ଏବେ ଜୋମାଟୋରେ ଇସ୍ତଫା ପର୍ବ: କମ୍ପାନୀ ଛାଡ଼ିଲେ ସହ-ପ୍ରତିଷ୍ଠାତା ମୋହିତ ଗୁପ୍ତା
ନୂଆଦିଲ୍ଲୀ,୧୯।୧୧: ଟୁଇଟର ପରେ ଏବେ ଜୋମାଟୋରେ ଇସ୍ତଫା ପର୍ବ ଆରମ୍ଭ ହୋଇଛି। କମ୍ପାନୀର ୩ ବରିଷ୍ଠ ଅଧିକାରୀ କମ୍ପାନୀକୁ ବିଦାୟ ଜଣାଇଛନ୍ତି। ସେମାନଙ୍କ ମଧ୍ୟରେ କମ୍ପାନୀର ସହ-ପ୍ରତିଷ୍ଠାତା ମୋହିତ ଗୁପ୍ତା ଅଛନ୍ତି। ଗୋଟିଏ ପଟେ କମ୍ପାନୀ ଅନେକ ପରିବର୍ତ୍ତନ ଦେଇ ଗତି…
୧୬ ହିତାଧିକାରୀଙ୍କୁ ମିଳିଲା ଜଙ୍ଗଲ ଜମିପଟ୍ଟା
ଦାରିଙ୍ଗବାଡ଼ି,୧୯।୧୧(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟ ପକ୍ଷରୁ ଶନିବାର ଜଙ୍ଗଲ ଜମିପଟ୍ଟା ବଣ୍ଟନ କରାଯାଇଛି। ଏହି ଅବସରରେ ତହସିଲଦାର ଡ. ଅଶୋକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବ୍ଲକ ସଭାଗୃହରେ ଏକ ମେଳାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ…
ରାଜୌରୀରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଜଣେ ଆତଙ୍କବାଦୀ ନିହତ
ଶ୍ରୀନଗର,୧୯।୧୧: ଜମ୍ମୁ-କଶ୍ମୀରର ରାଜୌରୀ ସେକ୍ଟରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶନିବାର ସୁରକ୍ଷାକର୍ମୀ ଓ ପାକିସ୍ତାନୀ ଅନୁପ୍ରବେଶକାରୀ ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ବାକି ଆତଙ୍କବାଦୀମାନେ ଭୟଭୀତ ହୋଇ ସାମୀରୁ…
ବିଜେଡି-ଭାଜପାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ
ପଦ୍ମପୁର,୧୯।୧୧(ଡି.ଏନ.ଏ.): ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ। ଏନେଇ ରାଜନୀତି ସରଗରମ ରହିଛି। ୩ ପ୍ରମୁଖ ଦଳ ପକ୍ଷରୁ ପ୍ରଚାର ଜୋରଦାର ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଶନିବାର ବିଜେଡି ଏବଂ ଭାଜପା ପକ୍ଷରୁ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ…
ମହଙ୍ଗା ପଡ଼ିଲା ଇନ୍ଷ୍ଟାଗ୍ରାମ ପୋଷ୍ଟ: ପ୍ରତିକ୍ରିୟା ରଖିଲେ ଆଇଏଏସ୍ ଅଫିସର
ନୂଆଦିଲ୍ଲୀ,୧୯।୧୧: ଇନ୍ଷ୍ଟାଗ୍ରାମ ପୋଷ୍ଟ ପାଇଁ ଗୁଜରାଟ ନିର୍ବାଚନ ଡ୍ୟୁଟିରେ ଥିବା ଜଣେ ଆଇଏଏସ୍ ଅଫିସରଙ୍କୁ ମହଙ୍ଗା ପଡିଛି। ଆଇଏଏସ୍ ଅଧିକାରୀ ଅଭିଷେକ ସିଂଙ୍କୁ ନିର୍ବାଚନ କମିଶନ ବହିଷ୍କାର କରିଛନ୍ତି। ସେ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହେବା ସହ କାର୍ଯ୍ୟରେ ଯୋଗଦେଇଥିବା…
ୟୁପିରେ ସମସ୍ତ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ
ଲକ୍ଷ୍ନୌ,୧୯।୧୧: ଉତ୍ତରପ୍ରଦେଶର ମେନପୁରୀ, ରାମପୁର ଏବଂ ଖତଉଲି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଡିସେମ୍ବର ୫ରେ ଏହି ଆସନଗୁଡିକରେ ଭୋଟ ଦିଆଯିବ ଏବଂ ଡିସେମ୍ବର ୮ରେ ଭୋଟ ଗଣତି କରାଯିବ। ଏହାପରେ ଉତ୍ତରପ୍ରଦେଶରେ ସହରାଞ୍ଚଳ ସଂସ୍ଥା ନିର୍ବାଚନ ଘୋଷଣା କରାଯିବ।…
ପତଳା ହେଉଛି ଗରୁଡ଼ ସ୍ତମ୍ଭ
ପୁରୀ ଅଫିସ,୧୯।୧୧: ପୁରୀ ଶ୍ରୀମନ୍ଦିର ଗରୁଡ଼ ସ୍ତମ୍ଭ ପତଳା ହେଉଛି । ଏ ନେଇ ମନ୍ଦିର ନାଟମଣ୍ଡପସ୍ଥିତ ଗରୁଡ଼ ସ୍ତମ୍ଭକୁ ରୁପା ଚାଦରରେ ଆଚ୍ଛାଦନ କରାଯିବ। ଛତିଶା ନିଯୋଗ ନାୟକ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ବରିଷ୍ଠ ସେବାୟତଙ୍କୁ ନେଇ…
କାର ଧକ୍କାରେ ବୋହୂ ମୃତ: ଜେଜେ, ନାତୁଣୀ ଗୁରୁତର
ଗଞ୍ଜାମ,୧୯।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ଏକ ଢାବା ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ କାର ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବୋହୂଙ୍କ…
ବାରମ୍ବାର ଅଭିଯୋଗ ପରେ ତତ୍ପରତା ଦେଖାଇଲା ପ୍ରଶାସନ
ଗଞ୍ଜାମ,୧୯।୧୧(ଡି.ଏନ୍.ଏ.): ବାଲି ଚୋରାଚାଲାଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ପରେ ତହସିଲ ଓ ପୋଲିସ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଦେଇଛି। ଶୁକ୍ରବାର ଗଞ୍ଜାମ ଥାନା ପୋଲିସ ଚଢ଼ାଉ କରି ବେଆଇନ ବାଲି ଚାଲାଣ ହେଉଥିବା ଏକ ଟ୍ରାକ୍ଟର (ନଂ.ଓଡି ୦୭୭-ବି- ୯୬୦୩)କୁ…
ଇଷ୍ଟବେଙ୍ଗଲକୁ ହରାଇଲା ଓଡ଼ିଶା ଏଫ୍ସି
କୋଲକାତା, ୧୯।୧୧: ସ୍ଥାନୀୟ ବିବେକାନନ୍ଦ ଯୁବଭାରତୀ କ୍ରୀଡ଼ାଙ୍ଗନରେ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ୍) ମ୍ୟାଚରେ ଓଡ଼ିଶା ଏଫ୍ସି ୪-୨ ଗୋଲରେ ଇଷ୍ଟବେଙ୍ଗଲକୁ ପରାସ୍ତ କରିଛି। ଭୁବନେଶ୍ୱର ଭିତ୍ତିକ ଓଡ଼ିଶା ଏଫ୍ସି ପକ୍ଷରୁ ପେଦ୍ରୋ ମାର୍ଟିନ ୪୭ ଓ ୪୮ତମ ମିନିଟରେ…
ନାଟକ ମାଧ୍ୟମରେ ସମାଜ ସଂସ୍କାର ମହତ କାର୍ଯ୍ୟ: ନରସିଂହ
ବଲାଙ୍ଗୀର ଅଫିସ,୧୯।୧୧: ବଲାଙ୍ଗୀରର ଅଗ୍ରଣୀ ଲୋକନୃତ୍ୟ ଓ ନାଟ୍ୟାନୁଷ୍ଠାନ ନଟରାଜ କଳା ପରିଷଦର ରଜତ ଜୟନ୍ତ୍ରୀ ଉତ୍ସବ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆ ପୁରୁଣା ମଞ୍ଚରେ ଶୁକ୍ରବାର ଉଦ୍ଘାଟିତ ହୋଇଛି। ଡ. ଶ୍ରୀକର ମିଶ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ପରିଷଦ ସଭାପତି…
୮ ଜିଲା ଦାୟିତ୍ୱରେ ସୋରଡ଼ା ବିଧାୟକ
ସୋରଡ଼ା,୧୯।୧୧: ରାଜ୍ୟ ବିଧାନସଭା ବିଭାଗୀୟ ଷ୍ଟାଣ୍ଡିଂ କମିଟିର ନିଷ୍ପତ୍ତିକ୍ରମେ ୪ଟି ସବ୍କମିଟି ଗଠନ କରାଯାଇଛି। ଉକ୍ତ କମିଟିକୁ ବିଭିନ୍ନ ଜିଲାର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବାକୁ ଦାୟିତ୍ୱ ଦିଆଯାଇଛି। ସବ୍କମିଟି -୨ରେ ବିଧାୟକ ପଦ୍ମନାଭ ବେହେରା, ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ…
Archives


