Posted inଜାତୀୟ

ଏକ ଡାର୍କ ବଜେଟ, ମୋତେ ମାତ୍ର ଅଧଘଣ୍ଟା ଦିଅ ମୁଁ ଗରିବଙ୍କ ପାଇଁ କିପରି ବଜେଟ ପ୍ରସ୍ତୁତ କରାଯାଏ ଦେଖାଇଦେବି: ମମତା ବାନାର୍ଜୀ

କୋଲକତା,୧।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ବଜେଟକୁ ନେଇ ନରେନ୍ଦ୍ର ମୋଦି ସରକାର ଉପରେ ବର୍ଷିଛନ୍ତି। ଆଗାମୀ ଲୋକ ସଭା ନିର୍ବାଚନ ସହିତ ବଜେଟ ସଂଯୋଗ କରି ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ୨୦୨୪ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବଜେଟ ପ୍ରସ୍ତୁତ ହୋଇଛି। ଯଦି ତାଙ୍କୁ ଅଧା ଘଣ୍ଟା ଦିଆଯାଏ, ତେବେ ଏହା ଅପେକ୍ଷା ଏକ ଉତ୍ତମ ଜନସାଧାରଣ ଅନୁକୂଳ ବଜେଟ ଉପସ୍ଥାପନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମମତା ବାନାର୍ଜୀ ପଶ୍ଚିମବଙ୍ଗର ବୀରଭୂମ ଜିଲାର ବୋଲପୁରରେ ବୁଧବାର ସରକାରୀ କାର୍ଯ୍ୟକୁ ସମ୍ବୋଧିତ କରି କହିଛନ୍ତି, ଏହି ବଜେଟରେ କୌଣସି ଆଶାର କିରଣ ନାହିଁ। କେନ୍ଦ୍ର ବଜେଟ ଲୋକ ବିରୋଧୀ ଏବଂ ଗରିବ ଲୋକଙ୍କ ଉପରେ ଧ୍ୟାନ ଦଆଯାଇ ନାହିଁ। ଆୟକର ସ୍ଲାବରେ ପରିବର୍ତ୍ତନ କରି କାହାକୁ ଲାଭ ମିଳିବ ନାହିଁ। ଏହି ୟୁନିୟନ ବଜେଟ ଭବିଷ୍ୟତବାଦୀ ନୁହେଁ, ସଂପୂର୍ଣ୍ଣ ସୁବିଧାବାଦୀ, ଲୋକ ଏବଂ ଗରିବ ବିରୋଧୀ। ଏହା କେବଳ ଗୋଟିଏ ଶ୍ରେଣୀର ଲୋକଙ୍କୁ ଉପକୃତ କରିବ। ଦେଶରେ ବେକାରୀ ସମସ୍ୟା ସମାଧାନ କରିବାରେ ଏହା ସାହାଯ୍ୟ କରିବ ନାହିଁ। ୨୦୨୪ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହା ପ୍ରସ୍ତୁତ କରାଯାଇଛି। ଏହା ଏକ ଡାର୍କ ବଜେଟ। ମୋତେ ଅଧ ଘଣ୍ଟା ଦିଅ, ମୁଁ ଦେଖାଇବି କିପରି ଗରିବଙ୍କ ପାଇଁ ବଜେଟ ପ୍ରସ୍ତୁତ କରିବେ
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବୁଧବାର ସଂସଦରେ ୨୦୨୩-୨୪ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ନୂତନ ଟିକସ ବ୍ୟବସ୍ଥାରେ ବାର୍ଷିକ ଆୟ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିବା ବ୍ୟକ୍ତିଙ୍କ ପାଇଁ କୌଣସି ଟିକସ ପଡିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷିତ ରହିବେ ଯବାନ: ଟି-୯୦ ଟ୍ୟାଙ୍କ ପାଇଁ କିଣାହେବ ନୂଆ ସରଞ୍ଜାମ

ନୂଆଦିଲ୍ଲୀ, ୨୧।୭: ଭାରତୀୟ ଯବାନଙ୍କ ସୁରକ୍ଷା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତୀୟ ସେନା ବ୍ୟବହାର କରୁଥିବା ଟ୍ୟାଙ୍କରେ ନୂତନ ବିକଶିତ...

ଡିସେମ୍ବର ୧୪ରୁ ଦଶମ, ଦ୍ୱାଦଶ ଶିକ୍ଷାର୍ଥିଙ୍କ ପାଇଁ ଖୋଲିବ ସ୍କୁଲ: କରୋନା ଯାଞ୍ଚ ପରେ କ୍ଲାସକୁ ଯିବାକୁ ମିଳିବ ଅନୁମତି

ଚଣ୍ଡିଗଡ଼,୧୦।୧୨: କରୋନା ମହାମାରୀ ମଧ୍ୟରେ ହରିଆଣାରେ ପୁଣିଥରେ ଡିସେମ୍ବର ୧୪ରୁ ସ୍କୁଲ ଖୋଲିବା ନେଇ ପ୍ରସ୍ତୁତି କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀର...

୩ହଜାର ପୃଷ୍ଠାର ରାମଚରିତ ମାନସ ଲେଖିଲେ ଶରଦ

ଜୟିପୁର,୨୩।୯: ରାଜସ୍ଥାନ ଜୟିପୁରର ଜଣେ ବ୍ୟକ୍ତି ଶରଦ ମାଥୁର ୩ ହଜାର ପୃଷ୍ଠାର ରାମଚରିତ ମାନସ ଲେଖି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଶରଦ ଜଣେ...

କାର୍ଯ୍ୟଭାର ସମ୍ଭାଳିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀର ରାମଲୀଲା ମଇଦାନରେ ରବିବାର ଶପଥ ଗ୍ରହଣ କରିବା ପରେ ଆମ ଆଦ୍‌ମୀ ପାର୍ଟି (ଏଏପି)ର ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ସୋମବାର ମୁଖ୍ୟମନ୍ତ୍ରୀ ଭାବେ...

ପୋଲିସର ବର୍ବରତା: ଶିଶୁଙ୍କୁ କୋଳେଇଥିବା ବାପାଙ୍କ ଉପରକୁ ଲାଠିଚାର୍ଜ

କାନପୁର,୧୦।୧୧: ଉତ୍ତରପ୍ରଦେଶର କାନପୁର ଦେହାତରେ ପୋଲିସର ବର୍ବରତାର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଏକ ଶିଶୁକୁ ନିଜ କୋଳରେ ବୋହି ନେଉଥିବା ବ୍ୟକ୍ତିଙ୍କ ଉପରେ...

ଗାଜିଆବାଦରେ ବଢ଼ୁଛି କରୋନା ମିଟର

ଗାଜିଆବାଦ,୨୭।୪: ଦିଲ୍ଲୀ ନିକଟସ୍ଥ ଗାଜିଆବାଦରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗତ ୨୪ଘଣ୍ଟାରେ ଗାଜିଆବାଦରେ ୭୫ ନୂଆ କରୋନା ମାମଲା ସାମ୍ନାକୁ ଆସିଛି।...

ଆସାମ ବାଲ୍ୟବିବାହ ବିରୋଧୀ ଅଭିଯାନକୁ ହାଇକୋର୍ଟଙ୍କ ନିନ୍ଦା

ଗୁଆହାଟୀ, ୧୬।୨: ଆସାମରେ ବାଲ୍ୟ ବିବାହ ପ୍ରଥା ବିରୋଧରେ ରାଜ୍ୟ ସରକାର ଆରମ୍ଭ କରିଥିବା ଅଭିଯାନକୁ ଗୁଆହାଟୀ ହାଇକୋର୍ଟ ନିନ୍ଦା କରିଛନ୍ତି। ପୋକ୍‌ସୋ ଆକ୍ଟରେ ଗିରଫ...

ରାଜ୍ୟପାଳଙ୍କୁ ବିମାନ ଦେଲେନି ଉଦ୍ଧବ ସରକାର

ମୁମ୍ବାଇ, ୧୨ା୨: ମହାରାଷ୍ଟ୍ର ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ପୁଣି ସୃଷ୍ଟି ହୋଇଛି ବିବାଦ। ଗୁରୁବାର ସକାଳେ ଉତ୍ତରାଖଣ୍ଡ ଯିବାକୁ ବାହାରିଥିବା ରାଜ୍ୟପାଳ ଭଗତ ସିଂ...

Advertisement
Archives

Model This Week