Posted inଖେଳ

ସନ୍ତୋଷ ଟ୍ରଫି ଫୁଟ୍‌ବଲ

ଘରୋଇ ଫୁଟ୍‌ବଲର ମର୍ଯ୍ୟାଦାଜନକ ଟୁର୍ନାମେଣ୍ଟ ସନ୍ତୋଷ ଟ୍ରଫି ୨୦୨୨-୨୩ ସିଜନର ସେମିଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି। ଏଥର ପ୍ରତିଯୋଗିତାର ନକ୍‌ଆଉଟ ମ୍ୟାଚଗୁଡ଼ିକ ସାଉଦି ଆରବର କିଙ୍ଗ୍‌ ଫହଦ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି। ପ୍ରଥମ ସେମିଫାଇନାଲରେ ପଞ୍ଜାବକୁ ହରାଇ ମେଘାଳୟ ଏବଂ ଦ୍ୱିତୀୟ ସେମିରେ ସର୍ଭିସେସ୍‌କୁ ପରାସ୍ତ କରି କର୍ନାଟକ ଫାଇନାଲରେ ପ୍ରବେଶ କରିଛି…

ଘରୋଇ ଫୁଟବଲର ମର୍ଯ୍ୟାଦାଜନକ ଟୁର୍ନାମେଣ୍ଟ ସନ୍ତୋଷ ଟ୍ରଫି ୨୦୨୨-୨୩ ସିଜନର ସେମିଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି। ଏଥର ପ୍ରତିଯୋଗିତାର ନକ୍‌ଆଉଟ ମ୍ୟାଚଗୁଡ଼ିକ ସାଉଦି ଆରବର କିଙ୍ଗ୍‌ ଫହଦ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି। ପ୍ରଥମ ସେମିଫାଇନାଲରେ ପଞ୍ଜାବକୁ ହରାଇ ମେଘାଳୟ ଏବଂ ଦ୍ୱିତୀୟ ସେମିରେ ସର୍ଭିସେସ୍‌କୁ ପରାସ୍ତ କରି କର୍ନାଟକ ଫାଇନାଲରେ ପ୍ରବେଶ କରିଛି। ଆସନ୍ତା ଶନିବାର ଫାଇନାଲ ଅନୁଷ୍ଠିତ ହେବ। ମେଘାଳୟ ପ୍ରଥମଥରପାଇଁ ଟାଇଟଲ ପର୍ଯ୍ୟାୟରେ ପହଞ୍ଚତ୍ ଇତିହାସ ରଚିଛି।
ପ୍ରତିଯୋଗିତାର ଅନ୍ତିମ ରାଉଣ୍ଡ ପର୍ଯ୍ୟାୟ ଭୁବନେଶ୍ୱରର ୩ଟି ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ମିଳିତ ଆନୁକୂଲ୍ୟରେ ଏହା ଆୟୋଜିତ ହୋଇଥିଲା। ଫ୍ରାଞ୍ଚାଇଜ୍‌ଭିତ୍ତିକ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସିର ମ୍ୟାଚଗୁଡ଼ିକ ପରି ଏଥର ସନ୍ତୋଷ ଟ୍ରଫି ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ଥିଲା। ସନ୍ତୋଷ ଟ୍ରଫି ଭାରତରେ ୧୯୪୧ରୁ ଆରମ୍ଭ ହୋଇଥିଲା। ମହାରାଜା ସାର୍‌ ମନ୍ମଥ ନାଥ ରାୟ ଚୌଧୁରୀଙ୍କ ନାମ ଅନୁସାରେ ଏହାର ନାମକରଣ ହୋଇଥିଲା। ରନରଅପ୍‌ ଟ୍ରଫିର ନାମ କମଲା ଗୁପ୍ତା ରଖାଯାଇଛି। ସନ୍ତୋଷ ଟ୍ରଫିରେ ବେଙ୍ଗଲ ୩୧ଥର, ପଞ୍ଜାବ ୮ ଥର, କେରଳ ଓ ଗୋଆ ୫ ଥର ଲେଖାଏ ଚାମ୍ପିୟନ ହୋଇଛନ୍ତି। ଏଥରକୁ ମିଶାଇ ଓଡ଼ିଶାରେ ମୋଟ ୪ର୍ଥ ଥରପାଇଁ ସନ୍ତୋଷ ଟ୍ରଫି