ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ତାଲିକାରେ ଅର୍ଜୁନ

ରସୁଲପୁର,୧୪ା୧୦(ଡି.ଏନ.ଏ.): ଆମେରିକାସ୍ଥିତ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୨୨ ଶିକ୍ଷାବର୍ଷ ପାଇଁ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକା ପ୍ରକାଶ ପାଇଛି। ଏଥିରେ ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ଗ୍ରାମର ଅନନ୍ତ ବେହେରାଙ୍କ ପୁଅ ବୈଜ୍ଞାନିକ ଡ. ଅର୍ଜୁନ ବେହେରାଙ୍କ ନାମ ରହିଛି। ବୈଜ୍ଞାନିକ ବେହେରା ଏବେ ପଞ୍ଜାବର ରୋପରସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି)ରେ ରସାୟନ ବିଜ୍ଞାନରେ ଗବେଷଣା କରୁଛନ୍ତି। ତାଙ୍କ ପକ୍ଷରୁ ପ୍ରକାଶିତ ଜର୍ନାଲକୁ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ମାନ୍ୟତା ମିଳିଛି। ବିଭିନ୍ନ କ୍ଷେତ୍ରରେ ଗବେଷଣା କରୁଥିବା ରୋପର ଆଇଆଇଟିର ବୈଜ୍ଞାନିକମାନଙ୍କ ମଧ୍ୟରୁ ୧୧ଜଣଙ୍କୁ ଏହି ତାଲିକାରେ ସାମିଲ କରାଯାଇଥିବା ବେଳେ ଓଡ଼ିଆ ଯୁବ ବୈଜ୍ଞାନିକ ଭାବେ ଅର୍ଜୁନ ରହିଛନ୍ତି। ଉକ୍ତ ସଫଳତାକୁ ନେଇ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।
ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଖ୍ୟାତ ପ୍ରଫେସର ବୈଜ୍ଞାନିକ ଜନ୍‌ ଲୋନାଡିସଙ୍କ ନେତୃତ୍ୱରେ ଏକ ଚୟନକାରୀ ଦଳ ଗଠନ କରାଯାଇ ବୈଜ୍ଞାନିକଙ୍କ ତାଲିକା ପ୍ରକାଶ କରାଯାଇଛି। ସମଗ୍ର ବିଶ୍ୱରୁ ପ୍ରାୟ ୮ଲକ୍ଷରୁ ଊର୍ଦ୍ଧ୍ୱ ବୈଜ୍ଞାନିକ ୨୨ଟି ବିଭିନ୍ନ ବୈଜ୍ଞାନିକ ଓ ୧୭୬ଟି ଉପବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ନିଜର ଜର୍ନାଲ ପ୍ରକାଶ କରିଥିଲେ। ଉକ୍ତ ଜର୍ନାଲ ମଧ୍ୟରୁ ୧ଲକ୍ଷ ୮୦ହଜାର ବୈଜ୍ଞାନିକଙ୍କ ଜର୍ନାଲ ତଥ୍ୟ ଭିତ୍ତିକ ଥିବାରୁ ସେଗୁଡ଼ିକୁ ବିଚାରକୁ ନିଆଯାଇଥିଲା। ସେଥିମଧ୍ୟରୁ ବୈଜ୍ଞାନିକ ଡ. ବେହେରା ବୈଜ୍ଞାନିକ ଗବେଷଣା କ୍ଷେତ୍ର ରସାୟନ ବିଜ୍ଞାନ ଓ ଉପ-ବୈଜ୍ଞାନିକ କ୍ଷେତ୍ର ଫଟୋ କାଟେଲେସିସ୍‌ ଉପରେ ଗବେଷଣା କରୁଛନ୍ତି। ସେ ଭବିଷ୍ୟତରେ ଶୁଦ୍ଧ ଉଦ୍‌ଯାନ ଉପତ୍ାଦନ ଓ ପରିବେଶ ସ୍ଥିତିରେ ସ୍ଥାୟିତ୍ୱ ବଜାୟ ରଖିବା ଉପରେ ଗବେଷଣା ଜାରି ରଖିବେ ବୋଲି ଲକ୍ଷ୍ୟ ରଖିଛନ୍ତି। ଫାର୍ମାକୋଲୋଜି ଉପରେ ପ୍ରକାଶିତ ଜର୍ନାଲକୁ ନେଇ ଡ. ଯୋର୍ଡି ମେଷ୍ଟରେର୍ସ ପ୍ରଥମ ସ୍ଥାନ ଅଧିକାର କରିବାର ସୁଯୋଗ ପାଇଛନ୍ତି। ଏ କ୍ଷେତ୍ରରେ ସ୍ପେନ୍‌ରୁ ୫ଜଣ ଓ ବିଶ୍ୱରୁ ୨୬୩ଜଣ ବୈଜ୍ଞାନିକଙ୍କ ଗବେଷଣାକୁ ସମ୍ମାନ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?