୧୯୭୦ରୁ ୭୦% କମିଲାଣି ବନ୍ୟପ୍ରାଣୀଙ୍କ ସଂଖ୍ୟା

ପ୍ୟାରିସ୍‌, ୧୪ା୧୦: ମନୁଷ୍ୟକୃତ କାରଣ ଯୋଗୁ ପ୍ରକୃତି ନିଜର ପ୍ରାକୃତିକତା ହରାଉଛି। ଜଳବାୟୁ ପରିବର୍ତ୍ତନର ଘାତକ ପ୍ରଭାବ ମଣିଷ ନିଜେ ଭୋଗିବା ସହ ସାରା ଜୀବଜଗତ ଅଙ୍ଗେ ନିଭାଉଛନ୍ତି। ପରିବେଶ ସନ୍ତୁଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବା ଅନେକ ପ୍ରଜାତିର ବନ୍ୟପ୍ରାଣୀ ବିଲୁପ୍ତପ୍ରାୟ ହୋଇଯାଇଥିବାବେଳେ ବିଶ୍ୱ ବନ୍ୟପ୍ରାଣୀ ପାଣ୍ଠି (ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌)ର ସଦ୍ୟ ରିପୋର୍ଟ ଚିନ୍ତା ବଢ଼ାଇଛି। ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ ଅନୁସାରେ ୧୯୭୦ ମସିହା ପରଠାରୁ ୨୦୧୮ ମଧ୍ୟରେ ବନ୍ୟପ୍ରାଣୀଙ୍କ ସଂଖ୍ୟା ପ୍ରାୟ ୭୦% ହ୍ରାସପାଇଲାଣି। ଅର୍ଥାତ୍‌ ବିଭିନ୍ନ ଜଙ୍ଗଲ ଓ ସମୁଦ୍ରରେ ବାସ କରୁଥିବା ପ୍ରାଣୀଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶଙ୍କ ଜୀବନ ଗଲାଣି। ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ନଷ୍ଟ ଏବଂ ପ୍ରଦୂଷଣ ମାତ୍ରା ବୃଦ୍ଧି ଏହାର ପ୍ରମୁଖ କାରଣ ବୋଲି ଏଥିରେ କୁହାଯାଇଛି।
୫ ହଜାରରୁ ଊର୍ଦ୍ଧ୍ୱ ପ୍ରଜାତିର ସ୍ତନ୍ୟପ୍ରାୟୀ, ପକ୍ଷୀ, ଉଭୟଚର, ସରୀସୃପ ଏବଂ ମାଛ ଆଦି ୩୨ ହଜାର ପ୍ରାଣୀଙ୍କ ସଂଖ୍ୟା ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ବିଶେଷକରି ଲାଟିନ୍‌ ଆମେରିକା ଏବଂ କାରିବିଆନ୍‌ ଅଞ୍ଚଳରେ ପ୍ରାଣୀଙ୍କ ସଂଖ୍ୟା ସର୍ବାଧିକ ୯୪% ପର୍ଯ୍ୟନ୍ତ ହ୍ରାସ ପାଇଛି। ସବୁଠୁ ଉଦ୍‌ବେଗଜନକ ହେଲା ୧୯୭୦ରୁ ନିରୀକ୍ଷଣରେ ରହିଥିବା ବନ୍ୟପ୍ରାଣୀଙ୍କ ସଂଖ୍ୟା କମିଛି, ଯାହା ଚିନ୍ତାର କାରଣ ବୋଲି ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ ଇଣ୍ଟରନ୍ୟାଶନାଲର ମହାନିର୍ଦ୍ଦେଶକ ମାର୍କୋ ଲମ୍ବେରଟିନି କହିଛନ୍ତି। ୧୯୯୪ରୁ ୨୦୧୬ ମଧ୍ୟରେ ବ୍ରାଜିଲିଆନ୍‌ ଆମାଜନ୍‌ରେ ପିଙ୍କ୍‌ ରିଭର୍‌ ଡଲ୍‌ଫିନ୍‌ଙ୍କ ସଂଖ୍ୟା ୬୫% କମିଛି। ମଣିଷ ନିଜ ପାଇଁ ଫସଲ ଜମି, ଘର, ସହର ବନାଇବା ଲାଗି ଜଙ୍ଗଲ ସଫା କରୁଛି। ଜଙ୍ଗଲ ଜମିରୁ ଖାଦ୍ୟ ଉତ୍ପାଦନ ହେତୁ ଜୈବ ବିବିଧତା ମଧ୍ୟ ନଷ୍ଟ ହୋଇଛି। ଏହାସହ ବିଶୁଦ୍ଧ ଜଳ ହ୍ରାସ ୫୦% ବୋଲି ରେକର୍ଡ କରାଯାଇଛି। ଜଙ୍ଗଲ ସଫା ହେତୁ ସବୁଜଗୃହ ବାଷ୍ପ ନିର୍ଗମନ ୩୦% ବଢ଼ିଛି। ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ର ଗତ ଦୁଇଥରର ରିପୋର୍ଟ ଦେଖିଲେ ପ୍ରତିବର୍ଷ ବନ୍ୟପ୍ରାଣୀଙ୍କ ସଂଖ୍ୟା ପ୍ରାୟ ୨.୫% କମୁଛି। ମଣିଷ ପ୍ରତ୍ୟକ୍ଷ ଭାବେ ମଧ୍ୟ ନିଜ ଖାଦ୍ୟ, ପରିଧାନ, ଔଷଧ ଆବଶ୍ୟକତା ପାଇଁ ବନ୍ୟପ୍ରାଣୀଙ୍କ ହତ୍ୟା କରୁଛି। ଏସବୁକୁ ରୋକା ନ ଗଲେ ପ୍ରକୃତି ଭୟଙ୍କର ଭାବେ ଏହାର ପ୍ରତିଶୋଧ ନେବ। ଏଭଳି ବିପଦକୁ ଏଡ଼ାଇବାକୁ ବଡ଼ସ୍ତରରେ ଜୈବ ବିବିଧତା ରକ୍ଷା ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ। ଅନ୍ତର୍ଜାତୀୟ ସମୁଦାୟ ଏଥିନିମନ୍ତେ ଅଧିକ ପାଣ୍ଠି ଯୋଗାଇଦେବା ଆବଶ୍ୟକ। ପ୍ରକୃତିକୁ ରକ୍ଷା କରିବା ପାଇଁ ଧନୀ ରାଷ୍ଟ୍ରଗୁଡ଼ିକ ଅଧିକରୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ ବୋଲି ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ ଆଫ୍ରିକାର ଆଞ୍ଚଳିକ ନିର୍ଦ୍ଦେଶକ ଆଲିସ୍‌ ରୁହଓ୍ବେଜା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri