ସମସ୍ତ ବର୍ଗଙ୍କ ଆଶା ଆକାଂକ୍ଷା ପୂରଣ କରିବାକୁ ସକ୍ଷମ ହେବ ବଜେଟ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧।୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୨.୦ର ଶେଷ ପୂର୍ଣ୍ଣ ବଜେଟ ଉପସ୍ଥାପନ କରିଛନ୍ତି। ସାଧାରଣ ବଜେଟ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗ୍ରାମ, ଗରିବ ଏବଂ ଚାଷୀଙ୍କୁ ବଜେଟରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ସେ କହିଛନ୍ତି ଯେ ଏହି ବଜେଟରେ ମଧ୍ୟବିତ୍ତଙ୍କୁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ବଜେଟ ଏକ ବିକଶିତ ଭାରତର ସ୍ବପ୍ନକୁ ପୂରଣ କରିବ ।

ବଜେଟରେ ଆମେ ଟେକ୍ନୋଲୋଜି ଉପରେ ବହୁତ ଗୁରୁତ୍ୱ ଦେଇଛୁ। ବଜେଟରେ ବଞ୍ଚିତ ଲୋକଙ୍କୁ ପ୍ରାଥମିକତା ଦିଆଯାଇଛି। ମହିଳାମାନଙ୍କ ପାଇଁ ଏକ ସ୍ବତନ୍ତ୍ର ବଜେଟ ମଧ୍ୟ ଅଛି। ଏହି ବଜେଟ ଭାରତର ବିକାଶକୁ ଏକ ନୂତନ ଉତ୍ସାହ ଦେବ। ସେ କହିଛନ୍ତି ଯେ ଏହି ବଜେଟରେ ଏମଏସଏମଇଗୁଡ଼ିକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ଏବଂ ଏକ ନୂତନ ଦେୟ ବ୍ୟବସ୍ଥା କରାଯାଇଛି। ମୁଁ ଏହି ବଜେଟ ପାଇଁ ନିର୍ମଳା ସୀତାରମଣଙ୍କୁ ଅଭିନନ୍ଦନ ଜଣାଉଛି। ଏହି ବଜେଟ ସମସ୍ତ ବର୍ଗଙ୍କର ଆଶା ଅକାଂକ୍ଷାକୁ ପୂରଣ କରିବ।

କୋଟି କୋଟି ବିଶ୍ୱକର୍ମା ଏହି ଦେଶର ନିର୍ମାଣକାରୀ। ଶିଳ୍ପୀ, କାରିଗର, ସମସ୍ତେ ଦେଶ ପାଇଁ କଠିନ ପରିଶ୍ରମ କରନ୍ତି। ଏହି ବଜେଟରେ ପ୍ରଥମ ଥର ପାଇଁ ଦେଶ ଅନେକ ପ୍ରୋତ୍ସାହନମୂଳକ ଯୋଜନା ଆଣିଛି। ଏହିପରି ଲୋକଙ୍କ ପାଇଁ ଟେକ୍ନୋଲୋଜି, କ୍ରେଡିଟ ଏବଂ ବଜାର ଯୋଜନା କରାଯାଇଛି। ଗ୍ରାମରେ ରହୁଥିବା ମହିଳାଙ୍କ ଠାରୁ ସହରୀ ମହିଳା ପର୍ଯ୍ୟନ୍ତ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଏହିପରି ଅନେକ ପଦକ୍ଷେପ ପୂର୍ଣ୍ଣ ଶକ୍ତି ସହିତ ଆଗକୁ ନିଆଯିବ। ଏହା ବ୍ୟତୀତ ମହିଳାମାନଙ୍କର ସ୍ବୟଂ ସହାୟକ ଗୋଷ୍ଠୀ ଭାରତରେ ଏକ ବଡ଼ ସ୍ଥାନ ନେଇଛନ୍ତି। ସେମାନଙ୍କୁ ମଜବୁତ କରିବା ପାଇଁ ବଜେଟରେ ଏକ ନୂତନ ପଦକ୍ଷେପ ନିଆଯାଇଛି। ମହିଳାମାନଙ୍କ ପାଇଁ ଏକ ସୱତନ୍ତ୍ର ବଜେଟ ଯୋଜନା ମଧ୍ୟ ଆରମ୍ଭ କରାଯାଉଛି। ଜନ ଧନ ଆକାଉଣ୍ଟ ପରେ, ଏହି ସ୍ବତନ୍ତ୍ର ସଞ୍ଚୟ ଯୋଜନା ସାଧାରଣ ପରିବାରର ମା ମାନଙ୍କୁ ଏକ ବଡ ଲାଭ ଦେବାକୁ ଯାଉଛି ।

ଭାରତ ସରକାର ସବୁଠାରୁ ବଡ ଖାଦ୍ୟ ସଂରକ୍ଷଣ ଯୋଜନା କରିଛନ୍ତି। ବର୍ତ୍ତମାନ ଆମକୁ କୃଷି କ୍ଷେତ୍ରରେ ଡିଜିଟାଲ ଦେୟର ସଫଳତାକୁ ଅନୁସରଣ କରିବାକୁ ପଡିବ। ତେଣୁ, ଏହି ବଜେଟରେ ଆମେ ଡିଜିଟାଲ କୃଷି ଭିତ୍ତିଭୂମି ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରିଛୁ। ସେ ଆହୁରି ମଧ୍ୟ କହିଛନ୍ତି, ମିଲେଟ ପାଇଁ ଆମେ ଏକ ବଡ ଯୋଜନା ପ୍ରସ୍ତୁତ କରିଛୁ। ଯେତେବେଳେ ଏହା ପ୍ରତ୍ୟେକ ଘରେ ପହଞ୍ଚିବ। ସାରା ବିଶ୍ୱରେ ଲୋକପ୍ରିୟ ହେବ। ସେତେବେଳେ ଭାରତର କୃଷକମାନେ ଏଥିରୁ ଅଧିକ ଲାଭ ପାଇବେ। ସେଥିପାଇଁ ବଜେଟରେ ଏଥିପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ସହିତ ଆମର ଆଦିବାସୀ ଭାଇ ଓ ଭଉଣୀମାନେ ଯେଉଁମାନେ ଚାଷ କରନ୍ତି ସେମାନେ ଏହାର ଲାଭ ପାଇବେ ଏବଂ ଦେଶ ଏହି କ୍ଷେତ୍ରରେ ବିକାଶ ଧାରାକୁ ଆପଣେଇବ।


Enter your email to get our daily news in your inbox.

All Right Reserved By Dharitri.Com

SBI ଗ୍ରାହକ ସାବଧାନ! ଅକ୍ଟୋବର ୧ରୁ ବଦଳିବ ATM ରୁ ଟଙ୍କା ଉଠାଇବା ନିୟମ, ଦେବାକୁ ପଡିବ ଏକ୍ସର୍ଟା ଚାର୍ଜ…

ନୂଆଦିଲ୍‌ଲୀ,୨୯।୯: ଯଦି ଆପଣ ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇର ଗ୍ରାହକ, ତେବେ ଏହି ଖବର ଆପଣଙ୍କ ପାଇଁ…

ପାକିସ୍ତାନ ସହ ଏହି ଦିନ ସେମି-ଫାଇନାଲ ଖେଳିବ ଭାରତ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୋଟ କରି ନିଅନ୍ତୁ

ନୂଆଦିଲ୍ଲୀ,୨୯।୯: ୨୦୨୬ ଏସୀୟ କ୍ରୀଡ଼ାର କ୍ରିକେଟ ପ୍ରତିଯୋଗିତା ବର୍ତ୍ତମାନ ସୁଦ୍ଧା କେବଳ ମାନ୍ୟତା (ରାଙ୍କିଙ୍ଗ) ଆଧାରରେ ଆଗକୁ ବଢ଼ିଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଏପର୍ଯ୍ୟନ୍ତ…

ତେଜିଲା ବିବାଦ! ୨ ନିର୍ବାଚନ କମିଶନରଙ୍କୁ ସିଧା ହଟାଇଦେବେ କି ଜ୍ଞାନେଶ କୁମାର?

ନୂଆଦିଲ୍‌ଲୀ,୨୯।୯: ଭାରତୀୟ ନିର୍ୱାଚନ ଆୟୋଗରେ ମୁହାଁମୁହିଁ ମୁଖ୍ୟ ନିର୍ୱାଚନ କମିଶନର ଓ ଦୁଇ କମିଶନର! ମୁଖ୍ୟ ନିର୍ୱାଚନ କମିଶନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି…

‘ଜ୍ଞାନେଶ କୁମାର କିପରି ଇସ୍ତଫା ଦେବେ ନାହିଁ?’ CWC ବୈଠକରେ କିଏ କହିଲେ ଏମିତି, ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୯: ମଙ୍ଗଳବାର ନୂଆଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରୀ କମିଟି (CWC)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭୋଟର ତାଲିକାର ‘ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ’ (SIR), ନିର୍ବାଚନ…

ନିଜ କଥା ରଖିପାରିଲେନି ଶୋଏବ ଅଖତର! ପାକିସ୍ତାନ କ୍ରିକେଟରେ ନୂଆ ଭୂମିକାରେ ଆସିପାରନ୍ତି ନଜର

ଇସଲାମାବାଦ,୨୯।୯: ଶୋଏବ ଅଖତର ଅନେକ ବର୍ଷ ପରେ ପାକିସ୍ତାନ କ୍ରିକେଟକୁ ଫେରିପାରନ୍ତି। ଗତ ସପ୍ତାହରେ, ଏହି ପୂର୍ବତନ ଦ୍ରୁତ ବୋଲର ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ଅଧ୍ୟକ୍ଷ…

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

ଐଶ୍ୱର୍ଯ୍ୟାଙ୍କ ରୟାଲ ଲୁକ୍‌ ଦେଖି ଅଟକିଗଲା ସମସ୍ତଙ୍କ ନଜର

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ନିଜ ଗ୍ଲାମରସ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇଫେଲ ଟାୱାର୍‌ର ଚମତ୍କାର ପୃଷ୍ଠଭୂମିରେ ଆୟୋଜିତ ‘ଲୋରିଆଲ ପ୍ୟାରିସ ଲେ…

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?