Home Left

ଶିନ୍ଦେଙ୍କ ମୁଖ୍ୟମନ୍ତ୍ରିତ୍ୱକୁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ, ୯।୭(ପି.ଟି.): ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ତାଙ୍କୁ ଭାଜପା ଏବଂ ଶିବସେନା ଓ ଅନ୍ୟ କେତେଜଣ ବିଧାୟକଙ୍କୁ ମିଶାଇ ୧୬୪ଜଣଙ୍କ ସମର୍ଥନ ମିଳିଛି। ତେବେ ତାଙ୍କ ମୁଖ୍ୟମନ୍ତ୍ରିତ୍ୱକୁ ଚ୍ୟାଲେଞ୍ଜ କରି ଶିବସେନା ମୁଖ୍ୟ ଉଦ୍ଧବ…

ଆକାର ପଟେଲଙ୍କୁ ଇଡିର ୧୦ କୋଟି ଜରିମାନା

ନୂଆଦିଲ୍ଲୀ,୯।୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ମନି ଲଣ୍ଡିରିଂ ମାମଲାରେ ଶୁକ୍ରବାର ଆମ୍‌ନେଷ୍ଟି ଇଣ୍ଡିଆ ଇଣ୍ଟରନ୍ୟାଶନାଲ ପ୍ରାଇଭେଟ ଲିଃ (ଏଆଇଆଇପିଏଲ୍‌) କୁ ୫୧.୭୨ କୋଟି ଏବଂ ଏହାର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଆକାର ପଟେଲଙ୍କୁ ୧୦ କୋଟି ଟଙ୍କା…

ଟୁଇଟର ସହ ୪୪ ବିଲିୟନ ଡଲାରର ଚୁକ୍ତି ବନ୍ଦ ପାଇଁ ଚିଠି ଲେଖିଲେ ଏଲନ ମସ୍କ

ୱାଶିଂଟନ,୯ ।୭: ଅରବପତି ତଥା ଟେଲସା କମ୍ପାନୀର ମୁଖ୍ୟ ଏଲନ ମସ୍କଙ୍କ ଟିମ ଟୁଇଟରକୁ ଏକ ପତ୍ର ଲେଖିଛନ୍ତି । ଏଥିରେ ଟୁଇଟର ଇଙ୍କର ଅଧିଗ୍ରହଣକୁ ବ୍ୟକ୍ତିଗତ ଭାବେ ଗ୍ରହଣ କରିବାକୁ ହୋଇଥିବା ୪୪ ଡଲାରର ଚୁକ୍ତିକୁ ବନ୍ଦ କରିବା କଥା…

ଶ୍ରୀକ୍ଷେତ୍ରରେ ‘ଜଗା ପାଇଁ ଗଛଟିଏ ଲଗା’

ପୁରୀ ଅଫିସ,୯ା୭:ଆଗକୁ କେବଳ ରଥ ନୁହେଁ, ଠାକୁରଙ୍କ ନିର୍ମାଣ ପାଇଁ ବି କାଠ ଅଭାବ ସମସ୍ୟା ଉପୁଜି ପାରେ। ଏଣୁ ଆସନ୍ତୁ ଠାକୁରଙ୍କ ପାଇଁ ଗଛଟିଏ ଲଗାଇବା। ଏପରି ସ୍ଲୋଗାନ ସହ ପବିତ୍ର ଶରଧାବାଲିର ତିନିରଥ ସମ୍ମୁଖରୁ ଆରମ୍ଭ ହୋଇଛି ‘ଜଗା…

ଚୌବିିନଙ୍କୁ ୨୧ ବର୍ଷ ଜେଲ୍‌

ଓ୍ବାଶିଂଟନ,୯।୭: ଜର୍ଜ ଫ୍ଲଏଡଙ୍କ ହତ୍ୟା ଅଭିଯୋଗରେ ଆମେରିକା ସଂଘୀୟ ଅଦାଲତ ପୂର୍ବତନ ମିନିଆପଲିସି ପୋଲିସ ଅଫିସର ଡେରେକ ଚୌବିନଙ୍କୁ ଶୁକ୍ରବାର ୨୧ ବର୍ଷ ଜେଲ୍‌ ଦଣ୍ଡାଦେଶ କୋର୍ଟ ଶୁଣାଇଛନ୍ତି। ଫ୍ଲଏଡ୍‌ଙ୍କ ନାଗରିକତ୍ୱ ଅଧିକାର ଉଲଂଘନ ହୋଇଥିବା ସଂଘୀୟ ବିଚାରପତି କହିଛନ୍ତି। ୨୦୨୦…

