Home Left

କମୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୬।୯: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬,୨୯୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ…

ସ୍ପଟ୍‌ ଆଡମିଶନ ପିଲା ନିରାଶରେ ଫେରିଲେ

ବ୍ରହ୍ମପୁର ଅଫିସ,୧୬।୯: ବର୍ତ୍ତମାନ ମହାବିଦ୍ୟାଳୟଗୁଡିକରେ ଆଡ଼ମିଶନ ପ୍ରକ୍ରିୟା ଚାଲୁ ରହିଛି। ବ୍ରହ୍ମପୁରରେ ଥିବା ଖଲ୍ଲିକୋଟ କନିଷ୍ଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ମଧ୍ୟ ଯୁକ୍ତ୨ ପ୍ରଥମ ବର୍ଷ ସ୍ପଟ ଆଡ଼ମିଶନ ନିମନ୍ତେ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପିଲାମାନେ ଆଡ଼ମିଶନ ଲାଗି…

ମରାମତି ହେଲା ପାତ୍ରପୁର କେନାଲ ହୁଡ଼ା ରାସ୍ତା

ପାତ୍ରପୁର,୧୬ା୯(ଡି.ଏନ୍‌ଏ): ପାତ୍ରପୁର ବ୍ଲକ୍‌ ପାତ୍ରପୁର ଗ୍ରାମକୁ ସଂଯୋଗ କରୁଥିବା ନିତିଦିନିଆ ରାସ୍ତା ଲଗାଣ ବର୍ଷାରେ ଧୋଇ ଯାଇଥିଲା। ବର୍ଷା କମିବା ପରେ ପ୍ରଶାସନ ପକ୍ଷରୁ ଉକ୍ତ ରସ୍ତାକୁ ମରାମତି କରାଯାଇଛି। ନିମ୍ନମାନର କାମ ଯୋଗୁଁ ରାସ୍ତା ଧୋଇଯାଇଥିବା ଅଭିଯୋଗ କରି ସ୍ଥାୟୀ…

ହତ୍ୟାକାରୀଙ୍କ ସମେତ ୩ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୧୬ା୯: ଠିକାଦାର ପୂର୍ଣ୍ଣଚନ୍ଦ୍ର ନାହାକ ହତ୍ୟା ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ସଦର ଥାନା ପୋଲିସ ଗୁରୁବାର କାବୁ କରିଛି। ସେମାନଙ୍କ ମଧ୍ୟରେ ଜଣେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ବେଳେ ଅନ୍ୟ ଦୁଇଜଣ ବାପା- ପୁଅ ଏହାର ଷଡଯନ୍ତ୍ରକାରୀ…

୯ ପଞ୍ଚାୟତ ଚାଷୀଙ୍କୁ ମିଳିନି ଫସଲବୀମା

ଛତ୍ରପୁର,୧୬ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଗତବର୍ଷ ଧାନ ଅମଳ ସମୟରେ ଅଦିନିଆ ବର୍ଷା ଫଳରେ ଅଧିକାଂଶ ଧାନ ଫସଲ ନଷ୍ଟ ହୋଇଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ଭେ କରି ରିପୋର୍ଟ ଦେବା ଫଳରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିଥିଲା। କ୍ଷତିଗ୍ରସ୍ତ ଚାଷୀ ଲକ୍ଷାଧିକ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ଜନ୍ମିତ ଶିଶୁଙ୍କୁ ମିଳିବ ସୁନା ମୁଦି, ବଣ୍ଟାଯିବ ୭୨୦ କିଲୋ ମାଛ

ଚେନ୍ନାଇ,୧୬।୯:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସେପ୍ଟେମ୍ବର ୧୭ରେ ୭୨ ବର୍ଷରେ ପଦାର୍ପଣ କରିବେ। ତାଙ୍କ ଜନ୍ମଦିନକୁ ନେଇ ଭାଜପା କର୍ମୀଙ୍କ ମଧ୍ୟରେ ଉତ୍ସାହ ଚରମ ସୀମାରେ ରହିଛି। ତାଙ୍କ ଜନ୍ମଦିନକୁ ସ୍ବତନ୍ତ୍ର କରିବା ପାଇଁ ବିଭିନ୍ନ ପ୍ରସ୍ତୁତି ଚାଲିଛି। ସେପଟେ ଭାଜପାର…

ଶିଳ୍ପୀ ଦେଉଛନ୍ତି ଶେଷ ସ୍ପର୍ଶ

ବଅଁରପାଳ, ୧୬ା୯ (ଡି.ଏନ.ଏ.): ସରିଆସୁଛି ମଣ୍ଡପ ସାଜସଜ୍ଜା। ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଲାଣି ତୋରଣ ନିର୍ମାଣ। ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ। ଆଉ ମାତ୍ର ଦିନଟିଏ ପରେ ନାଲ୍‌କୋନଗରବାସୀଙ୍କ ଦୀର୍ଘ ପ୍ରତୀକ୍ଷାର ଅବସାନ ହେବ। ୨ ବର୍ଷ ପରେ ମଣ୍ଡପରେ ପୂଜା…

୨୯ରେ ଆର୍‌ଡିସି ଅଫିସ ଘେରାଉ

ଢେଙ୍କାନାଳ ଅଫିସ,୧୬।୯: ଅଲ ଓଡ଼ଶା ଇପିଏଫ୍‌ ପେନସନର୍ସ ଆସୋସିଏଶନ ଢେଙ୍କାନାଳ ଜିଲା ଶାଖାର କାର୍ଯ୍ୟକାରିଣୀ ବୈଠକ ସଭାପତି ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଇପିଏଫ୍‌ ପେନ୍‌ସନର୍ସଙ୍କୁ ସର୍ବନିମ୍ନ ୯୦୦୦ ଟଙ୍କା ପେନସନ୍‌, ମହଙ୍ଗାଭତ୍ତା ସହ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ…

କାନ୍ଥ ଭୁଷୁଡିବା ଘଟଣା: ମୃତକଙ୍କ ପରିବାରକୁ ୪ ଲକ୍ଷ ସହୟତା ରାଶି ଘୋଷଣା

ଲକ୍ଷ୍ନୌ,୧୬।୯: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ହଜରତଗଞ୍ଜରେ ଏକ ନିର୍ମାଣଧୀନ କାନ୍ଥ ଭୁଷୁଡି ପଡିବା ଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ମୃତକଙ୍କ…

ଭୂକମ୍ପରେ ଥରିଲା ଲଦାଖ

ଲେହ,୧୬।୯: ଲେହ-ଲଦାଖରେ ଶୁକ୍ରବାର ଭୋର ପ୍ରାୟ ୪ଟା ୧୯ରେ ଭୂକମ୍ପ ଅନୁଭୂତ ହୋଇଛି। ଏନେଇ ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୮ ରହିଥିବା ବେଳେ ଅକ୍ଷାଂଶ ୩୫.୮୯ ଏବଂ ଦ୍ରାଘିମା ୭୭.୫୭ ରହିଛି…

ଶ୍ରୀଚନ୍ଦ୍ରଶେଖରଜୀଉ ୮ ଘଣ୍ଟା ଉପାସ

ଢେଙ୍କାନାଳ ଅଫିସ,୧୬।୯: କପିଳାସ କ୍ଷେତ୍ରାଧିପତି ଶ୍ରୀଚନ୍ଦ୍ରଶେଖରଜୀଉଙ୍କ ପୀଠରେ ଗୁରୁବାର ଚରମ ବିଭ୍ରାଟ ଦେଖାଦେଇଛି। ପ୍ରାପ୍ୟ ବୃଦ୍ଧି ଦାବିରେ ୩ ପୂଜାପଣ୍ଡା ଓ ୬ ସୂପକାର ଇସ୍ତଫା ଦେଇଦେବା ପରେ ଦୈନନ୍ଦିନ ନୀତି ବିଳମ୍ବିତ ହେବା ସହ ୮ ଘଣ୍ଟା ଧରି ଖାଡ଼ା…

ଆଜି ରାଜ୍ୟରୁ ୨୧୪ କରୋନା ଆକ୍ରାନ୍ତ ଚିହ୍ନଟ, ଟୁଇନ୍‌ ସିଟିରୁ ସର୍ବାଧିକ

ଭୁବନେଶ୍ୱର,୧୬ା୯(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୨୧୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୧,୩୫୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୨୯ ଜଣ ଚିହ୍ନଟ ହୋଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri