Home Left

୪୦ ଜଣଙ୍କୁ ରୋଜଗାର ଯୋଗାଇଛନ୍ତି ଇଞ୍ଜିନିୟର ଚାଷୀ

ରାୟଗଡ଼ା ଅଫିସ,୧୯ା୧୧: ଗୋଟିଏ ପଟେ ଚାଷୀ ଚାଷକାମରୁ ଦୂରେଇ ଚାକିରି ପାଇଁ ରାଜ୍ୟ ବାହାରକୁ ଯାଉଥିବାବେଳେ ଅନ୍ୟପଟେ ଯୁବଗୋଷ୍ଠୀ ଚାକିରି ଛାଡ଼ି ଚାଷକୁ ଆପଣାଉଛନ୍ତି। ଆଧୁନିକ ପ୍ରଣାଳୀରେ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଯୋଗାଇବାକୁ ଇଚ୍ଛାପ୍ରକାଶ…

କଂଗ୍ରେସରେ ଯୋଗଦାନକୁ କେସିଆର୍‌ ଝିଅଙ୍କ ଖଣ୍ଡନ

ହାଇଦ୍ରାବାଦ,୧୯।୧୧: କଂଗ୍ରେସରେ ଯୋଗଦାନ ଖବରକୁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ଟିଆର୍‌ଏସ୍‌ ବିଧାନ ପରିଷଦ ସଦସ୍ୟା କେ. କବିତା ଖଣ୍ଡନ କରିଛନ୍ତି। ଅନ୍ୟ କୌଣସି ଦଳରେ ଯୋଗଦେବାର ଆଗ୍ରହ ନାହିଁ ବୋଲି ସେ କହିଛନ୍ତି। ତାଙ୍କୁ କଂଗ୍ରେସ…

ଅରୁଣାଚଳ ପ୍ରଦେଶ ଗସ୍ତରେ ମୋଦି: ବିଭିନ୍ନ ପ୍ରକଳ୍ପର କରିବେ ଉଦ୍‌ଘାଟନ

ଇଟାନଗର,୧୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅରୁଣାଚଳ ପ୍ରଦେଶ ଯିବେ। ସେ ପହଞ୍ଚିବା ପରେ ସେଠାରେ ପ୍ରଥମ ଗ୍ରୀନଫିଲ୍ଡ ବିମାନବନ୍ଦର, ଇଟାନଗରର ହୋଲୋଙ୍ଗୀରେ ଡୋନି ପୋଲୋ ବିମାନ ବନ୍ଦର ଏବଂ ପଶ୍ଚିମ କାମେଙ୍ଗ ଜିଲାର 600 ମେଗାୱାଟ କାମେଙ୍ଗ ଜଳ ବିଦ୍ୟୁତ୍‌…

ରାସ୍ତା ଅବରୋଧ ଯୋଗୁ ଘଣ୍ଟାଏ ଅଟକିଲା ଆମ୍ବୁଲାନ୍ସ

ରାୟଗଡ଼ା ଅଫିସ,୧୯ା୧୧: ରାଜପଥ ଉପରେ ଗାଡ଼ି ପାର୍କିଂ କରି ଲୋକେ ପିକ୍‌ନିକ୍‌ରେ ମସଗୁଲ ଥିବାବେଳେ ରୋଗୀଙ୍କୁ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଘଣ୍ଟାଏ ଅଟକି ରହିବାକୁ ପଡ଼ିଥିଲା। ରାୟଗଡ଼ା ସହର ନିକଟସ୍ଥ ହାଲୁଆ ସ୍ଥିତ ଆମ୍ବତୋଟା ନିକଟରେ ଶୁକ୍ରବାର ଏଭଳି ପରିସ୍ଥିତି…

ଭାଙ୍ଗିପାରେ ମହାବିକାଶ ଅଘାଡ଼ି ମେଣ୍ଟ

ମୁମ୍ବାଇ,୧୯।୧୧: ଭାରତ ଯୋଡ଼ୋ ଯାତ୍ରା ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ହିନ୍ଦୁତ୍ୱବାଦୀ ନେତା ବିନାୟକ ଦାମୋଦର ସାବରକରଙ୍କ ସମ୍ପର୍କରେ ଦେଇଥିବା ବିବାଦୀୟ ମନ୍ତବ୍ୟ ମହାବିକାଶ ଅଘାଡ଼ି ମେଣ୍ଟରେ ଫାଟ ସୃଷ୍ଟି କରିଛି। ଶିବସେନା ଏହି ମେଣ୍ଟରେ ରହି ନ ପାରେ…

ଡିସେମ୍ବର ୧୦ରୁ ମଣ୍ଡିରେ ଖରିଫ ଧାନ ସଂଗ୍ରହ

ନବରଙ୍ଗପୁର,୧୯।୧୧(ବି.ପ୍ର.): ନବରଙ୍ଗପୁର ଜିଲାରେ ଆସନ୍ତା ଡିସେମ୍ବର ୧୦ତାରିଖରୁ ଧାନ ମଣ୍ଡିରେ ଅନ୍‌ଲାଇନରେ ପଞ୍ଜିକୃତ ହୋଇଥିବା ଚାଷୀଙ୍କ ଠାରୁ ଧାନ କିଣା ଯିବ। ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମିଶନ ଶକ୍ତି ସଭାଗୃହରେ ଅନୁଷ୍ଠିତ ଜିଲାସ୍ତରୀୟ ଖରିଫ୍‌ ଧାନ…

ଗୁପ୍ତଚର ବୃତ୍ତି: ବହିର୍ବ୍ୟାପାର ମନ୍ତ୍ରଣାଳୟ ଡ୍ରାଇଭର ଗିରଫ

ନୂଆଦିଲ୍ଲୀ,୧୯।୧୧: ବହିର୍ବ୍ୟାପାର ମନ୍ତ୍ରଣାଳୟରେ ନିୟୋଜିତ ଥିବା ଜଣେ ଡ୍ରାଇଭରଙ୍କୁ ଗୁପ୍ତଚର ବୃତ୍ତି ଅଭିଯୋଗରେ ଶୁକ୍ରବାର ନୂଆଦିଲ୍ଲୀର ଜବାହରଲାଲ୍‌ ନେହେରୁ ଭବନରୁ ଗିରଫ କରାଯାଇଛି। ଅର୍ଥ ବଦଳରେ ସେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ଦସ୍ତାବିଜ ଜଣେ ପାକିସ୍ତାନୀଙ୍କୁ ହସ୍ତାନ୍ତର କରୁଥିଲେ। ପାକିସ୍ତାନୀ ମହିଳା…

ସିଇସି ରାଜୀବ କୁମାର ନେପାଳ ନିର୍ବାଚନରେ ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷକ

କାଠମାଣ୍ଡୁ,୧୯।୧୧(ପି.ଟି.): ନେପାଳ ସାଧାରଣ ନିର୍ବାଚନ ଆସନ୍ତା ରବିବାର ଅନୁଷ୍ଠିତ ହେଉଥିବାବେଳେ ଭାରତର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷକ ଭାବେ ଶୁକ୍ରବାର ସେଠାରେ ପହଞ୍ଚତ୍ଛନ୍ତି। ତାଙ୍କ ସହ ନିର୍ବାଚନ ଆୟୋଗର ୨ ଅଧିକାରୀଙ୍କ ସମେତ ୪ ଜଣ…

ଜୀବନ ନେଉଛି ଜୀବନରେଖା

ଢେଙ୍କାନାଳ ଅଫିସ,୧୯।୧୧: ଦାବି, ପ୍ରତିବାଦ, ଆନ୍ଦୋଳନ, ବନ୍ଦ ଡାକରା ସତ୍ତ୍ୱେ କୌଣସି ଫରକ ପଡୁନି। ଜନଅସନ୍ତୋଷ ଏଡ଼ାଇବାକୁ କେବଳ ପ୍ରତିଶ୍ରୁତି ଦେଇ ଚୁପ୍‌ ବସିପଡୁଛନ୍ତି ସମସ୍ତେ। ଫଳରେ କଟକ, ଢେଙ୍କାନାଳ, ଅନୁଗୋଳ ଏବଂ ସମ୍ବଲପୁର ଜିଲାର ଜୀବନରେଖା ଭାବେ ପରିଚିତ ୫୫ନଂ.…

ଡାଇନୋସର ଯୁଗୀୟ କାର୍‌ ଆକୃତିର କଇଁଛ

ମାଡ୍ରିଡ୍‌, ୧୯।୧୧: ସ୍ପେନ୍‌ରେ ଜୀବାଶ୍ମ ବିଜ୍ଞାନୀମାନେ କ୍ଷୁଦ୍ର କାର୍‌ ଆକାରର କଇଁଛର ଅବଶେଷ ଖୋଜି ବାହାର କରିଛନ୍ତି। କଇଁଛଟି ୮୩ ନିୟୁତ ବର୍ଷ ପୂର୍ବେ ୟୁରୋପୀୟ ସମୁଦ୍ରର ଅତଳ ଜଳରାଶିରେ ବାସ କରୁଥିବା ଜଣାପଡ଼ିଛି। ଉତ୍ତରପୂର୍ବ ସ୍ପେନ୍‌ରେ ଏହି ବିଶାଳକାୟ କଇଁଛର…

ଯୁବପିଢ଼ିଙ୍କ ପ୍ରେରଣା ଶୁଭଲକ୍ଷ୍ମୀ

ଢେଙ୍କାନାଳ ଅଫିସ, ୧୯।୧୧: ଉଚ୍ଚଶିକ୍ଷା ପାଇଁ ରହିଛି ଯଥେଷ୍ଟ ଆଗ୍ରହ। ହେଲେ ଏଥିରେ ବାଧକ ସାଜିଛି ଅର୍ଥ। ଦିନ ମଜୁରିଆ ବାପାଙ୍କ ରୋଜଗାରରେ ଘର ଚଳାଇବା ନିଅଣ୍ଟ ପଡୁଥିବାବେଳେ ନିଜ ସ୍ବପ୍ନର ଉଡ଼ାଣ ପାଇଁ ଅଣ୍ଟା ଭିଡ଼ିଛନ୍ତି ଓଡ଼ାପଡ଼ା ବ୍ଲକ ସିମିନଇ…

ଆତଙ୍କବାଦ ସମର୍ଥନକାରୀ ରାଷ୍ଟ୍ର ମୂଲ୍ୟ ଦିଅନ୍ତୁ

ନୂଆଦିଲ୍ଲୀ,୧୯।୧୧: କେତେକ ରାଷ୍ଟ୍ର ଆତଙ୍କବାଦକୁ ସିଧାସଳଖ ସମର୍ଥନ କରୁଥିବାବେଳେ ଅନ୍ୟ କେତେକ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଅଟକାଇ ପରୋକ୍ଷରେ ସେମାନଙ୍କୁ ସମର୍ଥନ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିବା ସହ ପାକିସ୍ତାନ ଓ ଚାଇନାକୁ ପରୋକ୍ଷରେ ସମାଲୋଚନା କରିଛନ୍ତି। ଆତଙ୍କବାଦକୁ ପାଣ୍ଠିଯୋଗାଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri