ଅକ୍ଷୟ କୁମାରଙ୍କ ପ୍ରଥମ ପାରିଶ୍ରମିକ କେତେ ଥିଲା ଜାଣନ୍ତି କି

ବଲିଉଡ ଇଣ୍ଡଷ୍ଟ୍ରିର ଖିଲାଡି ଅକ୍ଷୟ କୁମାର ଆଗଧାଡିର ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ। ସେ ଗୋଟିଏ ଚଳଚ୍ଚିତ୍ର ପାଇଁ କୋଟି କୋଟି ଟଙ୍କା ଫି’ ନିଅନ୍ତି। ତେବେ ଅକ୍ଷୟ କୁମାର ଇଣ୍ଡଷ୍ଟ୍ରିରେ ପ୍ରବେଶ ପୂର୍ବରୁ ଅନେକ ସଂଘର୍ଷ ଦେଇ ଗତି କରିଥିଲେ। ନିକଟରେ ଏକ ସାକ୍ଷାତକାରରେ ଅକ୍ଷୟ କୁମାର ତାଙ୍କର ପ୍ରଥମ ପାରିଶ୍ରମିକ ବିଷୟରେ ପ୍ରକାଶ କରିଛନ୍ତି। ପ୍ରମୋଦ ଚକ୍ରବର୍ତ୍ତୀଙ୍କ ଦ୍ୱାରା ନିର୍ମିତ ଫିଲ୍ମ ‘ଦିଦାର’ ପାଇଁ ତାଙ୍କୁ ୫୦,୦୦୦ ଟଙ୍କା ଫି’ ମିଳିଥିଲା। ଯଦିଓ ଏହା ପୂର୍ବରୁ ତାଙ୍କ ଅଭିନୀତ ‘ସୌଗନ୍ଧ’ ମୁକ୍ତିଲାଭ କରିଥିଲା। କିନ୍ତୁ ଅକ୍ଷୟଙ୍କୁ ‘ଦିଦାର’ ସହିତ ପ୍ରଥମ ବ୍ରେକ ମିଳିଥିଲା। ‘ସୌଗନ୍ଧ’ ଫିଲ୍ମ ପାଇଁ ତାଙ୍କୁ ୭୫ ହଜାର ଟଙ୍କା ପାରିଶ୍ରମିକ ମିଳିଥିଲା।
ଅକ୍ଷୟ ସର୍ବଦା ୧୦ କୋଟି ଟଙ୍କା ରୋଜଗାର କରିବାକୁ ଚାହୁଁଥିଲେ, କିନ୍ତୁ କ୍ୟାରିୟରର ପ୍ରଥମ ୧୦ ବର୍ଷରେ ସେ ମାତ୍ର ୧୮ ରୁ ୨୦ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଥିଲେ। ତାଙ୍କ ୧୦ କୋଟି ରୋଜଗାର କରିବାକୁ ୧୨ ବର୍ଷ ଲାଗିଗଲା। ୧୦ କୋଟି ରୋଜଗାର କରିବା ପରେ ସେ ଆହୁରି ଅଧିକ ଟଙ୍କା ରୋଜଗାର କରିବା ଉଚିତ୍‌ ବୋଲି ଭାବିଥିଲେ। ଏହା ପରେ ସେ କଠିନ ପରିଶ୍ରମ କରି ୧୦୦ କୋଟି ଟଙ୍କା ରୋଜଗାର କରିଥିଲେ। ଆଗକୁ ବଢିବା ପାଇଁ କଠିନ ପରିଶ୍ରମ ଆବଶ୍ୟକ ବୋଲି କୁହନ୍ତି ଅକ୍ଷୟ।
ଅକ୍ଷୟ କୁମାରଙ୍କ ଫିଲ୍ମ ସେଲଫି ନିକଟରେ ରିଲିଜ ହୋଇଛି, ଯାହା ବକ୍ସ ଅଫିସରେ ବିଶେଷ କିଛି ଦେଖାଇ କମାଲ କରିପାରିନାହିଁ। ‘ସେଲଫି’ର ପ୍ରଥମ ଦିନର ସଂଗ୍ରହ ମାତ୍ର ୩.୫୫ କୋଟି ଟଙ୍କା ହୋଇଛି। ଦ୍ୱିତୀୟ ଦିନରେ ଏହା ୩.୮୦ କୋଟି ଟଙ୍କା ରୋଜଗାର କରିଛି। ଗତ ବର୍ଷ ଅକ୍ଷୟ କୁମାରଙ୍କ ‘ବଚ୍ଚନ ପାଣ୍ଡେ’, ‘ରକ୍ଷା ବନ୍ଧନ’, ‘ସମ୍ରାଟ ପୃଥ୍ବିରାଜ’, ‘ରାମ ସେତୁ’ ଭଳି ଚଳଚ୍ଚିତ୍ର ଗୋଟିଏ ପରେ ଗୋଟିଏ ମୁକ୍ତିଲାଭ କରିଥିଲା। ଏସବୁ ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍‌ ସାବ୍ୟସ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗନାଙ୍କ ବିବାଦୀୟ ବୟାନର ଜବାବ ରଖିଲା CJP

ନୂଆଦିଲ୍ଲୀ,୨୮।୭: ଭାଜପା ଏମପି କଙ୍ଗନା ରାଣାୱତଙ୍କ Gen-Z ସମ୍ପର୍କରେ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି; ସେ Gen-Zକୁ ‘ଜେନେରେଶନ ଗଟର’ ବୋଲି କହିଥିଲେ। ‘କକ୍ରୋଚ ଜନତା ପାର୍ଟି’ର…

ଶ୍ରାବଣରେ ଏହି ୩ ଗ୍ରହଙ୍କ ଚାଲିରେ ହେବ ବଡ଼ ପରିବର୍ତ୍ତନ, ୪ ରାଶିଙ୍କ ବଢ଼ିପାରେ ସମସ୍ୟା! ରୁହନ୍ତୁ ସତର୍କ…

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରାଯାଏ। ଏହି ମାସରେ ମହାଦେବଙ୍କ ବିଶେଷ ପୂଜାର୍ଚ୍ଚନା ଏବଂ ଜଳାଭିଷେକର ବିଧାନ ରହିଛି। ଦୃକ ପଞ୍ଚାଙ୍ଗ ଅନୁସାରେ, ଏହି ବର୍ଷ…

ପୁଅ ନେଲା ବାପାଙ୍କ ଜୀବନ

କୁଚିଣ୍ଡା,୨୮।୭(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ଧୂଡିପାଲି ପଞ୍ଚାୟତ ମନାପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହକୁ କେନ୍ଦ୍ର କରି ପୁଅର…

ଶ୍ରାବଣ ସୋମବାର ପାଇଁ ଅଛି କି ସ୍ୱତନ୍ତ୍ର ଡ୍ରେସ କୋଡ? ଜାଣନ୍ତୁ ଜିନ୍ସ-ଟିସାର୍ଟ ପିନ୍ଧି ପୂଜା କରିପାରିବେ କି ନାହିଁ…

ସନାତନ ଧର୍ମରେ ଶ୍ରାବଣ ମାସକୁ ଅତ୍ୟନ୍ତ ପବିତ୍ର, ମଙ୍ଗଳକାରୀ ଏବଂ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ଏହି ମାସ ଭଗବାନ ଶିବଙ୍କୁ…

ଅଧିନାୟକ ବଦଳରେ ଅଧିନାୟକ… ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ସବୁଠାରୁ ବଡ଼ ପ୍ରସ୍ତାବ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୨୮।୭: ପାଞ୍ଚଥରର IPL ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ସିଜିନ ପୂର୍ବରୁ ସେମାନଙ୍କର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ Trade କରିବାକୁ ମନସ୍ଥ କରିସାରିଛି। ଅନେକ ଦଳ ହାର୍ଦ୍ଦିକଙ୍କ…

ଘରୁ ମା’, କେନାଲରୁ ଝିଅ: ଏକାସାଥିରେ ମିଳିଲା ଦୁଇ ମୃତଦେହ, ରହସ୍ୟମୟ ଘଟଣାରେ ଥରହର ଅଞ୍ଚଳ

ଉଦଳା, ୨୮।୭(ସନ୍ତୋଷ କୁମାର ବାଛିନୀ): ଘରୁ ମିଳିଲା ମା ଏବଂ ଦିବ୍ୟାଙ୍ଗ ଝିଅର ମୃତଦେହ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଉଦଳା…

ଲଗାଣ ବର୍ଷାରେ ଗ୍ରାମବାସୀ ଜଳବନ୍ଦୀ

ଉଦଳା,୧୬ା୭(ସନ୍ତୋଷ କୁମାର ବାଛିନି): ଲଗାଣ ବର୍ଷା ଯୋଗୁ ବେହାଲ ହୋଇପଡିଛି ଉଦଳା। ଏପରି କି କପ୍ତିପଦା ଉପଖଣ୍ଡ ଉଦଳା, କପ୍ତିପଦା ଏବଂ ଗୋପବନ୍ଧୁନଗର ବ୍ଲକ ଅଞ୍ଚଳରେ ମଧ୍ୟ…

କୋଟିଆରେ ଚାଲୁଥିବା SIR-୨୦୨୬ କାର୍ଯ୍ୟକ୍ରମର ସମୀକ୍ଷା କଲେ ଉପ-ଶାସନ ସଚିବ, ଦେଲେ ଏଭଳି ନିର୍ଦ୍ଦେଶ

ପଟ୍ଟାଙ୍ଗି, ୨୮।୭(ଶରତ କୁମାର ଧଳ): କୋରାପୁଟ ଜିଲା ଗସ୍ତରେ ଆସିଥିବା ଉପ-ଶାସନ ସଚିବ ଜିତେନ୍ଦ୍ର କୁମାର ପାତ୍ର ଜିଲାର ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତରେ ପହଞ୍ଚିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri