ଶ୍ରୀକ୍ଷେତ୍ରରେ ହବିଷିଆଳିଙ୍କୁ ପୁଣି ଆକ୍ରମଣ

ପୁରୀ ଅଫିସ,୧୪।୧୦: ଶ୍ରୀକ୍ଷେତ୍ରରେ ହବିଷିଆଳିଙ୍କୁ ସେବାୟତଙ୍କ ଆକ୍ରମଣ ଘଟଣାକୁ ୨୪ ଘଣ୍ଟା ନ ପୂରୁଣୁ ଶ୍ରୀମନ୍ଦିର ଭିତରେ ପୁଣିଥରେ ଜଣେ ହବିଷିଆଳିଙ୍କୁ ଆକ୍ରମଣ କରାଯାଇଛି। ଫଳରେ ହବିଷିଆଳିଙ୍କ ପ୍ରତି ଥିବା ପୋଲିସ ପ୍ରଶାସନର ସୁରକ୍ଷା ବ୍ୟବସ୍ଥା ପଦାରେ ପଡ଼ିଛି। ନୟାଗଡ଼ ଖଣ୍ଡପଡ଼ା ଅଞ୍ଚଳର କୁମ୍ଭାରପଡ଼ା ସାହିର ୭୩ ବର୍ଷୀୟା ଶୈଳବାଳା ପଣ୍ଡାଙ୍କୁ ଶ୍ରୀମନ୍ଦିର ପୋଲିସ ଓ ସେବାୟତ ମିଳିତ ଭାବେ ଦୁର୍ବ୍ୟବହାର କରିବା ସହ ଧକ୍କା ମାରିଛନ୍ତି। ପୋଲିସ ଓ ସେବାୟତଙ୍କ ଏଭଳି କାର୍ଯ୍ୟକୁ ଶୈଳବାଳା ବିରୋଧ କରିବା ଫଳରେ ତାଙ୍କୁ ମାଗଣାଖିଆ ବୋଲି କୁହାଯାଇଛି। ସେବାୟତ ଓ ପୋଲିସମାନେ ହବିଷିଆଳିଙ୍କୁ ବାରମ୍ବାର ମାଗଣାଖିଆ ବୋଲି କହିବା ଫଳରେ ହବିଷିଆଳିମାନେ ଅପମାନିତ ହେଉଛନ୍ତି। ସରକାରୀ ସୁବିଧା ସୁଯୋଗ ଲାଭ ଉଠାଇଲେ କେହି ମାଗଣାଖିଆ ହୋଇଯାଆନ୍ତି ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସୁବିଧା ସୁଯୋଗ ଆମ ପାଇଁ ଆଣିଛନ୍ତି ତାହାର ଲାଭ ଆମେ ଉଠାଉଛୁ। ଏଥିରେ ଆମର ଭୁଲ କ’ଣ ଓ ଆମକୁ କାହିଁକି ଏଭଳି ଅପମାନିତ କରାଯାଉଛି ବୋଲି ଦୁର୍ବ୍ୟବହାରର ଶିକାର ହୋଇଥିବା ଶୈଳବାଳା ପଣ୍ଡା କହିଛନ୍ତି ।
ଶୈଳବାଳା ବୃନ୍ଦାବତୀ ନିବାସର ୩ୟ ମହଲାର ୩୦୨ ନମ୍ବର ରୁମରେ ରୁହନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଶ୍ରୀମନ୍ଦିର ଭିତରେ ତାଙ୍କୁ ଦର୍ଶନ କରିବାକୁ ଡକାଗଲା। ଶ୍ରୀମନ୍ଦିର ପୋଲିସ ରୋକିବା ଫଳରେ ସେ ନାଟ ମଣ୍ଡପରେ ଠିଆ ହୋଇ ରହିଲେ। ଏହାସତ୍ତ୍ୱେ ମଧ୍ୟ ତାଙ୍କୁ ଉପହାସ କରି ମାଗଣାଖିଆ ବୋଲି ପୋଲିସ କର୍ମଚାରୀ କହିଥିଲେ। ଏହାପରେ ଗହଳିରେ ସାମାନ୍ୟ ଆଗପଛ ହେବା ହେତୁ ତାଙ୍କୁ ପୋଲିସ କର୍ମଚାରୀ ଧକ୍କା ମାରିଲେ। ସେ ତଳେ ପଡ଼ିଯିବାରୁ ଅଣ୍ଡା ଓ କହୁଣିରେ ଆଘାତ ଲାଗିଛି। ନିକଟରେ ଥିବା ସେବାୟତ ମଧ୍ୟ ଅସଭ୍ୟ ଭାଷାରେ ଥଟ୍ଟାମଜା କରିଥିଲେ। ସେହିଭଳି ତାଙ୍କ ସାଥିରେ ଥିବା ସ୍ବେଚ୍ଛାସେବୀ ପୋଲିସଙ୍କ ଏଭଳି ବ୍ୟବହାରକୁ ବିରୋଧ କରିବା ପରେ ତାଙ୍କୁ ମଧ୍ୟ ପୋଲିସ ଗାଳିଗୁଲଜ କରିଥିଲେ। ତେବେ ଧର୍ମ ମାସ କାର୍ତ୍ତିକରେ ହବିଷିଆଳିଙ୍କ ପାଇଁ ରାଜ୍ୟ ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଉଥିବା ବେଳେ ପ୍ରଶାସନିକ ସ୍ତରରେ ଏହାର ଠିକ୍‌ ପ୍ରତିଫଳନ ହୋଇ ପାରୁନାହିଁ। କ୍ରମାଗତ ଦ୍ୱିତୀୟ ଦିନରେ ହବିଷିଆଳିଙ୍କ ଉପରକୁ ଆକ୍ରମଣ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ପ୍ରଶାସନ ହବିଷିଆଳିଙ୍କୁ ସୁରକ୍ଷା ଦେବାରେ ବିଫଳ ହେଉଛି। ସୁରକ୍ଷା ଦେବା ବଦଳରେ ନିଜ ଦୋଷ ଦୁର୍ବଳତା ଲୁଚାଇବାକୁ ଅଭିଯୋଗକାରିଣୀମାନଙ୍କୁ ଥାନା ପର୍ଯ୍ୟନ୍ତ ଯିବାକୁ ଦେଉନାହିଁ। ତେବେ ସୁରକ୍ଷା ଦୃଷ୍ଟିକୋଣରୁ ଅବହେଳା ଧରା ପଡ଼ିଥିଲେ ମଧ୍ୟ ପୋଲିସ ପ୍ରଶାସନ ନୀରବ ରହିଛି। ସେବାୟତ ଓ ଶ୍ରୀମନ୍ଦିର ପୋଲିସ ହବିଷିଆଳିଙ୍କୁ କ୍ରମାଗତ ଭାବେ ଦୁର୍ବ୍ୟବହାର ଓ ଆକ୍ରମଣ କରୁଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଏଭଳି ଘଟଣାକୁ ଗୁରୁତର ସହ ନେଉନାହିଁ। ବାସ୍ତବରେ ଯଦି ଶ୍ରୀମନ୍ଦିର ପ୍ରଶାସନ ହବିଷିଆଳିଙ୍କ ସୁରକ୍ଷା ଉପରେ ଧ୍ୟାନ ଦେବାକୁ ଆଗ୍ରହୀ, ଥାନାରେ ଅଭିଯୋଗ ଓ ଘଟଣାର ତଦନ୍ତ କାହିଁକି ହେଉନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏହି ପ୍ରସଙ୍ଗ ନେଇ ଆଇନଜୀବୀ ମିଥୁନ ଜେନା କହିଛନ୍ତି, ବରିଷ୍ଠ ନାଗରିକମାନେ ସରକାରୀ ସୁବିଧାର ଲାଭ ଉଠାଉଥିବା ବେଳେ ତାଙ୍କୁ ମାଗଣାଖିଆ ବୋଲି କୁହାଯିବା ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ଏଭଳି କରି ବ୍ୟକ୍ତି ସମ୍ମାନ ଓ ମର୍ଯ୍ୟାଦାହାନୀ ଘଟୁଛି। ସରକାର ଜଣେ ବ୍ୟକ୍ତିଙ୍କ ସ୍ବାଭିମାନର ସୁରକ୍ଷା ଦିଗରେ ମଧ୍ୟ ଧ୍ୟାନ ଦିଅନ୍ତୁ ବୋଲି ମିଥୁନ କହିଛନ୍ତି। ଗୋଟିଏ ପଟେ ପ୍ରତିଦିନ ହବିଷିଆଳିଙ୍କ ଉପରେ ଆକ୍ରମଣ ଓ ଦୁର୍ବ୍ୟବହାର ବଢୁଥିବା ବେଳେ ଅନ୍ୟପଟେ ଉଭୟ ଶ୍ରୀମନ୍ଦିର ଓ ଜିଲା ପ୍ରଶାସନ କେବଳ ଯାଞ୍ଚ କରୁଥିବା ଆଳ ଦେଖାଇ ପ୍ରସଙ୍ଗକୁ ଅଣଦେଖା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?