Posted inଖେଳ

ଦ୍ୱିତୀୟ ଟେଷ୍ଟ ବିଜୟ ପାଇଁ ୨୧୦ ରନ୍‌

ଓ୍ବେଲିଂଟନ୍‌,୨୭ା୨: ଓ୍ବେଲିଂଟନରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ବିଜୟୀ ହେବାକୁ ଇଂଲଣ୍ଡକୁ ୨୧୦ ରନ୍‌ ଆବଶ୍ୟକ। ପ୍ରଥମ ଇନିଂସରେ ଫଲୋଅନ୍‌ ପରେ ନ୍ୟୁଜିଲାଣ୍ଡ ୪୮୩ ରନ୍‌ର ବିଶାଳ ସ୍କୋର କରିଥିଲା। ପୂର୍ବତନ ଅଧିନାୟକ କେନ୍‌ ଓ୍ବିଲିୟମସନ୍‌ ୧୩୨ ରନ୍‌ର ଇନିଂସ ଖେଳିଥିଲେ। ବିଜୟ ପାଇଁ ୨୫୮ ରନ୍‌ ଆବଶ୍ୟକ ରହିଥିବା ବେଳେ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଗୋଟିଏ ଉଇକେଟ ହରାଇ ୪୮ ରନ୍‌ ସଂଗ୍ରହ କରିଛି।

ତୃତୀୟ ଦିନର ଅସମାପ୍ତ ସ୍କୋର ୨୦୨/୩ରୁ ଖେଳ ଆରମ୍ଭ କରି ଆଉ ୨୮୧ ରନ୍‌ ଯୋଗ କରି ୭ ଉଇକେଟ ହରାଇଥିଲା। ଓ୍ବିଲିୟମସନ୍‌ ୧୩୨ ରନ୍‌ କରି ଫର୍ମକୁ ଫେରିଛନ୍ତି। ପୂର୍ବଦିନ ୨୩ ରନ୍‌ କରି ବ୍ୟାଟିଂ କରୁଥିବା ହେନ୍‌ରୀ ନିକୋଲ୍ସ ଆଉ ୬ ରନ୍‌ ଯୋଡି ପ୍ୟାଭିଲିୟନ୍‌ ଫେରିଥିଲେ। ତେବେ ଡାରିଲ ମିଚେଲ୍‌(୫୪) ଓ ଟମ୍‌ ବ୍ଲଣ୍ଡେଲ(୯୦)ଙ୍କୁ ସାଥୀ କରି ଓ୍ବିଲିୟମସନ୍‌ ସ୍କୋର ଆଗକୁ ବଢାଇଥିଲେ। ଟେଷ୍ଟ କ୍ୟାରିୟରରେ ଓ୍ବିଲିୟମ୍‌ସନଙ୍କ ଏହା ଥିଲା ୨୬ ତମ ଶତକ। ଇଂଲଣ୍ଡ ପକ୍ଷରୁ ସ୍ପିନର ଜ୍ୟାକ୍‌ ଲିଚ୍‌ ୫ ଉଇକେଟ ଅକ୍ତିଆର କରିଥିଲେ।

୨୫୮ ରନ୍‌ ବିଜୟ ଲକ୍ଷ୍ୟ ନେଇ ଖେଳ ଆରମ୍ଭ କରି ଇଂଲଣ୍ଡ ୧୧ ଓଭର ବ୍ୟାଟିଂ କରିଥିଲା। ଦୁଇ ଓପନର ଜ୍ୟାକ୍‌ କ୍ରଲି ଓ ବେନ୍‌ ଡକେଟ୍‌ ଦଳକୁ ଆଉ ଏକ ଭଲ ଆରମ୍ଭ ଦେଇଥିଲେ। ପ୍ରଥମ ଉଇକେଟରେ ୩୯ ରନ୍‌ ଯୋଡିବା ପରେ ଜ୍ୟାକ୍‌ କ୍ରଲି ୨୪ ରନ୍‌ କରି ଟିମ୍‌ ସାଉଦିଙ୍କ ବଲରେ ବୋଲ୍ଡ ହୋଇଥିଲେ। ଚତୁର୍ଥ ଦିନର ଷ୍ଟମ୍ପ ଖେଳ ସୁଦ୍ଧା ବେନ୍‌ ଡକେଟ୍‌ ୨୩ ଓ ନାଇଟ୍‌ ଓ୍ବାଚମ୍ୟାନ୍‌ ଓଲି ରବିନ୍‌ସନ୍‌ ୧ ରନରେ ବ୍ୟାଟିଂ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିଙ୍ଗରେ ଫାୟାର ଆର୍ମ ଟ୍ରେନିଂ ପ୍ରୋଗ୍ରାମ

ଭୁବନେଶ୍ୱର, ୨।୩ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମର ୫୦ ମିଟର ଫାୟାର ଆର୍ମ ଶୁଟିଂ ରେଞ୍ଜରେ ଫାୟାର ଆର୍ମ ଟ୍ରେନିଂ ସାର୍ଟିଫିକେଟ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି।...

ଓଲି ପୋପ୍‌ଙ୍କ କାନ୍ଧର ସ୍କାନ୍‌ ହେବ

ସାଉଥାମ୍ପଟନ, ୨୬ା୮ (ପି.ଟି.)-ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଓଲି ପୋପ୍‌ଙ୍କ ବାମ କାନ୍ଧର ସ୍କାନ ହେବ। ଏଠାରେ ଚାଲିଥିବା ପାକିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟର ଚତୁର୍ଥ...

କମଲ୍‌ପ୍ରୀତ ୩ ବର୍ଷ ବାସନ୍ଦ

ନୂଆଦିଲ୍ଳୀ,୧୩ା୧୦(ପି.ଟି.): ଟୋକିଓ ୨୦୨୦ରେ ସଫଳତାର ଶିଖର ଛୁଇଁଥିବା ମହିଳା ଡିସ୍‌କସ ଥ୍ରୋୟର କମଲପ୍ରୀତ କୌରଙ୍କୁ ୩ ବର୍ଷ ବାସନ୍ଦ କରାଯାଇଛି। ତାଙ୍କ ନମୁନାରେ ନିଷିଦ୍ଧ ଶକ୍ତିବର୍ଦ୍ଧକ...

ଗତ ୧୦ ବର୍ଷରେ କ୍ରିକେଟର ବାଦ୍‌ଶାହ ପାଲଟିଛନ୍ତି ‘ବିରାଟ କୋହଲି’

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଗତ ୧୦ ବର୍ଷ ଭିତରେ କ୍ରିକେଟର ବାଦ୍‌ଶାହ ପାଲଟିଯାଇଛନ୍ତି। ଏକଦିବସୀୟ ମ୍ୟାଚରେ ଶତକ ହାସଲ କରିବାରେ ସେ...

ନେଟ୍ସରେ ଲଗାତର ୫ ଛକା ମାରିଲେ ଧୋନୀ

ଚେନ୍ନାଇ,୭ା୩- ଦୀର୍ଘ ଦିନ ହେଲେ କ୍ରିକେଟରୁ ଦୂରେଇ ରହିବା ସତ୍ତ୍ୱେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଫର୍ମ ପ୍ରଭାବିତ ହୋଇନାହିଁ। ସ୍ଥାନୀୟ ଚେପକ ଗ୍ରାଉଣ୍ଡରେ...

ଆଇପିଏଲ୍‌ ୨୦୨୦: ମୁମ୍ବାଇ ପାଇଁ ଖେଳିବେ ବୋଲ୍ଟ

ନୂଆଦିଲ୍ଲୀ, ୧୩।୧୧ (ପି.ଟି.): ନ୍ୟୁଜିଲାଣ୍ଡ ବାମହାତୀ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ୨୦୨୦ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ...

ଇଡେନ୍‌ଗାର୍ଡେନ୍ସରେ କ୍ୱାରାଣ୍ଟାଇନ୍‌ ସୁବିଧା

କୋଲକାତା, ୨୮ା୭ (ପି.ଟି.)- କୋଭିଡ୍‌-୧୯ ସମ୍ମୁଖ ଯୋଦ୍ଧା କୋଲକାତା ପୋଲିସ୍‌ ଲାଗି ଆଇକନିକ୍‌ ଇଡେନ୍‌ଗାର୍ଡେନ୍ସରେ କ୍ୱାରାଣ୍ଟାଇନ୍‌ ସୁବିଧା ମିଳିବ। ବେଙ୍ଗଲ କ୍ରିକେଟ ଆସୋସିଏଶନ(ସିଏବି) ସଭାପତି ଅଭିଷେକ...

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା ଏଫ୍‌ସିରେ ସାହିଲ, ସେବାଷ୍ଟିଆନ

ଭୁବନେଶ୍ୱର,୧୫।୫ (ସ୍ପୋଟର୍‌ସ ବ୍ୟୁରୋ): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଅଷ୍ଟମ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ଓଡ଼ିଶା ଏଫ୍‌ସି ଦୁଇ ତାରକା ଖେଳାଳିଙ୍କୁ ଦଳରେ ସାମିଲ...

Advertisement
Archives

Model This Week