ଆୟୋଜିତ ହୋଇଛି। ପୂର୍ବରୁ ୩ ଥର କଟକର ବାରବାଟୀ ଷ୍ଟାଡିୟମରେ ଏହା ୧୯୬୭, ୧୯୮୦ ଓ ୧୯୯୪ରେ ଅନୁଷ୍ଠିତ ହୋଇଥିଲା। ଆଇଏସ୍‌ଏଲ୍‌ ଏବଂ ଆଇ-ଲିଗ୍‌ ଆରମ୍ଭ ହେବାପରେ ସର୍ବଭାରତୀୟ ଫୁଟବଲ ଫେଡେରେଶନ ପକ୍ଷରୁ ସନ୍ତୋଷ ଟ୍ରଫିର ନିୟମରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ବାରବାଟୀରେ ଅନୁଷ୍ଠିତ ମ୍ୟାଚଗୁଡ଼ିକରେ ଭାରତର ନାମଜାଦା ଖେଳାଳିମାନେ ଅଂଶଗ୍ରହଣ କରୁଥିଲେ। ମାତ୍ର ଆଇଏସ୍‌ଏଲ୍‌ ଏବଂ ଆଇ-ଲିଗ୍‌ର ପ୍ରଚଳନ ପରେ ସନ୍ତୋଷ ଟ୍ରଫିରେ ଆଉ ନାମୀ ଖେଳାଳିଙ୍କ ଅଂଶଗ୍ରହଣ ଦେଖିବାକୁ ମିଳୁନାହିଁ।
ସନ୍ତୋଷ ଟ୍ରଫିକୁ ଅଧିକ ଆକର୍ଷଣୀୟ କରିବାପାଇଁ ଏଆଇଏଫ୍‌ଏଫ୍‌ ସଭାପତି ତଥା ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି କଲ୍ୟାଣ ଚୌବେ ଏଥର ନକ୍‌ଆଉଟ୍‌ ମ୍ୟାଚଗୁଡ଼ିକୁ ବିଦେଶରେ କରାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ସେହି ଅନୁସାରେ ଏବେ ସାଉଦି ଆରବରେ ମ୍ୟାଚ ଖେଳାଯାଉଛି। ଖେଳାଳିଙ୍କ ପାଇଁ ଏହା ନିଶ୍ଚିତ ଉତ୍ସାହଜନକ ପଦକ୍ଷେପ। ଓଡ଼ିଶା ଦଳ ଯୋଗ୍ୟତା ହାସଲ ଟୁର୍ନାମେଣ୍ଟ ଏବଂ ଲିଗ୍‌ର ଅନ୍ତିମ ପର୍ଯ୍ୟାୟରେ ଭଲ ଖେଳିଥିଲା। ମହାରାଷ୍ଟ୍ର ଏବଂ କର୍ନାଟକ ସହିତ ମ୍ୟାଚ ଡ୍ର ରଖି ଗୋଆକୁ ପରାସ୍ତ କରିଥିଲା। ଦୁର୍ଭାଗ୍ୟଜନକଭାବେ କେରଳ ଓ ପଞ୍ଜାବ ନିକଟରୁ ହାରିଯିବାରୁ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିଲା। ସନ୍ତୋଷ ଟ୍ରଫି ପାଇଁ ପ୍ରଚାର ଓ ପ୍ରସାର କମ୍‌ ରହିଥିବା ପରି ମନେ ହୋଇଥିଲା। ଫୁଟବଲ ଏକ ଲୋକପ୍ରିୟ ଖେଳ ହୋଇଥିବାରୁ ଷ୍ଟାଡିୟମରେ ଦର୍ଶକ ରହିଥିଲେ ଓଡ଼ିଶା ଦଳ ନିଶ୍ଚିତ ଆହୁରି ଭଲ ପ୍ରଦର୍ଶନ କରି ପାରିଥାନ୍ତା। ଆଇଏସ୍‌ଏଲ୍‌ରେ ଓଡ଼ିଶା ଏଫ୍‌ସିକୁ ଯେପରି ପ୍ରୋତ୍ସାହନ ଦିଆଯାଉଛି ରାଜ୍ୟ ସରକାର ସେପରି ସୁବିଧା ସୁଯୋଗ ଦେଲେ ସନ୍ତୋଷ ଟ୍ରଫି ପାଇଁ ମନୋନୀତ ଓଡ଼ିଶା ଦଳ ନିଶ୍ଚିତ ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ କରିପାରିବ ଏବଂ ଫାଇନାଲକୁ ଯାଇପାରିବ।

ପ୍ରଫୁଲ୍ଲ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri