀଙ୍କୁ ବ୍ରହ୍ମପୁର ନିଆଯିବା ମୁସ୍କିଲ ହେବ। ଦାରିଙ୍ଗବାଡ଼ି ପଟୁ ପୋଲିସ ବ୍ଲକିଂ କରିବା ସହ ଲୋକଙ୍କୁ ସେହିରାସ୍ତାରେ ଛଡ଼ା ଯାଉ ନ ଥିବା ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝି କହିଛନ୍ତି ଏଥିସହ ଲୋକଙ୍କ ସୁରକ୍ଷା ପାଇଁ ସୋରଡ଼ା ଆଇଆଇସିଙ୍କ ସହ ସେ ଯୋଗାଯୋଗରେ ରହିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୁହାପଥରର ଅହେତୁକ ମୂଲ୍ୟ ବୃଦ୍ଧି

ଯାଜପୁର ଅଫିସ,୨୫ା୩:କେନ୍ଦୁଝର ଜିଲା ଦୈତାରି ଲୁହାପଥରର ଆକାଶଛୁଆଁ ମୂଲ୍ୟବୃଦ୍ଧିର ଗଭୀର ପ୍ରଭାବ କଳିଙ୍ଗନଗର ଶିଳ୍ପାଞ୍ଚଳରେ ପଡିଛି। ଏଥିଯୋଗୁ ଶିଳ୍ପ କାରଖାନା ଆଂଶିକ କିମ୍ବା ସମ୍ପୂର୍ଣ୍ଣ ବନ୍ଦ...

ଛତିଶଗଡ଼ରେ ଶେଷକୃତ୍ୟ, ପରିବାର ସାମିଲ

ସମ୍ବଲପୁର,୧୪ା୫(ବ୍ୟୁରୋ): ଛତିଶଗଡ଼ର ରାୟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ବିମାନବନ୍ଦରଠାରେ ଶୁକ୍ରବାର ରାତିରେ ହେଲିକପ୍ଟର ଦୁର୍ଘଟଣାରେ ଦୁଇ ପାଇଲଟ୍‌ଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ପାଇଲଟ...

ପେସା ହେଲା କାଳ: ଗଛରୁ ପଡ଼ି ନଡ଼ିଆ ତୋଳାଳିଙ୍କ ମୃତ୍ୟୁ

ଖୋର୍ଦ୍ଧା ଅଫିସ,୩।୧୧: ଖୋର୍ଦ୍ଧା ଜିଲା ବାଣପୁର ମଙ୍ଗରାଜପୁର ଗାଁର ଜଣେ ନଡ଼ିଆ ତୋଳାଳିଙ୍କର ରବିବାର ମୃତ୍ୟୁ ଘଟିଛି। ସେ ହେଲେ ମାନିଆ ପରିଡା(୫୨)। ମାନିଆ ନଡ଼ିଆ...

ଏନ୍‌ଏଚ୍‌ଏଆଇ ଅବହେଳାରୁ ଦୁର୍ଘଟଣା ବୃଦ୍ଧି

ଯାଜପୁର ଅଫିସ,୧୬ା୫: ଜନଜୀବନର ସୁରକ୍ଷା ଏବଂ ନିରାପଦ ଗମନାଗମନ ପାଇଁ କେନ୍ଦ୍ର ସରକାର ବିପୁଳ ଅର୍ଥ ବ୍ୟୟବରାଦ କରି ଜାତୀୟ ରାଜପଥ (ଏନ୍‌ଏଚ୍‌) ନିର୍ମାଣ କରୁଛନ୍ତି।...

ବିଜେପୁରରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ସଂକ୍ରମିତ ଚିହ୍ନଟ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କଲା ପ୍ରଶାସନ

ବିଜେପୁର, ୫।୬(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକରେ କ୍ରମଶଃ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ସୁଦ୍ଧା ଜିଲାରେ ୧୬ଜଣ ଆକ୍ରାନ୍ତ ଚିହ୍ନଟ...

ଶାଳଗଣ୍ଡି ସହ ପିକ୍‌ଅପ୍‌ ଜବତ, ୩ ଗିରଫ

ଜମନକିରା,୨।୮(ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ବାମରା ବନ୍ୟପ୍ରାଣୀ ବନଖଣ୍ଡସ୍ଥ ବଡ଼ରମା ରେଞ୍ଜ କାଣିବନ୍ଧଲି ରାସ୍ତାରେ ଗୁରୁବାର ବିଳମ୍ବିତ ରାତିରେ ଏକ ପିକ୍‌ଅପ୍‌ ସହ ୬...

ଆତ୍ମଜୀବନୀ ପ୍ରକାଶ ନ କରିବାକୁ ଅନ୍ତରୀଣ ନିର୍ଦ୍ଦେଶ

କଟକ ଅଫିସ,୧୯।୮: କଟକ ବାଣିଜି୍ୟକ ଅଦାଲତରେ ମଙ୍ଗଳବାର ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପାଣ୍ଡୁଲିପି ଛପା ମାମଲାର ଶୁଣାଣି ହୋଇଥିଲା। ଅଦାଲତର ସିନିୟର ସିଭିଲ ଜଜ୍‌...

ମାଓବାଦୀଙ୍କ ଗଛ ପକାଇ ରାସ୍ତା ଅବରୋଧ ଘଟଣା: ପୋଲିସ ଦମନ ବିରୋଧରେ ୨୪ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା

ଦାରିଙ୍ଗବାଡ଼ି,୨୫।୧୦(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରୁ ବାଲିଗୁଡ଼ାକୁ ସଂଯୋଗ କରୁଥିବା ୫୯ ନଂ. ଜାତୀୟ ରାଜପଥରେ ଗୁରୁବାର ସନ୍ଧ୍ୟାରେ ମାଓବାଦୀଙ୍କ ପକ୍ଷରୁ ଗଛ କାଟି ରାସ୍ତା ଅବରୋଧ...

Advertisement
Archives

Model This Week