ଶ୍ରୀକ୍ଷେତ୍ରରେ ହବିଷିଆଳିଙ୍କୁ ପୁଣି ଆକ୍ରମଣ

ପୁରୀ ଅଫିସ,୧୪।୧୦: ଶ୍ରୀକ୍ଷେତ୍ରରେ ହବିଷିଆଳିଙ୍କୁ ସେବାୟତଙ୍କ ଆକ୍ରମଣ ଘଟଣାକୁ ୨୪ ଘଣ୍ଟା ନ ପୂରୁଣୁ ଶ୍ରୀମନ୍ଦିର ଭିତରେ ପୁଣିଥରେ ଜଣେ ହବିଷିଆଳିଙ୍କୁ ଆକ୍ରମଣ କରାଯାଇଛି। ଫଳରେ ହବିଷିଆଳିଙ୍କ ପ୍ରତି ଥିବା ପୋଲିସ ପ୍ରଶାସନର ସୁରକ୍ଷା ବ୍ୟବସ୍ଥା ପଦାରେ ପଡ଼ିଛି। ନୟାଗଡ଼ ଖଣ୍ଡପଡ଼ା ଅଞ୍ଚଳର କୁମ୍ଭାରପଡ଼ା ସାହିର ୭୩ ବର୍ଷୀୟା ଶୈଳବାଳା ପଣ୍ଡାଙ୍କୁ ଶ୍ରୀମନ୍ଦିର ପୋଲିସ ଓ ସେବାୟତ ମିଳିତ ଭାବେ ଦୁର୍ବ୍ୟବହାର କରିବା ସହ ଧକ୍କା ମାରିଛନ୍ତି। ପୋଲିସ ଓ ସେବାୟତଙ୍କ ଏଭଳି କାର୍ଯ୍ୟକୁ ଶୈଳବାଳା ବିରୋଧ କରିବା ଫଳରେ ତାଙ୍କୁ ମାଗଣାଖିଆ ବୋଲି କୁହାଯାଇଛି। ସେବାୟତ ଓ ପୋଲିସମାନେ ହବିଷିଆଳିଙ୍କୁ ବାରମ୍ବାର ମାଗଣାଖିଆ ବୋଲି କହିବା ଫଳରେ ହବିଷିଆଳିମାନେ ଅପମାନିତ ହେଉଛନ୍ତି। ସରକାରୀ ସୁବିଧା ସୁଯୋଗ ଲାଭ ଉଠାଇଲେ କେହି ମାଗଣାଖିଆ ହୋଇଯାଆନ୍ତି ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସୁବିଧା ସୁଯୋଗ ଆମ ପାଇଁ ଆଣିଛନ୍ତି ତାହାର ଲାଭ ଆମେ ଉଠାଉଛୁ। ଏଥିରେ ଆମର ଭୁଲ କ’ଣ ଓ ଆମକୁ କାହିଁକି ଏଭଳି ଅପମାନିତ କରାଯାଉଛି ବୋଲି ଦୁର୍ବ୍ୟବହାରର ଶିକାର ହୋଇଥିବା ଶୈଳବାଳା ପଣ୍ଡା କହିଛନ୍ତି ।
ଶୈଳବାଳା ବୃନ୍ଦାବତୀ ନିବାସର ୩ୟ ମହଲାର ୩୦୨ ନମ୍ବର ରୁମରେ ରୁହନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଶ୍ରୀମନ୍ଦିର ଭିତରେ ତାଙ୍କୁ ଦର୍ଶନ କରିବାକୁ ଡକାଗଲା। ଶ୍ରୀମନ୍ଦିର ପୋଲିସ ରୋକିବା ଫଳରେ ସେ ନାଟ ମଣ୍ଡପରେ ଠିଆ ହୋଇ ରହିଲେ। ଏହାସତ୍ତ୍ୱେ ମଧ୍ୟ ତାଙ୍କୁ ଉପହାସ କରି ମାଗଣାଖିଆ ବୋଲି ପୋଲିସ କର୍ମଚାରୀ କହିଥିଲେ। ଏହାପରେ ଗହଳିରେ ସାମାନ୍ୟ ଆଗପଛ ହେବା ହେତୁ ତାଙ୍କୁ ପୋଲିସ କର୍ମଚାରୀ ଧକ୍କା ମାରିଲେ। ସେ ତଳେ ପଡ଼ିଯିବାରୁ ଅଣ୍ଡା ଓ କହୁଣିରେ ଆଘାତ ଲାଗିଛି। ନିକଟରେ ଥିବା ସେବାୟତ ମଧ୍ୟ ଅସଭ୍ୟ ଭାଷାରେ ଥଟ୍ଟାମଜା କରିଥିଲେ। ସେହିଭଳି ତାଙ୍କ ସାଥିରେ ଥିବା ସ୍ବେଚ୍ଛାସେବୀ ପୋଲିସଙ୍କ ଏଭଳି ବ୍ୟବହାରକୁ ବିରୋଧ କରିବା ପରେ ତାଙ୍କୁ ମଧ୍ୟ ପୋଲିସ ଗାଳିଗୁଲଜ କରିଥିଲେ। ତେବେ ଧର୍ମ ମାସ କାର୍ତ୍ତିକରେ ହବିଷିଆଳିଙ୍କ ପାଇଁ ରାଜ୍ୟ ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଉଥିବା ବେଳେ ପ୍ରଶାସନିକ ସ୍ତରରେ ଏହାର ଠିକ୍‌ ପ୍ରତିଫଳନ ହୋଇ ପାରୁନାହିଁ। କ୍ରମାଗତ ଦ୍ୱିତୀୟ ଦିନରେ ହବିଷିଆଳିଙ୍କ ଉପରକୁ ଆକ୍ରମଣ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ପ୍ରଶାସନ ହବିଷିଆଳିଙ୍କୁ ସୁରକ୍ଷା ଦେବାରେ ବିଫଳ ହେଉଛି। ସୁରକ୍ଷା ଦେବା ବଦଳରେ ନିଜ ଦୋଷ ଦୁର୍ବଳତା ଲୁଚାଇବାକୁ ଅଭିଯୋଗକାରିଣୀମାନଙ୍କୁ ଥାନା ପର୍ଯ୍ୟନ୍ତ ଯିବାକୁ ଦେଉନାହିଁ। ତେବେ ସୁରକ୍ଷା ଦୃଷ୍ଟିକୋଣରୁ ଅବହେଳା ଧରା ପଡ଼ିଥିଲେ ମଧ୍ୟ ପୋଲିସ ପ୍ରଶାସନ ନୀରବ ରହିଛି। ସେବାୟତ ଓ ଶ୍ରୀମନ୍ଦିର ପୋଲିସ ହବିଷିଆଳିଙ୍କୁ କ୍ରମାଗତ ଭାବେ ଦୁର୍ବ୍ୟବହାର ଓ ଆକ୍ରମଣ କରୁଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଏଭଳି ଘଟଣାକୁ ଗୁରୁତର ସହ ନେଉନାହିଁ। ବାସ୍ତବରେ ଯଦି ଶ୍ରୀମନ୍ଦିର ପ୍ରଶାସନ ହବିଷିଆଳିଙ୍କ ସୁରକ୍ଷା ଉପରେ ଧ୍ୟାନ ଦେବାକୁ ଆଗ୍ରହୀ, ଥାନାରେ ଅଭିଯୋଗ ଓ ଘଟଣାର ତଦନ୍ତ କାହିଁକି ହେଉନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏହି ପ୍ରସଙ୍ଗ ନେଇ ଆଇନଜୀବୀ ମିଥୁନ ଜେନା କହିଛନ୍ତି, ବରିଷ୍ଠ ନାଗରିକମାନେ ସରକାରୀ ସୁବିଧାର ଲାଭ ଉଠାଉଥିବା ବେଳେ ତାଙ୍କୁ ମାଗଣାଖିଆ ବୋଲି କୁହାଯିବା ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ଏଭଳି କରି ବ୍ୟକ୍ତି ସମ୍ମାନ ଓ ମର୍ଯ୍ୟାଦାହାନୀ ଘଟୁଛି। ସରକାର ଜଣେ ବ୍ୟକ୍ତିଙ୍କ ସ୍ବାଭିମାନର ସୁରକ୍ଷା ଦିଗରେ ମଧ୍ୟ ଧ୍ୟାନ ଦିଅନ୍ତୁ ବୋଲି ମିଥୁନ କହିଛନ୍ତି। ଗୋଟିଏ ପଟେ ପ୍ରତିଦିନ ହବିଷିଆଳିଙ୍କ ଉପରେ ଆକ୍ରମଣ ଓ ଦୁର୍ବ୍ୟବହାର ବଢୁଥିବା ବେଳେ ଅନ୍ୟପଟେ ଉଭୟ ଶ୍ରୀମନ୍ଦିର ଓ ଜିଲା ପ୍ରଶାସନ କେବଳ ଯାଞ୍ଚ କରୁଥିବା ଆଳ ଦେଖାଇ ପ୍ରସଙ୍ଗକୁ ଅଣଦେଖା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ରାହୁଲ ଗାନ୍ଧୀଙ୍କ ଉପରେ ରାଗିଗଲେ ଶଙ୍କରାଚାର୍ଯ୍ୟ, ଦେଲେ ସିଧା ଚେତାବନୀ

