ରମନ୍‌ ପ୍ରଭାବ

ପ୍ରତିବର୍ଷ ଫେବୃୟାରୀ ୨୮ ତାରିଖକୁ ‘ଜାତୀୟ ବିଜ୍ଞାନ ଦିବସ’ ଭାବରେ ପାଳନ କରାଯାଇ ଆସୁଅଛି। ସେ ସମ୍ପର୍କିତ ବିଷୟକୁ ନେଇ ଉପସ୍ଥାପନା…

କଥା ୧୯୨୧ ମସିହାର। ତେତିଶ ବର୍ଷର ଜଣେ ଭାରତୀୟ ଯୁବକଙ୍କୁ କଲିକତା ବିଶ୍ୱବିଦ୍ୟାଳୟ ତରଫରୁ ୟୁରୋପ ପଠାଗଲା। ସେ ପ୍ରଥମ ଥର ପାଇଁ ୟୁରୋପ ଗସ୍ତ ସାରି ଜାହାଜରେ ଭାରତ ଫେରୁଥିଲେ। ଭୂମଧ୍ୟସାଗରୀୟ ଜଳ ଓ ହିମଖଣ୍ଡର ଗହନ ନୀଳିମା ତାଙ୍କୁ ଅଭିଭୂତ କଲା। ସେ ପ୍ରକୃତିର ସୌନ୍ଦର୍ଯ୍ୟକୁ ମନ ଭରି ଉପଭୋଗ କରୁଥିଲେ। ପ୍ରକୃତିର ନୀଳିମା ତାକୁ ଗବେଷଣା ପାଇଁ ଉତ୍ସାହିତ କଲା। ସମୁଦ୍ରର ନୀଳ ରଙ୍ଗ ଉପରେ ସେ ଗବେଷଣା ଆରମ୍ଭ କଲେ। ଦୀର୍ଘ ୭ ବର୍ଷର ଗଭୀର ଚିନ୍ତନ ପଶ୍ଚାତ୍‌ ୧୯୨୮ ଫେବୃୟାରୀ ୨୮ ତାରିଖରେ ସେ ଏକ ମହାର୍ଘ ନୂତନ ସତ୍ୟ ଆବିଷ୍କାର କଲେ। ସେହି କୃତବିଦ୍‌ ପଦାର୍ଥ ବିଜ୍ଞାନୀ ହେଉଛନ୍ତି ସାର ଚନ୍ଦ୍ରଶେଖର ଭେଙ୍କଟରମନ୍‌। ଆଲୋକର ଅଦ୍ଭୁତ ବ୍ୟବହାର ସମ୍ପର୍କିତ ସେହି ସତ୍ୟର ଅନ୍ୟ ନାମ ‘ରମନ୍‌ ପ୍ରଭାବ’। ତାଙ୍କର ଆବିଷ୍କାରକୁ ଦୁଇ ବର୍ଷ ପରେ ନୋବେଲ ସ୍ବୀକୃତି ମିଳିଲା। ସେ ୧୯୩୦ ମସିହାରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଗ୍ରହଣ କଲେ। ୧୯୦୧ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ପଦାର୍ଥ ବିଜ୍ଞାନରେ ୧୧୬ ଥର ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ପୃଥିବୀର ୨୨୨ ଜଣ (ଜନ୍‌ ବାର୍ଡିନ୍‌ ୨ ଥର) ପଦାର୍ଥ ବିଜ୍ଞାନୀ ପୁରସ୍କାର ଗ୍ରହଣ କରିଛନ୍ତି। କିନ୍ତୁ ଅଦ୍ୟାବଧି ରମନ୍‌ ହେଉଛନ୍ତିି ବିଜ୍ଞାନରେ ଏକମାତ୍ର ଭାରତୀୟ ନୋବେଲ ବିଜୟୀ। ତେଣୁ ଆମ ପାଇଁ ଫେବୃୟାରୀ ୨୮ ତାରିଖ ହେଉଛି ସ୍ମରଣୀୟ ଦିବସ। ସେହି ଦିବସକୁ ୧୯୮୭ ମସିହାରୁ ଆମ ଦେଶରେ ‘ଜାତୀୟ ବିଜ୍ଞାନ ଦିବସ’ର ମର୍ଯ୍ୟାଦା ମିଳିଛି।
ନୋବେଲ ପୁରସ୍କାର ହେଉଛି ପୃଥିବୀର ସବୁଠାରୁ ବଡ଼ ପୁରସ୍କାର। ୧୯୦୧ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଇଆସୁଛି। ପ୍ରତି ବର୍ଷ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ସାହିତ୍ୟ, ଚିକିତ୍ସା ବିଜ୍ଞାନ, ଶାନ୍ତି ପ୍ରତିଷ୍ଠା ଓ ଅର୍ଥନୀତି ଭଳି ଛଅଟି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ନୋବେଲ ସମ୍ମାନ ପ୍ରଦାନ କରାଯାଏ। ସୁଇଡେନ ରସାୟନ ବିଜ୍ଞାନୀ ତଥା ଡିନାମାଇଟ ଆବିଷ୍କାରକ ଆଲ୍‌ଫ୍ରେଡ୍‌ ନୋବେଲଙ୍କ ସ୍ମୃତିରେ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ। ପ୍ରତିବର୍ଷ ଅକ୍ଟୋବର ମାସରେ ନୋବେଲ ବିଜେତାମାନଙ୍କର ନାମ ଘୋଷଣା କରାଯାଇଥାଏ ଏବଂ ଡିସେମ୍ବର ୧୦ ତାରିଖରେ ପୁରସ୍କାର ପ୍ରଦାନ କରାଯାଏ। ୧୯୩୦ ମସିହାରେ ଅନ୍ତର୍ଜାତୀୟ ସ୍ତରରେ ଯେଉଁ ଭାରତୀୟ ପଦାର୍ଥ ବିଜ୍ଞାନୀଙ୍କର ନାମ ନୋବେଲ ପୁରସ୍କାର ନିମନ୍ତେ ଘୋଷଣା କରାଯାଇଥିଲା, ସେ ହେଉଛନ୍ତି ଭେଙ୍କଟରମନ୍‌, ଯାହାଙ୍କୁ ଆମେ ସି. ଭି. ରମଣ ବୋଲି କହୁ। ପ୍ରକୃତିପ୍ରୀତି ହିଁ ରମନ୍‌ଙ୍କୁ ଗୌରବମୟ ନୋବେଲ ସମ୍ମାନ ଆଣି ଦେଇଥିଲା।
ରମନ୍‌ ୧୮୮୮ ମସିହା ନଭେମ୍ବର ୭ ତାରିଖରେ ତାମିଲନାଡୁରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ବାପା ଥିଲେ ପଦାର୍ଥ ବିଜ୍ଞାନ ଅଧ୍ୟାପକ। ରମନ୍‌ ମାତ୍ର ୧୨ବର୍ଷ ବୟସରେ ମାଟ୍ରିକ୍‌ ପାସ୍‌ କରିଥିଲେ ଓ ୧୯ ବର୍ଷ ବୟସରେ ଏମ୍‌.ଏସ୍‌ସି. ପରୀକ୍ଷାରେ ସମଗ୍ର ବିଶ୍ୱବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କଲେ। ଏମ୍‌.ଏସ୍‌ସି. ପଢ଼ିବା ସମୟରେ ୧୯୦୬ ମସିହାରେ ଆଲୋକ ସମ୍ପର୍କିତ ତାଙ୍କର ଏକ ନିବନ୍ଧ ପ୍ରକାଶିତ ହୋଇଥିଲା। ଏମ୍‌.ଏସ୍‌ସି. ପରେ ୧୯୦୭ ମସିହାରେ ସେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ସଫଳତା ପାଇଲେ। କିନ୍ତୁ ସିଭିଲ୍‌ ସର୍ଭିସ୍‌ ଛାଡି ୧୯୧୭ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବରେ ଯୋଗଦେଲେ।
ଆଲୋକର ବ୍ୟବହାର ଉପରେ ତାଙ୍କର ଗବେଷଣା ଜାରି ରହିଲା। ଆଲୋକ ପାଇଁ ଆମେ ବସ୍ତୁକୁ ଦେଖିପାରୁ। ଆମକୁ ଆକାଶ ନୀଳ ଦିଶେ। ସମୁଦ୍ର ମଧ୍ୟ ନୀଳ ଦିଶେ। ୟୁରୋପରୁ ଜଳଜାହାଜରେ ଫେରିବା ସମୟରେ ଭୂମଧ୍ୟସାଗରର ଗହନ ନୀଳିମା ରମନ୍‌ଙ୍କୁ ଅଭିଭୂତ କରିଥିଲା। ବାୟୁମଣ୍ଡଳର ଅଣୁଗୁଡ଼ିକ ଆଲୋକର ରଙ୍ଗକୁ ବିଚ୍ଛୁରିତ କରିବା ହେତୁ ଆକାଶ ନୀଳ ଦେଖାଯାଏ ବୋଲି ସେ ଆଗରୁ ଜାଣିଥିଲେ। ଜଳଅଣୁ ଦ୍ୱାରା ଆଲୋକର ବିଚ୍ଛୁରଣ ସମ୍ପର୍କରେ ଅଧିକ ଜାଣିବା ପାଇଁ ୮ ଜଣ ଦକ୍ଷ ସହଯୋଗୀଙ୍କୁ ନେଇ କଲିକତାର ‘ଇଣ୍ଡିଆନ୍‌ ଏକାଡେମୀ ଫର୍‌ କଲ୍ଟିଭେଶନ ଅଫ୍‌ ସାଇନ୍‌ସ’ ଅନୁଷ୍ଠାନରେ ସେ ଗବେଷଣା ଚଳାଇଲେ। ଗବେଷଣା ସକାଶେ ସେ ଯେଉଁ ଉପକରଣ ବ୍ୟବହାର କରୁଥିଲେ, ତାହାର ଦାମ୍‌ ଥିଲା ମାତ୍ର ୨୦୦ ଟଙ୍କା। ୧୯୨୭ ମସିହାରେ ଏକ୍ସ-ରେ ବିଚ୍ଛୁରଣ କରାଗଲା। ସେତେବେଳକୁ ଆଲୋକର ବିଚ୍ଛୁରଣ ଉପରେ ରମନ୍‌ ଅନେକ ପରୀକ୍ଷା କରିସାରି ଥାଆନ୍ତି। କ୍ରୋମ୍ପ୍‌ଟନ୍‌ଙ୍କର ବିଚ୍ଛୁରଣ ଗବେଷଣା ସମ୍ପର୍କରେ ଶୁଣିଲା ପରେ ରମନ୍‌ ଭାବିଲେ, ଏକ୍ସ-ରେ ସହିତ ଆଲୋକର ସାମଞ୍ଜସ୍ୟ ରହିଛି। ଉଭୟ ଏକ ପ୍ରକାର ତରଙ୍ଗ। ତେଣୁ ଏକ୍ସ-ରେ ବିଚ୍ଛୁରଣ ସହିତ ଆଲୋକ ବିଚ୍ଛୁରଣର ଅନେକ ସାମସ୍ୟ ରହିବ। ଏହା ତାଙ୍କର ଗବେଷକ ମନୋବଳକୁ ଦୃଢ଼ କଲା। ସତକୁ ସତ ପର ବର୍ଷ ୧୯୨୮ ମସିହାରେ ଆଲୋକର ବିଚ୍ଛୁରଣ ସମ୍ପର୍କରେ ସେ ନୂତନ ସତ୍ୟ ଆବିଷ୍କାର କଲେ। ସେ ଜାଣିପାରିଲେ, ରଙ୍ଗୀନ ଆଲୋକ ରଶ୍ମି ତରଳ ପଦାର୍ଥ ଦେଇ ଗତି କଲେ ତା’ର ରଙ୍ଗରେ ପରିବର୍ତନ ହେଇପାରେ। ତରଳ ପଦାର୍ଥ ଭିତରେ ଯେଉଁ ରଙ୍ଗର ଆଲୋକ ପ୍ରବେଶ କରେ, ସେହି ରଙ୍ଗର ଆଲୋକ ମିଳିବା ସହିତ ଅନ୍ୟ ରଙ୍ଗର ଆଲୋକ ମିଳିଥାଏ। ଏହି ଗବେଷଣାକୁ ୧୯୯୮ ମସିହାରେ ଆନ୍ତର୍ଜାତିକ ଐତିହାସିକ ରାସାୟନିକ ମାଇଲଖୁଣ୍ଟର ମାନ୍ୟତା ମିଳିଥିଲା।
ଆଲୋକର ପ୍ରକୃତି ବିଚିତ୍ର। ଏହା ଉଭୟ ତରଙ୍ଗ ଓ କଣିକା ଭଳି ବ୍ୟବହାର କରିଥାଏ। ଶକ୍ତିର କ୍ଷୁଦ୍ର ପୁଡ଼ିଆରେ ଏହା ଗଠିତ, ଯାହାକୁ ଆଲୋକର କଣିକା ରୂପ ବା ‘ଫୋଟନ୍‌’ ବୋଲି କୁହାଯାଏ। ଭିନ୍ନ ଭିନ୍ନ ରଙ୍ଗର ଫୋଟନ ପୁଡ଼ିଆରେ ଅଲଗା ଅଲଗା ପରିମାଣର ଶକ୍ତି ରହିଥାଏ। ସାତଟି ରଙ୍ଗର ଆଲୋକ ‘ବା-ଘ-ନୀ-ସ-ହ-ନା-ଲା’ ଭିତରୁ ନାଲି ରଙ୍ଗର ଫୋଟନ୍‌ ତୁଳନାରେ ବାଇଗଣି ରଙ୍ଗର ଫୋଟନ୍‌ରେ ଅଧିକ ଶକ୍ତି ଥାଏ। ଫୋଟନ୍‌ଗୁଡ଼ିକ ତରଳ ପଦାର୍ଥ ମଧ୍ୟରେ ଗତି କରିବା ସମୟରେ ତରଳର ଅଣୁ ସହିତ ଧକ୍କା ହୁଏ। କିନ୍ତୁ ଅନେକ ଫୋଟନ୍‌ ଅଣୁଗୁଡ଼ିକୁ ଏଡ଼ାଇ ବାହାରକୁ ବାହାରି ଯାଆନ୍ତି। ଏହି ଧକ୍କା ଦୁଇ କିସମର ହୁଏ। ଧକ୍କା ଫଳରେ ଫୋଟନ୍‌ ନିଜର ଶକ୍ତିରୁ କିଛି ଶକ୍ତି ତରଳ-ଅଣୁକୁ ଦେଇପାରେ ଅଥବା ତରଳର ଅଣୁଠାରୁ କିଛି ଶକ୍ତି ନେଇପାରେ। ଉଭୟ କ୍ଷେତ୍ରରେ ଫୋଟନ୍‌ର ଶକ୍ତିରେ ପରିବର୍ତ୍ତନ ଘଟେ। ଶକ୍ତିରେ ପରିବର୍ତ୍ତନ ଘଟିଲେ ତାହାର ରଙ୍ଗରେ ପରିବର୍ତ୍ତନ ଘଟେ। ତରଳର ଅଣୁଗୁଡ଼ିକ ଦ୍ୱାରା ଆଲୋକର ରଙ୍ଗରେ ଏଭଳି ପରିବର୍ତ୍ତନକୁ ‘ରମନ୍‌ ପ୍ରଭାବ’ କୁହାଯାଏ। ଭିନ୍ନ ଭିନ୍ନ ଅଣୁ ପାଇଁ ପରିବର୍ତ୍ତନର ମାତ୍ରା ଭିନ୍ନ ହୁଏ। ତେଣୁ ରମନ୍‌ ପ୍ରଭାବ ସାହାଯ୍ୟରେ ଅଣୁର ପରିଚୟ ଜଣାପଡ଼େ। ତେଣୁ ରମନ୍‌ ପ୍ରଭାବ ପ୍ରୟୋଗ ପୂର୍ବକ ହେରୋଇନ୍‌, କୋକେନ୍‌, ଚରସ୍‌ ଓ ବିସ୍ଫୋରକ ଚିହ୍ନଟ କରାଯାଇ ପାରିବ। ରକ୍ତ ଶର୍କରା, କୋଲେଷ୍ଟରଲ୍‌, ୟୁରିକ୍‌ ଅମ୍ଳ ଏବଂ ଅନ୍ୟ ରକ୍ତ ସମ୍ପର୍କିତ ତଥ୍ୟ ଜାଣିବା ପାଇଁ ରମନ୍‌ ପ୍ରଭାବ ପ୍ରୟୋଗ କରାଯାଇ ପାରିବ।
୧୯୭୦ ମସିହା ନଭେମ୍ବର ୨୧ରେ ପ୍ରକୃତିପ୍ରେମୀ ଗବେଷକ ରମନ୍‌ ଆଖିବୁଜିଲେ। କିନ୍ତୁ ତାଙ୍କର ଅନନ୍ୟ ପ୍ରତିଭାକୁ ଆଜି ବି ଦେଶବାସୀ ମନେରଖିଛନ୍ତି। ପ୍ରତିବର୍ଷ ଗୋଟିଏ ବିଶେଷ ବିଷୟକୁ ନେଇ ଜାତୀୟ ବିଜ୍ଞାନ ଦିବସ ପାଳିତ ହୁଏ। ୨୦୨୩ ବର୍ଷ ପାଇଁ ଏହାର ଥିମ୍‌ ରହିଛି ‘ବିଶ୍ୱ କଲ୍ୟାଣ ନିମନ୍ତେ ବିଶ୍ୱସ୍ତରରେ ବିଜ୍ଞାନ’ (ଗ୍ଲୋବାଲ ସାଇନ୍ସ ଫର୍‌ ଗ୍ଲୋବାଲ ଓ୍ବେଲବିଙ୍ଗ୍‌)। ବିଜ୍ଞାନର ପ୍ରତ୍ୟେକ ହିତକଢ଼ି ବିଶ୍ୱବାସୀଙ୍କ ମଙ୍ଗଳରେ ନିୟୋଜିତ ହେବା ଜରୁରୀ।

ଡ. କମଳାକାନ୍ତ ଜେନା
-ସହକାରୀ ପ୍ରଫେସର, ପଦାର୍ଥ ବିଜ୍ଞାନ ବିଭାଗ, ଭଦ୍ରକ ଅଟୋନୋମସ୍‌ କଲେଜ
ମୋ: ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri