ବାଣ ବିସ୍ଫୋରଣରେ ଭୁଶୁଡ଼ିଲା ଦୁଇ ମହଲା କୋଠା: ଚାଲିଗଲା ୪ ଜୀବନ
ମୋରେନା,୨୦।୧୦: ଦୀପାବଳି ପୂର୍ବରୁ ମଧ୍ୟପ୍ରଦେଶ ମୋରେନା ଜିଲା ଅଧୀନ ବାନ୍ମୋର ସହରରେ ଗୁରୁବାର ଏକ ଅଘଟଣ ଘଟିଛି। ବାଣ ବିସ୍ଫୋରଣ ଘଟି ଏକ ୨ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଫଳରେ ଘରେ ଥିବା ପରିବାରର ୩ ସଦସ୍ୟଙ୍କ ସମେତ ୪…
ଉଦ୍ଧବ ଗୋଷ୍ଠୀକୁ ଫେରିଲେ ପୂର୍ବତନ ମନ୍ତ୍ରୀ
ମୁମ୍ବାଇ,୨୦।୧୦: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦେଶମୁଖ ଠାଣେର ଅନ୍ୟତମ ନେତା ସଞ୍ଜୟ ଘାଦିଗୋଙ୍କର ଶିବସେନା (ଉଦ୍ଧବ ବାଲାସାହେବ ଠାକ୍ରେ)କୁ ଫେରିଛନ୍ତି। ବିଦର୍ଭ ଅଞ୍ଚଳରେ ଉଦ୍ଧବ ଗୋଷ୍ଠୀର ଶକ୍ତି ବୃଦ୍ଧିରେ ଏହା ସହାୟକ ହେବ ବୋଲି ଦଳର ଜଣେ କାର୍ଯ୍ୟକର୍ତ୍ତା ଗୁରୁବାର…
ପୁଣି ସାମ୍ନାକୁ ଆସିଲା କଂଗ୍ରେସର ଦଳକନ୍ଦଳ: ଥରୁରଙ୍କୁ ସମାଲୋଚନା କଲେ ମିସ୍ତ୍ରୀ
ନୂଆଦିଲ୍ଲୀ,୨୦।୧୦: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପରାଜିତ ହୋଇଥିବା ଶଶୀ ଥରୁରଙ୍କୁ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରି ଗୁରୁବାର ସମାଲୋଚନା କରିଛନ୍ତି। ଥରୁର ଦୋମୁହାଁ ନୀତି ଅବଲମ୍ବନ କରୁଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ଟିମ୍ ଦଳର ନିର୍ବାଚନ…
ଝାରସୁଗୁଡ଼ା ଜେଲରେ ଜୀବନ ହାରିଲେ ବିଚାରାଧୀନ କଏଦୀ
ଝାରସୁଗୁଡ଼ା ଅଫିସ,୨୦ା୧୦: ଝାରସୁଗୁଡ଼ା ଉପକାରାଗାରରେ ଗୁରୁବାର ଜଣେ ବିଚାରାଧୀନ କଏଦୀ ବେକରେ ଗାମୁଛା ବାନ୍ଧି ଏକ ଗଛରେ ଝୁଲି ଆମତ୍ହତ୍ୟା କରିଛନ୍ତି। ସେ ହେଲେ ବଡ଼ମାଲ ଥାନା ବୃନ୍ଦାମାଲ ଗ୍ରାମର ସୁବାସ ରୋହିଦାସ (୨୬)। ଏହି ସମ୍ପର୍କରେ ଜେଲ୍ର କରଣ ଓରାମ…
ହିମାଚଳ ପ୍ରଦେଶ ନିର୍ବାଚନ: ପ୍ରାର୍ଥୀଙ୍କ ଅନ୍ତିମ ତାଲିକା ଜାରି କଲା ଏଏପି
ଶିମ୍ଲା,୨୦।୧୦: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି (ଏଏପି) ଗୁରୁବାର ଆଉ ୧୦ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଏହାକୁ ମିଶାଇ ଏଏପି ସମସ୍ତ ୬୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ବୁଧବାର ବିଳମ୍ବିତ…
୩୯ ଲକ୍ଷ ହଡ଼ପ ମାମଲାରେ ୩ କୋର୍ଟ ଚାଲାଣ: ବିଇଓ ଅଫିସ ଆକାଉଣ୍ଟାଣ୍ଟ ଫେରାର
ଭବାନୀପାଟଣା,୨୦।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର ଟଙ୍କା ହଡ଼ପ କରିଥିବା ମାମଲା ନେଇ ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ଶୁଚିସ୍ମିତାଙ୍କ ସହ ସାମିଲ ଥିବା ଅଭିଯୋଗରେ ପୋଲିସ…
ଆରଏସ୍ଏସ୍ ମୁଖ୍ୟଙ୍କୁ ଭେଟିଲେ ଯୋଗୀ ଆଦିିତ୍ୟନାଥ
ଲକ୍ଷ୍ନୌ,୨୦।୧୦: ଉତ୍ତରପ୍ରଦେଶ ପ୍ରୟାଗରାଜର ଗୌହନିଆରେ ଅବସ୍ଥିତ ଜୟପୁରିଆ ସ୍କୁଲର ବତ୍ସଲ୍ୟ କ୍ୟାମ୍ପସରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିଛନ୍ତି। ଦୁହିଁଙ୍କ ମଧ୍ୟରେ ପ୍ରାୟ ୧ଘଣ୍ଟା ଧରି ସୌଜନ୍ୟମୂଳକ ସାକ୍ଷାତକାର ହୋଇଥିଲା। ଏହି ସମୟରେ ଯୋଗୀ ଆଦିତ୍ୟନାଥ…
ଡ୍ରେସ୍କୁ ନେଇ ଟ୍ରୋଲ ହେଲେ କଙ୍ଗନା
ମୁମ୍ବାଇ: ବଲିଉଡ୍ର ବିବାଦୀୟ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ କଙ୍ଗନା ସୋସିଆଲ ମିଡିଆରେ ଏକ ଟ୍ରାନ୍ସପରେଟ ପୋଷାକ ପିନ୍ଧିଥିବାର ଥ୍ରୋବ୍ୟାକ୍ ଫଟୋ ଶେୟାର କରିବା ପରେ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରିଛନ୍ତି। ଟ୍ରୋଲଙ୍କୁ ଜବାବ ଦେଇ କଙ୍ଗନା…
ଦୁର୍ଘଟଣାରେ ଚାଲିଗଲା ଯନ୍ତ୍ରୀଙ୍କ ଜୀବନ
ହିଞ୍ଜିଳିକାଟୁ,୨୦।୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପିତଳ ଛକ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ହରିଶଙ୍କରରୁ ଦର୍ଶନ ସାରି କାର୍ରେ ବ୍ରହ୍ମପୁର ଫେରୁଥିବା ବେଳେ କୌଣସି କାରଣ ବଶତଃ କାର୍ଟି ରାସ୍ତା ଉପରେ ଏକ ଟ୍ରକ୍ର…
ମିଳିଲା ନିଖୋଜ ଯୁବକଙ୍କ ମୃତଦେହ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ
କେସିଙ୍ଗା,୨୦।୧୦(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ପଥର୍ଲ ଗ୍ରାମ ପଞ୍ଚାୟତ ଅଧୀନ ମାଲପଡ଼ା-ପଥର୍ଲା ତିନିଛକଠାରୁ ଗୁରୁବାର ଗଳାରେ ରଶିବନ୍ଧା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ହେଲେ ପଥର୍ଲl ଗ୍ରାମ କଲୋନୀପଡ଼ାର କିଷାନ ବାଗ(୨୫)। ଅନ୍ୟପକ୍ଷେ…
ଖୁବ୍ଶୀଘ୍ର ଜୟପୁର ବିମାନବନ୍ଦରକୁ ଉଡିବ ବିମାନ
କୋରାପୁଟ,୨୦।୧୦(ସ୍ବ.ପ୍ର.): କୋରାପୁଟ ଜିଲାବାସୀଙ୍କ ପାଇଁ ଖୁସି ଖବର। ଖୁବ୍ଶୀଘ୍ର ଜୟପୁର ବିମାନବନ୍ଦରକୁ ଉଡିବ ବିମାନ। ଏନେଇ ଡିଜିସିଏ ପକ୍ଷରୁ ଅନୁମତି ମିଳିଛି। ଉଡ଼ାଣ ଯୋଜନାରେ ଲାଇସେନ୍ସ ପ୍ରଦାନ କରାଯାଇଥିବା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଉଷା ପାଢୀ…
ହାତୀ ଆକ୍ରମଣରେ ମହିଳା ମୃତ
ସୁନ୍ଦରଗଡ଼,୨୦।୧୦(ଡି.ଏନ୍.ଏ): ସୁନ୍ଦରଗଡ଼ ବନଖଣ୍ଡର ଉଜ୍ଜଳପୁର ବନାଞ୍ଚଳ ଅନ୍ତର୍ଗତ କୁଳବା ଗ୍ରାମରେ ଗୁରୁବାର ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ସେହି ଗାଁର ରେଣୁକା ସାହୁ (୫୫)। ସେ ଭୋରରୁ ଶୌଚ ପାଇଁ ପାଖ ବିଲକୁ ଯାଉଥିବାବେଳେ…
Archives