ନୂଆଦିଲ୍ଲୀ,୨୫।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନୁସ୍ମୃତି ସମ୍ପର୍କିତ ବୟାନକୁ ନେଇ ଶଙ୍କରାଚାର୍ଯ୍ୟ ସ୍ବାମୀ ଅବିମୁକ୍ତେଶ୍ୱରାନନ୍ଦ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମନୁସ୍ମୃତି ଏବଂ…

ଅସରପା ଶବ୍ଦକୁ ନେଇ ଏବେବି ରହିଛି ବିବାଦ, ପୁଣି ଉଠିଲାଣି CJIଙ୍କ କଥା? ଅଭିଜିତ ଦୀପକେଙ୍କ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୨୫।୮: ‘କକ୍ରୋଚ’ ଶବ୍ଦର ବ୍ୟବହାରକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଏହା ମଧ୍ୟରେ, କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦାବି କରିଛନ୍ତି…

ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ଚନ୍ଦ୍ରମାକୁ ଗ୍ରାସ କରିବେ ରାହୁ; ସଙ୍କଟରେ ଏହି ୫ ରାଶି, ହେବ ବଡ଼ କ୍ଷତି!

ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅଗଷ୍ଟରେ ଲାଗିବାକୁ ଯାଉଛି। ଜ୍ୟୋତିଷ ଅନୁସାରେ, ଏହି ଚନ୍ଦ୍ରଗ୍ରହଣ କୁମ୍ଭ ରାଶିରେ ଘଟିବ। ଏହି ସମୟରେ କୁମ୍ଭ ରାଶି ଉପରେ…

ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ, ଉପଜିଲାପାଳଙ୍କୁ ଦେଲେ ଦାବିପତ୍ର

ଗୁଣପୁର,୨୫।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅଙ୍ଗନୱାଡି କର୍ମୀମାନେ ଅନଶନ ଆରମ୍ଭ କରିଛନ୍ତି । ବିଭିନ୍ନ ଦାବି ନେଇ ମଙ୍ଗଳବାର ଠାରୁ ଏହି ବିକ୍ଷୋଭ ଆରମ୍ଭ କରିଛନ୍ତି…

ଜୀବିତ ଅଛନ୍ତି ମୋଜତାବା ଖାମେନେଇ; ଇରାନ ପ୍ରଥମ ଥର ପାଇଁ କହିଲା…

ତେହରାନ,୨୫।୮: ଇରାନର ମୋଜତାବା ଖାମେନେଇଙ୍କ ସ୍ଥିତି ସମ୍ପର୍କରେ ଥିବା ରହସ୍ୟର ସମାଧାନ ହୋଇଛି। ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମୟରେ ମୋଜତାବା ଖାମେନେଇ ଆହତ ହୋଇଥିଲେ।…

ଯୁବପିଢ଼ି ପାଇଁ ବଡ଼ ଘୋଷଣା କଲେ ସରକାର: ଆଗାମୀ ୬ ମାସରେ ମିଳିବ ୧ ଲକ୍ଷ ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଯୁବପିଢ଼ି ପାଇଁ ବଡ଼ ଘୋଷଣା କରିଛନ୍ତି। ଲକ୍ଷ୍ନୌରେ ୩,୪୪୬ ଜଣ ପ୍ରାବିଧିକ ସହାୟକ ଏବଂ ୧୨୬ ଜଣ…

ଫେସବୁକ୍‌ ଲାଇଭ୍‌ରେ ଆସି ଏମିତି କ’ଣ କହିଦେଲେ ମମତା: ଶୁଣିକି ଛାନିଆ ହେଲା ଭାଜପା!

କୋଲକାତା,୨୫।୮: ପଶ୍ଚିମବଙ୍ଗ ରାଜନୀତିରେ ଜାରି ରହିଥିବା ରାଜନୈତିକ ଟଣାଓଟରା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବଡ଼ ବୟାନ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri