ପୋଷ୍ଟ ଅଫିସରେ ସିବିଆଇ: ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର, ଏଜେଣ୍ଟ ଗିରଫ

ରାଉରକେଲା ଅଫିସ,୨୭।୨: ଜଣେ ଜମାକାରୀଙ୍କ ପାଖରୁ ୨ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ରାଉରକେଲା ହେଡ୍‌ ପୋଷ୍ଟ ଅଫିସର ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ବିଶ୍ବରଞ୍ଜନ ବେହେରା ଏବଂ ଛେଣ୍ଡରେ ରହୁଥିବା ଏଜେଣ୍ଟ ବିମଲ କୁମାର ମୁଦୁଲିକୁ ସିବିଆଇ ସୋମବାର ଗିରଫ କରିଛି। ଭୁବନେଶ୍ବରରୁ ଆସିଥିବା ସିବିଆଇର ୧୦ ଜଣିଆ ଟିମ୍‌ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ବିଶ୍ବରଞ୍ଜନଙ୍କଠାରୁ ନଗଦ ୫୦ ହଜାର ଟଙ୍କା ସହିତ ଦେଢ଼ଲକ୍ଷ ଟଙ୍କାର ଚେକ୍‌ ଜବତ କରିଛି।

ମିଳିଥିବା ସୂଚନା ମୁତାବକ, ଛେଣ୍ଡରେ ରହୁଥିବା ପ୍ରଭାସିନୀ ସୂତାରଙ୍କ ସ୍ବାମୀ ସ୍ବର୍ଗତ ଶ୍ରୀଧର ସୂତାର ପୋଷ୍ଟାଲରେ ୫ଲକ୍ଷ ୩୦ହଜାର ଟଙ୍କା ଫିକ୍ସଡ୍‌ ରଖିଥିଲେ। ବର୍ତ୍ତମାନ ତାହା ସୁଧ ଓ ମୂଳ ସହିତ ୮ଲକ୍ଷ ଟଙ୍କା ହୋଇଛି। ଟଙ୍କା ଉଠାଇବା ପାଇଁ ପ୍ରଭାସିନୀ ଲିଗାଲ ହେଆର୍‌ ସାର୍ଟିଫିକେଟ ସହ ପୋଷ୍ଟାଲରେ ଆବେଦନ କରିଥିଲେ। ହେଲେ କଳିଙ୍ଗବିହାରରେ ରହୁଥିବା ପୋଷ୍ଟାଲ ଏଜେଣ୍ଟ ବିମଲ କୁମାର ମୁଦୁଲି ଏବଂ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ବିଶ୍ବରଞ୍ଜନ ତାଙ୍କୁ ୨ଲକ୍ଷ ୫୦ହଜାର ଟଙ୍କା ଦେବା ଲାଞ୍ଚ ଦେବାକୁ କହିଥିଲେ। ଶେଷରେ ଏହା ୨ଲକ୍ଷ ଟଙ୍କାରେ ଫାଇନାଲ ହୋଇଥିଲା। ଏନେଇ ପ୍ରଭାସିନୀ ସିବିଆଇ କାର୍ଯ୍ୟାଳୟକୁ ଜଣାଇଥିଲେ। ଯୋଜନା ମୁତାବକ, ସୋମବାର ପ୍ରଭାସିନୀ ପୋଷ୍ଟ ଅଫିସରରେ ପହଞ୍ଚି ନଗଦ ୫୦ହଜାର ଟଙ୍କା ସହ ଦେଢ ଲକ୍ଷ ଟଙ୍କାର ଚେକ୍‌ ଦେଉଥିଲେ। ସେତିକିବେଳେ ପୂର୍ବରୁ ଛପି ରହିଥିବା ୧୦ ଜଣିଆ ସିବିଆଇ ଟିମ୍‌ ୫୦ ହଜାର ଟଙ୍କା ସହ ଚେକ୍‌ ଜବତ କରିଥିଲେ। ଏପରିକି ସିବିଆଇ ଅଧିକାରୀମାନେ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ବିଶ୍ବରଞ୍ଜନ ଏବଂ ଏଜେଣ୍ଟ ବିମଲଙ୍କୁ ଗିରଫ କରି ଅଧିକ ପଚରାଉଚରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଘାସିରାମ ମାଝି ମଙ୍ଗଳବାର ଆରାଧ୍ୟ ଦେବତା କଣାଭୈରା ମନ୍ଦିରରେ ପୂଜାପାଠ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ

କଟକ,୩୦।୪: ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ ମଙ୍ଗଳବାର ଟିକେଟ ଫେରାଇଛନ୍ତି। କଟକ ଲୋକ ସଭା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri