Home Left

ହୁକ୍କା ବାର ଉପରେ ପ୍ରତିବନ୍ଧକ ଲଗାଇଲେ ପଶ୍ଚିମବଙ୍ଗ ସରକାର

କୋଲକାତା,୩।୧୨: ପଶ୍ଚିମବଙ୍ଗ ସରକାର ଶୁକ୍ରବାର ରାଜଧାନୀ କୋଲକାତାରେ ହୁକ୍କା ବାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସରକାର କହିଛନ୍ତି ଯେ, ହୁକ୍କା ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ଏହି ନିଷେଧାଦେଶ ଘୋଷଣା କରି କୋଲକାତା ମେୟର ତଥା ଟିଏମ୍‌ସି ନେତା ଫିରହାଦ ହାକିମ…

ଗଞ୍ଜାମରେ ୩,୮୬୦ଜଣ ପାଇବେ ଭତ୍ତା

ଛତ୍ରପୁର,୩ା୧୨(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଗଞ୍ଜାମ ଜିଲାର ୩,୮୬୦ ଜଣ କଳାକାର ଭତ୍ତା ପାଇବେ। ଏଥିସକାଶେ ତାଲିକା ପ୍ରସ୍ତୁତ ହୋଇସାରିଛି। ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଶୁକ୍ରବାର ଅନୁଷ୍ଠିତ ଏକ ଆଭାସୀ ବୈଠକରେ ଅଧ୍ୟକ୍ଷତା କରି ଜିଲାକୁ ପ୍ରାପ୍ତ ହୋଇଥିବା ସଂଖ୍ୟା…

ଶାହି ଇଦଗାହରେ ହନୁମାନ ଚାଳିଶା ପାଠ ପାଇଁ ଅନୁମତି ମାଗିଲା ହିନ୍ଦୁ ମହାସଭା, ମଥୁରାରେ ୧୪୪ ଧାରା ଜାରି

ମଥୁରା, ୩ ।୧୨: ଉତ୍ତର ପ୍ରଦେଶ ମଥୁରାରେ ହଠାତ୍ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହେବାକୁ ଯାଉଛି । ସୂଚନାଯୋଗ୍ୟ, ଅଖିଳ ଭାରତୀୟ ହିନ୍ଦୁ ମହାସଭା ମଥୁରା ଜନପଦରେ ଶ୍ରୀକୃଷ୍ଣ ଜନ୍ମଭୂମୀ-ଇଦଗାହ ପରିସରରେ ଲଡୁ ଗୋପାଳଙ୍କର ୬ ଡିସେମ୍ବରରେ ଜଳାଭିଷେକ କରିବା ଓ…

ଅଙ୍ଗନଓ୍ବାଡି କର୍ମୀ ନିଯୁକ୍ତିକୁ ନେଇ ଉତ୍ତେଜନା

ବେତନଟୀ,୩ା୧୨(ସ୍ବ.ପ୍ର.): ବେତନଟୀ ବ୍ଲକ ଅଧୀନ ଆମ୍ବଗଡ଼ିଆ ପଞ୍ଚାୟତର ଅଙ୍ଗାରଗଡ଼ିଆ ଗ୍ରାମ ଅଙ୍ଗନଓ୍ବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ନୂତନ କର୍ମୀଙ୍କୁ ବିରୋଧ କରି ଶୁକ୍ରବାର ସ୍ଥାନୀୟ ଗ୍ରାମବାସୀ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ପକାଇବା ସହ ଦୁଆର ମୁହଁରେ…

ନୂଆ ନିଯୁକ୍ତିକୁ ନେଇ ସମସ୍ତଙ୍କୁ ଚମକାଇ ଦେଲେ ପାକ ସେନା ମୁଖ୍ୟ

ଇସଲାମାବାଦ,୩ ।୧୨: ପାକିସ୍ତାନ ସେନାର ନୂଆ ମୂଖ୍ୟ ଜେନରାଲ ମୁନିର ସେନାରେ ବଡ ଧରଣର ପରିବର୍ତ୍ତନ କରି ଜଣେ ଇଞ୍ଜିନୟରଙ୍କୁ ଅନ୍ତର ସେବା ଜନସମ୍ପର୍କ(ଆଇଏସପିଆର)ର ମୁଖ୍ୟ ଭାବେ ନିଯୁକ୍ତ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ‘ଡନ’ ନ୍ୟୁଜର ସୂଚନା ଅନୁଯାୟୀ,…

ବିଦ୍ୟାଳୟ ପରିସରରେ ଭଙ୍ଗା ଘର

କେନ୍ଦୁଝର,୩ା୧୨(ସ୍ବ.ପ୍ର.): କେନ୍ଦୁଝର ସହର ଶିରିପୁର ସାହି ନିକଟରେ ଥିବା ପ୍ରାଥମିକ ବିଦ୍ୟାଳୟ ତଦାରଖ ଅଭାବରୁ ଅସୁରକ୍ଷିତ ହୋଇପଡ଼ିଛି। ପରିସରରେ ଭଙ୍ଗା ଦଦରା ଘର ରହିଥିବା ବେଳେ ତାହା ଭଙ୍ଗାଯାଉନାହିଁ। ଫଳରେ ଛୋଟ ପିଲାମାନେ ଅସୁରକ୍ଷିତ ପରିବେଶରେ ଖେଳକୁଦ କରୁଛନ୍ତି। ଏଥିସହ ସଫେଇ…

ହାର୍‌ ମାନିନାହାନ୍ତି ପଞ୍ଚାନନ

ଭଦ୍ରକ ଅଫିସ,୩।୧୨: ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ଆଗରେ ହାର୍‌ ମାନିଛି ଅକ୍ଷମତା। ମନୋବଳ ଦୃଢ଼ ଥିଲେ ସବୁକିଛି ସମ୍ଭବ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଭଦ୍ରକ ଜିଲା ବନ୍ତ ବ୍ଲକ ପୁରୁଷଣ୍ଢ ଗ୍ରାମର ଦିବ୍ୟାଙ୍ଗ ପଞ୍ଚାନନ ଜେନା(୬୩)। ଟ୍ରାଇସାଇକେଲରେ ଗଁା ଗଁା…

ସାପ ବିଷ ସଂଗ୍ରହ ର଼୍ୟାକେଟ୍‌ ସକ୍ରିୟ

ବାରିପଦା ଅଫିସ,୩ା୧୨: ମୟୂରଭଞ୍ଜ ଜିଲାରେ ବିଷାକ୍ତ ସାପ ଧରିବା ବାହାନାରେ ବିଷ ସଂଗ୍ରହ ର଼୍ୟାକେଟ ସକ୍ରିୟ ହୋଇପଡ଼ିଛନ୍ତି। ସାପ ଧରିବା ପରେ ବନ ବିଭାଗକୁ ନ ଜଣାଇ ବିଷ ଚୋରାଚାଲାଣ କରାଯାଉଛି। ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ସୂଚନା…

ଦୋକାନୀଙ୍କୁ ଗୋଡ଼ାଇ ପିଟିଲେ, ଘୋଷାରି ନେଲେ

ଭୁବନେଶ୍ୱର, ୩।୧୨ (ବ୍ୟୁରୋ) : ଜନଗହଳିପୂର୍ଣ୍ଣ ଭୁବନେଶ୍ୱର ଷ୍ଟେଶନ ପରିସରରେ ଶୁକ୍ରବାର ଜଣେ ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଅନ୍ୟ କେତେଜଣ ଦୋକାନୀ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଗୋଡ଼ାଇ ପିଟିଛନ୍ତି। ପ୍ରଥମେ ଷ୍ଟେଶନ ସମ୍ମୁଖ ରାସ୍ତାରେ ଆକ୍ରମଣ ହେବାରୁ…

ନୂଆ ଏୟାରପୋର୍ଟ ଛକରୁ ଫାୟାର ଷ୍ଟେଶନ ନୋ ପାର୍କିଂ ଏରିଆ

ଭୁବନେଶ୍ୱର, ୩।୧୨ (ବ୍ୟୁରୋ): ହକି ବିଶ୍ୱକପ୍‌ ପାଇଁ ସଜେଇ ହେଉଛି ରାଜଧାନୀ। ସୌନ୍ଦର୍ଯ୍ୟକରଣ ସହିତ ସହରର ପାର୍କିଂ ବ୍ୟବସ୍ଥାକୁ ସଜାଡ଼ିବାକୁ ଅଣ୍ଟା ଭିଡ଼ିଛି ବିଏମ୍‌ସି। ଏହି କ୍ରମରେ ନୂଆ ଏୟାରପୋର୍ଟ ଛକଠାରୁ ଫାୟାର ଷ୍ଟେଶନ ଛକ ପର୍ଯ୍ୟନ୍ତ ନୋ ପାର୍କିଂ ଏରିଆ…

୧୧୫ ପୌରାଞ୍ଚଳରେ ଖୋଲିବ ୨୦୫୫ ୱାର୍ଡ କାର୍ଯ୍ୟାଳୟ

ଭୁବେନଶ୍ବର,୩ା୧୨(ବ୍ୟୁରୋ): ରାଜ୍ୟର ୧୧୫ ପୌରାଞ୍ଚଳର ସମସ୍ତ ୨୦୫୫ ୱାର୍ଡରେ ମୌଳିକ ସୁବିଧାକୁ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି। ଆସନ୍ତା ଜାନୁଆରୀ ୨୬ରୁ ଏହି ୱାର୍ଡ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ସେହିପରି…

ମ୍ୟାଡ୍ରିଡରେ ୟୁକ୍ରେନ୍ ଦୂତାବାସ ବାହାରେ ବିସ୍ଫୋରଣ, ଜଣେ ଆହତ, ୟୁକ୍ରେନ କହିଲା ଦୂତାବାସର ସୁରକ୍ଷା ବଢାଇବେ

ମ୍ୟାଡ୍ରିଡ,୩ ।୧୨: ସ୍ପେନର ମ୍ୟାଡ୍ରିଡରେ ଥିବା ୟୁକ୍ରେନର ଦୂତାବାସ ବାହାରେ ବୁଧବାର ଏକ ବିସ୍ଫାରଣ ହୋଇଥିଲା । ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ଯେତେବେଳେ ଦୂତାବାସର କର୍ମଚାରୀ ସେଠାରେ ରଖାଯାଇଥିବା ପତ୍ରଗୁଡିକ ଠିକ ଭାବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri