୧୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ପିକଅପ୍‌ ଭ୍ୟାନ ସହ ଧରାପଡ଼ିଲେ ଡ୍ରାଇଭର

ବଲାଙ୍ଗୀର ଅଫିସ,୨୭।୨: ବଲାଙ୍ଗୀର ସହର ଉପକଣ୍ଠ ବିଜାଖମନ ନିକଟରୁ ଏକ ଗଞ୍ଜେଇ ବୋଝେଇ ପିକଅପ୍‌ ଭ୍ୟାନକୁ ବଲାଙ୍ଗୀର ପୋଲିସ ସୋମବାର ଜବତ କରି ଡ୍ରାଇଭରଙ୍କୁ ଗିରଫ କରିଛି । ଗିରଫ ଡ଼୍ରାଇଭର ଜଣକ ଛତିଶଗଡ଼ ରାୟଗଡ଼ ସହରର ଓମ୍‌ପ୍ରକାଶ ଛାବଡା(୬୦)।

ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ପୋଲିସକୁ ଏକ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏନେଇ ପୋଲିସର ଏକ ଟିମ୍‌ ଚଢାଉ କରି ଚୋରା ଚାଲାଣ ହେଉଥିବା ୪ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୬ଲକ୍ଷ ଟଙ୍କାରୁ ଊଦ୍ଧର୍‌ବ ହେବ ବୋଲି ପୋଲିସ ପକ୍ଷରୁ ଆକଳନ କରାଯାଇଛି।

ଅନ୍ୟପକ୍ଷେ ବଡ଼ ବଡ଼ ଆଲୁମିନିୟମ ବାକ୍ସରେ ଗଞ୍ଜେଇ ଭର୍ତ୍ତି କରାଯାଇ ଗାଡ଼ିରେ ଚୋରା ଚାଲାଣ କରାଯାଉଥିଲା। ଅନ୍ୟପକ୍ଷେ ଓମ୍‌ପ୍ରକାଶ ନିଜକୁ ଗାଡ଼ି ଡ୍ରାଇଭର ବୋଲି ପରିଚୟ ଦେଉଥିବା ବେଳେ ପୋଲିସ ତାଙ୍କୁ ଗାଡ଼ି ମାଲିକ ବୋଲି ସନ୍ଦେହ କରୁଛି। ଗଞ୍ଜେଇ ରାୟଗଡ଼ାରୁ ଛତିଶଗଡ଼ ରାୟଗଡ଼ ଅଞ୍ଚଳକୁ ଚାଲାଣ ହେଉଥିବା ଜଣାପଡିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାଇରିଆ ଆତଙ୍କ, ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ସୂଚନା

କୋକସରା,୨୨।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ଡଙ୍ଗରିପଡା ଗ୍ରାମରେ ଗତ କିଛିଦିନ ହେବ ଡାଇରିଆ ବ୍ୟାପୁଥିବା ଦେଖିବାକୁ ମିଳିଛି। ଗ୍ରାମର...

ବାପା, ପୁଅଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ବାରିପଦା,୨୨।୭: ବାପା ପୁଅଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପଡ଼ୋଶୀ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ନୁଦୁଡିହା ଗାଁରେ। ବିଲରେ କାମ କରୁଥିବା...

ବର୍ଷାରେ ଧସିଲା ନଦୀ ପୋଲ

ମାଲକାନଗିରି,୨୧ା୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଗତ ୩ ଦିନ ଧରି ଲଘୁଚାପ ଲଗାଣ ବର୍ଷା ଯୋଗୁ ଏମ୍‌ଭି ୯୦, ଏମ୍‌ଭି ୯୬, କାଙ୍ଗୁରୁକୋଣ୍ଡା, କନ୍ୟାଶ୍ରମ, ପାଙ୍ଗାମ...

ଘରଡିହ ନ ମିଳିଲେ ସରକାରୀ ଜାଗା ଦଖଲ କରିବୁ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଗୁମ୍ମା ବ୍ଲକର ଶତାଧିକ ଲୋକ ପହଞ୍ଚି ଘର ଡିହ ପ୍ରଦାନରେ ବିଳମ୍ବ ଓ ବିଫଳତା ପ୍ରତିବାଦରେ...

ଆଇରନ୍‌ ବଟିକା ଖାଇ ୩୦ ଛାତ୍ରୀଛାତ୍ର ଅସୁସ୍ଥ

ପାରାଦୀପ,୨୨।୭: ଜଗତ୍‌ସିଂହପୁର ଜିଲା ଅଠରବାଙ୍କି ତଳଗଡ଼ ଯୁପି ସ୍କୁଲରେ ସୋମବାର ଏକ ଅଘଟଣ ଘଟିଛି। ସ୍କୁଲରେ ଦିଆଯାଇଥିବା ଆଇରନ୍‌ ବଟିକା ଖାଇ ୩୦ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର...

ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

ସୁନ୍ଦରଗଡ଼,୨୨ା୭: ରାଉରକେଲା ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍‌ ହୋଇଛି। ବିଧାନସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ସୋମବାର ହାଇକୋର୍ଟ ସାରଦାଙ୍କୁ ଏହି ନୋଟିସ୍‌ କରିଛନ୍ତି...

ଶ୍ରାବଣ ସୋମବାର: ବିଭିନ୍ନ ଶୈବପୀଠରେ ଲାଗିଛି ଭକ୍ତଙ୍କ ପ୍ରବଳ ଭିଡ଼

ବାଲିଗୁଡ଼ା,୨୨ା୭(ସଞ୍ଜୟ କୁମାର ପାଣିଗ୍ରାହୀ): ପବିତ୍ର ଗୁରୁପୂର୍ଣ୍ଣିମାରୁ ଆରମ୍ଭ ହୋଇଛି ଶ୍ରାବଣ ମାସ। ବିଶ୍ବାସ ରହିଛି ଶ୍ରାବଣ ମାସରେ ଦେବଦେବ ମହାଦେବଙ୍କ ନିକଟରେ ଜଳଲାଗି କଲେ କୋଟି...

୨୪ରେ ଉପବାଚସ୍ପତି ନିର୍ବାଚନ: ୨୫ରେ ଉପସ୍ଥାପିତ ହେବ ପୂର୍ଣ୍ଣାଙ୍ଗ ବଜେଟ

ଭୁବନେଶ୍ୱର,୨୨।୭: ସୋମବାର ଆରମ୍ଭ ହୋଇଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ। ବଜେଟ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ରଘୁବର ଦାସ ଅଭିଭାଷଣ ରଖିଥିଲେ। ରାଜ୍ୟପାଳଙ୍କ ଅଭିଭାଷଣ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri