Posted inଫୁରସତ

୬୦ ଲକ୍ଷ ଟଙ୍କା ଅଗ୍ରୀମ ନେଇ ବିବାହରେ ପହଞ୍ଚିଲେନି ଫଟୋଗ୍ରାଫର, ଆଉ ତା’ ପରେ…

ପ୍ରତ୍ୟେକ ଦମ୍ପତି ଏବଂ ସେମାନଙ୍କ ପରିବାର ପାଇଁ ବିବାହ ଏକ ସ୍ମରଣୀୟ ମୁହୂର୍ତ୍ତ। କେବଳ ବରକନ୍ୟା ନୁହନ୍ତି ବରଂ ବିବାହକୁ ଆସିଥିବା ଅତିଥିମାନଙ୍କ ସ୍ମୃତିକୁ ବି ତାଜା କରିଥାଏ। ଏପରି ପରିସ୍ଥିତିରେ ବିବାହରେ ଫଟୋଗ୍ରାଫରମାନଙ୍କର ଦାୟିତ୍ୱ ଆହୁରି ଅଧିକ ବଢ଼ିଥାଏ। କିନ୍ତୁ ଥରେ ଭାବିଲେ ଫଟୋଗ୍ରାଫର ଆଗୁଆ ଟଙ୍କା ନେଇ ଯଦି ଶେଷ ମୁହୂର୍ତ୍ତରେ ଠକନ୍ତି, ତେବେ ପରିସ୍ଥିତି କ’ଣ ହେବ। ତରବରିଆ ଭାବେ ଅନ୍ୟ ଜଣେ କ୍ୟାମେରାମ୍ୟାନ ଖୋଜିବା ବି କଷ୍ଟକର ହୋଇଥାଏ। ଏବେ ସେମିତି ଏକ ମାମଲା ଚର୍ଚ୍ଚାରେ ରହିଛି।

ଆମେରିକାର ନ୍ୟୁ ଜର୍ସିରେ ରହୁଥିବା ଭାରତୀୟ ବଂଶୋଭବ ଡାକ୍ତର ଅମିତ ପଟେଲ ତାଙ୍କ ଝିଅର ବିବାହକୁ ସ୍ମରଣୀୟ କରିବା ପାଇଁ ବହୁତ ଅର୍ଥ ଖର୍ଚ୍ଚ କରିଥିଲେ। ସେ ଏକ ଜଣାଶୁଣା କମ୍ପାନୀର ଫଟୋଗ୍ରାଫରଙ୍କୁ ଅଗ୍ରୀମ ଳକ୍ଷାଧିକ ଟଙ୍କା ଦେଇଥିଲେ। ବିବାହ ସ୍ଥାନ ଏବଂ ଫଟୋଗ୍ରାଫି ପାଇଁ ସବୁକିଛି ସ୍ଥିର ହୋଇଥିଲା। କ୍ଲେନ୍‌ ଗେସେଲ ନାମକ ଏହି ଫଟୋଗ୍ରାଫର ଶେଷ ମୁହୂର୍ତ୍ତରେ ତାଙ୍କ ଠାରୁ ଆଉ ଅଧିକ ଅର୍ଥ ଦାବି ରଖିଥିଲେ ଏବଂ ବିବାହରେ ପହଞ୍ଚି ନ ଥିଲେ।

ବିବାହର ୫ ଦିନ ପୂର୍ବରୁ ଫଟୋଗ୍ରାଫର ଗେସେଲ ନିଜେ ଏବଂ ସାଥୀ କ୍ୟାମେରାମ୍ୟାନ ରହିବା ବିଷୟରେ ମେଲ୍‌ କରିଥିଲେ। ବିଳାସପୂର୍ଣ୍ଣ ହୋଟେଲ, ଯେଉଁଠାରେ ବିବାହ ଚାଲିଛି ସେଠାରେ ରହିବାକୁ ସେମାନେ ଦାବି କରିଥିଲେ। ପୂର୍ବରୁ ସେମାନେ ଅନ୍ୟ ଏକ ହୋଟେଲରେ ରହିବାକୁ ପ୍ରସ୍ତୁତ ଥିଲେ। କମ୍ପାନୀ ଦ୍ୱାରା ରଖାଯାଇଥିବା ଏହି ଦାବିକୁ ଡାକ୍ତର ଅମିତ ମନା କରିଦେଇଥିଲେ। ତେଣୁ ଫଟୋଗ୍ରାଫର ବିବାହକୁ ଆଉ ଆସି ନ ଥିଲେ। ଏନେଇ ଝିଅଙ୍କ ବାପା ଅମିତ ଫଟୋଗ୍ରାଫରଙ୍କ ନାଁରେ ୬୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶରେ ୪୭ ପ୍ରତିଶତ ସିଙ୍ଗଲଙ୍କୁ ମିଳୁନାହାନ୍ତି ମନପସନ୍ଦର ପାର୍ଟନର, ଏଥିପାଇଁ ରହିଛନ୍ତି ଅବିବାହିତ

ବିଶ୍ୱରେ ଏମିତି ଏକ ଦେଶ ରହିଛି ଯେଉଁଠି ମନପସନ୍ଦର ପାର୍ଟନର ମିଳୁ ନ ଥିବାରୁ ଏଠାରେ ୪୭ ପ୍ରତିଶତ ଅବିବାହିତ ରହିଛନ୍ତି। ବିଶ୍ୱାସ ହେଉ ନ...

ସିନ୍ଧୁ ସଭ୍ୟତା ଲୋକେ ଥିଲେ ମାଂସାହାରୀ

ନୂଆଦିଲ୍ଲୀ/କେମ୍ବ୍ରିଜ୍‌,୧୦।୧୨: ସିନ୍ଧୁ ସଭ୍ୟତା ଲୋକେ ମାଂସାହାରୀ ଥିଲେ। ଏହା ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଏସମ୍ପର୍କିତ ତଥ୍ୟ ଜର୍ନାଲ ଅଫ୍‌ ଆର୍କିୟୋଲୋଜିକାଲ ସାଇନ୍ସ୍‌ରେ ପ୍ରକାଶିତ ହୋଇଛି।...

ପେଣ୍ଟିଂ ପରି ମାଛ, ଦେଖିଲେ ଭ୍ରମରେ ପଡ଼ିଯିବେ

ଅନେକ ପ୍ରକାର ମାଛ ଦେଖିଥିବେ। ହେଲେ ଏହି ମାଛକୁ ଦେଖିଲେ ଭ୍ରମରେ ପଡ଼ିଯିବେ, ଏହା ପ୍ରକୃତରେ ଏକ ମାଛ ନା ଏକ ପେଣ୍ଟିଂ। କାରଣ ଏହା...

ପରିବାର ସୁରକ୍ଷା ପାଇଁ ରାସ୍ତାରେ ଠିଆ ହୋଇଗଲା ବିଶାଳକାୟ ଗରିଲା, ଭିଡିଓ ଦେଖିଲେ…

ସାଧାରଣତଃ ଲୋକମାନେ ନିଜ ପରିବାରର ସୁରକ୍ଷା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାନ୍ତି। ସେ ମଣିଷ ହେଉ କିମ୍ବା ପଶୁ। ପରିବାରର ସୁରକ୍ଷା ବିଷୟରେ ପ୍ରତ୍ୟେକ...

ଜନ୍ମଦିନ କେକ୍‌ ଆଣିବାକୁ ଯାଇଥିଲେ ଦୁଇଭାଇ, ପଛରୁ ଗୋଡ଼ାଇଲା ବାଘ; ଆଉ ତା’ ପରେ…

ଭୋପାଳ,୨ା୭: ମଧ୍ୟପ୍ରଦେଶରେ ଜନ୍ମଦିନ ପାଇଁ ମଗାଯାଇଥିବା ଏକ କେକ୍‌ କିଛି ଲୋକଙ୍କ ଜୀବନ ବଞ୍ଚାଇଦେଇଛି। ଶୁଣି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ମଧ୍ୟପ୍ରଦେଶର ବୁରାହାନପୁରରେ ଫିରୋଜଙ୍କ...

କୁକୁର ପାଇଁ ୨ ଲକ୍ଷ ଟଙ୍କାର ଶପିଂ

ଧନ ହେଉ କି ଖ୍ୟାତି, ଯଦି କୌଣସି ସଫଳତା ନିଜ ପରିଶ୍ରମରେ ହାସଲ କରାଯାଏ ତେବେ ଏହାର ମଜା ଅଲଗା ଥାଏ। ଆମେରିକାରେ ରହୁଥିବା ଯୁବତୀଙ୍କ...

ଭାଇଙ୍କ ପ୍ରେମିକାଙ୍କୁ ଭଲ ପାଇ ବିବାହ କରିଛନ୍ତି ଏହି ପ୍ରଧାନମନ୍ତ୍ରୀ

କୁହାଯାଏ, ପ୍ରେମରେ କୌଣସି ବୟସ ନ ଥାଏ। ପ୍ରେମ ଶାଶ୍ୱତ, ଚିରନ୍ତନ। ସେଥିପାଇଁ ତ ଲୋକେ ସମାଲୋଚନାକୁ ଖାତିର ନ କରି ପ୍ରେମରେ ପଡ଼ି ଶେଷରେ...

କାନ୍ଧରେ ଦୁଇଜଣଙ୍କୁ ଟେକି ଖେଳିଲେ ସ୍କିପିଂ

ସ୍କିପିଂ କରିବା ଏକ ଭଲ ବ୍ୟାୟାମ। ଯେଉଁମାନେ ଫିଟ୍‌ ରହିବାକୁ ଚାହାନ୍ତି ସେମାନେ ଏହାକୁ ନିଜ ବ୍ୟାୟାମର ରୁଟିନ୍‌ରେ ନିଶ୍ଚୟ ସାମିଲ କରନ୍ତି। ତେବେ ଜଣେ...

Advertisement
Archives

Model This Week