‘ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ମହୋତ୍ସବ’ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର,୯।୭(ବ୍ୟୁରୋ) : ପବିତ୍ର ସନ୍ଧ୍ୟାଦର୍ଶନ ଅବସରରେ ଲୋକସମ୍ପର୍କ ଭବନରେ ଶୁକ୍ରବାର ରଥଯାତ୍ରାର ମହତ୍ତ୍ବ ଓ ବିଭିନ୍ନ ତଥ୍ୟ ସମ୍ବଳିତ ‘ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ମହୋତ୍ସବ’ ପୁସ୍ତକ ଲୋକାର୍ପିତ ହୋଇଯାଇଛି। ଓଡ଼ିଆ ଜାତିର ଅସ୍ମିତା ଓ ସ୍ବାଭିମାନର ମହାବିଗ୍ରହ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଏକ…

ଆତଙ୍କବାଦୀ ନିହତ, ଯବାନ ଶହୀଦ

ଶ୍ରୀନଗର,୯।୭: ଜମ୍ମୁ-କଶ୍ମୀର କୁପଓ୍ବାରା ଜିଲାର ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ଅନୁପ୍ରବେଶବେଳେ ସେନା ଯବାନ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଘଟଣାରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଥିବାବେଳେ ଜଣେ ସେନା ଯବାନ ଶହିଦ ହୋଇଛନ୍ତି। କେତେଜଣ ଆତଙ୍କବାଦୀ କଶ୍ମୀର ଜିଲା ଗୁରାନ…

ଆବେଙ୍କ ଉପରେ ଅସନ୍ତୁଷ୍ଟ ଥିଲେ ହତ୍ୟାକାରୀ

ଟୋକିଓ,୯।୭: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ନାରା ସହରରେ ଗୁଳି କରି ହତ୍ୟା କରିଥିବା ନୌସେନାର ପୂର୍ବତନ ସଦସ୍ୟ ୟାମାଗାମି ତେତ୍‌ସୁୟା ତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ। ଏଥିପାଇଁ ସେ ତାଙ୍କୁ ହତ୍ୟା କରିଥିବା ଜାପାନ ପୋଲିସ ଜାଣିବାକୁ ପାଇଛି।

ରଥ ଛୁଇଁପାରିଲେନି ଭକ୍ତ

ପୁରୀ ଅଫିସ,୯।୭: ମହାପ୍ରଭୁ ରଥରୁ ଓହ୍ଲାଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିବା ପରେ ସିଂହଦ୍ୱାର ସମ୍ମୁଖରେ ତିନି ରଥ ଦଣ୍ଡାୟମାନ ହୋଇ ରୁହେ। ଅନେକ ଭକ୍ତ ମହାପ୍ରଭୁଙ୍କ ରଥକୁ ସ୍ପର୍ଶ କରିବାର ଇଚ୍ଛା ନେଇ ଶ୍ରୀକ୍ଷେତ୍ର ଆସନ୍ତି। ସେହିଭଳି ମହାପ୍ରଭୁ ରଥରେ…

ଜାପାନ ମର୍ମାହତ, ବିଶ୍ୱ ସ୍ତବ୍ଧ

ଟୋକିଓ,୯।୭: ବିଶ୍ୱର ସର୍ବାଧିକ ସୁରକ୍ଷିତ ଦେଶ ଜାପାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ହତ୍ୟା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଜାପାନବାସୀ ନିଜ ପ୍ରିୟ ନେତାଙ୍କୁ ହରାଇ ମର୍ମାହତ ହୋଇଯାଇଛନ୍ତି। ଏହାକୁ ବିଶ୍ୱ ସମୁଦାୟ କଡ଼ା ନିନ୍ଦା କରିଛି। ହତ୍ୟା ବେଳର ଦୃଶ୍ୟ…

ଦ୍ରୌପଦୀଙ୍କ ଭୋଟ ନିବେଦନ

ଭୁବନେଶ୍ୱର,୯।୭(ବ୍ୟୁରୋ): ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ନିଜ ସପକ୍ଷରେ ଭୋଟ ମାଗିବା ପାଇଁ ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟର ଏମ୍‌ପି ଓ ବିଧାୟକମାନଙ୍କୁ ଭେଟି ଆଲୋଚନା କରିଛନ୍ତି। ବିଧାନସଭା ସମ୍ମିଳନୀ…

ଅମରନାଥରେ ବାଦଲଫଟା ବର୍ଷା: ୧୫ ମୃତ

ଶ୍ରୀନଗର,୯।୭: ଜମ୍ମୁ-କଶ୍ମୀର ଅମରନାଥରେ ବାଦଲଫଟା ବର୍ଷା ଯୋଗୁ ଶୁକ୍ରବାର ୧୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୦ରୁ ଊର୍ଦ୍ଧ୍ୱ ନିଖୋଜ ଅଛନ୍ତି। ତୀର୍ଥସ୍ଥଳରେ ତିଆରି ହୋଇଥିବା ଟେଣ୍ଟ୍‌ ହାଉସ୍‌ ଓ ଅସ୍ଥାୟୀ ରୋଷଶାଳ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଘଟଣାସ୍ଥଳରେ ବର୍ଷା ଲାଗିରହିଛି। ଆହତମାନଙ୍କୁ ଏୟାର ଲିଫ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri