ଗୁଗଲ ଉପରେ ୧,୩୩୭.୭୬ କୋଟି ଟଙ୍କାର ଜରିମାନା
ନୂଆଦିଲ୍ଲୀ,୨୧ ।୧୦: ବିଶ୍ୱର ସବୁଠାରୁ ବଡ ଇଣ୍ଟରନେଟ ସର୍ଚ୍ଚ ସେବା ଦେଉଥିବା ଆମେରିକା କମ୍ପାନୀ ଗୁଗଲ ଉପରେ ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗ ବା କମ୍ପିଟିଶନ କମିଶନ ଅଫ୍ ଇଣ୍ଡିଆ-ସିସିଆଇ ୧,୩୩୭.୭୬ କୋଟି ଟଙ୍କାର ଜରିମାନା ଲଗାଇଛି । ମିଳିଥିବା ସୂଚନା ଅନୁଯାୟୀ,…
୧,୪୪୮ କିଲୋମିଟର ପହଁରିବାରେ ପ୍ରଥମ ମହିଳା
ଲଣ୍ଡନ, ୨୧/୧୦:ନର୍ଥ ୟୋର୍କଶାୟର ଥିରସ୍କ ସହରର ଜସ୍ମିନ୍ ହାରିସନ୍ (୨୩) ବିଶ୍ୱର ପ୍ରଥମ ମହିଳା ଭାବେ ସର୍ବାଧିକ ୯୦୦ ମାଇଲ (୧୪୪୮ କିଲୋମିଟର) ପହଁରି ରେକର୍ଡ କରିଛନ୍ତିିିି। ଦେଶର ପଶ୍ଚିମ ତଟ ଦେଇ ସେ ‘ଲ୍ୟାଣ୍ଡ୍ସ ଏଣ୍ଡ୍’ ରୁ ‘ଜନ୍ ଓ’ଗ୍ରୋଟ୍ସ’…
ତାପମାତ୍ରା ବୃଦ୍ଧି: ଭାରତର କ୍ଷତି ୧୫୯ ବିଲିୟନ ଡଲାର
ନୂଆଦିଲ୍ଲୀ,୨୧।୧୦(ପି.ଟି.):୨୦୨୧ରେ ଅତ୍ୟଧିକ ଉତ୍ତାପ ଯୋଗୁ ଭାରତ ଆୟରେ ୧୫୯ ବିଲିୟନ ଡଲାର କ୍ଷତି ସହିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଏହା ଜିଡିପିର ୫.୪ ପ୍ରତିଶତ। ଅତ୍ୟଧିକ ଉତ୍ତାପର ପ୍ରଭାବ ମୁଖ୍ୟତଃ ସେବା, ଉତ୍ପାଦନ, କୃଷି ଏବଂ ନିର୍ମାଣ ସେକ୍ଟରରେ ପଡ଼ିଥିଲା। ଏହା…
ଡାଉନିଂ ଷ୍ଟ୍ରିଟ୍ ଦୌଡ଼: ଟ୍ରସ୍ଙ୍କ ପରେ କିଏ
ଲଣ୍ଡନ,୨୧ା୧୦:ବ୍ରିଟେନରେ ଲିଜ୍ ଟ୍ରସ୍ଙ୍କ ଦେଢ଼ ମାସିଆ ସରକାରର ପତନ ଘଟିବା ପରେ ତାଙ୍କ ଉତ୍ତରାଧିକାରୀ କିଏ ହେବେ ତାକୁ ନେଇ ନାନା ଚର୍ଚ୍ଚା ହେଉଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ଦୌଡ଼ରେ ଥିବା ପ୍ରାକ୍ତନ ଅର୍ଥମନ୍ତ୍ରୀ ଋଷି ସୁନକ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି।…
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶିବରାଜ ପାଟିଲଙ୍କ ବିବାଦୀୟ ବୟାନ
ନୂଆଦିଲ୍ଲୀ,୨୧ ।୧୦: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ସ୍ୱରାଷ୍ଟ୍ର ମନ୍ତ୍ରୀ ଶିବରାଜ ପାଟିଲ ଗୀତାକୁ ନେଇ ଏକ ଆପତ୍ତିଜନକ ବୟାନ ଦେଇଛନ୍ତି । ଶିବରାଜ ପାଟିଲ ଗୁରୁବାର ଅର୍ଥାତ୍ ଅକ୍ଟୋବର ୨୦ରେ ଦିଲ୍ଲୀରେ ଆୟୋଜିତ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ…
ଅକ୍ଟୋବର ୨୬ରେ ଅଧ୍ୟକ୍ଷ ପଦ ସମ୍ଭାଳିବେ ଖର୍ଗେ
ନୂଆଦିଲ୍ଲୀ,୨୧ ।୧୦: କଂଗ୍ରେସର ନବ ନିର୍ବାଚିତ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେଙ୍କୁ ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଦେଶର ସବୁଠାରୁ ପୁରୁଣା ଦଳକୁ ମଜଭୁତ କରିବାକୁ ପଡିବ । ଏଥିପାଇଁ ଖର୍ଗେଙ୍କ ସାମ୍ନାରେ ରହିଛି ଅନେକ ଚ୍ୟାଲେଞ୍ଜ । ଦୀର୍ଘ ୨୪…
ର଼୍ୟାନ୍ ସ୍କୁଲ୍ ଛାତ୍ର ହତ୍ୟା ମାମଲା: ୫ ବର୍ଷ ପରେ ଅଭିଯୁକ୍ତଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ
ନୂଆଦିଲ୍ଲୀ,୨୦।୧୦: ଗୁରୁଗ୍ରାମର ର଼୍ୟାନ୍ ଇଣ୍ଟରନ୍ୟାଶନାଲସ୍କୁଲ୍ର ଜଣେ ୭ ବର୍ଷର ଛାତ୍ରଙ୍କୁ ୨୦୧୭ରେ ଗଳାକାଟି ହତ୍ୟା କରାଯାଇଥିଲା। ହତ୍ୟାକାରୀଙ୍କୁ ସେତିକିବେଳେ ୧୬ ବର୍ଷ ହୋଇଥିଲା। ଜଣେ ସାବାଳକ ଅଭିଯୁକ୍ତ ଭାବେ ତାଙ୍କ ନାମରେ ମାମଲା ଚାଲିବ ବୋଲି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ସେହି…
ସୁପର-୧୨ରେ ପହଞ୍ଚିଲା ଶ୍ରୀଲଙ୍କା, ନେଦରଲାଣ୍ଡ୍ସ
ଜିଲଙ୍ଗ,୨୦ା୧୦: ଆଇସିସି ଟି୨୦ ବିଶ୍ୱକପ ମୁଖ୍ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଶ୍ରୀଲଙ୍କା ଓ ନେଦରଲାଣ୍ଡ୍ସ। ଗ୍ରୁପ୍ ଏ’ରେ ସ୍ଥାନ ପାଇଥିବା ଦୁଇ ଦଳ ୩ ମ୍ୟାଚରୁ ଦୁଇଟି ଲେଖାଏ ବିଜୟ ସହିତ ସୁପର-୧୨ରେ ପ୍ରବେଶ କରିଛନ୍ତି। ଗୁରୁବାର ଶ୍ରୀଲଙ୍କା ଅନ୍ତିମ ମ୍ୟାଚରେ…
ଉତ୍ତରପ୍ରଦେଶରେ ପୁଣି ଲଜ୍ଜା
ସୁଲତାନପୁର,୨୦।୧୦: ଉତ୍ତରପ୍ରଦେଶର ସୁଲତାନପୁରରେ ଜଣେ ୧୬ ବର୍ଷୀୟାଙ୍କୁ ତାଙ୍କ ଗ୍ରାମର ୨ ଜଣ ଯୁବକ ଗଣବଳାତ୍କାର କରିଥିବା ପୋଲିସ କହିଛି। ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଦାଏର ଏତଲା ଅନୁଯାୟୀ ଗତ ୧୭ ତାରିଖରେ ଧମାଉର ଥାନା ଅଞ୍ଚଳରେ ଏହି ଆପରାଧିକ…
୪୫ ଲକ୍ଷ ଟଙ୍କାର ବାଣ ଜବତ
ଆସିକା,୨୦ା୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଆସିକା ଥାନା ଅଧୀନ ନଳବଣ୍ଟା ଗ୍ରାମରେ ଚାଲିଥିବା ବେଆଇନ ବାଣ କାରଖାନା ଉପରେ ପୋଲିସ ଗୁରୁବାର ଚଢ଼ାଉ କରିଥିଲା । ପୋଲିସ ସେଠାରୁ ବିଭିନ୍ନ ପ୍ରକାରର ପ୍ରାୟ ୪୫ ଲକ୍ଷ ଟଙ୍କାର ବାଣ ସହ ଏକ ପିକ୍ଅପ…
କାର୍ତ୍ତିକରେ ପରିବା ଦର ଆକାଶଛୁଆଁ
ଛତ୍ରପୁର,୨୦ା୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲାର ସବୁ ଅଞ୍ଚଳରେ ଏବେ ପରିବା ଦର ଆକାଶଛୁଆଁ ହୋଇଛି। କାର୍ତ୍ତିକ ମାସ ସାଙ୍ଗକୁ ଗତ ସପ୍ତାହରେ ହୋଇଥିବା ଲଗାଣ ବର୍ଷା କାରଣରୁ ଜିଲାରେ ପରିବା ଚାଷ ବିଶେଷ ପ୍ରଭାବିତ ହୋଇଛି। ଯାହାର ସିଧାସଳଖ ପ୍ରଭାବ ପରିବା ବଜାର…
କପି ହେଲା କାଳ: ୫ମ ଶ୍ରେଣୀ ଛାତ୍ରଙ୍କୁ ବିଭତ୍ସ ହତ୍ୟା
ପାଟନା,୨୦।୧୦: ବିହାର ଭୋଜପୁରର ଏକ ସ୍କୁଲ୍ରେ ପରୀକ୍ଷା ଚାଲିଥିବା ବେଳେ ଜଣେ ୧୨ ବର୍ଷୀୟ ପଞ୍ଚମ ଶ୍ରେଣୀର ଛାତ୍ର ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ତାଙ୍କ ଭଉଣୀଙ୍କ ପାଖକୁ ଏକ କପି ପକାଇଥିଲେ। ଉକ୍ତ କପି ଅନ୍ୟ ଜଣେ ଛାତ୍ରୀଙ୍କ ଉପରେ ପଡ଼ିଥିଲା।…
Archives


