୧୯୭୦ରୁ ୭୦% କମିଲାଣି ବନ୍ୟପ୍ରାଣୀଙ୍କ ସଂଖ୍ୟା

ପ୍ୟାରିସ୍‌, ୧୪ା୧୦: ମନୁଷ୍ୟକୃତ କାରଣ ଯୋଗୁ ପ୍ରକୃତି ନିଜର ପ୍ରାକୃତିକତା ହରାଉଛି। ଜଳବାୟୁ ପରିବର୍ତ୍ତନର ଘାତକ ପ୍ରଭାବ ମଣିଷ ନିଜେ ଭୋଗିବା ସହ ସାରା ଜୀବଜଗତ ଅଙ୍ଗେ ନିଭାଉଛନ୍ତି। ପରିବେଶ ସନ୍ତୁଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବା ଅନେକ ପ୍ରଜାତିର ବନ୍ୟପ୍ରାଣୀ ବିଲୁପ୍ତପ୍ରାୟ ହୋଇଯାଇଥିବାବେଳେ ବିଶ୍ୱ ବନ୍ୟପ୍ରାଣୀ ପାଣ୍ଠି (ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌)ର ସଦ୍ୟ ରିପୋର୍ଟ ଚିନ୍ତା ବଢ଼ାଇଛି। ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ ଅନୁସାରେ ୧୯୭୦ ମସିହା ପରଠାରୁ ୨୦୧୮ ମଧ୍ୟରେ ବନ୍ୟପ୍ରାଣୀଙ୍କ ସଂଖ୍ୟା ପ୍ରାୟ ୭୦% ହ୍ରାସପାଇଲାଣି। ଅର୍ଥାତ୍‌ ବିଭିନ୍ନ ଜଙ୍ଗଲ ଓ ସମୁଦ୍ରରେ ବାସ କରୁଥିବା ପ୍ରାଣୀଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶଙ୍କ ଜୀବନ ଗଲାଣି। ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ନଷ୍ଟ ଏବଂ ପ୍ରଦୂଷଣ ମାତ୍ରା ବୃଦ୍ଧି ଏହାର ପ୍ରମୁଖ କାରଣ ବୋଲି ଏଥିରେ କୁହାଯାଇଛି।
୫ ହଜାରରୁ ଊର୍ଦ୍ଧ୍ୱ ପ୍ରଜାତିର ସ୍ତନ୍ୟପ୍ରାୟୀ, ପକ୍ଷୀ, ଉଭୟଚର, ସରୀସୃପ ଏବଂ ମାଛ ଆଦି ୩୨ ହଜାର ପ୍ରାଣୀଙ୍କ ସଂଖ୍ୟା ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ବିଶେଷକରି ଲାଟିନ୍‌ ଆମେରିକା ଏବଂ କାରିବିଆନ୍‌ ଅଞ୍ଚଳରେ ପ୍ରାଣୀଙ୍କ ସଂଖ୍ୟା ସର୍ବାଧିକ ୯୪% ପର୍ଯ୍ୟନ୍ତ ହ୍ରାସ ପାଇଛି। ସବୁଠୁ ଉଦ୍‌ବେଗଜନକ ହେଲା ୧୯୭୦ରୁ ନିରୀକ୍ଷଣରେ ରହିଥିବା ବନ୍ୟପ୍ରାଣୀଙ୍କ ସଂଖ୍ୟା କମିଛି, ଯାହା ଚିନ୍ତାର କାରଣ ବୋଲି ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ ଇଣ୍ଟରନ୍ୟାଶନାଲର ମହାନିର୍ଦ୍ଦେଶକ ମାର୍କୋ ଲମ୍ବେରଟିନି କହିଛନ୍ତି। ୧୯୯୪ରୁ ୨୦୧୬ ମଧ୍ୟରେ ବ୍ରାଜିଲିଆନ୍‌ ଆମାଜନ୍‌ରେ ପିଙ୍କ୍‌ ରିଭର୍‌ ଡଲ୍‌ଫିନ୍‌ଙ୍କ ସଂଖ୍ୟା ୬୫% କମିଛି। ମଣିଷ ନିଜ ପାଇଁ ଫସଲ ଜମି, ଘର, ସହର ବନାଇବା ଲାଗି ଜଙ୍ଗଲ ସଫା କରୁଛି। ଜଙ୍ଗଲ ଜମିରୁ ଖାଦ୍ୟ ଉତ୍ପାଦନ ହେତୁ ଜୈବ ବିବିଧତା ମଧ୍ୟ ନଷ୍ଟ ହୋଇଛି। ଏହାସହ ବିଶୁଦ୍ଧ ଜଳ ହ୍ରାସ ୫୦% ବୋଲି ରେକର୍ଡ କରାଯାଇଛି। ଜଙ୍ଗଲ ସଫା ହେତୁ ସବୁଜଗୃହ ବାଷ୍ପ ନିର୍ଗମନ ୩୦% ବଢ଼ିଛି। ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ର ଗତ ଦୁଇଥରର ରିପୋର୍ଟ ଦେଖିଲେ ପ୍ରତିବର୍ଷ ବନ୍ୟପ୍ରାଣୀଙ୍କ ସଂଖ୍ୟା ପ୍ରାୟ ୨.୫% କମୁଛି। ମଣିଷ ପ୍ରତ୍ୟକ୍ଷ ଭାବେ ମଧ୍ୟ ନିଜ ଖାଦ୍ୟ, ପରିଧାନ, ଔଷଧ ଆବଶ୍ୟକତା ପାଇଁ ବନ୍ୟପ୍ରାଣୀଙ୍କ ହତ୍ୟା କରୁଛି। ଏସବୁକୁ ରୋକା ନ ଗଲେ ପ୍ରକୃତି ଭୟଙ୍କର ଭାବେ ଏହାର ପ୍ରତିଶୋଧ ନେବ। ଏଭଳି ବିପଦକୁ ଏଡ଼ାଇବାକୁ ବଡ଼ସ୍ତରରେ ଜୈବ ବିବିଧତା ରକ୍ଷା ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ। ଅନ୍ତର୍ଜାତୀୟ ସମୁଦାୟ ଏଥିନିମନ୍ତେ ଅଧିକ ପାଣ୍ଠି ଯୋଗାଇଦେବା ଆବଶ୍ୟକ। ପ୍ରକୃତିକୁ ରକ୍ଷା କରିବା ପାଇଁ ଧନୀ ରାଷ୍ଟ୍ରଗୁଡ଼ିକ ଅଧିକରୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ ବୋଲି ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ ଆଫ୍ରିକାର ଆଞ୍ଚଳିକ ନିର୍ଦ୍ଦେଶକ ଆଲିସ୍‌ ରୁହଓ୍ବେଜା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?