Posted inଜାତୀୟ

ରାଜନୈତିକ ଫାଇଦା ଲାଗି ଇତିହାସ, ଭୂଗୋଳ, ବିଜ୍ଞାନକୁ ପରିବର୍ତ୍ତନ କରାଯାଉଛି: ମମତା ବାନାର୍ଜୀ

କୋଲକାତା,୨୧।୯: ଏକ ରାଜନୈତିକ ଉଦ୍ଦେଶ୍ୟ ଲାଗି ବାସ୍ତବିକ ଦୁନିଆ, ଐତିହାସିକ ଘଟଣାବଳୀ, ଭୁଗୋଳ, ବିଜ୍ଞାନକୁ ପରିବର୍ତ୍ତନ କରିବା ଲାଗି ନୂତନ ଧାରଣା ଏବଂ ମିଶନ ଆସିଛି, ଯାହାଦ୍ୱାରା ନୂତନ ପିଢ଼ୀ ଦେଶର ସତ୍ୟ ଏବଂ ସ୍ବାଧୀନତା ସଂଗ୍ରାମ ବିଷୟରେ ଜାଣିପାରିବେ ନାହିଁ। ହେଲେ ଆମ ଇତିହାସକୁ ବଞ୍ଚାଇ ରଖିବା ବର୍ତ୍ତମାନ ସମୟର ଆବଶ୍ୟକତା ପାଲଟିଛି। ସେଥିଲାଗି ନିକଟରେ ଆମେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସହ ଜଡ଼ିତ ଫାଇଲଗୁଡ଼ିକୁ ଡିଜାଟାଇଜ୍‌ କରି ଜନସାଧାରଣଙ୍କୁ ଆମେ ହସ୍ତାନ୍ତର କରିଛୁ ବୋଲି ଆଲିପୋର୍‌ ସଂଗ୍ରହାଳୟର ଉଦ୍‌ଘାଟନୀ ଉତ୍ସବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।
ସୋମବାର ମମତା ପଶ୍ଚିମବଙ୍ଗରେ ଇଡି ଏବଂ ସିବିଆଇର ଚଢ଼ାଉ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଛନ୍ତି ବୋଲି ସେ ଭାବନ୍ତି ନାହିଁ । ଭାଜପା ନେତାଙ୍କ ଏକ ବିଭାଗ ଏସବୁ ଏଜେନ୍ସିକୁ ନିଜ ସ୍ବାର୍ଥ ସାଧନ ଲାଗି ଅପବ୍ୟବହାର କରୁଛି ବୋଲି ସେ କହିଥିଲେ। ଏହି ବିବୃତ୍ତିକୁ ନେଇ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେଟ କହିଥଇଷଲ ଯେ, ମମତା ମୋଦିଙ୍କୁ ଛାଡ଼ି ଅମିତ ଶାହାଙ୍କୁ ଘେରିବାକୁ ଚାହୁଁଛନ୍ତି କି ସେ ନିଷ୍ପତ୍ତି ନେଇଛନ୍ତି ଯେ ମୋଦି ଭଲ ତାହା ଜାଣେନା। ହେଲେ ସ୍ପଷ୍ଟ ଭାବେ କହିବାକୁ ଚାହେଁ ଯେ ଏହି ସରକାରରେ ମୋଦିଙ୍କ ସ୍ବୀକୃତି ବିନା କିଛି ହୁଏନା। ଏମିତିରେ ସେ ଯଦି ପ୍ରଧାନମନ୍ତ୍ରୀଙ୍କୁ କ୍ଲିନ୍‌ଚିଟ୍‌ ଦିଅନ୍ତି ତେବେ ତାଙ୍କ ଉପରେ କରୁଥିବା ସବୁ ଅଭିଯୋଗରୁ ସେ ତାଙ୍କୁ ମୁକ୍ତ କରିଛନ୍ତି, ଯାହା ଉପରେ ଦେଶ ତାଙ୍କୁ ପ୍ରଶ୍ନ କରୁଛି। ଆମ ଦଳ ଏବଂ ଆମ ନେତାଙ୍କ ରଣନୀତି ସ୍ପଷ୍ଟ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?